କରୋନା ପାଇଁ ବଡ଼ ଡାଟା ପ୍ଲାନ୍‌, ୧୦୦ ଜିବି ଡାଟା ଦେଉଛି କମ୍ପାନୀ..

1 min read
Telecom Networks

ନୂଆଦିଲ୍ଲୀ: ସମସ୍ତଙ୍କ ମନରେ କରୋନା ଭୟ । ହୁହୁ ହୋଇ ମାଡ଼ିଚାଲିଛି କରୋନା । ଚାଲିଯାଉଛି ନିରୀହ ଜୀବନ । ତେଣୁ ସଂକ୍ରମଣକୁ ରୋକିବା ପାଇଁ ଆରମ୍ଭ ହୋଇଛି ଅନ୍‌ଲାଇନ୍ କ୍ଲାସ୍ । ଖାଲି ଅନ୍‌ଲାଇନ୍ କ୍ଲାସ୍ ନୁହେଁ ବରଂ ଏବେ ଅନ୍‌ଲାଇନ୍‌ରେ ଆରମ୍ଭ ହୋଇଛି ଓ୍ୱାର୍କଫ୍ରମ୍ ହୋମ୍ ବ୍ୟବସ୍ଥା । ଆଗରୁ ଅଫିସ୍‌ରେ ବସି ଯେଉଁ କାମ କରୁଥିଲେ ଏବେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରେ ବସି ସେହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ୟୁଜର୍ସମାନଙ୍କର ଅଧିକରୁ ଅଧିକ ଇଣ୍ଟରନେଟ୍ ବ୍ୟବହାର ହେଉଛି । ତେବେ ସାଧାରଣ ପ୍ୟାକରେ ଟେଲିକମ୍ ନେଟ୍ଓ୍ୱାର୍କ କମ୍ପାନୀମାନେ ଯେତିକି ପରିମାଣର ଡାଟା ଦେଉଛନ୍ତି ତାହା ଓ୍ୱାର୍କଫ୍ରମ୍ ହୋମ୍ ପାଇଁ ଯଥେଷ୍ଟ ହେଉ ନାହିଁ ।

ଏହି ଦୃଷ୍ଟିରୁ ଏବେ ବିଭିନ୍ନ କମ୍ପାନୀମାନେ ନୂଆ ଡାଟା ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ କେବଳ ଡାଟା ପ୍ୟାକ୍ ହିଁ ରହିଛି । ଆଉ ଏହି ଡାଟା ପ୍ଲାନକୁ ୟୁଜର୍ସ ମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । ନିକଟ ଅତୀତରେ ଭୋଡାଫୋନ୍-ଆଇଡିଆ (Vi) ପକ୍ଷରୁ ଏକ ଡାଟା ଆଡ୍-ଅନ୍ ପ୍ୟାକ୍ ଲଞ୍ଚ କରାଯାଇଛି । ଏଥିରେ ୧୦୦ ଜିବି ଡାଟା ଦିଆଯାଉଛି । ତେବେ ଆସନ୍ତୁ ଜଣିବା ଏୟାର୍ଟେଲ୍, ରିଲାଏନ୍ସ ଜିଓ ଓ ବିଏସ୍ଏନ୍ଏଲ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏଭଳି କିଛି ଡାଟା ପ୍ଲାନ୍ ବିଷୟରେ ।

ଭୋଡାଫୋନ୍ ଆଇଡିଆର ୩୫୧ ଟଙ୍କିଆ ପ୍ଲାନ୍

ଭୋଡାଫୋନ୍‌ର ଏହି ପ୍ଲାନ୍ ୫୬ ଦିନର ଭ୍ୟାଲିଡିଟି ସହ ଉପଲବ୍ଧ । ପ୍ଲାନରେ ୧୦୦ ଜିବି ଡାଟା ମିଳିଥାଏ । ଏହି ପ୍ଲାନ୍ ସେହିମାନଙ୍କୁ ବେଶି ସୁହାଉଛି ଯେଉଁମାନେ ଏବେ ଓ୍ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି । ଅନ୍ୟପଟେ ଏହି ପ୍ଲାନରୁ କିଛି ୟୁଜର୍ସଙ୍କୁ ଅନ୍‌ଲିମିଟେଡ୍ କଲିଂ ଓ ଅଲଗା ଫାଇଦା ମିଳୁନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଜିଓର ୪୯୯ ଟଙ୍କିଆ ପ୍ଲାନ୍

ଜିଓର ଏହି ପ୍ଲାନ୍ ସ୍ପେସାଲ୍ ‘କ୍ରିକେଟ୍ ପ୍ୟାକ୍’ କାଟାଗୋରୀରେ ଆସୁଛି । ଏହି ପ୍ୟାକ୍‌କୁ ସବ୍‌ସ୍କ୍ରାଇବ୍‌ କରିଥିବା ୟୁଜର୍ସମାନଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ଉପଲବ୍ଧ ହେଉଛି । ସେହି ଅନୁଯାୟୀ ୫୬ ଦିନର ଭ୍ୟାଲିଡିଟି ଥିବା ଏହି ପ୍ଲାନରେ ମୋଟ୍ ୮୪ ଜିବି ଡାଟା ମିଳିଥାଏ । ଜିଓ ସ୍ପେସ୍ ସବ୍‌ସ୍କ୍ରିପ୍‌ସନ୍‌ ଦ୍ୱାରା ଏକ ବର୍ଷ ପାଇଁ ଡିଜ୍‌ନି+ ହଟଷ୍ଟାର ଭିଆଇପିର ସବ୍‌ସକ୍ରିପ୍‌ସନ ମଧ୍ୟ ଉପଲବ୍ଧ ହେଉଛି ।

ଏୟାରଟେଲ୍‌ର ୪୦୧ ଟଙ୍କିଆ ପ୍ଲାନ୍

ଏୟାରଟେଲ୍‌ର ଏହି ପ୍ଲାନ୍‌ରେ ୨୮ ଦିନର ଭ୍ୟାଲିଡିଟି ସହ ୩୦ ଜିବି ଡାଟା ମିଳିଥାଏ । ପ୍ଲାନ୍‌ରେ ମିଳୁଥିବା ଡାଟା ବେନିଫିଟ୍ ବିନା କୌଣସି ଦୈନିକ ପ୍ରତିବନ୍ଧକରେ ଉପଲବ୍ଧ । ପ୍ଲାନରେ ଏକ ବର୍ଷ ପାଇଁ ଡିଜ୍‌ନି+ ହଟଷ୍ଟାର୍‌ ଭିଆଇପିର ସବ୍‌ସ୍କ୍ରିପ୍‌ସନ୍‌ ମଧ୍ୟ ଉପଲବ୍ଧ । ଏହି ପ୍ଲାନ୍‌ରେ କଲିଂ ଓ ଫ୍ରି ଏସ୍ଏମ୍ଏସ୍‌ର ସୁବିଧା ଉପଲବ୍ଧ ନାହିଁ ।

ବିଏସ୍ଏନ୍ଏଲ୍‌ର ୨୫୧ ଟଙ୍କିଆ ପ୍ଲାନ୍

କମ୍ପାନୀ ପକ୍ଷରୁ ଏହି ପ୍ଲାନ୍‌ ନିଜ ସର୍କଲରେ ଥିବା ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯାଉଛି । ଏହି ପ୍ଲାନ୍‌ରେ ୩୦ ଦିନର ଭ୍ୟାଲିଡିଟି ସହ ୭୦ ଜିବି ଡାଟା ଉପଲବ୍ଧ ରହିଛି । ପ୍ଲାନ୍‌ରେ କଲିଂ କିମ୍ବା ଓଟିଟି ବେନିଫିଟ୍‌ସ୍‌ ଉପଲବ୍ଧ ନାହିଁ ।

Leave a Reply