ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆର୍‌ଜେଡି

ବିହାର: ବିହାର ବିଧାନସଭା ନିର୍ବାଚନ ପାଇଁ ଆରଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି । ଆର୍‌ଜେଡି ପ୍ରଥମ ପର୍ଯ୍ୟାଳୟ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣାକ କରିଛି । ତେବେ ଦଳ ପକ୍ଷରୁ ନୋଖାରୁ ଅନିତା ଦେବୀ, ଚକାଇରୁ ସାବିତ୍ରୀ ଦେବୀ, ଜମୁଇରୁ ବିଜୟ ପ୍ରକାଶ ଯାଦବଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଜହାନାବାଦରୁ ସୁଦେୟ ଯାଦବଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ରାମଗଡ଼ରୁ ଆରେଜେଡି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗଦାନନ୍ଦ ସିଂଙ୍କ ପୁଅ ସୁଧାକର ସିଂହ, ସାହପୁରରୁ ଶିବାନନ୍ଦ ତିଓ୍ୱାରୀଙ୍କ ପୁଅ ରାହୁଲ ତିଓ୍ୱାରୀ ଓ ଶେଖପୁରାର ବିଜୟ ସମ୍ରାଟଙ୍କୁ ଦଳ ମଇଦାନକୁ ଓହ୍ଲାଇଛି ।

ତେବେ ମହାମେଣ୍ଟରେ ଶନିବାର ସିଟ୍‌ ଭାଗବଣ୍ଟା ସରିବା ପରେ ସୋମବାର ପ୍ରାର୍ଥୀ ଘୋଷଣା କରିଛି ଆରଜେଡି । ଏହି ସିଟ୍ ଭାଗବଣ୍ଟାରେ ଆରଜେଡିକୁ ମହାମେଣ୍ଟ ପକ୍ଷରୁ ୧୪୪ ସିଟ୍ ମିଳିଥିବା ବେଳେ କଂଗ୍ରେସକୁ ମିଳିଛି ୭୦ ଆସନ । ଆସନ ବୁଝାମଣା ପରେ ଆରଜେଡି ନେତା, ତେଜସ୍ୱୀ ଯାଦବ ମହାମେଣ୍ଟର ମଜଭୁତ୍‌ ବିକଳ୍ପ ଘୋଷଣା କରି କହିଛନ୍ତି ଯେ, ଆମେ ଏକାଠି ହୋଇ ରାଜ୍ୟକୁ ଏକ ସ୍ୱଚ୍ଛ ଶାସନ ଦେବୁ ।

ସେପଟେ ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡି ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ପୂର୍ବତନ ଆରଜେଡି ନେତା ଶକ୍ତି ମଲିକଙ୍କ ହତ୍ୟା ମାମଲାରେ ବିହାର ପୋଲିସ ଦଳର ବରିଷ୍ଠ ନେତା ତେଜସ୍ୱୀ ଯାଦବ, ତେଜ୍‌ ପ୍ରତାପ ଯାଦବ ଏବଂ ଅନିଲ କୁମାର ସାଧୁଙ୍କ ସମେତ ୬ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Leave a Reply