କୋଭିଡ କଟକଣାକୁ ଖୋଲାଖୋଲି ଉଲ୍ଲଂଘନ: ସଂକଟ ସମୟରେ ବି ସୁଧୁରୁନାହାନ୍ତି ଅମାନିଆ

1 min read

ବାସୁଦେବପୁର: ଦେଶରେ ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମଣ । ହେଲେ ବି ସୁଧୁରୁ ନାହାନ୍ତି ଅମାନିଆ । ଖୋଲାଖୋଲି ଭାବେ ନିୟମ ଉଲ୍ଲଘଂନ କରୁଥିବା ବେଳେ ସାମାଜିକ ଦୂରତା ଭୁଲିଯାଉଛନ୍ତି  । ବାସୁଦେବପୁର ବ୍ଲକ ବ୍ରାହ୍ମଣ ଗାଁରେ ନିୟମ ଭାଙ୍ଗି ବେଖାତିର ଭାବେ କୋଚିଂ ସେଣ୍ଟରରେ ପାଠପଢା ଯାଉଥିବା ଦେଖିବାକୁ ମିଳିଛି  ।

ଜଣେ କି ଦୁଇ ଜଣ ନୁହେଁ ଏକାଠି ବସିଛନ୍ତି ୨୦ରୁ ଅଧିକ ପିଲା । ଗୋଟିଏ ଛୋଟ ଜାଗାରେ ସମସ୍ତେ ଖୁନ୍ଦା ଖୁନ୍ଦା ହୋଇ ବସିଛନ୍ତି । ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରାହ୍ମଣ ଗାଁର ।

କୋଭିଡ୍ ଗାଇଡଲାଇନ୍‌ର ଖୋଲା ଉଲ୍ଲଂଘନ କରି ଏଠି ଚାଲିଛି କୋଚିଂ ସେଣ୍ଟର । ସାମାଜିକ ଦୂରତାକୁ ଫୁ କରି ପିଲାମାନେ ପାଠ ପଢୁଛନ୍ତି । ଆଉ ଆମ କ୍ୟାମେରା ଟିମ୍ ପହଞ୍ଚିବାରୁ ପିଲାଙ୍କୁ ପଳାଇ ଯିବାକୁ କହିଥିଲେ ଶିକ୍ଷକ ।

କେବଳ ଗୋଟିଏ ଜାଗାରେ ନୁହେଁ ବ୍ରାହ୍ମଣ ଗାଁର ପ୍ରାୟ ୫ଟି ସ୍ଥାନରେ ଏଭଳି କୋଚିଂ ସେଣ୍ଟର ଚାଲିଛି । ପ୍ରତି ସେଣ୍ଟରରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଟ୍ୟୁସନ୍ ହେଉଛନ୍ତି । ଅଧିକାଂଶ ସ୍ଥାନରେ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଦେଖିବାକୁ ମିଳୁଛି । ପ୍ରଶ୍ନ ଉଠୁଛି,  କରୋନା ସଂକ୍ରମଣ ବଢୁଥିବା ବେଳେ ଏଭଳି ବେଖାତିର ବଡ଼ ସଂକଟ ଆଣିବନି ତ?  ସଂକ୍ରମଣ ରୋକିବାକୁ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଉଛି, ହେଲେ ଘରୋଇ ଶିକ୍ଷକମାନେ ଏହାକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି ।

https://www.facebook.com/NandighoshaTV/videos/3083813868401698/

Leave a Reply