ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଲେ ସୁଶାନ୍ତଙ୍କ ମୃତ୍ୟୁରେ ସିବିଆଇ ତଦନ୍ତର ଆବଶ୍ୟକ ନାହିଁ

ନୂଆଦିଲ୍ଲୀ: ବଲିଉଡର ଜଣେ ଆଗଧାଡ଼ିର ଚେହେରା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାକୁ ନେଇ ସସ୍‌ପେନ୍ସ ଏବେବି ଜାରି ରହିଛି । ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରାଯାଇଛି ବୋଲି ଅନେକ କହୁଛନ୍ତି । ସୁଶାନ୍ତଙ୍କ ବନ୍ଧୁ ଏବଂ ତାଙ୍କ ପରିବାର ଲୋକ ତାଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ କରନ୍ତୁ ବୋଲି ଦାବି କରିଛନ୍ତି । ନିକଟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ମଧ୍ୟ ଅମିତ ଶାହାଙ୍କୁ ଟ୍ୱିଟ୍‌ କରି ଏନେଇ ସିବିଆଇ ତଦନ୍ତ କରିବାକୁ  ଅନୁରୋଧ କରିଥିଲେ ।

କିନ୍ତୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏକ ଭିନ୍ନ ଧରଣର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ । ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତ କରିବାରେ ସକ୍ଷମ । ସେ କହିଛନ୍ତି ଯେ ‘ବ୍ୟବସାୟୀକ ପ୍ରତିଦ୍ୱନ୍ଦ୍ୱିତା’ ଏଙ୍ଗଲରୁ ମଧ୍ୟ ଏହି ଘଟଣାର ଅନୁସନ୍ଧାନ କରୁଛି ପୋଲିସ ବୋଲି ସେ କହିଛନ୍ତି । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗୁରୁବାର ଦିନ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅଭିନେତା ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତର ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରି ଦେଶମୁଖ କହିଛନ୍ତି ଯେ ମୁମ୍ବାଇ ପୋଲିସ୍ ଅଭିନେତାଙ୍କ ମୃତ୍ୟୁ ଘଟଣାର ବିସ୍ତୃତ ଅନୁସନ୍ଧାନ କରାଯାଉଛି  । ଅନେକ ଲୋକଙ୍କ ବିବୃତ୍ତି ରେକର୍ଡ କରାଯାଇଛି । ଏହି ମାମଲାକୁ ସିବିଆଇର ହସ୍ତାନ୍ତର କରିବା କୌଣସି ଆବଶ୍ୟକତା ନାହିଁ। ଆମର ପୋଲିସ ଅଧିକାରୀମାନେ ସଠିକ୍ ଦିଗରେ ଘଟଣାର ଅନୁସନ୍ଧାନ କରିବାରେ ସକ୍ଷମ ଅଟନ୍ତି । ସେ କହିଛନ୍ତି ଯେ ବ୍ୟବସାୟରେ ଶତ୍ରୁତା ଦୃଷ୍ଟିରୁ ଏଭଳି ହୋଇଥାଇପାରେ ବୋଲି ପୋଲିସ ମଧ୍ୟ ଘଟଣାର ତଦନ୍ତ କରୁଛି । ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ ରିୟା ଚକ୍ରବର୍ତ୍ତୀ, ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀ, ବଲିଉଡ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ, ଛାବ୍ରା ଏବଂ ରାଜପୁତଙ୍କ ପରିବାର ସଦସ୍ୟଙ୍କ ସମେତ ଦୁଇ ଡର୍ଜନରୁ ଅଧିକ ଲୋକଙ୍କୁ ପଚରାଉଚରା କରିଛି।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଡିପ୍ରେସନ ପାଇଁ ଚିକିତ୍ସିତ ହେଉଥିଲେ । ସର୍ବସାଧାରଣରେ ନିଜକୁ ପ୍ରଥମ ଥର ପାଇଁ ରାଜପୁତଙ୍କ “ଗର୍ଲଫ୍ରେଣ୍ଡ” ବୋଲି ସମ୍ବୋଧନ କରି ଚକ୍ରବର୍ତ୍ତୀ କହିଛନ୍ତି ଯେ ସରକାରଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଏବଂ ସିବିଆଇ ଯାଞ୍ଚ ଏହି ମାମଲାରେ ନ୍ୟାୟ ଆଣିବାରେ ସହାୟକ ହେବ ।

Leave a Reply