spot_img
Home Blog Page 6819

ଆଡଭାନ୍ସ ଟଙ୍କା ନଫେରାଇବାରୁ ବଢ଼େଇଙ୍କୁ ମାରିଦେଲେ ପୋଲିସ ବାବୁ !

ବଣାଇ: ରକ୍ଷକ ସାଜିଛି ଭକ୍ଷକ । ବାରମ୍ବାର ଖାକିରେ ଲାଗୁଛି କଳଙ୍କ । କେତେବେଳେ ହତ୍ୟାର ଅଭିଯୋଗ ଆସୁଛି ତ ପୁଣି କେତେବେଳେ ଅପହରଣ ର ନିନ୍ଦା ସହୁଛି ଖାକି । ଏଇ କିଛି ଦିନ ହେବ ପୋଲିସ ବାବୁଙ୍କ ନାମରେ ଗୋଟେ ପରେ ଗୋଟେ ଅଭିଯୋଗ ଦାୟର ହେବାରେ ଲାଗିଛି । ଅପହରଣ,ଜବରଦସ୍ତିଆ ପ୍ରେମ ପରେ  ଖାକି ବିରୋଧରେ ଏବେ ହତ୍ୟା ଅଭିଯୋଗ ଆସିଛି ।

ବଣାଇରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ବାବୁ ମାରି ଦେଇଥିବା ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ବଣାଇ ବଲାଙ୍ଗ ଥାନା ଏ ଏସ୍ ଆଇ ସନ୍ତୋଷ କୁମାର ବେହେରାଙ୍କ ବିରୁଦ୍ଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ । ଜଣେ ସୁରେଶ କୁମ୍ଭାର ନାମକ ବଢ଼େଇଙ୍କୁ ଏଏସଆଇ ଜୀବନରେ ମାରିଦେଇଥିବା ଅଭିଯୋଗ ଆସିଛି । ମୃତକ ହେଉଛନ୍ତି ବଣାଇଁ ଉପଖଣ୍ଡର କେ ବଲାଙ୍ଗ ଥାନା ଅନ୍ତର୍ଗର ସୁରେଶ କୁମ୍ଭାର । ଗତ କାଲି ରାତିରେ ତାଙ୍କର ମୃତ ଦେହ ଜବତ ହୋଇଥିଲା । ଗୌରୀ ସିଧା ସଳଖ କେ ବଲାଙ୍ଗ ଥାନାର ଏ ଏସ୍ ଆଇ ସନ୍ତୋଷ କୁମାର ବେହେରା ତାଙ୍କ ସ୍ୱାମୀକୁ ମାରିଥିବା ଏକ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ସୁରେଶ କୁମ୍ଭାର ପେଶାରେ  ବଢ଼େଇ ।  ଏ ଏସ୍ ଆଇ ସନ୍ତୋଷ କୁମାର ବେହେରା ତାଙ୍କୁ ଏକ ପଲଙ୍କ ପାଇଁ ୧୧ ହଜାର ଟଙ୍କା ଦେଇଥିଲେ । କିନ୍ତୁ ପରବର୍ତ୍ତି ସମୟରେ ପୋଲିସ ବାବୁ ତାଙ୍କ ସେ ଟଙ୍କା ଫେରେଇ ଦେବା ପାଇଁ କହିଥିଲେ । ଟଙ୍କା ଫେରାଇବାରେ ବିଳମ୍ବ ହେବାରୁ ସନ୍ତୋଷ କୁମାର ତାଙ୍କ ଘରକୁ ଯାଇ ସୁରେଶଙ୍କୁ ମାରିଦେବା ପାଇଁ ଧମକ ଦେଇଥିଲେ । ଏନେଇ ଶୁକ୍ରବାର ୧୨ ତାରିଖରେ ସୁରେଶ ଥାନାକୁ ଯାଇ ଏ ଏସ୍ ଆଇଙ୍କୁ ଭେଟିବା ପରେ ଆଉ ଘରକୁ ଫେରି ନଥିଲେ ।  ସେହି ଦିନଠୁ ସୁରେଶ ନିଖୋଜ ଥିବା କୁହାଯାଇଛି ।

ଗତକାଲି ସିଲପୁଞ୍ଜି ନିକଟରୁ ସୁରେଶରଙ୍କ ମୃତ ଦେହ ଗଳିତ ଅବସ୍ଥାରେ ଉଦ୍ଧାର ପରେ ପରିବାର ଲୋକେ ଓ ଗ୍ରାମବାସୀଙ୍କ ବଲାଙ୍ଗ ଥାନା ଘେରିଛନ୍ତି । ଏଏସଆଇଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତୁରନ୍ତ ଗିରଫ କରାଯାଉ ଏବଂ କ୍ଷତିଗ୍ରସ୍ତ ପରିବାରର ଭରଣପୋଷଣ ପୋଲିସ ପକ୍ଷରୁ କରାଯାଉ ବୋଲି ଦାବି କରାଯାଇଛି । ଘଟଣାସ୍ଥଳରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବଣାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମଜବୁର୍ ରେହମାନ୍ ପ୍ରମୁଖ ପହଞ୍ଚି ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ  ।

କିନ୍ତୁ ଏଠି ପ୍ରଶ୍ନ ଉଠୁଛି ବାରମ୍ଭାର ପୋଲିସ ଉପରେ ଏଭଳି ଅଭଯୋଗ କାହିଁକି ? ଏଠି ଖାକିର ଦୋଷ ନା ଖାକି ପିନ୍ଧିଥିବା ମଣିଷ ରୁପି ରାକ୍ଷାସର ଦୋଷ ? କେତେକ ମଣିଷ ରୁପି ରାକ୍ଷସ ଖାକିର ଫାଇଦା ଉଠାଇ ଗୋଟେ ପରେ ଗୋଟେ ଅପରାଧ କରିବାରେ ଲାଗିଛନ୍ତି । ଯେଉଁ ଅପରାଧ ପାଇଁ ଆଜି ସାହାରା ଦେଉଥିବା ରକ୍ଷକ ଉପରୁ  ଭରସା ତୁଟିବାରେ ଲାଗିଛି ।

ମନା କରିଦେଲା ଆମ୍ୱୁଲାନ୍ସ: ୧୪୦ କିଲୋମିଟର ଅଟୋ ଚଳାଇ ଘରେ ପହଞ୍ଚାଇଲେ ମହିଳା

ଇମ୍ଫାଲ: ଭୟଙ୍କର ଭୂତାଣୁ କରୋନାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ କୋକୁଆ ଭୟ । ଏଭଳି ସମୟରେ ଜଣେ ସାଧାରଣ ଲୋକ ଅନ୍ୟ ଜଣେ ଅଚିହ୍ନ ଲୋକଙ୍କ ସଂସ୍ପର୍ଶକୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି । ଏଭଳି ସମୟରେ ଜଣେ ମହିଳା ଅଟୋ ଡ୍ରାଇଭର ସୁସ୍ଥ ହୋଇଥିବା କରୋନା ରୋଗୀଙ୍କୁ ନେଇ ତାଙ୍କ ଘରେ ପହଞ୍ଚାଇଛନ୍ତି । ପାଖାପାଖି ୧୪୦ କି.ମି ନିଜେ ଅଟୋ ଚଳାଇ ତାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି ।

Image

ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ଇମ୍ଫାଲ ସ୍ଥିତ ଜବହାରଲାଲ ନେହେରୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ହେଲେ ସେ ଅନ୍ୟ ଜିଲ୍ଲାର ହୋଇଥିବାରୁ ତାଙ୍କୁ ଘରକୁ ପଠାଇବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆମ୍ୱୁଲାନ୍ସ ଦିଆଯାଇନଥିଲା ।

Image

ଏଭଳି ସମୟରେ ୨ ଛୁଆର ମା’ ଏଚେ  ଲାବି ଓଇନାମ୍‌ ନାମକ ଜଣେ ମହିଳା ଅଟୋ ଚାଳକ ତାଙ୍କୁ ନେଇ ଘରକୁ ଯିବାକୁ ରାଜି ହୋଇଥିଲେ । ଦୀର୍ଘ ୮ ଘଣ୍ଟା ଅଟୋ ଚଳାଇବା ପରେ ସେ ସୁସ୍ଥ ବ୍ୟକ୍ତି ଜଣଙ୍କୁ ନେଇ ଘରେ ପହଞ୍ଚିଥିଲେ ।

ମହିଳାଙ୍କ ଏଭଳି ସହଯୋଗକୁ ସମସ୍ତେ ପ୍ରଶାଂସା କରିଛନ୍ତି । ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍ ସିଂହ ମହିଳାଙ୍କ ଏଭଳି ସାହସିକତା ଏବଂ ସହଯୋଗକୁ ପ୍ରଶଂସା କରିବା ସହ ୧.୧୦ ଲକ୍ଷ ଟଙ୍କାର ଆର୍ଥକ ପୁରସ୍କାର ପ୍ରଦାନ କରିଛନ୍ତି । ଏ ନେଇ ନିଜ ଟ୍ୱିଟ୍ ହ୍ୟାଣ୍ଡେଲ ଜରିଆରେ ସୂଚନା ଦେଇଛନ୍ତି ।

LACରେ ହିଂସାତ୍ମକ ସଂଘର୍ଷ, ଚୀନର ୫ଜଣ ସୈନିକ ନିହତ

ଦୀର୍ଘ ଦିନ ଧରି ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଗମ୍ଭୀର ହୋଇଛି । ସୋମବାର ରାତିରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଦୁଇ ଭାରତୀୟ ସେନା ଅଧିକାରୀ ଏବଂ ଦୁଇ ସୈନିକ ସହିଦ ହୋଇଛନ୍ତି । ସୋମବାର ରାତିରେ ଗାଲଭାନ ଉପତ୍ୟକା ନିକଟରେ ଏହି ଘଟଣା ଘଟିଛି, ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ସବୁକିଛି ସ୍ୱାଭାବିକ ହେବା ପରେ ଏଭଳି ପରିସ୍ଥିିତି ଦେଖା ଦେଇଥିଲା ।

କୁହାଯାଉଛି ଯେ କେବଳ ଭାରତ ନୁହେଁ ଚୀନରେ ମଧ୍ୟ କିଛି ସୈନିକ ଆହତ ହୋଇଛନ୍ତି । ଏହି ଝଗଡା ବେଳେ କୌଣସି ପ୍ରକାରର ଗୁଳି ବିନିମୟ ହୋଇ ନାହିଁ, ଅର୍ଥାତ୍ ବିନା ହତିଆରରେ ଝଗଡା ହୋଇଥିଲା । ଏହି ଝଗଡ଼ାରେ ଚିନର କିଛି ସୈନିକ ଆହତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ଅଶାନ୍ତ ସୀମାନ୍ତ: ୫୦ ବର୍ଷରେ ପ୍ରଥମ ଥର ପାଇଁ ଭାରତ-ଚୀନ ସୀମାରେ ହିଂସା !

ଭାରତୀୟ ସେନା ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ସୋମବାର ରାତିରେ ଗାଲଭାନ ଉପତ୍ୟକାରେ ଡି-ଏସ୍କାଲେସନ ପ୍ରକ୍ରିୟା ସମୟରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏହି ସମୟ ମଧ୍ୟରେ ଭାରତୀୟ ସେନାର ଜଣେ ଅଧିକାରୀ ଏବଂ ଦୁଇ ସୈନିକ ଶହୀଦ ହୋଇଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ଏମିତି ଅବସ୍ଥାରେ ଆସିଲେ ଅଙ୍କିତା…

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖେଣ୍ଡେଙ୍କ ପାଇଁ କୌଣସି ଝଟକାରୁ କମ ନଥିଲା । ଗତ କାଲି ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ପରେ ଅଙ୍କିତା ତାଙ୍କ ପରିବାର ଲୋକଙ୍କ ଦେଖା କରିବା ପାଇଁ ସୁଶାନ୍ତଙ୍କ ବାନ୍ଦ୍ରା ଫ୍ଲାଟରେ ପହଞ୍ଚିଥିଲେ । ଯେଉଁଠାରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ ।

ଅଙ୍କିତା ଲୋଖେଣ୍ଡେଙ୍କ ଚେହେରାରେ ସୁଶାନ୍ତଙ୍କ ପରଲୋକର ଦୁଃଖ ଦେଖିବାକୁ ମିଳିଥିଲା ।

ଅଙ୍କିତାଙ୍କ ସହ ତାଙ୍କର ଓ ସୁଶାନ୍ତଙ୍କର ଜଣେ କମନ୍ ଫ୍ରେଣ୍ଡ ସନ୍ଦିପ ସିଂହ ମଧ୍ୟ ନଜର ଆସିଥିଲେ ।

ଅଙ୍କିତା ଅନେକ ଦୁଃଖିତ ଥିଲେ । ଅଙ୍କିତା ମାସ୍କ ଓ ଗ୍ଲୋବ୍ସ ପିନ୍ଧିଥିଲେ ।

ଅଙ୍କିତା ସୁଶାନ୍ତଙ୍କ ନିଧନ ଖବର ଶୁଣି ମାନସିକ ସ୍ତରରେ ଭାଙ୍ଗିପଡିଥିଲେ । ତାଙ୍କୁ ଫୋନ୍ ମାଧ୍ୟମରେ ଏହି ଖବର କୌଣସି ବନ୍ଧୁ ଦେଇଥିଲେ । ଫୋନ୍ ରିସିଭ୍ କରିବା ପରେ ଅଙ୍କିତାଙ୍କ ମୁହଁରୁ ପଦେ କଥା ବାହାରିଥିଲା..ଏମିତି କେବେ ହେଇ ନଥିବ । ଏହା ପରେ ସେ ଫୋନ୍ ରଖିଦେଇଥିଲେ  ।

ପ୍ରବାସୀଙ୍କ ପାଇଁ ରାଜ୍ୟ ସରକାର ସୃଷ୍ଟି କରୁଛନ୍ତି କର୍ମନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ପ୍ରବାସୀଙ୍କୁ ଦିଆଯିବ ଦକ୍ଷତା ବିକାଶ ପ୍ରଶିକ୍ଷଣ । ସେମାନଙ୍କ ପାଇଁ ରାଜ୍ୟ ସରକାର କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି । କରୋନା ପାଇଁ ଲକଡାଉନ୍ ଆଉ ଲକଡାଉନ ପାଇଁ ସବୁ ପ୍ରକାର କାର୍ଯ୍ୟ ବନ୍ଦ ଏବଂ ଏଥିପାଇଁ ପେଟପୋଷିବାର ବାଟ ବି ବନ୍ଦ ହୋଇଯାଇଛି । ଏଭଳି ସ୍ଥିତିରେ ଘରମୁହାଁ ହୋଇଛନ୍ତି ପ୍ରବାସୀ । ଆଉ ସେମାନଙ୍କର ଏକମାତ୍ର ସାହାରା ହୋଇଛନ୍ତି ରାଜ୍ୟ ସରକାର । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କୁ  ନିଜ ଘରକୁ ଫେରାଇ ଆଣିଛନ୍ତି ସରକାର । ଏବେ ସେମାନେ ନିଜ ରାଜ୍ୟରେ ଅଛନ୍ତି ତ ସତ କିନ୍ତୁ ଏଭଳି ସ୍ଥିତିରେ ସେମାନଙ୍କ କାମ ବନ୍ଦ ହୋଇଯାଇଥିବାକୁ ସେମାନଙ୍କୁ ସହଯୋଗର ହାତ ବଢାଇବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର ।

ବାହାର ରାଜ୍ୟରୁ ଫେରିଥିବା ଓଡ଼ିଆ ଶ୍ରମିକମାନେ ଆଉ ଯେପରି ସେଠାକୁ ନଯିବେ, ସେନେଇ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ଫେରିଥିବା ଶ୍ରମିକମାନଙ୍କ ଦକ୍ଷତା ବିକାଶ ପାଇଁ ଆଇଟିଆଇ, ପଲିଟେକନିକ୍‌ ଓ ଅନ୍ୟ ଅନୁଷ୍ଠାନରେ ଟ୍ରେନିଂ ଦିଆଯିବ । ଏହାଦ୍ଵାରା ସେମାନେ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ।

ଅଶାନ୍ତ ସୀମାନ୍ତ: ୫୦ ବର୍ଷରେ ପ୍ରଥମ ଥର ପାଇଁ ଭାରତ-ଚୀନ ସୀମାରେ ହିଂସା !

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବୃଦ୍ଧି ପାଇଛି । ଗଲବାନ ଘାଟିରେ ସୋମବାର ରାତିରେ ଭାରତୀୟ ସୈନିକ ଓ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତୀୟ ସେନାର ତିନି ଜଣ ସୈନିକ ସହିଦ ହୋଇଛନ୍ତି । ୭୦ ଦଶକ ପରେ ପ୍ରଥମ ଥର ପାଇଁ ଏଲଏସି ବା ବାସ୍ତବିକ୍ ନିୟନ୍ତ୍ରଣ ରେଖାରେ ପ୍ରଥମ ଥର ପାଇଁ ଭାରତୀୟ ଯବାନ ସହିଦ ହୋଇଛନ୍ତି ।

୧୯୬୨ ମସିହାରେ ଭାରତ ଓ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧ ପରେ ଅର୍ଥାତ ୭୦ ଦଶକ ପରବର୍ତ୍ତି ସମୟରେ ଏଲଏସିରେ ଉତ୍ତେଜନାର ଖବର ମଝିରେ ମଝିରେ ଆସୁଥିଲା କିନ୍ତୁ କେବେ ମଧ୍ୟ ଉଭୟ ପଟୁ ହିଂସା ହୋଇନଥିଲା । ପ୍ରାୟ ୫୦ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ଏଭଳି ସଂଘର୍ଷ ହୋଇଛି ଯେଉଁଥିରେ ଭାରତକୁ ୩ ଜଣ ସୈନିକ ହରାଇବାକୁ ପଡିଛି ।

ଉଲ୍ଲେଖନୀୟ ଯେ, ଗତ କିଛି ଦିନ ଧରି ଭାରତ ଓ ଚୀନ ସୀମାରେ ବିବାଦ ଜାରି ରହିଛି । ଆଲୋଚନା ଜରିଆରେ ବିବାଦର ସମାଧାନ ପାଇଁ ଚୀନ୍ ବାରମ୍ବାର କହି ଆସୁଛି । କିନ୍ତୁ ଚୀନ୍ ଭାରତୀୟ ସୀମା ଭିତରୁ ପଛକୁ ହଟୁ ନାହିଁ । ସୋମବାର ଦିନ ଚୀନ୍ ଭାରତୀୟ ସୀମା ଭିତରୁ ପଛକୁ ହଟିବାକୁ ରାଜି ହୋଇଥିଲା । କିନ୍ତୁ ଆଲୋଚନା ପରେ ଚୀନ୍ ସୈନିକ ପଛକୁ ଫେରିବାକୁ ମନା କରିଦେଇଥିଲେ ।

ଉଲ୍ଲେଖନୀୟ ଯେ, ଗତ କିଛିଦିନ ଧରି ଭାରତ-ଚୀନ୍ ସୀମାରେ ଦୁଇ ଦେଶର ସୈନିକ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ନିକଟରେ ଚୀନ୍ ସେନା ଗଲବାନ ଘାଟିରୁ ପଏଣ୍ଟ୍ ୧୪,୧୫ ଓ ୧୭ରୁ ପଛକୁ ଫେରିବ ବୋଲି ନିଷ୍ପତ୍ତି ହୋଇଥିଲା । ଚୀନ୍ ସୈନିକ ଧିରେ ଧିରେ ପଛକୁ ଫେରୁଥିଲେ ମଧ୍ୟ । କିନ୍ତୁ ସମ୍ପୂର୍ଣ୍ଣ ଭାବେ ପଛକୁ ଫେରିନଥିଲେ ।

ଚୀନ୍ ସୈନିକ ପଛକୁ ନଫେରିବାରୁ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଯେଉଁଥିରେ  ଭାରତର ତିନ ଜଣ ଯବାନ ସହିଦ ହୋଇଛନ୍ତି । କିନ୍ତୁ ଚୀନ୍ ଭାରତ ବିରୋଧରେ ପାଲଟା ଅଭିଯୋଗ ଆଣୁଛି ଯେ, ଭାରତୀୟ ସୈନିକଙ୍କ ପାଇଁ ହିଂସା ହୋଇଛି ଓ ହିଂସାରେ ଚୀନ୍ ସୈନିକ ପ୍ରାଣ ହରାଇଛନ୍ତି । ତେବେ କେତେଜଣ ଚୀନ ସୈନିକ ପ୍ରାଣ ହରାଇଛନ୍ତି ସେନେଇ ବେଜିଂ ପକ୍ଷରୁ କିଛି ମଧ୍ୟ କୁହାଯାଇନାହିଁ ।

 

କଂଗ୍ରେସ ଭବନ ଗଣ୍ଡଗୋଳ ପ୍ରସଙ୍ଗରେ ମୁହଁ ଖୋଲିଲେ ସୁର ରାଉତରାୟ

ଭୁବନେଶ୍ୱର: କଂଗ୍ରେସ ଭବନ ଗଣ୍ଡଗୋଳ ପ୍ରସଙ୍ଗରେ ଦଳର ବିଧାୟକ ସୁରେଶ କୁମାର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଶୃଙ୍ଖଳାକାରୀଙ୍କୁ ଦଳରୁ ଶୀଘ୍ର ବିଦା କରାଯିବ ବୋଲି ସୁରେଶ କହିଛନ୍ତି। ସୂଚନା ଥାଉକି, କଂଗ୍ରେସର ନୂଆ ପ୍ୟାନେଲିଷ୍ଟ ତାଲିକା ନେଇ ଗଲା ସପ୍ତାହରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଦଳର ଅସନ୍ତୁଷ୍ଟ କର୍ମୀ କଂଗ୍ରେସ ଭବନରେ ପିସିସି ସଭାପତିଙ୍କ ପୋଷ୍ଟର ଓ କୁଶପୁତ୍ତଳିକା ଜାଳି ପ୍ରତିବାଦ କରିଥିଲେ । ତେବେ ଶୀଘ୍ର ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିରୋଧ କରିଛି ଛାତ୍ର କଂଗ୍ରେସ  । ଜୁନ ୧୨ ସଂଧ୍ୟାରେ ଦଳରୁ ନିଲମ୍ବିତ ହୋଇଥିବା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ସମର୍ଥକଙ୍କ ସହ ପିସିସି ସଭାପତିଙ୍କ ପୋଷ୍ଟର ଜାଳିବା ,ସହ ଜୋରଦାର ପ୍ରତିବାଦ କରିଥିଲେ । ଏବଂ ସେ ଅଭିଯୋଗ କରିଥିଲେ ଯେ,  ପିସିସି ସଭାପତି ଗୁଣ୍ଡା ଲଗାଇ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କୁ ମାଡ଼ ମାରିଛନ୍ତି । ଏନେଇ ସେ ଖାରବେଳ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ସୂଚନା ଥାଉକି, କଂଗ୍ରେସର ନୂଆ ପ୍ୟାନେଲିଷ୍ଟ ତାଲିକାକୁ ନେଇ ଗଲା ୭ ଦିନ ଧରି ଦଳରେ ଅସନ୍ତୋଷ ଦେଖାଦେଇଛି ।

୩୦ ଜୁନ୍ ପର୍ଯ୍ୟନ୍ତ ଦିନକୁ ୧୬ଘଣ୍ଟା ସଟଡାଉନ୍

ଭୁବନେଶ୍ୱର: କରୋନା ପାଇଁ ଖୋର୍ଦ୍ଧା ସଟ୍‌ଡାଉନ୍‌ । ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ଛାଡ଼ି ଖୋର୍ଦ୍ଧା ଜିଲ୍ଲାର ସବୁ ଅଞ୍ଚଳ ଦିନକୁ ୧୬ ଘଣ୍ଟା ସଟ୍‌ଡାଉନ୍‌ ରହିବ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଅପରାହ୍ନ ୨ଟାରୁ ପରଦିନ ସକାଳ ୬ଟା ଯାଏଁ ଏହି ସଟ୍‌ଡାଉନ୍‌ କାର୍ଯ୍ୟକାରୀ ହେବ ।

ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଲୋକମାନେ ସାମାଜିକ ଦୂରତା ନିୟମ ପାଳନ କରୁନାହାନ୍ତି । ତେଣୁ କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ଛାଡ଼ି ଖୋର୍ଦ୍ଧା ଜିଲ୍ଲା ଜୁନ୍‌ ୩୦ ପର୍ଯ୍ୟନ୍ତ ଅପରାହ୍ନ ୨ଟାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ଦିନକୁ ୧୬ ଘଣ୍ଟା ବନ୍ଦ ରହିବ । ଔଷଧ ଦୋକାନ, ପେଟ୍ରୋଲ୍‌ ପମ୍ପ ଓ ଜରୁରୀସେବାକୁ ଛାଡ଼ି ଅନ୍ୟ ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି ।

ଏଲଏସି ହିଂସା: ଚୀନର ଅଭିଯୋଗ,ଭାରତୀୟ ସେନା ଆମ ସୈନିକଙ୍କୁ ହତ୍ୟା କରିଛି

ନୂଆଦିଲ୍ଲୀ: ଭାରତ-ଚୀନ ବାସ୍ତବିକ ନିୟନ୍ତ୍ରଣରେଖାରେ ସୋମବାର ରାତିରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତୀୟ ସେନାର ଜଣେ ଅଧିକାରୀ ଓ ଦୁଇ ଜଣ ସୈନିକ ସହିଦ ହୋଇଛନ୍ତ । ଏଣେ ଚୀନ ଭାରତ ବିରୋଧରେ ପାଲଟା ଅଭିଯୋଗ ଆଣିଛି । ଚୀନର ଅଭିଯୋଗ ଯେ, ଭାରତୀୟ ସୈନିକ ସୀମା ଉଲ୍ଲଂଘନ କରି ଚୀନ୍ ସୈନିକଙ୍କ ଉପରେ ଆକ୍ରମଣ କରିଥିଲେ ।

ଚୀନର  ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସୈନିକ ଦୁଇଥର ଅବୈଧ ଭାବେ ଚୀନ ସୀମା ମଧ୍ୟକୁ ପ୍ରବେଶ କରିଥିଲେ । ଏହି ସମୟରେ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା । ସେ କହିଛନ୍ତି ଯେ, ଏହା ଦ୍ୱାରା ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ବାର୍ତ୍ତା ପ୍ରଭାବିତ ହେବ । ସୀମା ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଚୀନ୍ ବୈଦେଶିକ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ଚୀନ ବୈଦେଶିକ ମନ୍ତ୍ରୀଙ୍କ ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ବୟାନ ଅନୁସାରେ ସଂଘର୍ଷକୁ ନେଇ ବେଜିଂ ଭାରତ ସାମ୍ନାରେ ଆପତ୍ତି ରଖିଛି । ଭାରତୀୟ ସେନା ଦ୍ୱାରା ସୀମା ଉଲ୍ଲଂଘନ କିମ୍ବା ଏକପାଖିଆ କାର୍ଯ୍ୟାନୁଷ୍ଠାନ ଉପରେ କଠୋରତାର ସହ ପ୍ରତିବନ୍ଧକ ଲାଗୁ କରିବା ପାଇଁ ସେ ଦାବି କରିଛନ୍ତି ।

ଉଲ୍ଲେଖନୀୟ ଯେ, ଗତ କିଛିଦିନ ଧରି ଭାରତ-ଚୀନ୍ ସୀମାରେ ଦୁଇ ଦେଶର ସୈନିକ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ନିକଟରେ ଚୀନ୍ ସେନା ଗଲବାନ ଘାଟିରୁ ପଏଣ୍ଟ୍ ୧୪,୧୫ ଓ ୧୭ରୁ ପଛକୁ ଫେରିବ ବୋଲି ନିଷ୍ପତ୍ତି ହୋଇଥିଲା । ଚୀନ୍ ସୈନିକ ଧିରେ ଧିରେ ପଛକୁ ଫେରୁଥିଲେ ମଧ୍ୟ । କିନ୍ତୁ ସମ୍ପୂର୍ଣ୍ଣ ଭାବେ ପଛକୁ ଫେରିନଥିଲେ ।

ଚୀନ୍ ସେନା ସମ୍ପୂର୍ଣ୍ଣ ଭାବେ ପଛକୁ ଫେରିବ ବୋଲି ଗତକାଲି ନିଷ୍ପତ୍ତି ନିଆଯାଇଥିଲା । ବୁଝାମଣା ପରେ ଚୀନ୍ ସେନା ଯେତେବେଳେ ପଛକୁ ଫେରିବାକୁ ମନା କରିଦେଲା ସେତେବେଳେ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା । ସଂଘର୍ଷରେ ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ ଓ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ଚୀନ ପଟୁ କୌଣସି ସୈନିକଙ୍କ ହତାହତ ସମ୍ପର୍କିତ ସୂଚନା ମିଳିନାହିଁ ।

 

କିଲୋମିଟର ପିଛା ବଢିଲା ବସ୍ ଭଡ଼ା,୬୭ ପଇସାରୁ ବଢ଼ି ହେଲା ୭୦ ପଇସା

ଭୁବନେଶ୍ୱର: ପୁଣି ବଢ଼ିଲା ବସ୍ ଭଡ଼ା କରୋନା ପାଇଁ ଲକଡାଉନ କରାଣରୁ ବସ୍ ଚଳାଚଳା ଦୂର୍ଘ ୨ମାସ ପର୍ଯ୍ୟନ୍ତ ବନ୍ଦ ଥିଲା  ଲକଡାଉନ ପରେ ପରେ ଅନଲକ .୦ରେ ଗାଇଡଲାଇନକୁ ପାଳନ କରି ବସ୍ ଚାଳାଇବାକୁ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ ବସ ମାଲିକ ସଂଘ ଅସନ୍ତୋଷ ହେବା ସହ ବସ ଚଳାଚଳ ନେଇ ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଥିଲା ବସରେ କମ ଯାତ୍ରୀ ଯାତ୍ରା କଲେ ବସ ଭଡ଼ା ମାଲିକଙ୍କୁ ପୋଷେଇବ ନାହିଁ ବୋଲି ସେମାନେ କହିଥିଲେ ।  

ସାଧାରଣ ବସ୍ଭଡ଼ା କିଲୋମିଟର ପିଛା ୬୭ ପଇସାରୁ ବଢ଼ି ୭୦ ପଇସା ହୋଇଛି ଏକ୍ସପ୍ରେସ ବସ୍ଭଡା ୭୦ ପଇସାରୁ ବଢ଼ି ୭୩ ପଇସା ହୋଇଛି ସେହିପରି ଡିଲକ୍ସ ବସ୍ଭଡା ୯୫ ପଇସାରୁ ବଢ଼ି ହୋଇଛି ଟଙ୍କା ପଇସା। ଏସି ଡିଲକ୍ସ ବସ୍ଭଡା ୧ଟଙ୍କା ୧୭ରୁ ବଢ଼ି ଟଙ୍କା ୨୩ ପଇସା ହୋଇଛି ଅଟୋମେଟିକ୍ମେକାନିଜମ୍ବ୍ୟବସ୍ଥାରେ ବସଭଡ଼ା ବଢିଥିବା ଘରୋଇ ବସ୍ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି