spot_img
Home Blog Page 6797

ଅଭାବନୀୟ ଘଟଣା ! ପାହାଡ଼ ଉପରୁ ମିଳିଲା ନର କଙ୍କାଳ, ପାଖରେ ପଡ଼ିଛି ମହିଳାଙ୍କ ଅନ୍ତବସ୍ତ୍ର…

ଗଞ୍ଜାମ: ଅଭାବନୀୟ ଘଟଣା । ପାହାଡ଼ ଉପରୁ ମିଳିଲା ନର କଙ୍କାଳ । ଏହି ଖବର ପ୍ରଚାରିତ ହେବା ପରେ ଦେଖିବାକୁ ଲୋକଙ୍କ ଭିଡ଼ ଜମିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିଲା । ପୋଲିସ ନର କଙ୍କାଳକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ଉକ୍ତ ସ୍ଥାନକୁ ସାଧାରଣ ଲୋକଙ୍କୁ ଜୀବାକୁ ବାରଣ କରିଛି ।

ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ନର କଙ୍କାଳ ପାଖରେ ମହିଳା ଅନ୍ତଃବସ୍ତ୍ର ଓ କିଛି ଚୁଡ଼ି ସହ ଖପୁରୀ ମଧ୍ୟ ଜବତ ହୋଇଛି । ଏହା ଜଣେ ମହିଳାଙ୍କ କଙ୍କାଳ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ କେହି କେହି ଏହାକୁ ଦୁଷ୍କର୍ମ ପରେ ହତ୍ୟା ବୋଲି ସନ୍ଦେହ କରିଛନ୍ତି ।

ତେବେ ପୋଲିସର ଏକ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରିଛି । ଖୁବ୍‌ ଶୀଘ୍ର ଏହି କଙ୍କାଳର ତଥ୍ୟ ସାମ୍ନାକୁ ଆସିବ । ଏହି କଙ୍କାଳ ଜଣେ ପୁରୁଷ କିମ୍ବା ମହିଳାଙ୍କର ତାହା ମଧ୍ୟ ଜଣାପଡ଼ିବ । ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି କି ନାହିଁ ସେନେଇ ମଧ୍ୟ ଅନୁସନ୍ଧାନ କରାଯିବ ବୋଲି ପୋଲିସ କହିଛି । ଅନ୍ୟପଟେ କେବେଠାରୁ ମୃତ୍ୟୁ ହୋଇଛି ଏବଂ କିପରି ହୋଇଛି ତାହା ଜଣାପଡ଼ିବ ବୋଲି ପୋଲିସ କହିଛି । ସାଇଣ୍ଟିଫିକ୍‌ ଟିମ୍‌ ସହ ଗଞ୍ଜାମ ଜିଲ୍ଲା ପୋଲସରା ପୋଲିସ ମଧ୍ୟ ତଦନ୍ତରେ ସହଯୋଗ କରୁଛି ।

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଗୋଛାବାଡ଼ି ପଞ୍ଚାୟତ ଅନ୍ତର୍ଗତ ବେରୁହାଁବାଡ଼ି ନିକଟ ପାହାଡ଼ ଉପରୁ ଏହି ନରକଙ୍କାଳ ଉଦ୍ଧାର କରାଯାଇଛି ।

ସୋନିଆଙ୍କୁ ସମର୍ଥନ, ଆଉ ବର୍ଷେ ଯାଏଁ କଂଗ୍ରସର ଅନ୍ତରୀଣ ଅଧ୍ୟକ୍ଷ ପଦ ସମ୍ଭାଳିବେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ କମାଣ ସମ୍ଭାଳିବେ ସୋନିଆ ଗାନ୍ଧି । ନେତୃତ୍ୱ ସଂକଟ ନେଇ ଆଜି ବସିଥିବା କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଆଗାମୀ ବର୍ଷେ ପର୍ଯ୍ୟନ୍ତ ସୋନିଆ ଗାନ୍ଧି ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରେ ରହିବେ । ସିଡବ୍ଲୁସି ବୈଠକରେ ଦଳର ନେତୃତ୍ୱକୁ ନେଇ ଖୋଲାଖୋଲା ଆଲୋଚନା ହୋଇଥିଲା । ବୈଠକରେ ସୋନିଆ କହିଥିଲେ- ସେ ଆଗକୁ ଦଳର ଅଧ୍ୟକ୍ଷ ରହିବାକୁ ଚାହୁଁନାହାଁନ୍ତି । ତେବେ, କେତେକ ନେତା ତାଙ୍କୁ ପଦରେ ରହିବାକୁ ଅନୁରୋଧ କରିଥିଲେ ।

ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତପା ଦେବା ପାଇଁ କଂଗ୍ରେସ ୱାର୍କିଂ କମିଟି ବୈଠକରେ ସୋନିଆ କହିଥିଲେ । ଏହା ସହ ସେ ଦଳର ନୂତନ ଅଧ୍ୟକ୍ଷ ବାଛିବା ପାଇଁ କହିଥିଲେ । ତେବେ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏକେ ଆଣ୍ଟୋନି ସମେତ କିଛି ନେତା ସୋନିଆଙ୍କୁ ପଦରେ ରିବାକୁ ଅପିଲ୍ କରିଥିଲେ ।

କାହିଁକି ବସିଥିଲା ବୈଠକ

ସୋନିଆଙ୍କୁ ପ୍ରାୟ ୨ ସପ୍ତାହ ପୂର୍ବରୁ ଲେଖାଯାଇଥିବା ଏକ ଚିଠିର ପ୍ରତିକ୍ରିୟା ନେଇ ଏହି ସିଡବ୍ଲୁସି ବୈଠକ ଡକାଯାଇଥିଲା । ପ୍ରାୟ ୨୩ ଜଣ ନେତା ଯେଉଁମାନେ ସିଡବ୍ଲୁସିର ସଦସ୍ୟ ଓ ୟୁପିଏ ସରକାରେ ମନ୍ତ୍ରୀ ଥିବା ନେତା ଓ ସାଂସଦ ସୋନିଆ ଗାନ୍ଧିଙ୍କୁ ସଂଗଠନ ପ୍ରସଙ୍ଗରେ ଚିଠି ଲେଖିଥିଲେ । ଚିଠିରେ ଦୃଢ଼ କେନ୍ଦ୍ରୀୟ ନେତୃତ୍ୱ ସହ ଦଳ ଚଳାଇବା ପାଇଁ ସଠିକ୍ ରଣନୀତି ଉପରେ ଜୋର୍ ଦିଆଯାଇଥିଲା । କୁହାଯାଇଥିଲା- ନେତୃତ୍ୱ ଏଭଳି ହେବା ଦରକାର ଯିଏ ସକ୍ରିୟ ଓ ଲୋକଙ୍କ ସହ କାମ କରୁଥିବା ଦେଖାଯିବା ଦରକାର ।

‘ଚିଠି ନୁହେଁ ଗାନ୍ଧି ପରିବାର ବିରୋଧୀ’

ତେବେ, ଚିଠିକୁ ନେଇ ବିବାଦ ଉଠିବା ପରେ ବରିଷ୍ଠ କଂଗ୍ରେସ ନେତା ଅଜୟ ସିଂହ ଏହା ଉପରେ ମତ ରଖିଥିଲେ । ଚିଠିରେ ଲେଖା ଯାଇଥିବା କଥା ଗାନ୍ଧି ପରିବାର ବିରୋଧୀ ନୁହେଁ ବୋଲି କହିବା ସହ ଏହା ପରାମର୍ଶ ବୋଲି କହିଥିଲେ । ‘ସୋନିଆ ପଦ ନିଜ ପାଖରେ ରଖିବାକୁ ଚାହୁଁନାହାଁନ୍ତି, ଏମିତିରେ ରାହୁଲ ଗାନ୍ଧି କାର୍ଯ୍ୟଭାର ସମ୍ଭାଳିବାକୁ ପ୍ରସ୍ତୁତ । ଏହା ଠିକ୍ ଅଛି, ଯଦି ନୁହେଁ । ତେବେ, ପାର୍ଟିର ଶୀର୍ଷ ନେତୃତ୍ୱ ଦଳର ସମ୍ବିଧାନ ପ୍ରକାରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ବୋଲି କହିଥିଲେ ଅଜୟ ସିଂହ ।

ରକ୍ତରେ ଚିଠି ଲେଖିଲେ ଏହି ନେତା

ଅନ୍ୟପଚେ ଦିଲ୍ଲୀରେ କଂଗ୍ରେସ କାଉନସିଲର ସନ୍ଦୀପ ତମ୍ବର ଦଳର ନେତୃତ୍ୱକୁ ନେଇ ରକ୍ତରେ ଏକ ଚିଠି ଲେଖିଛନ୍ତି । ରାହୁଲ ଗାନ୍ଧିଙ୍କୁ ଅଧ୍ୟକ୍ଷ ପଦ ଦେବା ହକ୍ ବୋଲି ସେ ଲେଖିଛନ୍ତି । ସୋନିଆ ଗାନ୍ଧିଙ୍କୁ ଲେଖା ଯାଇଥିବା ଏହି ଚିଠିରେ ତମ୍ବର କହିଛନ୍ତି- ରାହୁଲଙ୍କୁ ଦଳର ଅଧ୍ୟକ୍ଷ ପଦ ନଦେଲେ ଏହା ଦଳର ହିତ ନିଷ୍ପତ୍ତି ହେବ ନାହିଁ । କାରଣ ରାହୁଲ ଦଳ ପାଇଁ ଗ୍ରାଉଣ୍ଡରେ ଲଢୁଛନ୍ତି ।

ମାଲକାନଗିରି ପୋଲିସକୁ ପୁଣି ସଫଳତା, ମାଟି ତଳୁ ଉଦ୍ଧାର ହେଲା ମାଓବାଦୀଙ୍କ ବିପୁଳ ଅସ୍ତ୍ରଶସ୍ତ୍ର

ମାଲକାନଗିରି: ମାଲକାନଗିରି ପୋଲିସକୁ ପୁଣି ସଫଳତା । ମାଓବାଦୀଙ୍କ ଦ୍ଵାରା ବ୍ୟବହାର ହେଉଥିବା ଲେଜି ଗୁଳି, ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ । କାଲିମେଳା ଥାନା ଅନ୍ତର୍ଗତ କୁରୁବ ସୁଧାକୋଣ୍ଡା ଜଙ୍ଗଲରେ କମ୍ବିଂ ଅପରେସନ୍ ବେଳେ ଉଦ୍ଧାର ହୋଇଛି ଏହି ସାମଗ୍ରୀ । DVF ଓ BSFର ମିଳିତ ଅପରେସନ ବେଳେ ମିଳିଥିଲା ଏହି ସଫଳତା । ଏହି ସବୁ ସାମଗ୍ରୀ ଜଙ୍ଗଲ ମଧ୍ୟରେ ଲୁଚେଇ ରଖାଯାଇଥିଲା । ମାଓବାଦୀଙ୍କ ନିଜ ବ୍ୟବହାର ପାଇଁ ଏହା ଲୁଚାଇ ରଖିଥିଲେ ବୋଲି କହିଛନ୍ତି ମାଲକାନଗିରି ଏସ୍‌ପି ।

maoist

କୁରୁବ ଓ ସୁଧାକୋଣ୍ଡା ଗାଁ ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ବିଶେଷ ସୂତ୍ରରୁ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ସୋମବାର ଡିଭିଏଫ୍‌ ଓ ବିଏସଏଫ ଯବାନ୍ ମିଳିତ ଭାବେ କମ୍ବିଂ ଅପରେସନ୍‌ ଆରମ୍ଭ କରିଥିଲେ । ଅପରେସନ୍‌ ବେଳେ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

ଘଟଣାସ୍ଥଳରୁ ୧୨ ଅଫୁଟା ବୋମା, ୯୩ଟି ଡିଟୋନେଟର, ୨ଟି ଗ୍ୟାସ୍‌ ସିଲିଣ୍ଡର, ୧ ଲେଦ୍ ମେସିନ୍‌, ୧ କାର୍ବାଇଡ୍‌ ଗ୍ୟାସ୍‌ ୱେଲଡିଂ ସିଲିଣ୍ଡର, ଲେଦ୍‌ ମେସିନ୍‌ ଆସେସୋରିଜ୍‌, ଲୁହା ସ୍କ୍ରାପ୍‌ ସାମଗ୍ରୀ ଉଦ୍ଧାର ହୋଇଛି । ଠାବ ହୋଇଥିବା  ମାଓବାଦୀଙ୍କ ଏହି ବନ୍ଧୁକ ତିଆରି କାରଖାନାରେ ବେଆଇନ ଭାବେ ମାଓବାଦୀଙ୍କ ବ୍ୟବହୃତ ଅସ୍ତ୍ରଶସ୍ତ୍ର ତିଆରି ଓ ମରାମତି ହେଉଥିବା ମାଲକାନଗିରି ଏସପିଙ୍କ ସୂତ୍ରରୁ ପ୍ରକାଶ ।

Sushant Singh Rajput Case: ରିୟାଙ୍କ ପାଇଁ ସିବିଆଇ ପାଖରେ ଅଛି ୧୯ ପ୍ରଶ୍ନ, ଜାଣନ୍ତୁ କ’ଣ ପଚାରିବ ସିବିଆଇ ?

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ମାମଲା ଜାରି ରହିଛି । ଦିନକୁ ଦିନ ଆସୁଛି ଗୋଟିଏ ପରେ ଗୋଟିଏ ଖବର । ଗୋଟିଏ ପକ୍ଷରେ ସିବିଆଇ ତଦନ୍ତ ଆରମ୍ଭ ହେବା ସହ ଖୁବଶୀଘ୍ର ସୁଶାନ୍ତଙ୍କ ମୃତ୍ୟୁ ମାମଲାର ପର୍ଦ୍ଦାଫାଶ ହେବ ବୋଲି ଆଶା ବାନ୍ଧିଛନ୍ତି  ପ୍ରଶଂସକ । ସିବିଆଇ ପ୍ରତ୍ୟେକ ଦିଗରୁ ଛାନଭିନ କରୁଛି । ନିକଟରେ ସୁଶାନ୍ତଙ୍କ ଫ୍ଲାଟରେ ସୁଶାନ୍ତଙ୍କ ମୃତ୍ୟୁ ଦୃଶ୍ୟକୁ ରିକ୍ରିଏଟ କରିଛି ସିବିଆଇ । ଏହି ସମୟରେ ଏକ ଡମିର ବ୍ୟବହାର କରାଯାଇଥିଲା । ଏହି ଦୃଶ୍ୟ ପରେ ସିବିଆଇ ଯାହା ଅବଲୋକନ କରିଛି ତାହାର ଖୁଲାସା ହୋଇଛି ।

ଅନ୍ୟ ପକ୍ଷରେ ସିବିଆଇ ସୋମବାରକୁ ଘରର ଷ୍ଟାଫ ମାନଙ୍କୁ ପଚରା ଉଚରା କରୁଛି । ତିନିଜଣ ଷ୍ଟାଫ ସୁଶାନ୍ତଙ୍କ ମୃତ୍ୟୁ ଦିନ ଘରେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ରିୟାଙ୍କୁ ପଚରା ଉଚରା କରିବ ସିବିଆଇ । ତାଙ୍କୁ ସିବିଆଇ ଆଜି ସମନ ପଠାଇପାରେ ବୋଲି କୁହାଯାଉଥିବା ବେଳେ ସୁଶାନ୍ତଙ୍କ ପିତାଙ୍କ ଓକିଲ ଦାବି କରିଛନ୍ତି ଯେ, ରିୟାଙ୍କୁ ସମନ ପଠା ସରିଲାଣି। ଏଣେ ରିୟାଙ୍କ ପାଇଁ ପ୍ରଶ୍ନ ପ୍ରସ୍ତୁତ କରି ସାରିଛି ସିବିଆଇ । ତେବେ କ’ଣ ସେହି ସମସ୍ତ ପ୍ରଶ୍ନ ଆସନ୍ତୁ ଆଲୋଚନା କରିବା ।

ରିୟାଙ୍କୁ ଏହି ସବୁ ପ୍ରଶ୍ନ କରିପାରେ CBI

୧. ସୁଶାନ୍ତଙ୍କ ସହିତ କେଉଁଭଳି ସମ୍ପର୍କ ଥିଲା
୨. କ’ଣ ସୁଶାନ୍ତ ଡିପ୍ରେସନରେ ଥିଲେ?
୩. ୮ ଜୁନ ଦିନ ସୁଶାନ୍ତଙ୍କ ଘର ଛାଡ଼ି କାହିଁକି ସେ ଚାଲି ଯାଇଥିଲେ?
୪. କ’ଣ ସୁଶାନ୍ତଙ୍କ ସହିତ ଝଗଡ଼ା ହୋଇଥିଲା ?
୫. ଘରୁ ଯିବାପରେ ସୁଶଣାନ୍ତଙ୍କ ସହିତ କଥାବାର୍ତ୍ତା ହୋଇଥିଲେ କି?
୬. ଶେଷ ଥର ପାଇଁ ସୁଶାନ୍ତଙ୍କୁ କେବେ ଫୋନ କରିଥିଲେ?
୭. ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା କେଉଁଆଡ଼େ ଗଲା?
୮. କ’ଣ ଦୁଇଜଣ ବିବାହ କରିଥାନ୍ତେ?
୯. ସୁଶାନ୍ତଙ୍କ ପରିବାର ସହିତ କିଭଳି ସମ୍ପର୍କ ଥିଲା?
୧୦. ଇଉରୋପ ଟ୍ରିପରେ କ’ଣ ହୋଇଥିଲା?
୧୧. ଇଉରୋପ ଟୁରରେ ସୌଭିକ କାହିଁକି ଯାଇଥିଲା?
୧୨. କ’ଣ ଇଉରୋପ ଟୁରରେ ସୁଶାନ୍ତଙ୍କ ବ୍ୟତୀତ ଅନ୍ୟ କାହା ସହିତ ସାକ୍ଷାତ ହୋଇଥିଲା? ସେମାନେ କିଏ ଥିଲେ? କେଉଁ ବାର୍ତ୍ତାଳପ ହୋଇଥିଲା? କାହିଁକି ସାକ୍ଷାତ ହୋଇଥିଲା?
୧୩. ସୁଶାନ୍ତଙ୍କୁ କେତେ ଜଣ ଡାକ୍ତରଙ୍କୁ ଦେଖାଇଛନ୍ତି? ଏତେ ଡାକ୍ତର କାହିଁକି ବଦଳାଇଲେ? କିଛି ଖାସ କାରଣ?
୧୪. ଓ୍ୱାଟର ଷ୍ଟୋନ ରିସର୍ଟର ପୂରା କାହାଣୀ? କେଉଁ ରୁମ ବୁକ ରହୁଥିଲା? କିଏ ଏହି ରୁମକୁ ଯିବା ଆସିବା କରୁଥିଲା?
୧୫. ଯଦି ସୁଶାନ୍ତ ଅସୁସ୍ଥ ଥିଲେ, ତେବେ ନୂଆ କମ୍ପାନୀ କାହିଁକି ପ୍ରତିଷ୍ଠା କରାଗଲା? ଏହି କମ୍ପାନୀର ଠିକଣା ନବି ମୁମ୍ବାଇ ରଖାଯିବାର କାରଣ?
୧୬. କାହିଁକି ଆପଣଙ୍କ ଭାଇ,ବାପା ସମସ୍ତେ ଏହି କମ୍ପାନୀର ଭାଗୀଦାର ଥିଲେ? କିଛି ଖାସ କାରଣ?
୧୭. କ’ଣ ସୁଶାନ୍ତ କେବେ କିଛି ଉଇଲ ପ୍ରସ୍ତୁତ କରିଥିଲେ ?
୧୮. ୮ ଜୁନରେ ସୁଶାନ୍ତଙ୍କୁ ଛାଡ଼ି ଯିବା ପରେ କାହିଁକି କଲ କଲେ ନାହିଁ? କଲ ଆଉ ମେସେଜର ଉତ୍ତର କାହିଁକି ଦେଲେ ନାହିଁ?
୧୯. ମହେଶ ଭଟ୍ଟଙ୍କ ସହିତ ଏତେ କଥାବାର୍ତ୍ତା ହେବାର ଖାସ କାରଣ? କ’ଣ ନିଜ ଜୀବନ ସହିତ ଜଡ଼ିତ ସବୁ କଥାରେ ତାଙ୍କ ପରାମର୍ଶ ନେଉଥିଲେ ନା କେବଳ ସୁଶାନ୍ତଙ୍କ ମାମଲାରେ?

ଆହୁରି ବର୍ଷିବ, ବଢ଼ୁଛି ନଦୀର ଜଳ ପତନ

ଭୁବନେଶ୍ୱର: ଆହୁରି ବର୍ଷିବ । ଆଗାମୀ ୨୭ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବାର ସମ୍ଭାବନା ରହିଛି । ପୁଣି ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ନଦୀରେ ପାଣି ବଢ଼ିବାର ଆଶଙ୍କା ମଧ୍ୟ ରହିଛି । ହେଲେ ଏବେ ସବୁ ନଦୀ ବିପଦ ସଂକେତ ତଳେ ପାଣି ରହିଛି । କେବଳ ଜଳକା ନଦୀରେ ୬.୨୧ ଫୁଟ୍‌ ପାଣି ରହିଥିଲେ ମଧ୍ୟ କିଛି ସମସ୍ୟା ନାହିଁ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ କହିଛନ୍ତି । ସେ କହିଛନ୍ତି ସବୁ ନଦୀବନ୍ଧ ଠିକ ଅଛି । ଭୟ କରିବାର କୌଣସି କାରଣ ନାହିଁ । ରବିବାର ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା ଓ  କଟକ ଜିଲ୍ଲାରେ ୧୦ରୁ ୧୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

 Hirakud

ଅନ୍ୟପଟେ ଲଗାଣ ବର୍ଷା କାରଣରୁ ଏବେ ସୁଦ୍ଧା ହୀରାକୁଦର ୧୮ଟି ଗେଟ୍‌ ଖୋଲା ଯାଇଛି । ବର୍ତ୍ତମାନ ୬୧୯.୪୧ ଘନ ଫୁଟ୍‌ ପାଣି ରହିଛି । ପ୍ରତି ସେକେଣ୍ଡରେ ୨ଲକ୍ଷ ୮୮ହଜାର ୨୯୭ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୯୭ ହଜାର ୮୩୨ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି ।

Hirakud

ବୈତରଣୀରେ ପାଣି ଯାଉଥିଲା । ତଳମୁଣ୍ଡରେ ବ୍ରାହ୍ମଣୀ ପାଣି ଯାଇପାରୁ ନଥିଲା । କାଲି ଅଳ୍ପ ପାଣି ଛଡ଼ାଯାଇଛି । ବନ୍ୟା ନାହିଁ । ହେଲେ ବର୍ଷା ପାଇଁ କିଛି ନଦୀରେ ପାଣି ବଢ଼ିପାରେ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।

Hirakud

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଆଉ ଏକ ଲଘୁଚାପ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦୁଝରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାଗୁଡିକରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ହେବ । ସେହିଭଳି ୨୬ରୁ ୨୭ ତାରିଖ ଭିତରେ ଝାରସୁଗୁଡ଼ା, ବରଗଡ଼ରେ ଅତିପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ଲଘୁଚାପର ପ୍ରଭାବ ୨୮ ତାରିଖ ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି । ତେବେ ଅତ୍ୟଧିକ ବର୍ଷା ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟରେ ରଖାଯାଇଥିବା କହିଛନ୍ତି ଏସଆରସି । ବିଡିଓ, ତହସିଲଦାର ମାନଙ୍କୁ ମଧ୍ୟ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦଶ ଦିଆଯାଇଛି । ଜଳସମ୍ପଦ ବିଭାଗର ଯନ୍ତ୍ରୀମାନେ ବି ସଜାଗ ରହିବା ସହ ଡ୍ରେନେଜ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା SRC ପ୍ରଦୀପ ଜେନା କହିଛନ୍ତି ।

ଜାତୀୟ ସମ୍ମାନ ପ୍ରଦାନ ଲାଗି ୪୭ ଜଣ ଶିକ୍ଷକଙ୍କ ନାଁ ପ୍ରକାଶ କଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଶିକ୍ଷକଙ୍କୁ ଜାତୀୟ ସମ୍ମାନ ତାଲିକା ପ୍ରକାଶ ପାଇଛି । ୨୦୨୦ ବର୍ଷ ପାଇଁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୭ଟି ସଂସ୍ଥାରୁ ୧୫୩ ଜଣ ଶିକ୍ଷକଙ୍କ ନାଁ ସର୍ଟଲିଷ୍ଟେଡ୍ କରାଯାଇଥିଲା । ସେଥିମଧ୍ୟରୁ ୪୭ ଜଣଙ୍କୁ ସମ୍ମାନ ପ୍ରଦାନ ଲାଗି ସ୍ଥିର ହୋଇଛି । ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ଚୟନ ପ୍ରକ୍ରିୟ ଭିଡିଓ କନଫରେନ୍ସିଂ ଯୋଗେ କରାଯାଇଥିଲା ।

ବସନ୍ତ କୁମାର ସାହୁ

ଚଳିତବର୍ଷ ଓଡ଼ିଶାରୁ ଜାତୀୟ ସମ୍ମାନରେ ୨ ଜଣ ଶିକ୍ଷକ ସମ୍ମାନିତ ହେବେ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବୌଦ୍ଧ ଜିଲ୍ଲାରେ ଶିକ୍ଷାଦାନ କରୁଥିବା ଶିକ୍ଷକ ବସନ୍ତ କୁମାର ସାହୁଙ୍କୁ ଜାତୀୟ ସମ୍ମାନ ପ୍ରଦାନ କରାଯିବ । ସେ ଏବେ ହରଭଙ୍ଗା ବ୍ଲକ ସରସରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଅଛନ୍ତି ।

ତାପସ କୁମାର ମହାନ୍ତି

ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ଶୈକ୍ଷକତା କରୁଥିବା ତାପସ କୁମାର ମହାନ୍ତି ଜାତୀୟ ସମ୍ମାନ ଲାଗି ମନୋନୀତ ହୋଇଛନ୍ତି । ତାପସ ରାଜଧାନୀ ଭୁବନେଶ୍ୱର ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି । ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଲାଗି ତାଙ୍କ ଦ୍ୱାରା ପ୍ରସ୍ତୁତ ପାଠ୍ୟ ଉପକରଣ ପାଇଁ ବହୁ ଅନୁଷ୍ଠାନରୁ ତାପସ ସମ୍ମାନୀତ ହୋଇଛନ୍ତି । ତାଙ୍କ ଲିଖିତ ଲର୍ଣ୍ଣିଂ ବେଲ୍ ପୁସ୍ତକ ବେଶ୍ ଆଦୃତ ।

Sushant Singh Rajput Case: ତାଲା ଭାଙ୍ଗିଲା ପରେ ରୁମ ଭିତରକୁ ଚାହିଁବ ନାହିଁ, ସୁଶାନ୍ତଙ୍କ ବେଡ୍‌ରୁମ୍ ଖୋଲିଥିବା ବ୍ୟକ୍ତିଙ୍କୁ ଏମିତି କୁହାଯାଇଥିଲା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତର ଗତିକୁ ତୀବ୍ର କରିଛି ସିବିଆଇ । ଏମିତିକି ସୁଶାନ୍ତଙ୍କ ମୃତ୍ୟୁ ଘଟଣା ସହ ଜଡ଼ିତ ଥିବା ପ୍ରାୟ ସମସ୍ତଙ୍କୁ ଜେରା କରିସାରିଲାଣି ସିବିଆଇ । ତବେ ସବୁଠାରୁ ବଡ଼ କଥା ହେଉଛି, ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମେ ଯେଉଁ ବ୍ୟକ୍ତି ତାଲା ଭାଙ୍ଗି କବାଟ ଖୋଲିଥିଲେ, ଏବେ ସେହି ବ୍ୟକ୍ତିଙ୍କୁ ସିବିଆଇ ଜେରା କରିବାକୁ ଯାଉଛି । ଏହି ବ୍ୟକ୍ତି ଜଣକୁ ଜେରା କରାଯିବା ପରେ ସିବିଆଇ ହାତରେ ଅନେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଲାଗିପାରେ ବୋଲି କୁହାଯାଉଛି । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ଅନ୍ୟପଟେ ଏକ ନିର୍ଦ୍ଧିଷ୍ଟ ଜାତୀୟ ଗଣମାଧ୍ୟମକୁ ତାଲା ଭାଙ୍ଗିଥିବା ଏହି ବ୍ୟକ୍ତି ଜଣକ ଦେଇଥିବା ବୟାନ୍‌ରୁ ଜଣାପଡ଼ିଛି ଯେ, ସିବିଆଇକୁ ଅନେକ ତଥ୍ୟ ମିଳିପାରିବ ।

ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ଏବଂ ଇଡି ଜୋରଦାର୍‌ ତଦନ୍ତ ଜାରି ରଖିଛନ୍ତି । ଏହି ସମୟରେ, ସୋସିଆଲ ମିଡିଆ ଏବଂ ନ୍ୟୁଜ୍ ଚ୍ୟାନେଲଗୁଡିକ ମଧ୍ୟ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରୁଥିବା ଦେଖାଯାଉଛି । ସେହିପରି ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ କୋଠରୀର ତାଲା ଭାଙ୍ଗିଥିବା ମହମ୍ମଦ ରଫି ଅନେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ପ୍ରକାଶ କରିଛି । ଗଣମାଧ୍ୟମ ସମ୍ମୁଖରେ ମହମ୍ମଦ, ସିଦ୍ଧାର୍ଥ ପଠାନିଙ୍କ ଠାରୁ ଆରମ୍ଭ କରି ପୋଲିସର ଡାକରା ପର୍ଯ୍ୟନ୍ତ ସବୁ କଥା କହିଛନ୍ତି ।

ରିପୋର୍ଟ ଅନୁଯାୟୀ, ରଫି କହିଛନ୍ତି ଯେ ତାଙ୍କୁ ସେହିଦିନ ୧.୦୫ରେ କଲ ଆସିଥିଲା । ସେତେବେଳେ ସେ ଜାଣିନଥିଲେ ଯେ କଲ୍‌ କରିଥିବା ବ୍ୟକ୍ତି ସିଦ୍ଧାର୍ଥ ପଠାନି । ରଫିଙ୍କୁ କଲ୍‌ କରାଯାଇ କୁହାଯାଇଥିଲା କି, ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି କଲ୍‌ ରିସିଭ୍‌ କରୁନାହିଁ କି, ନିଜ ରୁମ୍‌ କବାଟ ଖୋଲୁ ନାହିଁ । ତୁମେ ଯଥାଶୀଘ୍ର ଆସ ।

ଏହାପରେ ରଫି ଠିକଣା ପଚାରିଥିଲେ ଏବଂ ବନ୍ଦ କବାଟର ଫଟୋ ମାଗିଥିଲେ । ହେଲେ ତାଙ୍କୁ ଯେଉଁ କବାଟର ଫଟୋ ହ୍ୱାଟ୍‌ସଆପ୍‌ କରାଯାଇଥିଲା । ଯାହାକି ପୂର୍ବରୁ ଖୋଲାଥିଲା । କିନ୍ତୁ ଯେଉଁ କବାଟ ବନ୍ଦ ଥିଲା ସେହି ଫଟୋ ତାଙ୍କୁ ଦିଆଯାଇନଥିଲା । ରଫି ତାଙ୍କୁ ପୁଣି ବନ୍ଦ କବାଟର ଫଟୋ ମାଗିବା ପରେ ପ୍ରକୃତ ଫଟୋ ପାଇଥିଲେ ।

ସେହି କବାଟର ଫଟୋ ଦେଖିବା ପରେ ରଫି ଜାଣିପାରିଥିଲେ ଯେ, ଏହା କମ୍ପ୍ୟୁଟରାଇଜଡ୍ ଲକ୍ ।  ତେବେ ଅନ୍ୟ କବାଟର ଫଟୋ କାହିଁକି ପଠାଇଥିଲ ବୋଲି ପଚାରିବାରୁ ତାଙ୍କୁ ଉଭୟ କବାଟର ତାଲା ଏକା ଭଳି ବୋଲି କୁହାଯାଇଥିଲା ।

ରଫିଙ୍କ କହିବାନୁଯାୟୀ, ତାଙ୍କୁ ଯାଥାଶୀଘ୍ର କବାଟ ଖୋଲିବା ପାଇଁ କୁହାଯାଇଥିଲା । ହେଲେ କବାଟ ଖୋଲିବାକୁ ପ୍ରାୟ ଏକ ଘଣ୍ଟା ଲାଗିବ ବୋଲି ରଫି ଉତ୍ତର ଦେବା ପରେ ତାଙ୍କୁ ତାଲା ଭାଙ୍ଗିବାକୁ କୁହାଯାଇଥିଲା । ତାଲା ଭାଙ୍ଗିବା ସମୟରେ ସମସ୍ତେ କବାଟରେ କାନ ଦେଇ ଶୁଣୁଥିଲେ । ତେବେ ତାଲା ଭାଙ୍ଗିବା ପରେ ରଫିଙ୍କୁ ତୁରନ୍ତ ସେହି ସ୍ଥାନ ଛାଡ଼ି ଚାଲିଯିବାକୁ କୁହାଯାଇଥିଲା । ଏମିତିକି ରୁମ୍‌ ଭିତରେ କ’ଣ ରହିଛି କିମ୍ବା କିଭଳି ପରିସ୍ଥିତି ରହିଛି ତାହା ଦେଖିବାକୁ ମଧ୍ୟ ଦିଆଯାଇନଥିଲା ।

ରଫି ଆହୁରି ମଧ୍ୟ କହିଛନ୍ତି ଯେ, ସେ କବଟାର ତାଲା ଭାଙ୍ଗୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଅନ୍ୟ ୩-୪ ଜଣ ଯାକ ବ୍ୟକ୍ତିଙ୍କ ମଧ୍ୟରୁ କେହି ମଧ୍ୟ ଚିନ୍ତାରେ ଥିବା ଭଳି ଦେଖାଯାଉନଥିଲେ । ସମସ୍ତେ ଆରମ୍‌ ଏବେ ଶାନ୍ତ ଥିଲେ । ତେବେ ତାଲା ଭାଙ୍ଗିବା ପରେ ସେଠାରୁ ରଫି ତୁରନ୍ତ ଚାଲିଆସିଥିଲେ ବୋଲି କହିଛନ୍ତି । ଏହି ଘଟଣାର ପ୍ରାୟ ଦେଢ଼ ଘଣ୍ଟା ପରେ ଯେତେବେଳେ ପୋଲିସର ଫୋନ୍‌ କଲ୍‌ ଆସିଥିଲା ସେ ଜାଣିବାକୁ ପାଇଥିଲେ ଯେ, ତାହା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘର ଥିଲା ।

ରଫି ନିଜର ବୟାନ୍‌ ପୂର୍ବରୁ ପୋଲିସ ଆଗରେ ରଖିସାରିଛନ୍ତି ଏବେ ସିବିଆଇ ପକ୍ଷରୁ ତାଙ୍କୁ ଡକରା ଆସିଛି । ସେ ସିବିଆଇ ପାଖରେ ମଧ୍ୟ ନିଜ ବୟାନ ରଖିବେ । ରଫି ଏହା ସ୍ପଷ୍ଟ କରିଛନ୍ତି ଯେ, ରୁମ୍‌ର କବାଟ ଭିତରୁ ବନ୍ଦ ରହିଥିଲା ।