ପାଇଲଟଙ୍କୁ କିଛି ଦିନର ମହଲତ, ୨୧ ଜୁଲାଇ ପର୍ଯ୍ୟନ୍ତ ନୋଟିସ ଉପରେ ରୋକ୍

ଜୟପୁର: ରାଜସ୍ଥାନରେ ଜାରି ରହିଛି ରାଜନୈତିକ ଲଢେଇ । ଏହା ମଧ୍ୟରେ ସଚୀନ ପାଇଲଟ ଗ୍ରୁପ୍ ପକ୍ଷରୁ ଦାଏର ଆବେଦନ ଉପରେ ରାଜସ୍ଥାନ ହାଇକୋର୍ଟରେ ଶୁଣାଣି ଚାଲିଛି । ଶୁଣାଣି କାଳରେ ହାଇକୋର୍ଟ ସଚିନ ପାଇଲଟଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତୀ ମିଳିଛି । ରାଜସ୍ଥାନ ହାଇକୋର୍ଟ ୨୧ ଜୁଲାଇ ପର୍ଯ୍ୟନ୍ତ ନୋଟିସ ଉପରେ ରୋକ୍ ଲଗାଇଛନ୍ତି । ଏହି ମାମଲାରେ ଆଗାମୀ ଶୁଣାଣି ସୋମବାର ଦିନ ହେବ ।

ସୋମବାର ସକାଳ ୧୦ଟାରୁ ମାମଲାର ଶୁଣାଣି ପୁଣି ଥରେ ଆରମ୍ଭ ହେବ । ଏହା ସହ ହାଇକୋର୍ଟ ନୋଟିସ ଉପରେ ୨୧ ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତାଦେଶ ଲାଗୁ କରିଛନ୍ତି । ହାଇକୋର୍ଟଙ୍କ ରାୟ ପରେ ଏବେ ରାଜସ୍ଥାନ ବାଚସ୍ପତି ଜୁଲାଇ ୨୧ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ । ୨୦ ତାରିଖରେ ଅଭିଶେକ ମନୁସିଂଘବୀ ନିଜ ପକ୍ଷ ରଖିବେ ।

ସଚୀନଙ୍କ ପକ୍ଷରୁ ଅଦାଲତରେ ଆଜି ଯୁକ୍ତି କରିଥିଲେ ହରିଶ ସାଲଭେ । ସାଲଭେ,ପାଇଲଟଙ୍କ ତରଫରୁ ପକ୍ଷ ରଖି କହିଥିଲେ ଯେ, ମୁଁ ସରକାର ଭାଙ୍ଗୁଥିଲି କିମ୍ବା ନିଜ ପରିସୀମା ଉଲ୍ଲଂଘନ କରି କୌଣସି ପାପ କରୁଥିଲି ତାହା ବୁଝା ପଡୁଛି । କିନ୍ତୁ ଯଦି ମୁଁ ମୋ ସ୍ୱର ଉତ୍ତୋଳନ କରୁଛି ତେବେ ଏହା ଆମର ସ୍ୱାଧୀନ ଅଭିବ୍ୟକ୍ତିର ଅଧିକାର ଯାହା ସମ୍ବିଧାନର ଧାରା ୧୯ ଅନ୍ତର୍ଗତରେ ମୋତେ ମିଳିଥାଏ ।

ସାଲଭେ କହିଥିଲେ ଯେ, ସ୍ୱାଧିନ ଅଭିବ୍ୟକ୍ତିର ଅଧିକାର ଆମ ସମ୍ବିଧାନର ଅଙ୍ଗ । ତେଣୁ ଏହି ନୋଟିସକୁ ତୁରନ୍ତ ରଦ୍ଦ କରାଯାଉ । ଯଦି କୌଣସି ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନିତୀ ଓ ଏକଛତ୍ରବାଦ ବିରୋଧରେ ସ୍ୱରଉତ୍ତୋଳନ କରେ ,ନିଜ କେନ୍ଦ୍ରୀୟ ନେତୃତ୍ୱକୁ ଏନେଇ ଅବଗତ କରାଏ ,ତେବେ ଏହା ସ୍ୱାଧିନ ଅଭିବ୍ୟକ୍ତି,ବିଦ୍ରୋହ ନୁହେଁ ।

Leave a Reply