ନୂଆଦିଲ୍ଲୀ: ଶ୍ରମିକଙ୍କ ପାଇଁ ଖୁସି ଖବର । ଆରମ୍ଭ ହେଲା କେନ୍ଦ୍ର ସରକାରଙ୍କ ନୂଆ ରୋଜଗାର ସ୍କିମ୍ । ‘ଗରିବ କଲ୍ୟାଣ ଯୋଜନା’ର ଶୁଭାରମ୍ଭ କଲେ ମୋଦି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରରେ ଯୋଜନାର ଶୁଭାରମ୍ଭ ହୋଇଛି । ଯୋଜନା ମାଧ୍ୟମରେ ଶ୍ରମିକଙ୍କୁ ଯୋଗଇ ଦିଆଯିବ କାମ । ଦେଶର ୧୬୦ ଜିଲ୍ଲାରେ ଲାଗୁ ହେବ ଏହି ଯୋଜନା । ଏହି ତାଲିକାର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ଟି ଜିଲ୍ଲା ଗଞ୍ଜାମ , ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗୀର ରହିଛି । ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୦ ହଜାର କୋଟି ଟଙ୍କାର ଅଟକଳ କରାଯାଇଛି ।
ଭର୍ଚୁଆଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଗ୍ରାମିଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ. ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ., ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ୍ର ସୋରେନ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ପ୍ରତାପ ଜେନା ସାମିଲ ଥିଲେ ।

କରୋନା ସଂକଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଯାହାଦ୍ୱାରା ଦେଶର ଲକ୍ଷ ଲକ୍ଷ ପ୍ରବାସୀ ଉପକୃତ ହେବେ । ଏହି ଯୋଜନାର ନାଁ ହେଉଛି ଗରିବ କଲ୍ୟାଣ ରୋଜଗାର ଯୋଜନା । ଏହାର ମୂଳ ଲକ୍ଷ୍ୟ ହେଉଛି ଲକଡାଉନ ସମୟରେ ନିଜ ରାଜ୍ୟ ଏବଂ ଗ୍ରାମକୁ ଫେରିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ରୋଜଗାରକ୍ଷମ କରାଇବା ସହ ଦକ୍ଷତା ବିକାଶ ଓ ଥଇଥାନର ସୁବିଧା ଯୋଗାଇବା ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗରିବ ଶ୍ରମିକ ଓ କୃଷକଙ୍କ ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ଏହି ପଦକ୍ଷେପ ଲୋକମାନଙ୍କର ରୋଜଗାରକୁ ବଜାୟ ରଖିବା ସହ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାରେ ମଧ୍ୟ ସାହାଯ୍ୟ କରିବ । ଗରିବ କଲ୍ୟାଣ ରୋଜଗାର ଯୋଜନା ଅଭିଯାନ ୧୨୫ ଦିନ ଧରି ଚାଲିବ । ଏହା ଅଧିନରେ ପ୍ରବାସୀଙ୍କ ପାଇଁ ୨୫ ପ୍ରକାରର କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ୫୦ ହଜାର କୋଟି ଖର୍ଚ୍ଚ ହେବାର ଆକଳନ କରାଯାଇଛି ।
ପ୍ରବାସୀ ଶ୍ରମିକଙ୍କ ପାଇଁ ମୋଦି ସରକାରଙ୍କ ବଡ଼ ଯୋଜନା, ୨୦ ମାର୍ଚ୍ଚରୁ ଆରମ୍ଭ ହେବ ଗରିବ କଲ୍ୟାଣ ରୋଜଗାର ସ୍କିମ୍
ଏହି ଯୋଜନାକୁ ବିହାର ଉତ୍ତରପ୍ରଦେଶ ସମେତ ୬ଟି ରାଜ୍ୟର ୧୧୬ଟି ଜିଲ୍ଲାକୁ ସଂଯୁକ୍ତ କରାଯାଇଛି । ଏଥିରେ ବିହାରର ସର୍ବାଧିକ ୩୨ଟି ଜିଲ୍ଲା ରହିଛି । ସୂଚନା ଅନୁସାରେ ପୂର୍ବରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ପ୍ରାୟ ୪୨କୋଟି ଗରିବଙ୍କ ପାଇଁ ୫୩ ହଜାର ୨୪୮ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ମାର୍ଚ୍ଚ ୨୦କୁ ୧.୭୦ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜର ଘୋଷଣା କରିଥିଲେ । ଏହି ପ୍ୟାକେଜ ଅନ୍ତର୍ଗତ ଗରିବଙ୍କୁ ମାଗଣାରେ ଖାଦ୍ୟ, ମହିଳା, ବୃଦ୍ଧ ଏବଂ ଅନ୍ୟମାନଙ୍କୁ ନଗଦ ସାହାଯ୍ୟ କରିବା ସାମିଲ ରହିଛି ।