spot_img
Home Blog Page 6820

ଚୀନ: ଡିସେମ୍ବର ସୁଦ୍ଧା ବଜାରରେ ଉପଲବ୍ଧ ହେବ ଭ୍ୟାକସିନ

ଋଷିଆ ପରେ ଏବେ ଚୀନ କରୋନା ଭ୍ୟାକସିନକୁ ନେଇ ଖୁସି ଖବର ଦେଇଛି । ଏକ ଗଣମାଧ୍ୟମର ଖବର ଅନୁସାରେ ଔଷଧ କମ୍ପାନୀ ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଭ୍ୟାକସିନ ସାଧାରଣ ଲୋକଙ୍କ ପାଇଁ ବଜାରରେ ଡିସେମ୍ବର ଶେଷ ବେଳକୁ ଆସିଯିବ । ଦୁଇଟି ଟୀକାର ମୂଲ୍ୟ ପ୍ରାୟ ୧୦,୭୮୦ ଟଙ୍କାରୁ କମ ରହିବ ବୋଲି କୁହାଯାଉଛି । ତେବେ ଏହା ସହିତ ବଜାରକୁ ଏହି ଔଷଧ ଆସିବା ମାତ୍ରେ ଏହାର ମୂଲ୍ୟ କମ ହୋଇଯିବ ବୋଲି କୁହାଯାଉଛି ।

ଚୀନର ରାଷ୍ଟ୍ରୀୟ ଫାର୍ମାସ୍ୟୁଟିକାଲ ଗ୍ରୁପର ଚେୟାରମ୍ୟାନ ଲ୍ୟୁ ଜିଙ୍ଗଜେନଙ୍କ କହିବା ଅନୁସାରେ ତୃତୀୟ ପର‌୍ୟ୍ୟାୟର କ୍ଲିନିକାଲ ପରୀକ୍ଷଣ ପୂରା ହେବା ପରେ ଏହାର ମାର୍କେଟିଙ୍ଗ ସମୀକ୍ଷା କରାଯିବ । ତେବେ ଦୁଇଟି ଟୀକାର ମୂଲ୍ୟ ୧୦,୭୮୦ରୁ କମ ହେବ ବୋଲି ଲ୍ୟୁ ଜିଙ୍ଗଜେନ କହିଛନ୍ତି । ତେବେ ସହରରେ ରହୁଥିବା ଛାତ୍ର ଏବଂ ଅନ୍ୟ ଲୋକ ମାନଙ୍କ ପାଇଁ ଏହି ଔଷଧର ଆବଶ୍ୟକତା ଯେତିକି ପରିମାଣର ରହିଛି ଗ୍ରମାଞ୍ଚଳରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ସେତେ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ବିଜିଂ ଏବଂ ବୁହାନରେ ଦୁଇଟି ଭିନ୍ନ ଭିନ୍ନ ଭ୍ୟାକସିନ ପ୍ରସ୍ତୁତ କରାଯାଉଛି । ତୃତୀୟ ପର‌୍ୟ୍ୟାୟ ପାଇଁ ଏହି ଭ୍ୟାକସିନକୁ ଜୁନ ମାସରେ ୟୁଏଇ ପଠାଇ ଦିଆଯାଇଛି । ଲ୍ୟୁ ନିଜେ ଏହାର ଦୁଇଟି ଟୀକା ନେଇଛନ୍ତି ଏବଂ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇନାହିଁ ବୋଲି କହିଛନ୍ତି ଲ୍ୟୁ । ଏହା ପୂର୍ବରୁ ସିନୋଫାର୍ମ କମ୍ପାନୀ ଦାବି କରିଥିଲାଯେ ଇମ୍ୟୁନ ରେସପନ୍ସରେ ତା ଭ୍ୟାକସିନ ପ୍ରାୟ ସଫଳ ହୋଇଛି । ଖବର ଅନୁସାରେ ଏବେ ରେଗ୍ୟୁଲେଟରୀ ଅନୁମତି ପାଇଁ ଏହାକୁ ପରୀକ୍ଷଣ କରାଯିବ ।

ରୋହିତଙ୍କୁ ମିଳିବ ସର୍ବଶ୍ରେଷ୍ଠ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର, ଏମାନଙ୍କ ନାମ ମଧ୍ୟ ତାଲିକାରେ ରହିଛି

ନୂଆଦିଲ୍ଲୀ: କ୍ରୀଡା ଜଗତର ସର୍ବାଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇବେ ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା । ରୋହିତ ଶର୍ମା ଏହି ପୁରସ୍କାର ପାଇବାରେ ଚତୁର୍ଥ କ୍ରିକେଟର ହେବେ । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲି ଏହି ସମ୍ମାନ ପାଇଛନ୍ତି । ଜାତୀୟ ଖେଳ ପୁରସ୍କାର କମିଟି ଆଜି ତାଙ୍କ ନାଁ ସୁପାରିଶ କରିଛି । ରୋହିତଙ୍କ ସହ ଆଉ ୩ଜଣ ଖେଳାଳିଙ୍କ ନାଁ ଏହି ପୁରସ୍କାର ସୁପାରିସ ତାଲିକାରେ ରହିଛି ।

ଏସିଆନ ଗେମ୍ସର ଗୋଲ୍ଡ ୱିନର ରେସଲର ଭିନେଶ ଫୋଗାଟ, ଟେବଲ ଟେନିସ ଚାମ୍ପିଅନ ମାନିକା ବତ୍ରା ଓ ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ମାରିପ୍ପାନ ତାଙ୍ଗଭେଲୁଙ୍କ ନାଁ ସୁପାରିଶ ହୋଇଛି । ଚଳିତ ବର୍ଷ ଏକାଥରକେ ୪ଜଣଙ୍କୁ ମିଳିବ ଏହି ସମ୍ମାନ ଜନକ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର । ସଚ୍ଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଦୋନୀ ଓ ବିରାଟ କୋହଲିଙ୍କ ପରେ ଚତୁର୍ଥ କ୍ରିକେଟର ଭାବେ ଏହି ସମ୍ମାନ ପାଇବେ ରୋହିତ ଶର୍ମା ।

୨୦୧୯ ବିଶ୍ୱକପରେ ରୋହିତ ୬୪୮ ରନ୍ ସଂଗ୍ରହ କରିଥିଲେ । ଏଥି ସହିତ, ବିନେଶ ହେଉଛନ୍ତି ଏକମାତ୍ର ଭାରତୀୟ ମହିଳା କୁସ୍ତି ଯିଏ ଟୋକିଓ ଅଲିମ୍ପିକ୍ ୨୦୨୧ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ୨୦୧୯ ବିଶ୍ୱ ରେସଲିଂ ଚାମ୍ପିଅନସିପ୍ ରେ ବିନେଶ ଏକ ରୌପ୍ୟ ପଦକ ଜିତିଛନ୍ତି । ମହିଳା ଟେବୁଲ୍ ଟେନିସ୍ ଖେଳାଳି ମାଣିକା ବତ୍ରା ୨୦୧୮ ଗୋଲ୍ଡ କୋଷ୍ଟ କମନୱେଲଥ ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ବ୍ୟତୀତ ସେ ୨୦୧୮ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେହିପରି ପାରାଲିମ୍ପିକ୍ ଖେଳାଳି ମାରିଆପ୍ପାନ୍ ଆସନ୍ତା ବର୍ଷର ଟୋକିଓ ପାରାଲିମ୍ପିକ୍ ଗେମ୍ସ ପାଇଁ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତି ଯୋଗ୍ୟତା ଅର୍ଜନ କରିଛନ୍ତି ।

ଏହି କମିଟି ଖେଳ ରତ୍ନ ବ୍ୟତୀତ ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଅର୍ଜୁନ ପୁରସ୍କାର, ଧନଚାନ୍ଦ ପୁରସ୍କାର ଏବଂ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ଏବଂ ମୌଲାନା ଅବୁଲ କଲାମ ଆଜାଦ ଟ୍ରଫିର ନାମ ମଧ୍ୟ ଘୋଷଣା କରିବ । ଭାରତର ରାଷ୍ଟ୍ରପତି ପ୍ରତିବର୍ଷ ୨୯ ଅଗଷ୍ଟରେ ରାଷ୍ଟ୍ରିୟ ଭବନରେ ଏହି ପୁରସ୍କାର ପ୍ରଦାନ କରନ୍ତି ।

ଆଇପିଏଲ୍ ୨୦୨୦ ପାଇଁ ଟାଇଟଲ ସ୍ପନସର ହେଲା ଡ୍ରିମ-୧୧, ୨୨୨ କୋଟିରେ କିଣିଲା ସ୍ପନସର

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୦ ପାଇଁ ଚାଇନାର କମ୍ପାନୀ VIVO ସ୍ଥାନରେ ନୂଆ ସ୍ପନସର ଘୋଷଣା ହୋଇଛି । ଫଟାଫଟ ରୋମାଞ୍ଚ ଆଇପିଏଲକୁ ସ୍ପନସର କରିବ ଡ୍ରିମ-୧୧ । ଆଇପିଏଲ ୨୦୨୦ ପାଇଁ ଚୀନ କମ୍ପାନୀ ଭିଭୋ ସ୍ଥାନରେ ନୂଆ ଟାଇଟଲ ପ୍ରାୟୋଜକ ଘୋଷଣା ହୋଇଛି  । ୟୁଏଇରେ ହେବାକୁ ଥିବା ଚଲିତ ସିଜନ ୧୩ ପାଇଁ ଡ୍ରିମ-୧୧ର ନାଁ ଘୋଷଣା କରିଛି ବିସିସିଆଇ  । ୨୫୦ କୋଟି ଟଙ୍କାରେ ଡ୍ରିମ ୧୧ ଚଳିତ ବର୍ଷର ଆଇପିଏଲ ଟାଇଟଲ ପ୍ରାୟୋଜକ ଅଧିକାର ହାତେଇଛି  । ଏହି ବିଡ ଭିଭୋର ବାର୍ଷିକ ୪୪୦ କୋଟି ଟଙ୍କାଠାରୁ ୧୯୦ କୋଟି କମ  ।

ଅନଏକାଡେମୀ, ଟାଟା ଗ୍ରୁପ ଓ ବାଇଜୁ ମଧ୍ୟ ଟାଇଟଲ ପ୍ରାୟୋଜକ ଦୌଡ଼ରେ ସାମିଲ ଥିଲା  ।  ଅନଏକାଡେମୀ ୨୧୦ କୋଟିର ବିଡ ଦାଖଲ କରିଥିବା ଟାଟା ୧୮୦ କୋଟିର ବିଡ ଦାଖଲ କରିଥିଲା  । ବାଇଜ ମାତ୍ର ୧୨୫ କୋଟି ଟଙ୍କାର ବିଡ ଦାଖଲ କରି ଦୌଡର ଶେଷରେ ଥିଲା  । ଭାରତ ଓ ଚୀନ ମଧ୍ୟରେ ବଢୁଥିବା ବିବାଦ ହେତୁ ବିସିସିଆଇ ଚଳିତ ସିଜନରୁ ଭିଭୋକୁ ହଟାଇ ଦେଇଥିଲା  ।

ଭିଭୋ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ପ୍ରାୟୋଜକ ପାଇଁ ୫ ବର୍ଷୀୟା ଚୁକ୍ତି କରିଥିଲା  । ଯେଉଁଥିରେ ପ୍ରତିବର୍ଷ ୪୪୦ କୋଟି ହିସାବରେ ମୋଟ ୨୧୯୦ କୋଟି ଟଙ୍କା ପାଇଁ ଟାଇଟଲ ପ୍ରାୟୋଜକ ଅଧିକାର ହାସଲ କରିଥିଲା  । ଏଥର ଆଇପିଏଲ ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୫୩ ଦିନ ଚାଲିବ  । ନଭେମ୍ବର ୧୦ ତାରିଖରେ ଫାଇନାଲ ଖେଳାଯିବ  । କରୋନା ପାଇଁ ଏଥର ଫଟାଫଟ କ୍ରିକେଟର ଏହି ଲିଗ ସେପ୍ଟେମ୍ବରକୁ ଘୁଞ୍ଚାଯାଇଛି  ।

ମୁମ୍ବାଇର ଏହି ଦୁଇ ହସ୍ପିଟାଲାରେ ଟ୍ରାଏଲ କରାଯିବ ଅକ୍ସଫୋର୍ଡରେ ତିଆରି କୋଭିଡ-୧୯ ଟିକା

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ କରାଯାଉଥିବା କୋଭିଡ-୧୯ ଟିକା ଖୁବ ଶୀଘ୍ର ମୁମ୍ବାଇରେ ଟ୍ରାଏଲ କରାଯିବ  । ମୁମ୍ବାଇର କେଇଏମ ଓ ନାୟର ହସପିଟାଲରେ ଟ୍ରାଏଲ ପାଇଁ ପ୍ରସ୍ତୁତି ଜୋରଦାର କରାଯାଉଛି  । ଏହି ଭ୍ୟାକସିନର ନାଁ କୋଭିସିଲଡ ରଖାଯାଇଥିବାବେଲେ ଏହାର ଟେକ୍ନିକାଲ ନା ହେଲା ChAdOx1nCoV-19  । ଟ୍ରାଏଲବେଳେ କଣ ରହିବ ମାନଦଣ୍ଡ ସେ ନେଇ ସୂଚନା ଜାରି କରିଛି ଦୁଇ ହସପିଟାଲ  ।

ପୁନାର ସେରମ ଇନିଷ୍ଟିଚ୍ୟୁଟ ଏହି ଟ୍ରାଏଲ କରିବ । ଏଥିରେ ଦେଶର ୧୭ଟି ଟିକା ଗବେଷଣାକାରୀ ସଂସ୍ଥା ଯୋଗଦେଉଛନ୍ତି । ଟ୍ରାଏଲରେ ୧୬ଶହ ଲୋକଙ୍କ ଠାରେ ପରୀକ୍ଷା କରାଯିବ ଟିକା । ଯେଉଁଥିରୁ ୪ଶହ ଜଣଙ୍କର ପ୍ରତିଷେଧକ ଟେଷ୍ଟ କରାଯିବ  । ଏବଂ ୧୨ଶହ ଜଣଙ୍କର ପାର୍ଶ୍ବପ୍ରତିକ୍ରିୟା ଅନୁଧ୍ୟାନ କରାଯିବ  । ମୁଖ୍ୟ କଥା ହେଲା ଭ୍ୟାକସିନ ପ୍ରସ୍ତୁତିରେ ଅତ୍ୟନ୍ତ ଦୁର୍ବଳ ଭୂତାଣୁକୁ ନିଆଯାଇଛି କି ନାହିଁ ତାହାର ପରୀକ୍ଷା କରାଯିବ  । କାରଣ ଦୁର୍ବଳ ଭୂତାଣୁ ମଣିଷ ଶରୀରରେ କେବଳ ସାଧାରଣ ଫ୍ଲୁ ଓ ଜ୍ବର ସୃଷ୍ଟିକରିବାରେ କ୍ଷମତା ରଖେ  ।

ଆକାଶ ମାର୍ଗରେ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ RVVର ହେଲା ସଫଳ ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ନିକଟ ଚାନ୍ଦିପୁର ସୁମଦ୍ର କୂଳରେ ବାୟୁସେନା ଦ୍ୱାରା ଯୁଦ୍ଧ ବିମାନରୁ ମଧ୍ୟମ ଦୂରଗାମୀ ଋଷ ନିର୍ମିତ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମିଜାଇଲ RVVର ପରୀକ୍ଷା କରାଯାଇଛି । ଏହି ମିଜାଇଲ ପୂର୍ବରୁ ଉଡ଼ାଣ କରିଥିବା ଚାଳକ ବିହୀନ ଏୟାରକାଫ୍ଟ ବଂଶୀକୁ ଲକ୍ଷ୍ୟଭେଦ କରିଥିବା କୁହାଯାଉଛି । ସକାଳ ୧୦ଟା ୪୫ ମିନିଟ୍‌ରେ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଚାଳକ ବିହୀନ ଏୟାରକ୍ରାଫ୍ଟ ବଂଶୀ ଉଡ଼ାଣ କରିଥିଲା ।

ଏହାକୁ ଟାର୍ଗେଟ୍‌ କରି ବାୟୁସେନାର ଯୁଦ୍ଧ ବିମାନରେ ଖଞ୍ଜା ଯାଇଥିବା RVV ମିଜାଇଲ ଲକ୍ଷ୍ୟଭେଦ କରିଥିଲା । ଏହି ମିଜାଇଲକୁ ଋଷ ପ୍ରସ୍ତୁତ କରିଥିବାବେଳେ ଭାରତର ବାୟୁସେନାରେ ବ୍ୟବହାର କରାଯାଉଛି । RVV କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୮୦ରୁ ୧୦୦ କିଲୋମିଟର ଥିବାବେଳେ ଓଜନ ୧୭୫ରୁ ୧୯୦ କିଲୋଗ୍ରାମ ରହିଛି । ଏହାର ଲମ୍ବ ୩.୬ ମିଟର ଏଥିରେ ସାଢେ ୨୨ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ଭୂପୃଷ୍ଠରୁ ୫ରୁ ୨୫ କିଲୋମିଟର ଉଚ୍ଚତାରେ ଶବ୍ଦର ବେଗ ଠାରୁ ୪ଗୁଣ ଅଧିକ ବେଗରେ RVV ମିଜାଇଲ ଗତି କରିପାରିବ ।

ଏନଡିଆରଏଫକୁ ଟ୍ରାନ୍ସଫର କରିହେବ ନାହିଁ ପିଏମ କେୟାର ଫଣ୍ଡ

ପିଏମ କେୟାର ଫଣ୍ଡ ଏନଡିଆରଏଫକୁ ଟ୍ରାନ୍ସଫର କରିହେବ ନାହିଁ  । ଏହାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ  । ଏନେଇ ହୋଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ରାୟ ଶୁଣାଇଛନ୍ତି  ।  ପିଏମ କେୟାର ଫଣ୍ଡ ତିଆରି କରି କେନ୍ଦ୍ର ସରକାର ଆଇନ ଉଲ୍ଲଂଘନ କରିଛନ୍ତି ।  ଆବେଦନକାରୀଙ୍କ କହିବା କଥା କେନ୍ଦ୍ର ସରକାରଙ୍କ ପାଖରେ ଏଭଳି କୌଣସି ଅଧିକାର ନାହିଁ ଯାହା ଦ୍ୱାରା ସ୍ୱତନ୍ତ୍ର ଭାବେ ଅର୍ଥ ସଂଗ୍ରହ କରିହେବ  ।  ଜରୁରୀକାଳୀନ ପରିସ୍ଥିତିରେ ଏନଡିଆରଏଫ ମାଧ୍ୟମରେ ଅର୍ଥ ସଂଗ୍ରହ କରିବା କଥା, କିନ୍ତୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇ ଆଇନ ଉଲ୍ଲଂଘନ କରିଛନ୍ତି ବୋଲି ଆବେଦନକାରୀ କହିଛନ୍ତି  ।  ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ପିଏମ କେୟାର ଫଣ୍ଡକୁ ଆସିଥିବା ଅର୍ଥ ଏନଡିଆରଏଫକୁ ଟ୍ରାନ୍ସଫର କରିବା ପାଇଁ ଦାବି କରାଯ଼ାଇଛି  । ଯ଼ାହାକୁ ସିଧାସଳଖ ଖାରଜ କରିଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟଳୟ । ଏଥିପାଇଁ ସ୍ୱତନ୍ତ୍ର ଆଇନର ମଧ୍ୟ ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି  ।

ଗତ 28 ମାର୍ଚ୍ଚରେ କେନ୍ଦ୍ର ସରକାର ପବ୍ଲିକ ଚାରିଟେବଲ ଟ୍ରଷ୍ଟ ଭାବେ ପିଏମ କେୟାର୍ସ  ଫଣ୍ଡ ଗଠନ କରିଥିଲେ  । ଏଥିରେ ମିଳୁଥିବା ଅର୍ଥକୁ କେନ୍ଦ୍ର ସରକାର କରୋନା ମୁକାବିଲା କରିବା ପାଇଁ ବ୍ୟବହାର କରିବେ ବୋଲି ଘୋଷଣା କରିଥିଲେ  । ଯ଼ାହାକୁ ନେଇ ପରେ ଅନେକ ବିବାଦ ଦେଖାଦେଇଥିଲା  । କଂଗ୍ରେସ ମଧ୍ୟ ଅନେକ ସମୟରେ ଏହାକୁ ଏକ ଦୁର୍ନୀତି କହି  ନିନ୍ଦା କରିଥିଲା  । ଏହି ଫଣ୍ଡ ଆରଟିଆଇ ଅଧୀନରେ ନାହିଁ ବୋଲି ମଧ୍ୟ ପିଏମଓ ତରଫରୁ ଅନେକ ଥର ସ୍ପଷ୍ଟ କରାଗଲାଣି । ଏକ ରିପୋର୍ଟ ଅନୁସାରେ ପିଏମ କେୟାର୍ସ  ଫଣ୍ଡ ମାଧ୍ୟମରେ 3 ହଜାର କୋଟିରୁ ଅଧିକ ଅର୍ଥ ଆଦାୟ ହୋଇଛି  ।

ହୃଦଘାତରେ ପୀଡ଼ିତ ପାକିସ୍ତାନୀ କ୍ୟାପଟେନଙ୍କ ଜୀବନ ବଂଚାଇଲେ ଭାରତୀୟ କୋଷ୍ଟଗାର୍ଡ଼

କାଶ୍ମୀର ବିବାଦକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କର ତିକ୍ତତା କାଲି ଥିଲା ଆଉ ଆଜି ବି ଅଛି । ନିକଟରେ ପାକିସ୍ତାନ କାଶ୍ମୀରକୁ ନେଇ ନୂଆ ମାନଚିତ୍ର ମଧ୍ୟ ଜାରି କରିଛି । ତେବେ ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦ କିଛି କମ ହେଉନଥିବା ବେଳେ ଏବେ ସାମ୍ନାକୁ ଏଭଳି ଏକ ଖବର ଆସିଛି ଯାହା ଭାରତୀୟ ମାନବିକତାର ପରିଚୟ ସୃଷ୍ଟି କରିଛି । ଯାହା ପାକିସ୍ତାନର କିଛି ଲୋକଙ୍କ ହୃଦୟରେ ମଧ୍ୟ ସ୍ଥାନ ତିଆରି କରି ସାରିଛି ।

ବାସ୍ତବରେ ଭାରତର ଏକ ସମୂଦ୍ର କୂଳ ଅଞ୍ଚଳରେ ପାକିସ୍ତାନର ଜଣେ ପାଏଲଟଙ୍କୁ ହୃଦଘାତ ଆସିଲା । ଭାରତୀୟ ତଟରକ୍ଷକ ଦଳ ନା କେବଳ ସେ ଆଲର୍ଟ କରିବା ପରେ ଯାଇ ପହଂଚିଲେ ବରଂ ସେ ଏବେ ସଂପୂର୍ଣ ଭାବରେ ସୁସ୍ଥ ହୋଇ ଅଟାରି ଓ୍ୱାଘା ବର୍ଡ଼ର ଦେଇ ସେ ତାଙ୍କ ଘରକୁ ଫେରିଛନ୍ତି ।

 

ଖବର ଅନୁସାରେ ପାକିସ୍ତାନୀ ନାଗରିକ ଏବଂ ଏମ.ଭି ହୟାକଲର କ୍ୟାପଟେନ ବନ୍ଦର ହସନ୍ୟାନଙ୍କୁ ୧୩ ଜୁଲାଇରେ ସେହି ସମୟରେ ହୃଦଘାତ ଆସିଲା, ଯେତେବେଳେ ତାଙ୍କ ଜାହାଜ ଓଡ଼ିଶାର ଗୋପାଳପୁର ରାସ୍ତାରେ ଥିଲା । ଭାରତୀୟ ତଟରକ୍ଷକ ଦଳ ତରଫରୁ ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ପ୍ରଦାନ କରାଗଲା । ଏହା ସହିତ ତାଙ୍କୁ ବିଶାଖାପାଟନାର ଏକ ହସ୍ପିଟାଲକୁ ପଠାଇଦେଲେ । ସୂଚନା ମୁତାବକ ପାଏଲଟଙ୍କ ଝିଅ ଭାରତ ସରକାରଙ୍କୁ ଖୁବ ପ୍ରଶଂସା କରିଛନ୍ତି ।

ଟ୍ୱିନସିଟି ପରେ ଏବେ ଗଞ୍ଜାମରେ ଗଣେଶ ପୂଜା ଉପରେ ଲାଗିଲା କଟକଣା

ଗଞ୍ଜାମ: କରୋନା ପାଇଁ ଫିକା ପଡ଼ୁଛି ପର୍ବ ପର୍ବାଣୀ । କରୋନାକୁ ନିୟନ୍ତ୍ରଣରେ ଆଣିବାକୁ ସବୁ ପ୍ରକାର ପ୍ରୟାସ ମଧ୍ୟରେ ବଳିପଡ଼ିଛି ସଂସ୍କୃତି । ସେ ମୁସଲମାନ ହୁଅନ୍ତୁ କି ହିନ୍ଦୁ, ସମସ୍ତଙ୍କ ସଂସ୍କୃତିକୁ ଫିକା କରିଛି କରୋନା । ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ଉପରେ କରୋନା ମାଡ଼ ପଡ଼ିଥିବା ବେଳେ ଏବେ ବିଘ୍ନ ହରତା ଅଗ୍ରପୂଜ୍ୟ ଦେବତା ଗଣେଶଙ୍କ ପୂଜା କଟକଣା ଭିତରକୁ ଚାଲି ଆସିଛି । ଚଳିତ ବର୍ଷ ବିଭିନ୍ନ ପର୍ବପର୍ବାଣୀକୁ କଟକଣା ମଧ୍ୟରେ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏବେ ଗଣେଶ ପୂଜାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ପୂର୍ବରୁ ଟ୍ୱିନସିଟିରେ ଗଣେଶ ପୂଜା ଉପରେ କଟକଣା ଲାଗିଥିବା ବେଳେ ଏବେ ଗଞ୍ଜାମରେ ମଧ୍ୟ ଗଣେଶ ପୂଜାକୁ ଉପରେ କଟକଣା ଲାଗିଛି ।

ଗଞ୍ଜାମରେ ଚଳିତ ବର୍ଷ ହେବନି ଗଣେଶ ପୂଜା । କରୋନା ସଂକଟକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣେଶ ପୂଜା ନକରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏଥିସହ ସାମାଜିକ ଦୂରତାକୁ ମାନି ଚଳିବାକୁ ଲୋକଙ୍କୁ କୁହାଯାଇଛି । ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସବୁ ଦୋକାନୀ ‘ପଞ୍ଚସୁତ୍ର’ ମାନି ଚଳିବାକୁ କହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବ ପରିସ୍ଥିତି ତୁଳନାରେ ଗଞ୍ଜାମରେ ବର୍ତ୍ତମାନ ସ୍ଥିତି ବହୁତ ଭଲ ରହିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ହଜାର ୨ଶହ ୫୬ ରହିଥିବା ବେଳେ ସକ୍ରିୟ ମାମଲା ୨ହଜାର ୧୬୨ ରହିଛି । ଏବଂ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୫୮ରେ ପହଞ୍ଚିଛି ।

ଆଦିପୁରୁଷରେ ନଜର ଆସିବେ ବାହୁବଳୀ ପ୍ରଭାସ,ଫିଲ୍ମର ପୋଷ୍ଟର ରିଲିଜ

ତେଲୁଗୁ ସୁପରଷ୍ଟାର ଏବଂ ବାହୁବଳୀରେ ବଲିଉଡରେ ଖୁବ ଲୋକପ୍ରିୟତା ହାସଲ କରିଥିବା ପ୍ରଭାସଙ୍କ ଅଭିନୀତ ଦମଦାର ଫିଲ୍ମ ଦେଖିବା ପାଇଁ ଦର୍ଶକ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ନିକଟ ଅତୀତରେ ପ୍ରଭାସ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଥିଲେ । ଯେଉଁଥିରେ ସେ ଫିଲ୍ମ ନିର୍ମାତା ଓମ ରାଓ୍ୱତଙ୍କ ସହିତ ମିଶି କିଛି ବଡ଼ କାମ କରିଛନ୍ତି ବୋଲି ସଙ୍କେତ ଦେଇଥିଲେ, ସେହି ସମୟରେ ତାଙ୍କ ପ୍ରଶଂସକ ତାଙ୍କ ଆଗାମୀ ଫିଲ୍ମ ବିଷୟରେ ଏହି ପୋଷ୍ଟ ହୋଇପାରେ ବୋଲି ଅନୁମାନ କରୁଥିଲେ । ଏବେ କିନ୍ତୁ ପ୍ରଶସକଙ୍କ ଦ୍ୱନ୍ଦରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବାହୁବଳୀ ଷ୍ଟାର । ପ୍ରଭାସ ତାଙ୍କ ପ୍ରଶଂସକଙ୍କୁ ସରପ୍ରାଇଜ ଦେଇ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି । ତାଙ୍କର ଆଗାମୀ ଫିଲ୍ମର ନାମ ଆଦିପୁରୁଷ । ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଓମ୍ ରାଓ୍ୱତ । ଫିଲ୍ମର ପୋଷ୍ଟର ଇଂଷ୍ଟାଗ୍ରାମରେ ଶେୟାର କରିଛନ୍ତି ପ୍ରଭାସ ।

 

ପ୍ରଭାସଙ୍କ ଫିଲ୍କ ଆଦିପରୁଷକୁ ହିନ୍ଦୀ,ତେଲୁଗୁ,ତାମିଲ,ମଲୟାଲାମ ଏବଂ କନ୍ନଡ଼ ଭାଷାରେ ରିଲିଜ କରାଯିବ । ଫିଲ୍ମ ୨୦୨୨ରେ ସିନେମା ଘରେ ରିଲିଜ ହୋଇପାରେ । ଫିଲ୍ମରେ ପ୍ରଭାସ ଆଦିପୁରୁଷ ଚରିତ୍ରରେ ନଜର ଆସିବେ । ଅବଶ୍ୟ ଫିଲ୍ମରେ ପ୍ରଭାସଙ୍କ ଲୁକକୁ ନେଇ କୌଣସି ଖୁଲାସା ହୋଇନାହିଁ ।

ଖୁସି ଖବର: ରାଜ୍ୟରେ ୧୦ଲକ୍ଷ ଟପିଲା କରୋନା ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର ।  ସୁଧୁରୁଛି ସ୍ଥିତି ନିୟନ୍ତ୍ରଣକୁ ଆସୁଛି କରୋନା । ରାଜ୍ୟରେ ଏକ ମିଲିୟନ ଟପିଲା କରୋନା ଟେଷ୍ଟିଂ । ଦୀର୍ଘଦିନ ଧରି ପ୍ରଶାସନର ନିଦ ହଜାଇଥିବା ବେଳେ ଏବେ କରୋନାକୁ ମାତ୍ ଦେବାକୁ ସକ୍ଷମ ହେଉଛି ରାଜ୍ୟ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

କରୋନା ଟେଷ୍ଟିଂ ବଢିବା ସହ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପୂର୍ବରୁ ଟେଷ୍ଟିଂ କମ୍ ଥିବାବେଳେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ ଏବେ କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ଏବେ କରୋନା ଟେଷ୍ଟିଂ ବଢିଛି କିନ୍ତୁ ସଂକ୍ରମିତ ସଂଖ୍ୟା କମ୍ ରହିଛି ଯାହା ରାଜ୍ୟବାସୀଙ୍କ ପାଇଁ ଆସ୍ୱସ୍ଥିକର ଖବର । ଟେଷ୍ଟିଂ ବଢିଥିଲେ ମଧ୍ୟ ପଜିଟିଭ ସଂଖ୍ୟା କମ୍ ରହିଛି । ଗତ ୨୪ ଘଣ୍ଚା ମଧ୍ୟରେ ୫୦ହଜାର ୫୨୫ ନମୁନା ଟେଷ୍ଟ କରାଯାଇଛି ।

ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଟେଷ୍ଟିଂ ହୋଇଛି । ୪୫ ହଜାର ୩୪୩ ଆଣ୍ଟିଜେନ ଓ ୫ହଜାର ୧୦୬ RTPCR ପରୀକ୍ଷା ହୋଇଛି । ଗଂଜାମ ଜିଲ୍ଲାରେ ସର୍ବାଧିକ ୬୫୪୦ ନମୁନା ପରୀକ୍ଷା ହୋଇଛି । ସେପଟେ ରାଜ୍ୟରେ ଟେଷ୍ଟିଂ ବଢିଥିବାରୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଅଧିକ ଟେଷ୍ଟିଂ ହୋଇଥିବାରୁ ଏନେଇ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।