ଜେଜେମା’କୁ ସାକ୍ଷାତ କରିବା ପାଇଁ ୨୮୦୦ କି.ମି ଚାଲିଚାଲି ଗଲା ନାତି

ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦୀର୍ଘ ଦିନ ହେବ ଏହା ପ୍ରଭାବରେ ଲକଡାଉନ ଜାରି ରହିଥିଲା ।  ଯାନ ବାହନ ଚଳାଚଳ ବନ୍ଦ ରହିଥିଲା । ଯାହାଦ୍ୱାରା ଦୀର୍ଘ ସମୟ ଧରି କେହି ମଧ୍ୟ ନିଜ ପ୍ରିୟ ପରିଜନଙ୍କୁ ସାକ୍ଷାତ କରିପାରୁନଥିଲେ । ଏଭଳି ପରିସ୍ଥିତିରେ ଆଖପାଖରେ ରହୁଥିବା ଲୋକ ଚାଲିଚାଲି ନିଜ ଲୋକଙ୍କୁ ସାକ୍ଷାତ କରିବାକୁ ଯାଉଥିଲେ । ନିକଟରେ ସୋସିଅଲ ମିଡିଆରେ ଏଭଳି ଏକ ଛୋଟପିଲାର କାହାଣୀ ଭାଇରାଲ ହେଉଛି ଯିଏ ୨୮୦୦ କିଲୋମିଟର ଚାଲି ଚାଲି ତା ଜେଜେମାକୁ ସାକ୍ଷାତ କରିବାକୁ ପହଞ୍ଚିଛି ।

୧୦ ବର୍ଷର ରୋମିଓ କକ୍ସ ୨୦ ଜୁନକୁ ବାପା ଫିଲଙ୍କ ସହିତ ଇଟାଲୀର ସିସିଲି ସ୍ଥିତ ପଲର୍ମୋରୁ ଲଣ୍ଡନ ବାହାରିଲେ । ଏହି ଯାତ୍ରା ମଧ୍ୟରେ ଦୁଇଜଣ ଇଟାଲୀ, ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ ଏବଂ ବ୍ରିଟେନ ଦେଇ ଲକ୍ଷ୍ୟସ୍ଥଳରେ ପହଞ୍ଚିଲେ । ୨୦ ଜୁନକୁ ଇଟାଲୀରୁ ବାହାରିଥିବା ରୋମିଓ କକ୍ସ ଏବଂ ହିଲ ୨୧ ସେପ୍ଟେମ୍ବରକୁ ୟୁକେରେ ପହଞ୍ଚିଲେ । ଅବଶ୍ୟ ଏବେ ଦୁଇଜଣ ଆଇସୋଲେସନରେ ଅଛନ୍ତି । ଏହି ସମୟ ଶେଷ ହେବାପରେ ରୋମିଓଙ୍କର ସାକ୍ଷାତ ହେବ ତାଙ୍କ ଜେଜେମାଙ୍କ ସହିତ ।

ଏହି ସମୟର କିଛି ମୁହୂର୍ତ୍ତକୁ ଭିଡ଼ିଓରେ କଏଦ କରିଥିଲେ ରୋମିଓ । ଯେଉଁ ଭିଡ଼ିଓକୁ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ତେବେ ଜେଜେମାଙ୍କୁ ସାକ୍ଷାତ କରିବା ପରେ ତିନି ମାସର କଷ୍ଟ ଦୂର ହୋଇଯିବ ବୋଲି କହିଛନ୍ତି ରୋମିଓ ।

Leave a Reply