ହାତ ଗୋଡ଼ରେ ବନ୍ଧା ହୋଇଛି ଶିକୁଳି: ଅର୍ଥାଭାବରୁ ଚିକିତ୍ସା କରାଇପାରୁନି ବିଧବା ମାଆ

1 min read

ଯାଜପୁର: ମାନସିକ ବିକୃତ ପୁଅ ଝିଅଙ୍କ ଚିନ୍ତାରେ ବିଧବା ମାଆ  । ଛୁଆଙ୍କ ଉପରୁ ବାପାଙ୍କ ହାତ ଉଠିଯାଇଥିବା ବେଳେ ନିଜେ ମୁଲ ଲାଗି ଛୋଟରୁ ବଡ଼ କରିଛନ୍ତି  । ହେଲେ ନିଜେ ପିଲା କାମ ଧନ୍ଦା କରି ଘର ଚଳାଇବା ବୟସରେ ଘରେ ଶିକୁଳିରେ ବନ୍ଧା ହୋଇ ରହିଛନ୍ତି  ।

ଅନ୍ୟପେଟ ଅର୍ଥାଭାବରୁ ଚିକିତ୍ସା ବି ହୋଇପାରୁନାହିଁ  । ଯାଜପୁର ଜିଲ୍ଲା ସଦର ବ୍ଲକ୍ କମାଗଡର ଲତା ଜେନା ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି  । ପରିବାର କହିଲେ ୩ ପ୍ରାଣୀ କୁଟୁମ୍ବ । ହେଲେ ଘରର ଏହି ଚାରିକାନ୍ଥ ଭିତରେ ଲୁଚି ରହିଛି ଅନେକ ଦୁଃଖ । ସ୍ୱାମୀ ଚାଲିଗଲା ପରେ ଏକୁଟିଆ ଛୋଟରୁ ବଡ କରିଛନ୍ତି ଦୁଇ ଛୁଆଙ୍କୁ  । ହେଲେ ପୁଅ ଝିଅ ଦୁଇଜଣ ମାନସିକ ବିକୃତ  ।

ରୋଜଗାରିଆ ପୁଅ ବି ମାନସିକ ବିକୃତ ହୋଇ ଘରେ ପଡିରହିଥିବା ବେଳେ ଏବେ ଘର ଚଳାଇବା କଷ୍ଟକର ହୋଇପଡିଛି  ।  ଯାଜପୁର ଜିଲ୍ଲା ସଦର ବ୍ଲକ୍ କମାଗଡର ଲତା ଜେନାଙ୍କ ଉପରେ ସତେ ଯେମିତି ଦୁଃଖର ପାହାଡ ପଡିଛି  । ଗତ ୧୨ ବର୍ଷ ହେଲା ଦୁଇ ପିଲାଙ୍କୁ ନେଇ ଦୁଃଖ କଷ୍ଟରେ ଚଳୁଛନ୍ତି ଲତା  ।

ଉଭୟଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ଶିକୁଳିରେ ବାନ୍ଧି ଘରେ ରଖିବାକୁ ପଡୁଛି  ।  ସରକାରୀ ସହାୟତାରୁ ମଧ୍ୟ ବାଦ୍ ପଡିଛନ୍ତି ଏହି ପରିବାର  । ଏପରିକି ପୁଅକୁ ଭତା ମିଳୁନି କି ରାସନ କାର୍ଡ ବି ନାହିଁ। ଘର ଖଣ୍ଡିଏ ନଥିବା ବେଳେ ଝାଟିମାଟି ଘରେ ଜୀବନ ବିତୁଛି  । ଏହା ସାଙ୍ଗକୁ ଦୁଇ ଛୁଆଙ୍କ ଏଭଳି ଅବସ୍ଥା ବୋଝ ଉପରେ ନଳିତା ବିଡା ସଦୃଶ  । ଏନେଇ ପ୍ରଶାସନ ପକ୍ଷରୁ ଏହି ପରିବାରକୁ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକ  ।

https://www.facebook.com/NandighoshaTV/videos/289639412475850/

Leave a Reply