ଦିନକରେ ସର୍ବାଧିକ ଛୁଇଁଲା କରୋନା ସୁସ୍ଥତା ହାର, ଭୟ ଭିତରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି

ଭୁବନେଶ୍ୱର: ସଂକ୍ରମଣର ଭୟ ଭିତରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଉଛି ସୁସ୍ଥତା ହାର । ପ୍ରତିଦିନ ଶହଶହ ସଂଖ୍ୟାରେ କରୋନା ରୋଗୀ ସୁସ୍ଥ ହେଉଥିବା ବେଳେ ଆଜି ୫୦୫ ଜଣ ସୁସ୍ଥ ହୋଇଛନ୍ତି  । ସୋମବାର ଏଥିମଧ୍ୟରେ ସୁସ୍ଥତା ହାର ସର୍ବାଧିକ ହୋଇଛି । ୨୦ଟି ଜିଲ୍ଲାରୁ ୫୦୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି  ।

ଏମାନଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାରଧିକ ୨୪୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀରୁ ୧୧, ଗଜପତିରୁ ୧୦, ନବରଙ୍ଗପୁରରୁ ୯, ଯାଜପୁରରୁ ଏବଂ ନୟାଗଡ଼ରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ଜଗତସିଂହପୁରରୁ ୭, ଭଦ୍ରକ ଏବଂ ଢ଼େଙ୍କାନାଳରୁ ୬ ଜଣ ଲେଖାଏଁ ଏବଂ ଅନୁଗୁଳରୁ ୫ ରୋଗୀ ସୁସ୍ଥ ହୋଇଛନ୍ତି । କନ୍ଦମାଳ, କେନ୍ଦ୍ରାପଡ଼ା, କୋରାପୁଟରୁ ୪ଜଣ, ବରଗଡ଼ରୁ ୩, କେନ୍ଦୁଝରରୁ ୨, ଝାରସୁଗୁଡ଼ା ଏବଂ ରାଗଡ଼ାରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୯ ହଜାର ୨ଶହ ୨୫ ଜଣେ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ସୋମବାର ରାଜ୍ୟରେ ୬୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୫ ଜଣ ଓ ଲୋକାଲ୍ କେସ୍ ୨୦୧ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୩୭୩୭କୁ ବୃଦ୍ଧି ପାଇଛି ।

Leave a Reply