ଋଣର ସୁଧ ଉପରେ ଦେବାକୁ ପଡ଼ିବନି ସୁଧ, ସରକାରଙ୍କ ସତ୍ୟପାଠ

1 min read
Centre Ready To Waive Interest On Interest During Six Month Moratorium

ନୂଆଦିଲ୍ଲୀ: ଯଦି ଆପଣ କରୋନା ସଂକଟରେ ଲୋନ ମୋରେଟୋରିୟମର ସୁବିଧା ନେଇଛନ୍ତି ତ ଆପଣଙ୍କ ପାଇଁ ଭଲ ଖବର । ବ୍ୟାଙ୍କ ଲୋନ୍ ମୋରେଟୋରିୟମ ଉପରେ ଚାର୍ଜ ନେବ ନାହିଁ । ଏହି ସୂଚନା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଦେଇଛନ୍ତି । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠରେ କହିଛନ୍ତି ଶିଳ୍ପ, ଶିକ୍ଷା, ଘର, ଅଟୋ ଋଣ ଉପରେ ଚକ୍ରବୃଦ୍ଧି ସୁଦ୍ଧ ନିଆଯିବ ନାହିଁ । ଏହାବାଦ୍ କ୍ରେଡିଟ୍ କାର୍ଡ ବକେୟା ଉପରେ ମଧ୍ୟ ସୁଧ ନିଆଯିବ ନାହିଁ । କେନ୍ଦ୍ର ପକ୍ଷରୁ ସତ୍ୟପାଠରେ କୁହାଯାଇଛି- ମହାମାରୀ ସ୍ଥିତିରେ ସୁଧ ଉପରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦିଆଯାଇଥିବା ବେଳେ ସରକାର ଏହି ଖର୍ଚ୍ଚ ବହନ କରିବା ହେଉଛି ସମାଧାନ ।

Centre Ready To Waive Interest On Interest During Six Month Moratorium

କରୋନା ପାଇଁ ମାର୍ଚ୍ଚରେ ଲକଡାଉନ୍ ଲାଗୁ ହୋଇଥିଲା । ଲକଡାଉନ୍ ପାଇଁ କାମ ଧନ୍ଦା ବନ୍ଦ ହୋଇଯାଇଥିଲା । ଅଧିକାଂଶ ଲୋକ ଲୋନର ଇଏମ୍ଆଇ ଦେବା ସ୍ଥିତିରେ ନଥିଲେ । ଏହାକୁ ଦେଖି ଆରବିଆଇ ଆଦେଶ ପରେ ବ୍ୟାଙ୍କ ଇଏମଆଇ ପରିଶୋଧ ଉପରେ ୬ ମାସ ମହଲତ ମିଳିଥିଲା । ତେବେ, ବଡ଼ ସମସ୍ୟା ଥିଲା ମୋରେଟେରିୟମ ବଦଳରେ ଲଗାଯାଉଥିବା ଚାର୍ଜକୁ ନେଇ । ଏହି ଅତିରିକ୍ତ ଚାର୍ଜ ଗ୍ରାହକଙ୍କ ଉପରେ ଭାର ହୋଇଥିଲା । ଏବେ ଏହା ଉପରେ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଏବେ ମୋରେଟେରିୟମ ଲାଭ ନେଇଥିବା ଲୋକଙ୍କୁ ସୁଧ ଦେବାକୁ ପଡ଼ିବ ନାହିଁ । ସେହି ଗ୍ରାହକଙ୍କୁ କେବଳ ଋଣର ସାମାନ୍ୟ ସୁଧ ଦେବାକୁ ପଡ଼ିବ ।

Centre Ready To Waive Interest On Interest During Six Month Moratorium

ଗତ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ମୋରେଟୋରିୟମ୍ ମାମଲାରେ କେନ୍ଦ୍ର ସରକାରଙ୍କୁ କଡ଼ା ଟିପ୍ପଣୀ କରିଥିଲେ । କୋର୍ଟ କହିଥିଲେ ଏହା ସମ୍ବନ୍ଧରେ ସତ୍ୟପାଠ ଦାଖଳ କରି କୋର୍ଟ ନିଜ ନୀତି ସ୍ପଷ୍ଟ କରନ୍ତୁ । ରିଜର୍ଭ ବ୍ୟାଙ୍କକୁ ଆଳ କରି ପଛରେ ଲୁଚି ନିଜକୁ ବଞ୍ଚାନ୍ତୁ ନାହିଁ । ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରି କହିଥିଲେ କେବଳ ବ୍ୟବସାୟର ଲାଭ ଦେଖନ୍ତୁ ନାହିଁ । ଲୋକଙ୍କ ଅସୁବିଧା ମଧ୍ୟ ଦେଖନ୍ତୁ ।

Leave a Reply