କିନ୍ନରଙ୍କ ସମ୍ମାନରେ ନାମିତ ହେଲା ନୋଇଡା ସେକ୍ଟର-୫୦ ମେଟ୍ରୋ ଷ୍ଟେସନ

1 min read
Metro Station In Noida Dedicated To Transgenders, Named ‘Rainbow Station’

ନୂଆଦିଲ୍ଲୀ: ନୋଇଡାର ସେକ୍ଟର-୫୦ ମେଟ୍ରୋ ଷ୍ଟେସନର ନାମ ଇନ୍ଦ୍ରଧନୁ ଷ୍ଟେସନ ହେବ ବୋଲି ନୋଇଡା ମେଟ୍ରୋ ରେଳ କର୍ପୋରେସନ୍ ପକ୍ଷରୁ ସୂଚନା ମିଳିଛି । କିନ୍ନରମାନଙ୍କ ସମ୍ମାନାର୍ଥେ ଏଭଳି ନିଷ୍ପତ୍ତି ନିଆଯାଇଛି । ନୂଆ ମେଟ୍ରୋ ଷ୍ଟେସନ ତିଆରି ହେବା ପରେ ବିଭିନ୍ନ ନାମକୁ ନେଇ ପରାମର୍ଶ  କର୍ପୋରେସନ୍ ପାଖରେ ପହଞ୍ଚିଥିଲା । ତେବେ ଅନେକ ସମାଜିକ ଗୋଷ୍ଠୀ ଓ ଏନଜିଓ ଏଭଳି ଏକ ନାମ ସପକ୍ଷରେ ଥିଲେ ଯାହା କିନ୍ନର ସମାଜର ମୂଲ୍ୟବୋଧ ବର୍ଣ୍ଣନା କରିପାରୁଥିବ । ଶେଷରେ କର୍ପୋରେସନର ନିର୍ଦ୍ଦେଶିକା ରିତୁ ମାହେଶ୍ୱରୀ ଇନ୍ଦ୍ରଧନୁ ନାମରେ ମୋହର ମାରିଛନ୍ତି ।

୨୦୧୧ର ଜନଗଣନା ଅନୁଯାୟୀ ଦେଶରେ ୪ଲକ୍ଷ ୯୦ ହଜାର କିନ୍ନର ରହିଥିବା ବେଳେ କେବଳ ନୂଆଦିଲ୍ଲୀ ଏନସିଆରରେ ୩୦ରୁ ୩୫ ହଜାର କିନ୍ନର ରହୁଛନ୍ତି । ଏଣୁ ସାମାଜିକ ସ୍ତରରେ ସେମାନଙ୍କ ସମାଜର ମୂଲ୍ୟବୋଧ ବୃଦ୍ଧି କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ମାହେଶ୍ୱରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେକ୍ଟର ୫୦ ନୋଇଡା ମେଟ୍ରୋ ଷ୍ଟେସନରେ କିନ୍ନରମାନଙ୍କ ପାଇଁ ଚାକିରି ସୁଯୋଗ ମଧ୍ୟ ସୃଷ୍ଟି କରାଯିବ ।

Leave a Reply