ଦେଶୀ ଭ୍ୟାକ୍ସିନରେ ମିଶା ଯାଉଛି ଏମିତି ଦ୍ରବ୍ୟ, ଦୀର୍ଘ ସମୟ ଯାଏଁ ପାଖ ମାଡ଼ିବନି କରୋନା

1 min read
Bharat Biotech Covaxin Adjuvant Alhydroxiquim For Better Immune Response

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ବିଭିନ୍ନ ଭ୍ୟାକ୍ସିନ୍ର ହ୍ୟୁମାନ୍ ଟ୍ରାଏଲ୍ ଜାରି ରହିଛି । ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭିଡ୍ ଭ୍ୟାକ୍ସିନ୍ କୋଭାକ୍ସିନରେ ଆଉ ଏକ ଔଷଧ ମିଶ୍ରଣ କରିବା ପାଇଁ ନିଷ୍ପତ୍ତି କରିଛି । କମ୍ପାନୀ କୋଭାକ୍ସିନରେ Alhydroxinquim-II ନାମକ ଅଜୁବଣ୍ଟ ମିଶାଇବ । ଏହା ଭ୍ୟାକ୍ସିନର ଇମ୍ୟୁନ୍ ରେସପନ୍ସକୁ ଆହୁରି ବୃଦ୍ଧି କରିବ ଓ ଏହାଦ୍ୱାରା ଦୀର୍ଘ ସମୟ ଧରି କରୋନା ଠାରୁ ସୁରକ୍ଷା ମିଳିବ । ଅଜୁବଣ୍ଟ ମିଶାଇବା ଦ୍ୱାରା ଭ୍ୟାକ୍ସିନର କ୍ଷମତା ବଢ଼ି ଯାଇଥାଏ । ଏହାର ଟୀକା ନେବା ପରେ ଶରୀରରେ ଅଧିକ ଆଣ୍ଟିବଡ଼ି ତିଆରି ହୁଏ ଓ ଦୀର୍ଘ ସମୟ ଧରି ଇମ୍ୟୁନିଟି ମିଳେ । ଭାଇରୋଭ୍ୟାକ୍ସ ଭାରତ ବାୟୋଟେକକୁ Alhydroxinquim-II ଅଜୁବଣ୍ଟ ଲାଇସେନ୍ସ ଦେଇଛି । ଏବେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ୍ ଚାଲିଛି ।

Bharat Biotech Covaxin Adjuvant Alhydroxiquim For Better Immune Response

Alhydroxiquim-II ଅଜୁବଣ୍ଟରେ ଖାସ୍ କଣ ?

ଭାରତ ବାୟୋଟେକ୍ ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୃଷ୍ଣା ଏଲ୍ଲାଙ୍କ ଅନୁସାରେ, ଅଜୁବଣ୍ଟ ରୂପରେ ଏଲ୍ୟୁମିନିୟମ ହାଇଡ୍ରାକ୍ସାଇଡ୍ କେତେକ କୋଭିଡ୍ ଭ୍ୟାକ୍ସିନ୍ ପ୍ରସ୍ତୁତରେ ବ୍ୟବହାର କରାଯାଉଛି । ଏଲ୍ଲାଙ୍କ ଅନୁସାରେ ତାଙ୍କ କମ୍ପାନା ଅଜୁବଣ୍ଟ୍ସର ଇମିଡାଜୋକ୍ୟୁନୋଲିନ୍ ଶ୍ରେଣୀ ବ୍ୟବହାର କରୁଛି । ଯାହା Th1 ଆଧାରିତ ରେସପନ୍ସ ସୃଷ୍ଟି କରିବା ସହ ADE ବିପଦକୁ ହ୍ରାସ୍ କରେ ।

Bharat Biotech Covaxin Adjuvant Alhydroxiquim For Better Immune Response

କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ

କୋଭାକ୍ସିନ୍ ବ୍ୟତୀତ ଦେଶରେ ଆଉ ୨ଟି କରୋନା ଭ୍ୟାକ୍ସିନର ହ୍ୟୁମାନ୍ ଟ୍ରାଏଲ ଚାଲିଛି । ଆଇସିଏମ୍ଆର୍-ଏନ୍ଆଇଭି ଭାରତ ବାୟୋଟେକ ସହ ମିଶି କୋଭାକ୍ସିନ୍ ପ୍ରସ୍ତୁତ କରିଥି । ଏହାର ପ୍ରଥମ ପର୍ଯ୍ୟାୟ ହ୍ୟୁମାନ୍ କ୍ଲିନିକଲ ଟ୍ରାଏଲ ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍ ଚାଲିଛି । ପଶୁଙ୍କ ଉପରେ କୋଭାକ୍ସିନ୍ ଟ୍ରାଏଲ୍ ବେଳେ ଇମ୍ୟୁନ୍ ରେସପନ୍ସ ବଢ଼ିଥିବା ଦେଖାଯାଇଥିଲା ।

covishield

କେଉଁ ଭ୍ୟାକ୍ସିନର ଚାଲିଛି ପରୀକ୍ଷଣ ?

ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଅକ୍ସପୋର୍ଡ ଆଷ୍ଟ୍ରେନେନେକା ଭ୍ୟାକ୍ସିନ୍ ସହ ସହବନ୍ଧିତ ହୋଇଛି । ଭାରତରେ କୋଭିସିଲ୍ଡର ଟ୍ରାଏଲ ଜାରି ରହିଛି । ଏହାବ୍ୟତୀତ ଭାରତ ବାୟୋଟକର କୋଭାକ୍ସିନ୍ ଓ ଜାୟଡସ୍ କ୍ୟାଡିଲାର ZyCov-D ନାମକ ଭ୍ୟାକ୍ସିନର ପରୀକ୍ଷଣ ଦେଶରେ କରାଯାଉଛି ।

ଜୁଲାଇ ସୁଦ୍ଧା ୫୦ କୋଟି ଡୋଜ୍ ଭ୍ୟାକ୍ସିନ୍ ଲକ୍ଷ୍ୟ

୨୦୨୧ ଜୁଲାଇ ସୁଦ୍ଧା ପ୍ରାୟ ୪୦ରୁ ୫୦ କୋଟି କରୋନା ଭ୍ୟାକ୍ସିନ୍ ଡୋଜ୍ ମିଳିବା ନେଇ କେନ୍ଦ୍ର ସରକାର ଆଶାବାଦୀ ଅଛନ୍ତି । ଏଥିରୁ ୨୦ରୁ ୨୫ କୋଟି ଲୋକଙ୍କୁ ଟୀକା ଦିଆଯିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ଅନୁସାରେ, ନୀତି ଆୟୋଗ ଡକ୍ଟର ବିକେ ପାଲଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ସମ୍ପୂର୍ଣ୍ଣ ଯୋଜନା କରୁଛି । ଭ୍ୟାକ୍ସିନ ଆସିବା ପରେ କେନ୍ଦ୍ର ସରକାର ରାଜ୍ୟଙ୍କୁ ଭ୍ୟାକ୍ସିନର ଡୋଜ୍ ପଠାଇବେ । କେଉଁମାନଙ୍କୁ ପ୍ରଥମେ ଭ୍ୟାକ୍ସିନ୍ ଦିଆଯିବ କେନ୍ଦ୍ର ସରକାର ଏନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ତାଲିକା ମାଗିଛନ୍ତି । ସରକାରଙ୍କ ଅନୁସାରେ, ଭ୍ୟାକ୍ସିନର ପ୍ରଥମ ଡୋଜ୍ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ।

ICMR Says Population Far From Developing Herd Immunity Against Covid 19 Harshvardhan

କେବେ ଆସିବ ବିଦେଶରେ ପ୍ରସ୍ତୁତ ଟୀକା ?

କେନ୍ଦ୍ର ସରକାରଙ୍କ ଅନୁସାରେ, ଅନ୍ୟ ଦେଶ ପ୍ରସ୍ତୁତ କରିଥିବା ଭ୍ୟାକ୍ସିନ୍ ସମସ୍ତ ପ୍ରକାର ସୁରକ୍ଷା ମାନଦଣ୍ଡ ପୂରଣ କରିବା ପରେ ଭାରତ ଆସିବ । ହର୍ଷବର୍ଦ୍ଧନ କହିଛନ୍ତି- ବିଦେଶରେ ପ୍ରସ୍ତୁତ ଭ୍ୟାକ୍ସିନ ସୁରକ୍ଷିତ ଓ ପ୍ରଭାବୀ ସୁନିଶ୍ଚିତ ହେଲା ପରେ ଯାଇ ହିଁ ଲୋକଙ୍କୁ ଦିଆଯିବ । ଋଷ ଭ୍ୟାକ୍ସିନ୍ ସ୍ପୁଟନିକ ଭିକୁ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସରକାରଙ୍କ ବ୍ୟତୀତ କେତେକ ଘରୋଇ କମ୍ପାନୀ ବିଦେଶର ଭ୍ୟାକ୍ସିନ୍ ପ୍ରସ୍ତୁତକାରୀଙ୍କ ସହ ବୁଝାମଣା କରିଛନ୍ତି ।

Leave a Reply