ପ୍ରଥମ କରୋନା ଟିକା ତିଆରି କରିବାରେ ହେଲା ସଫଳ !

Russian university successfully completes human trials of Covid-19 vaccine

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାଭାଇରସ୍ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛିତେବେ ମହାମାରୀର ମୁକାବିଲା ପାଇଁ ବୈଜ୍ଞାନିକମାନେ ମଧ୍ୟ ଟିକା ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ବିଶ୍ୱରେ ଏକ ଡର୍ଜନରୁ ଅଧିକ ଟିକା ଟ୍ରାୟଲ ଷ୍ଟେଜ୍ ତଥା ପରୀକ୍ଷା ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଋଷିଆରୁ ଏକ ବଡ଼ ଓ ଭଲ ଖବର ଆସିଛି । ପ୍ରଥମ ଦେଶ ଭାବେ ଋଷିଆ କୋଭିଡ ଟୀକାର ମାନବ ପରୀକ୍ଷଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ସହ ସଫଳ ହୋଇଥିବା ଦାବି କରିଛି । ଏଠାରେ ଏକ ବିଶ୍ୱବିଦ୍ୟାଳୟରେ କରୋନାଭାଇରସ୍ ଟିକା ପରୀକ୍ଷା ସଫଳତାର ସହିତ ସମାପ୍ତ ହୋଇଛି । ଋଷିଆର ମସ୍କୋ ସ୍ଥିତ ସେଚେନୋଭ ମେଡିକାଲ ବିଶ୍ୱବିଦ୍ୟାଳୟରେ କରୋନା ଟୀକାର ପ୍ରଥମ କ୍ଲିନିକାଲ ଟ୍ରାଏଲ ସଫଳତାର ସହ ଶେଷ କରିଥିବା ଦାବି କରିଛି ।

 

ମସ୍କୋରୁ ଆସିଥିବା ଏ ଖବର ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଇଛି । ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଲେସନାଲ ମେଡିସିନ୍ ଆଣ୍ଡ ବାୟୋଟେକନୋଲୋଜି ପକ୍ଷରୁ ଏହି ଦାବି କରାଯାଉଛି । ଏହି ଟୀକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ମଧ୍ୟ ବିଶେଷଜ୍ଞ କହିଛନ୍ତି । ଜୁନ ମାସ ୧୮ ତାରିଖରେ ମସ୍କୋରେ ଏହି ଟିକାର ପ୍ରଥମ କ୍ଲିନିକାଲ ଟେଷ୍ଟ ଆରମ୍ଭ ହୋଇଥିଲା । ଏକ ସ୍ୱେଚ୍ଛାସେବୀ ଗୋଷ୍ଠୀ ଉପରେ ଏହାର ପ୍ରୟୋଗ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଟୀକା ପ୍ରୟୋଗ କାରଯାଇଥିବା ବ୍ୟକ୍ତି ଆସନ୍ତା ୧୫ ତାରିଖ ଓ ଜୁଲାଇ ୨୦ ସୁଦ୍ଧା ଟିକା ନେଇଥିବା ସମସ୍ତଙ୍କୁ ଡିସଚାର୍ଜ କରାଯିବ ବୋଲି କୁହାଯାଉଛି । ବିଶ୍ୱରେ ପ୍ରାୟ ୧୦୦ ଟୀକା ଉପରେ ଗବେଷଣା ଚାଲିଛି । ଏଯାଏ କରୋନାର ନିର୍ଦ୍ଧିଷ୍ଟ କୌଣସି ଭ୍ୟାକ୍ସିନ୍ ବାହାରିନାହିଁ ।

 

ପରବର୍ତ୍ତୀ ସମୟରେ, ଏହି ପ୍ରଥମ କରୋନା ଟିକା ପରୀକ୍ଷା ଏକ ମାସରୁ କମ୍ ସମୟ ମଧ୍ୟରେ ସମାପ୍ତ ହୋଇଛି । ସେଚେନୋଭ ବିଶ୍ୱବିଦ୍ୟାଳୟର ପାରାସିଟୋଲୋଜି ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଆଲେକ୍ସଜେଣ୍ଡର ଲୁକାଶେଭ କହିଛନ୍ତି ଯେ, ଏହି ଟିକା ସମ୍ପୂର୍ଣ୍ଣ ନିରାପତ୍ତ । ଟିକାର ପରବର୍ତ୍ତୀ ବିକାଶ ମଧ୍ୟ ଆରମ୍ଭ ହୋଇଛିବର୍ତ୍ତମାନ ଦେଶରେ ମହାମାରୀର ପରିସ୍ଥିତି ଏବଂ ଉତ୍ପାଦନ ବୃଦ୍ଧି ଉପରେ ବିଚାର କରାଯାଉଛି । ସୂଚନାଯୋଗ୍ୟ ଯେ, ଏଯାଏଁ ବିଶ୍ୱରେ ଏକ ଡର୍ଜରୁ ଅଧିକ କରୋନା ଟୀକାର କ୍ଲିନିକାଲ୍ ଟେଷ୍ଟ ଶେଷ ହୋଇଛିଏହି ଟିକାଗୁଡ଼ିକ ମଧ୍ୟରୁ ଅଧିକାଂଶ ଆମେରିକାରେ ପରୀକ୍ଷା କରାଯାଉଛି। ଏହା ବ୍ୟତୀତ ଭାରତରେ ଚାରୋଟି ଟିକା ମଧ୍ୟ ମାନବ ପରୀକ୍ଷଣ ପର୍ଯ୍ୟାୟରେ ରହିଛି । ଏଥିମଧ୍ୟରୁ ଗୋଟିଏ ହେଉଛି ଭାରତ ବାୟୋଟେକର କୋଭାକ୍ସିନ ହୋଇଥିବାବେଳେ ଅନ୍ୟ ଏକ ଟିକା ଜାୟଡସ କୈଡିଲା କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଏହା ବ୍ୟତୀତ ଅନ୍ୟ ଦୁଇଟି ଭାରତୀୟ କମ୍ପାନୀଙ୍କ କ୍ଲିନିକାଲ୍ ଟ୍ରାଏଲ ଚାଲିଛି । ତଥାପି, ଏଭଳି ଟୀକା ପରୀକ୍ଷା କରିବା ସତ୍ତ୍ୱେ, ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ୨୦୨୧ ମସିହା ସୁଦ୍ଧା କରୋନା ଟୀକା ଆସିବା ନେଇ ପୂର୍ବାନୁମାନ କରିଛନ୍ତି

Leave a Reply