ଗଞ୍ଜାମ ଓ ଗଜପତିରୁ ୧୫୧ ନୂଆ କରୋନା ପଜିଟିଭ ଚିହ୍ନଟ, ସେଥିମଧ୍ୟରୁ ୧୪ ଜଣ କରୋନା ଯୋଦ୍ଧା

1 min read

ଗଞ୍ଜାମ/ଗଜପତି: ରାଜ୍ୟରେ ବଢିବାରେ ଲାଗିଛି କୋରନା ସଙ୍କ୍ରମିତଙ୍କ ସଂଖ୍ୟା । ପୁଣି ଆଜି ନୁଆ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରାଣ୍ଟାଇନ କେନ୍ଦ୍ରରୁ ୨୫୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ୨୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ଦେଇଛି ଲୋକସମ୍ପର୍କ ବିଭାଗ । ଅନ୍ୟ ପକ୍ଷରେ ଆଜି ସର୍ବାଧିକ କରୋନା ଗଞ୍ଜାମ ଏବଂ ଗଜପତିରୁ ଚିହ୍ନଟ ହୋଇଛନ୍ତି । ୭୬ ଜଣ ଆକ୍ରାନ୍ତ ଗଜପତିରୁ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ ୭୫ ଜଣ ଚିହ୍ନଟ ହୋଇଛନ୍ତି ।

ଗଜପତି  ଜିଲ୍ଲାରେ ୭୬ ଜଣଙ୍କ ମଧ୍ୟରୁ ୬୮ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ୮ଜଣ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୫୫ରେ ପହଞ୍ଚିଛି । ସେପଟେ ଗଞ୍ଜାମରେ ହଜାରେ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଜିଲ୍ଲାରୁ ଆଉ ୭୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରେ ୧୪ଜଣ କରୋନା ଯୋଦ୍ଧା ଥିବା ଜଣାପଡ଼ିଛି । ସେହିପରି ୬ ଜଣଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ଥିବା ବେଳେ ୫୬ ଜଣ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଏଥିସହ ଜିଲ୍ଲାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧୦୩୧କୁ ବୃଦ୍ଧି ପାଇଛି । ୬୮୦ ଜଣ ସୁସ୍ଥ ହୋଇଥିବା ବେଳେ ୩୪୩ଟି ଆକ୍ଟିଭ କେସ ରହିଛି । ସେହିପରି କରୋନା ସଂକ୍ରମଣରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

Leave a Reply