ନଗଦରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେମିତି କରିବେ ଦେଖା

1 min read

ନୂଆଦିଲ୍ଲୀ: ଆମ ଦେଶରେ କରୋନା ସଂକ୍ରମଣର ଦ୍ରୁତ ଗତିରେ ବୃଦ୍ଧି ପାଉଛି । କିନ୍ତୁ ଏହା ସହିତ କରୋନା ରୋଗୀ ପ୍ରାୟ ସମାନ ଅନୁପାତରେ ମଧ୍ୟ ସୁସ୍ଥ ହେଉଛନ୍ତି । ସଂକ୍ରମିତ ବ୍ୟକ୍ତି ଏବଂ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ ପ୍ରତ୍ୟେକ ଦିନ ଏକ ନୂତନ ଅଧ୍ୟୟନ ସାମ୍ନାକୁ ଆସୁଛି । କରୋନାରୁ ଭଲ ହୋଇଥିବା ବ୍ୟକ୍ତିଙ୍କୁ କିପରି ଦେଖା କରିବେ ତାଙ୍କର ପରିବାର ଲୋକ ସେ ନେଇ ମଧ୍ୟ ନୂଆ ଅଧ୍ୟୟନ ସାମ୍ନାକୁ ଆସିଛି ।

ଏହି ପରିସ୍ଥିତିରେ ଆମ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ କୋଭିଡ -19 ଦ୍ୱାରା ଆରୋଗ୍ୟ ହୋଇଥିବା ଆମ ପ୍ରିୟ ବ୍ୟକ୍ତିଙ୍କୁ ଆମେ କେତେ ଦିନ ବ୍ୟବଧାନରେ ଭେଟି ପାରିବା ? ଏକାସାଙ୍ଗରେ ଭେଟିବାବେଳେ କେଉଁ ଜିନିଷ ଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍ ଯାହାଦ୍ୱାରା ଆମର ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ସ୍ୱାସ୍ଥ୍ୟରେ କୌଣସି ପ୍ରକାରେ ଅସୁବିଧା ହେବ ନାହିଁ ।

କରୋନା ସଂକ୍ରମଣ ହେବାର ଆଶଙ୍କା ଆମ ସମସ୍ତଙ୍କ ମନରେ ରହିଛି । ଯେତେବେଳେ ଆମକୁ କୌଣସି ରୋଗ ହୁଏ ସେହି ସମୟରେ ଆମ  ପରିବାର ଆମ ସହିତ ରହିବା ଆବଶ୍ୟକ ବୋଲି ମନେ କରିଥାଉ । ଯାହାଫଳରେ ଆମେ ମାନସିକ ସ୍ତରରେ ଦୃଢ଼ ରହିଥାଉ ଏବଂ ଏହି ରୋଗକୁ ପରାସ୍ତ କରିଥାଉ । କିନ୍ତୁ କୋଭିଡ୍ -19 ହେଉଛି ଏକ ରୋଗ ଯେଉଁଥିରେ ରୋଗୀକୁ ଏକାକୀ ରହିବାକୁ ପଡ଼ିଥାଏ । ଏହି ରୋଗ ସହିତ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥାଏ । କାରଣ ଯଦି ଜଣେ ସୁସ୍ଥ ବ୍ୟକ୍ତି ପୂର୍ଣ୍ଣ ସତର୍କତା ବିନା ଏପରି ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତି, ତେବେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ସମସ୍ତ ସମ୍ଭାବନା ଅଛି ।

ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଦ୍ୱାରା ପ୍ରକାଶିତ ସର୍ବଶେଷ କରୋନା ସୂଚନା ଅନୁଯାୟୀ, ଯଦି ଆପଣଙ୍କର କୌଣସି ପରିବାର କିମ୍ବା ବନ୍ଧୁ ଏହି ରୋଗରୁ ମୁକ୍ତି ପାଇଛନ୍ତି, ତେବେ ଆପଣ ସେମାନଙ୍କ ସଂସ୍ପର୍ଶରେ ଆସିବା ପୂର୍ବରୁ କିଛି  ସତର୍କତା ଅବଲମ୍ବନ କରିବାକୁ ପଡିବ । ଯେମିତି…

ଯଦି ଜଣେ ବ୍ୟକ୍ତିଙ୍କର କରୋନା ଲକ୍ଷଣ ଥାଏ କିମ୍ବା ସେ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଛନ୍ତି  ଓ ବର୍ତ୍ତମାନ ସେ ତାଙ୍କ ପରିବାରକୁ ଭେଟିବାକୁ ଚାହୁଁଛନ୍ତି । ତେବେ ସେ ପ୍ରତ୍ୟେକ ପରିସ୍ଥିତିରେ ତିନୋଟି ବିଶେଷ ଜିନିଷର ଯତ୍ନ ନେବା ଉଚିତ୍‌ ।

ପ୍ରଥମ ସର୍ତ୍ତଟି ହେଉଛି ଭେଟିବାକୁ ଚାହୁଁଥିବା ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଅତି କମରେ ୩ ଦିନ ମଧ୍ୟରେ ଜ୍ୱର ହୋଇ ନଥିବ । ଦ୍ୱିତୀୟ ସର୍ତ୍ତ ହେଉଛି ତାଙ୍କର କାଶ ବା ନିଶ୍ୱାସ ନେବାରେ କୌଣସି ଅସୁବିଧା ହେଉନଥିବ । ଯଦି ବ୍ୟକ୍ତିଙ୍କର ଏହି ସମସ୍ୟା ନଥିବ ତେବେ ତାଙ୍କର ପରିବାର କିମ୍ବା ବନ୍ଧୁଙ୍କୁ ସାକ୍ଷାତ କରିବାରେ କିଛି ମଧ୍ୟ ସମସ୍ୟା ନାହିଁ ।

ତୃତୀୟ ଏବଂ ଅନ୍ତିମ ଅବସ୍ଥା ହେଉଛି ଯେଉଁ ବ୍ୟକ୍ତିଙ୍କର କରୋନା ଲକ୍ଷଣ ଥିଲା,  ଲକ୍ଷଣ ଦେଖାଯିବା ଦିନଠାରୁ ସେ  ଆଗାମୀ ୧୦ ଦିନ ପାଇଁ ସମ୍ପୂର୍ଣ୍ଣ ଭାବେ କ୍ୱାରେଣ୍ଟାଇନରେ ରହିଛନ୍ତି କି ନାହିଁ ତାହା ଦେଖିବାକୁ ପଡିବ । ଏହି ତିନୋଟି ସର୍ତ୍ତ ପୂରଣ କରିବା ପରେ ହିଁ, ଯଦି କେହି କରୋନାରୁ ସୁସ୍ଥ ହୋଇଥିବେ ତେବେ ତାଙ୍କ ପରିବାରକୁ ଭେଟି ପାରିବେ  । ଏମିତି ହେଲେ  ତାଙ୍କ ପରିବାର ସଂକ୍ରମଣର ଶିକାର ହେବା ସମ୍ଭାବନା ବହୁତ କମିଯାଏ ।

 

Leave a Reply