spot_img
Home Blog Page 6690

କଙ୍ଗାରୁକୋର୍ଟରେ ସମ୍ପର୍କ, ପ୍ରେମ ପାଇଁ ପିନ୍ଧିଲେ ଜୋତାମାଳ

ସୁନ୍ଦରଗଡ଼: ଗାଁ ଦାଣ୍ଡରେ ଦିଅର -ଭାଉଜଙ୍କୁ ଚପଲମାଳ ପିନ୍ଧାଇଲେ ଗାଁ ଲୋକେ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଫକିରପଡ଼ାରେ କଙ୍ଗାରୁ କୋର୍ଟ କରି ଏଭଳି ଦଣ୍ଡ ଦେଇଛନ୍ତି ଗାଁ ଲୋକେ । ଫକିରପଡ଼ାର ଏହି ଦିଅର- ଭାଉଜଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଉଭୟ ଫେରାର ହୋଇଯାଇଥିଲେ ।

Kangaroo Court In Rajgangpur Sundergargh

ଉଭୟେ ଫେରିବା ପରେ ଥାନାରେ ରାଜିନାମା ହୋଇଥିଲା । ମାତ୍ର ଗାଁ ଲୋକ କଙ୍ଗାରୁ କୋର୍ଟ କରି ସେମାନଙ୍କୁ ଚପଲ ମାଳ ପିନ୍ଧାଇବା ସହ ଗାଁରୁ ବାସନ୍ଦ କରିଛନ୍ତି । ଏନେଇ ପୋଲିସ କିମ୍ବା ଗ୍ରାମବାସୀଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି ।

ମୌସୁମୀ ଅଧିବେଶନ ୨୦୨୦: କୃଷି ବିଲକୁ ନେଇ ହଙ୍ଗାମା, ଉପାଧ୍ୟକ୍ଷକଙ୍କ ମାଇକ୍ ଭାଙ୍ଗିଲା

ନୂଆଦିଲ୍ଲୀ: କୃଷି ବିଲ୍‌କୁ ନେଇ ଉଭୟ ସଂସଦ ଭିତରେ ଓ ବାହାରେ ବିରୋଧ ଦେଖିବାକୁ ମିଳିଛି । ଏବଂ ଦିନକୁ ଦିନ ଏହି ବିରୋଧ ତ୍ରୀବତର ହେବାର ଲାଗିଛି । ଗତକାଲି ବିଲଟି ଲୋକସଭାରୁ ପାରିତ ହୋଇଥିବା ବେଳେ ରବିବାର ରାଜ୍ୟସଭାରେ ଆଗତ ହୋଇଛି । ଏବଂ ବିଲ୍ ସମ୍ପର୍କରେ ରାଜ୍ୟସଭାରେ ଆଲୋଚନା ଜାରି ରହିଛି । ଏଭଳି ସମୟରେ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଛି । ବିଲକୁ ବିରୋଧ କରୁଥିବା ସାଂସଦ ପୋଡିୟମ୍ ନିକଟକୁ ଆସି ବିଲ୍ ବିରୋଧୀ ନାରା ଦେବା ସହ ପୋଡିୟମ୍ ନିକଟକୁ ମାଡ଼ି ଯାଇ ପେପର ଫୋପାଡ଼ିଥିଲେ ଯେଉଁଥିଲାଗି ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପୋଡ଼ିୟମ୍ ମାଇକ୍‌ ଭାଙ୍ଗିଯାଇଛି ।

ଡେରେକ୍ ଓବ୍ରାଏନ୍  କରିଥିଲେ ବିରୋଧ

ଟିଏମ୍‌ସି ସାଂସଦ ଡେରେକ ଓବ୍ରାଏନ୍ ବିଲ୍ ବିରୋଧୀ ନାରା ଦେବା ସହିତ ଉପାଧ୍ୟକ୍ଷଙ୍କ ବେଲ୍ ଯାଏଁ ଆସିଯାଇଥିଲେ । ଏବଂ ଉପସଭାପତିଙ୍କ ଠାରୁ ବିଲ୍ ଛଡ଼ାଇ ନେବାକୁ ମଧ୍ୟ ଚେଷ୍ଟା କରିଥିଲେ । ଏହାରି ମଧ୍ୟରେ ଉପାଧ୍ୟକ୍ଷଙ୍କ ମାର୍ଶଲ ବଞ୍ଚେଇବାକୁ ଚେଷ୍ଟା କରୁଥିବା ବେଳେ ଉପାଧ୍ୟକ୍ଷକଙ୍କ ମାଇକ୍ ଭାଙ୍ଗିଯାଇଛି । ଏହାପରେ ଟିଏମ୍‌ସି ସାଂସଦ ବିଲ୍ ବିରୋଧୀ ନାରା ଦେଇ ଦେଇ ପଛକୁ ଫେରିଯାଇଥିଲେ ।

IPL ମହା ମୁକାବିଲା: Delhi Capitals VS Kings XI Punjab; ଜାଣନ୍ତୁ ଉଭୟ ଦଳର ଶକ୍ତି ଓ ଦୁର୍ବଳତା

ଭୁବନେଶ୍ୱର: ଆରମ୍ଭ ହୋଇଛି ଆଇପିଏଲ । ପ୍ରଥମ ଦିନରେ ଧୋନୀ ବାହିନୀ ବିଜୟର ସ୍ୱାଦ ଚାଖିଲା । ମୁମ୍ୱାଇ ଇଣ୍ଡିଆନ୍ସ ନିଜ ଚିରାଚରିତ ଢଙ୍ଗରେ ପରାଜୟରୁ ଯାତ୍ରା ଆରମ୍ଭ କଲା । ତେବେ ୨ୟ ଦିନରେ ଦିଲ୍ଲୀ, ପଞ୍ଜାବକୁ ଭେଟିବ । ଉଭୟ ଟିମ୍ ଏଯାବତ୍ ନିଜର ପ୍ରଥମ  ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ଖୋଜୁଛନ୍ତି । ଏହି କ୍ରମରେ ଏଥରର ଟୁର୍ଣ୍ଣାମେଣ୍ଟ ଜିତିବା ନେଇ ଉଭୟ ଆଶାବାଦୀ ରହିବେ, ନିଶ୍ଚୟ । ତେବେ କେତେ ସକ୍ଷମ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ୧୧ ପଞ୍ଜାବ ?

କାଗଜ କଲମରେ ଦେଖିଲେ ଉଭୟ ଟିମ୍ ଏକ ଭଲ ଓପନିଂ ଜୋଡ଼ି ରଖିଛନ୍ତି । ଦିଲ୍ଲୀ ଶିଖର ଧଓ୍ୱନ ଓ ୟଙ୍ଗ୍ ଟ୍ୟାଲେଣ୍ଟ୍ ପୃଥ୍ୱୀ ସଙ୍କୁ ସଲାମୀ ଓପନର ଭାବେ ପ୍ରଥମ ମ୍ୟାଚ୍ ଖେଳାଇବ । ଶୀଖର ଦ୍ରୁତ ଗତିରେ ରନ କରିବାରେ ଏକଦମ ଧୁରନ୍ଧର  । ସେ କମ୍ ବଲରେ ଅଧିକ ରନ୍ କରିବା ଉପରେ ଧ୍ୟାନ ଦେବେ । ଅନ୍ୟପକ୍ଷରେ ପୃଥ୍ୱୀ ସଙ୍କୁ ନେଇ ଦିଲ୍ଲୀ ଲଙ୍ଗ୍ ଇନିଙ୍ଗ୍ସ ଖେଳିବା ପ୍ରୟାସରେ ରହିବ ବୋଲି ଆଶା କରାଯାଇଛି ।

ସେହିଭଳି କିଙ୍ଗ୍ସ XI ପଞ୍ଜାବ କେଏଲ ରାହୁଲ, ମୟଙ୍କ ଅଗ୍ରଓ୍ୱାଲ ଓ କ୍ରିସ୍ ଗେଲ ମଧ୍ୟରୁ ଦୁଇ ଜଣଙ୍କୁ ଇନିଙ୍ଗ୍ସ ଓପନ ପାଇଁ ବାଛିବ ।  ଦୁଇ ଟିମର ଓପନିଂ ଜୋଡ଼ିକୁ ଦେଖିଲେ ପଞ୍ଜାବ ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ମନେ ହେଉଛି । କ୍ରିସ ଗେଲଙ୍କ ବିସ୍ଫୋରକ ବ୍ୟାଟିଂ ଯେକୌଣସି ଅନ୍ୟ ଓପନରଙ୍କୁ ପଛରେ ପକାଇବାରେ ସମର୍ଥ । ସେହିଭଳି କେ ଏଲ ରାହୁଲ ଏବେ ନିଜ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ସମୟ ଦେଇ ଅତିବାହିତ କରୁଛନ୍ତି । ସେହିଭଳି ମୟଙ୍କ୍ ମଧ୍ୟ ଭାରତ ପାଇଁ ଅଲ୍ପବହୁତ ମ୍ୟାଚ୍ ଖେଳିସାରିଲେଣି । ତାଙ୍କ ଅଭିଜ୍ଞତାର ପ୍ରତିଫଳନ ଆଇପିଏଲରେ ହୋଇପାରେ  । ଓପନର ଜୋଡ଼ି କ୍ଷେତ୍ରରେ ପଞ୍ଜାବ ପକ୍ଷ ଭାରି ରହିବା ଏକପ୍ରକାର ନିଶ୍ଚୟ ।

ମିଡିଲ ଅଡରରେ ଦିଲ୍ଲୀ ପଞ୍ଜାବ ଅପେକ୍ଷା ଅଧିକା ଶକ୍ତ । ପଞ୍ଜାବ ପାଖରେ ଭାରତୀୟ ପ୍ଲେୟାର ଭାବେ କରୁଣ ନାୟର, ମନଦୀପ ସିଂ, କ୍ରିଷ୍ଣପା ଗୌତମ୍ ଓ ସରଫରାଜ୍ ଖାନ୍ ମିଡିଲ୍ ଅଡରରେ ଖେଳିବାକୁ ଥିବା ବେଳେ ଦିଲ୍ଲୀ ଶ୍ରେୟଶ୍ ଆୟର ଓ ରିଶବ୍ ପନ୍ଥଙ୍କୁ ମିଡିଲ୍ ଅଡର୍ ଦାୟିତ୍ୱ ଦେବ । ଏକଥା କହିବାକୁ ମଧ୍ୟ ପଡ଼ିବ ନାହିଁ ଯେ, ଶ୍ରେୟଶ୍ ଓ ରିଶବ୍ ପଞ୍ଜାବ ଉପରେ ଏକଦମ ଭାରି ପଡିବେ ।

ବିଦେଶୀ ପ୍ଲେୟାରଙ୍କ ତୁଳନା କଲେ ଦୁଇ ଟିମରେ ପାଖାପାଖି ସମାନ ଦକ୍ଷତା ରହିଛି ବୋଲି କହି ହେବ । ପଞ୍ଜାବ ପାଇଁ ଅଷ୍ଟ୍ରେଲିୟାନ କ୍ରିକେଟର୍ ଗ୍ଲେନ ମାକ୍ସୱେଲ୍, ୱେଷ୍ଟଇଣ୍ଡିଜର ୱିକେଟ୍ ରକ୍ଷକ ନିକୋଲସ୍ ପୁରନ୍, ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମି ନିଶାମ୍ ଉପଲବ୍ଧ ଅଛନ୍ତି । ତେବେ ଉଲ୍ଲେଖଯୋଗ୍ୟ ଯେ ଆଜିର ମ୍ୟାଚରେ ଗ୍ଲେନ ମାକ୍ସୱେଲ ଖେଳିବେ ନାହିଁ । ନିକତ ଅତୀତରେ ସେ ଇଂଲଣ୍ଡ ସହ ମ୍ୟାଚ ସାରି ୟୁଏଇରେ ପହଞ୍ଚିଥିବା ହେତୁ ତାଙ୍କୁ ଏବେ କ୍ୱାରେଣ୍ଟାଇନ ପିରିୟଡରେ ରଖାଯାଇଛି । ଅନ୍ୟପକ୍ଷରେ ଦିଲ୍ଲୀର ସିମରନ୍ ହେଏଥମାରଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ ମ୍ୟାକ୍ସୱେଲଙ୍କୁ କଡ଼ା ପ୍ରତିଦ୍ୱନ୍ଦିତା ଦେବେ । ଅଷ୍ଟ୍ରେଲିଆର ଆଲେକ୍ସ କ୍ୟାରି ଓ ମାରକସ୍ ଷ୍ଟୋଇନିସ୍ ମଧ୍ୟ ମଧ୍ୟକ୍ରମରେ ବଡ଼ ଇନିଙ୍ଗସ୍ ଖେଳିବାର ଦକ୍ଷତା ରଖନ୍ତି । ଏଣୁ ମଧ୍ୟକ୍ରମରେ ଦୁଇଟି ଯାକ ଟିମ୍ କିଭଳି ପ୍ରଦର୍ଶନ କରିବ ସେନେଇ ସ୍ପଷ୍ଟ ଚିତ୍ର ମିଳିବା କଷ୍ଟ । ମାତ୍ର ଦୁଇ ଟିମର ସବୁ ଖେଳାଳୀଙ୍କ ମଧ୍ୟରେ ମାରକସ୍ ଷ୍ଟୋଇନିସ୍ ସବୁଠାରୁ ଭଲ ପ୍ରଦର୍ଶନ କରିପାରନ୍ତି ।

ତେବେ ଉଭୟଙ୍କ ବୋଲିଙ୍ଗ ୟୁନିଟରେ ଟପ୍ କମ୍ପିଟିସନ୍ ଦେଖିବାକୁ ମିଳିବ । ବିଶେଷ ଭାବେ ସ୍ପିନ ବିଭାଗରେ । ଗୋଟେ ପଟେ ଦିଲ୍ଲୀ ପାଇଂ ସନ୍ଦୀପ ଲାମିଚାନ୍ ଓ ଅମିତ ମିଶ୍ରା ସ୍ପିନ ବିଭାଗ ସମ୍ଭାଳିବାକୁ ଥିବା ବେଳେ ଅନ୍ୟ ପଟେ ପଞ୍ଜାବ ପାଇଁ ଆଫଗାନୀ ସ୍ପିନର ମୁଜିବ୍ ଉର ରେହେମନ ଓ ଇଣ୍ଡିଆ  ଅଣ୍ଡର ନାଇଣ୍ଟିନ୍ ଷ୍ଟାର ରବି ବିଷ୍ଣୋଇ ସ୍ପିନ ଦାୟିତ୍ୱ ନେବେ । ସେହିଭଳି ଉଭୟଙ୍କ ଟିମରେ ଆହୁରି ମଧ୍ୟ ସ୍ପିନର ଅଛନ୍ତି । ଦିଲ୍ଲୀ ପାଇଁ ଅକ୍ସର୍ ପଟେଲ ଓ ପଞ୍ଜାବ ପାଇଁ ମୃଗାନ ଅଶ୍ୱୀନି ମଧ୍ୟ ସ୍ପିନ୍ କରିବେ ।

ପେସ୍ ବୋଲିଂ ବିଭାଗରେ କେଉଁ କେଉଁ ଦଳ କିଭଳି ପ୍ରଦର୍ଶନ କରିବ ସେନେଇ କହିବା କଷ୍ଟ । ଟପ୍ ପେସ ବୋଲର କାଗିସୋ ରାବାଡା ଓ ଏନରିଚ୍ ନୋର୍ଟାଜେ ପେସ ଭାର ସମ୍ଭାଳିବେ । ସେହିଭଳି ପଞ୍ଜାବ ପକ୍ଷରୁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀ, ବିଦେଶୀ ଖେଳାଳୀ- କ୍ରିସ୍ ଜୋର୍ଡାନ ଓ ସେଲଡନ କର୍ଟେଲ୍ ପେସ ବୋଲିଂ କରିବେ ।

ତେବେ ଆଜିର ମ୍ୟାଚରେ ବିଜୟ ପାଇଁ ଉଭୟ ଦଳଙ୍କୁ ଏକ ସନ୍ତୁଳିତ ଟିମ୍ ଚୟନ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ ଆମେ ଏକ ସମ୍ଭାବ୍ୟ ଦଳ ଘୋଷଣା କରୁଛୁ ।

 

ଦିଲ୍ଲୀ କ୍ୟାପିଟାଲ୍ସ-

ଶିଖର ଧାୱନ, ପୃଥ୍ୱୀ ସ, ଶ୍ରେୟସ୍ ଆୟର (ଅଧିନାୟକ), ଶିମ୍ରନ୍ ହେୟତମାର୍, ଅଜିଙ୍କ୍ୟ ରାହାଣେ, ରିଶଭ୍ ପନ୍ତ, ମାର୍କସ୍ ଷ୍ଟୋଇନିସ୍, କାଗିସୋ ରାବାଡା, ଅମିତ ମିଶ୍ର, ସନ୍ଦୀପ ଲାମିଚାନେ, ହର୍ଷଲ ପଟେଲ

କିଙ୍ଗ୍ସ XI ପଞ୍ଜାବ –

କ୍ରିସ୍ ଗେଲ୍, କେ ଏଲ ରାହୁଲ୍ (ଅଧିନାୟକ), ମୟଙ୍କ ଅଗ୍ରୱାଲ୍, ସର୍ଫରାଜ୍ ଖାନ୍, କ୍ରିଷ୍ଣପା ଗୌତମ୍, ମହମ୍ମଦ ସାମୀ, ମୁଜିବ୍ ୟୁର୍ ରେହମନ୍, ରବି ବିଷ୍ଣୋଇ, ସେଲଡନ୍ କର୍ଟେଲ୍, ନିକୋଲସ୍ ପୁରନ୍ (ଓ୍ୱିକେଟ୍ ରକ୍ଷକ), ଦୀପକ ହୁଡ୍ଡା ।

ଦୁଷ୍କର୍ମ ପାଇଁ ମଦରେ ଗାଧୋଇଥିଲେ, ଏବେ ଛୁରାମାଡ଼ କଲେ…

କାନପୁର: ଉତ୍ତରପ୍ରଦେଶର କାନପୁରରୁ ଆସିଛି ଏକ ଅଜବ ମାମଲା । ଯେଉଁଠି ସ୍ଥାନୀୟ କିଛି ଉଦଭ୍ରାନ୍ତ ଯୁବକ ଜଣେ ୧୫ ବର୍ଷିଅ ନାବାଳିକା ସହ ଏମିତି କାଣ୍ଡ କରିଛନ୍ତି ଯାହା ଆପଣଙ୍କୁ ମଥାକୁ ନୁଆଇଁଦେବ । ଦୁଷ୍କର୍ମ କରିବା ଚକ୍କରରେ ଯୁବକମାନେ ପ୍ରଥମେ ନାବାଳିକା ଜଣଙ୍କୁ ମଦରେ ଗାଧୋଇ ଦେଇଥିଲେ । ଏହାକୁ ନେଇ ପୋଲିସରେ ମାମଲା ରୁଜୁ ହୋଇଥିବା ବେଳେ ଏଯାଏଁ କାହାରିକୁ ଗିରଫ କରାଯାଇ ନାହିଁ । ଶନିବାର ପୀଡ଼ିତାଙ୍କୁ ପୁଣି ଛୁରିରେ ଆକ୍ରମଣ କରାଯାଇଛି ।

Rape Attempt Victim Attacked Stabbed With Knife Kanpur UP

ପୀଡ଼ିତାଙ୍କ କହିବା ଅନୁସାରେ ସେ- ତାଙ୍କ ଆଈଙ୍କୁ ଚା ଦେବାକୁ ଦୋକାନକୁ ଯାଇଥିଲେ । ସେତେବେଳେ ଅଭିଯୁକ୍ତ ଶନି ୪ରୁ ୫ ଜଣ ଯୁବକଙ୍କ ସହିତ ଆସିଥିଲା । ସମସ୍ତେ ମାସ୍କ ପିନ୍ଧିଥିବାରୁ ସେମାନଙ୍କୁ ମୁଁ ଚିହ୍ନ ପାରିନଥିଲି । ଏହି ସମୟରେ ସେ ଛୁରିରେ ଆକ୍ରମଣ କରିଥିଲା । ମୁଁ ହାତ ଆଗକୁ କରିବାରୁ ହାତରେ ଆଘାତ ଲାଗିଥିଲା । ଆଈ ଆସି ଚିତ୍କାର କରିବାରୁ ସେଠାରୁ ସେମାନେ ପଳାଇଥିଲେ ।

Rape Attempt Victim Attacked Stabbed With Knife Kanpur UP

ଏନେଇ ଆଈ ପୀଡ଼ିତାଙ୍କୁ ନେଇ ଥାନାକୁ ଯାଇଥିଲେ । ସେଠାରେ ସେ ଚିକିତ୍ସା କଥା କହିବାରୁ ପୋଲିସ୍ ପାଟି କରିଥିଲା । ମହିଳା କର୍ମଚାରୀ ପୀଡ଼ିତାଙ୍କୁ ହାତକୁ ଭିଡ଼ିବାରେ ଲାଗିଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଧରୁନଥିବାରୁ ଝିଅଟିର ଜୀବନ ବିପଦରେ ଥିବା ଆଈ ଅଭିଯୋଗ କରିଛନ୍ତି ।

Rape Attempt Victim Attacked Stabbed With Knife Kanpur UP

ତେବେ, ଅଭିଯୋଗ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏପରିକି ପକ୍ସୋ ଆକ୍ଟରେ କାହିଁକି ଅପରାଧୀଙ୍କୁ ଧରାଯାଉନାହିଁ । ପୀଡ଼ିତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯିବା ପରେ ପୋଲିସ୍ ଚୁପ୍ ବସିଥିବାରୁ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ।

ରାଜ୍ୟସଭାରେ କୃଷି ବିଲକୁ ବିରୋଧ କଲା ବିଜେଡି, ଚୟନ କମିଟିକୁ ପଠାଇବାକୁ ଦାବି

ନୂଆଦିଲ୍ଲୀ: କୃଷି ବିଲକୁ ଦେଶର ବିଭିନ୍ନ ସ୍ଥାନର ବିରୋଧ କରାଯାଉଛି । ବିରୋଧ ଭିତରେ କେନ୍ଦ୍ରର ମୋଦି ସରକାର କୃଷି ବିଲକୁ ଆଜି ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି । ଯାହାକୁ ବିରୋଧ କରିଛି ବିଜୁ ଜନତା ଦଳ (ବିଜେଡି) । ଏହି ବିଲରେ କ୍ଷୁଦ୍ର, ନାମମାତ୍ର ଚାଷୀ ଏବଂ ଭାଗଚାଷୀଙ୍କ ସୁରକ୍ଷା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ । ଏହି ବିଲରେ ସୁଧାର ପାଇଁ ସରକାର ଏହାକୁ ଚୟନ କମିଟିକୁ ପଠାଇବା ଲାଗି ବିଜେଡି ଦାବି କରିଛି । ଦଳ ପକ୍ଷରୁ ରାଜ୍ୟସଭାରେ ଏନେଇ ସାଂସଦ ଅମର ପଟ୍ଟନାୟକ ଦାବି ଉପସ୍ଥାପନ କରିଥିଲେ ।

Biju Janata Dal has opposed the Farm Bills in Rajya Sabha

କୃଷି ସମ୍ପର୍କିତ ୨ଟି ବିଲକୁ ରାଜ୍ୟସଭାରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଗତ କରିଥିଲେ । କହିଥିଲେ- ଏହି ୨ଟି ବିଲ୍ କୃଷକଙ୍କ ଜୀବନରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ । ତେବେ, ଏହି ବିଲକୁ ବିଜେଡି ସହ କଂଗ୍ରେସ ଓ ଆପ୍ ପକ୍ଷରୁ ବିରୋଧ କରାଯାଇଛି । ଏହି ବିଲକୁ ବିରୋଧ କରି ପୂର୍ବରୁ ଏନଡିଏ ସହଯୋଗୀ ଅକାଳୀ ଦଳର ସାଂସଦ ହରସିମରତ କୌର ବାଦଲ କେନ୍ଦ୍ର ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ।

କଂଗ୍ରେସ ବିଲକୁ କୃଷକଙ୍କ ଆତ୍ମା ଉପରେ ଆକ୍ରମଣ ବୋଲି କହୁଥିବା ବେଳେ ଆମ୍ ଆଦମୀ ପାର୍ଟି (ଆପ୍) ବିଲକୁ କଳା ଆଇନ୍ ବୋଲି କହିଛି । ତେବେ, ଏସବୁ ଭିତରେ ଗୃହରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । କଂଗ୍ରେସ ସାଂସଦ ପ୍ରତାପ ସିଂହଙ୍କ ମନ୍ତବ୍ୟର ଜବାବରେ ବିଜେପି ସାଂସଦ ଭୁପେନ୍ଦ୍ର ସିଂହ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି । କଂଗ୍ରେସ ପ୍ରଥମେ କହୁ ୬୦ ବର୍ଷ ମଧ୍ୟରେ କୃଷକଙ୍କ ଆୟ କାହିଁକି କମିଛି । କଂଗ୍ରେସ କେବଳ କୃଷକଙ୍କ ପାଇଁ କଥା କୁହେଁ, କାମ କିଛି କରେ ନାହିଁ ବୋଲି ବିଜେପି ଅଭିଯୋଗ କରିଛି ।

ଅନ୍ୟପଟେ ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ କହିଛନ୍ତି- ସରକାର କେବଳ ବିଲକୁ ପାସ୍ କରିବାକୁ ଚାହୁଁଛନ୍ତି, ଆଲୋଚନା ଚାହୁଁନାହାଁନ୍ତି । ଟିଆରଏସ୍ କହିଛି- ବିଲ୍ ରାଜ୍ୟର ଅଧିକାର ଉପରେ ଆକ୍ରମଣ ଅଟେ । ସରକାର ଦେଶର କୃଷି ସଂସ୍କୃତିକୁ ପରିବର୍ତ୍ତନ କରୁଥିବା ଟିଆରଏସ୍ ସାଂସଦ କେଶବ ରାଓ ଅଭିଯୋଗ କରିଛନ୍ତି । ୱାଇଏସ୍ଆର କଂଗ୍ରେସ, ଜେଡିୟୁ,ବିଲକୁ ସମର୍ଥନ କରିଛନ୍ତି ।

Biju Janata Dal has opposed the Farm Bills in Rajya Sabha

ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି- ଦେଶର ୭୦ ପ୍ରତିଶତ ଲୋକ ଚାଷ ସହ ଜଡ଼ିତ । ଦେଶରେ ଲକଡାଉନ୍ ଲାଗୁ ହୋଇଥିବା ବେଳେ କ୍ଷେତରେ କେବଳ କୃଷକ କାମ କରୁଥିଲେ । କଣ ସରକାର ଭରସା ଦେଇପାରିବେ ବିଲ୍ ଲାଗୁ ହେଲେ କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇଯିବ । ଆଗକୁ ଦେଶରେ କୌଣସି କୃଷକ ଆତ୍ମହତ୍ୟା କରିବେ ନାହିଁ । ଯଦି ବିଲ୍ କୃଷକ ବିରୋଧୀ ନୁହେଁ ତାହେଲେ ଦେଶ ସାରା କାହିଁକି ବିରୋଧ ହେଉଛି । ଦେଶବ୍ୟାପୀ ବିରୋଧ ଅର୍ଥାତ୍ ବିଲକୁ ନେଇ ଦ୍ୱନ୍ଦ୍ୱ ରହିଛି । ପିଏମ୍ ମୋଦି କହିଥିଲେ- ବିଲକୁ ମିଛ ପ୍ରଚାର କରାଯାଉଛି । ତେବେ କଣ ମିଛ ପ୍ରଚାର ଯୋଗୁଁ ଜଣେ କେନ୍ଦ୍ର ମନ୍ତ୍ରୀ ଇସ୍ତଫା ଦେଇଦେଲେ ବୋଲି ସେ ପ୍ରଶ୍ନ କରିଥିଲେ ।

#MeToo: ଅନୁରାଗଙ୍କ ନାଁରେ ଅଭିଯୋଗ, ଲାଇବ୍ରେରୀ ନେଇ ଦେଖାଇଥିଲେ ଆପତ୍ତିଜନକ ଭିଡିଓ

ମୁମ୍ବାଇ: ବଲିଉଡରେ ପଶୁ ପଶୁ ବିବାଦ । ବଲିଉଡରେ ପାଦ ଥାପିବା ପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପାୟଲ ଘୋଷ । ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ପାୟଲ ଘୋଷ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ଅନୁରାଗ ଅଭିଯୋଗ୍ୟକୁ ସମ୍ପୂର୍ଣ୍ଣ ମିଥ୍ୟା କହି ଜବାବ ଦେଇଛନ୍ତି । ପାୟଲ ଏହି ମାମଲାରେ କହିଛନ୍ତି- ଅନୁରାଗ ତାଙ୍କୁ ଲାଇବ୍ରେରୀ ନେଇ ଆପତ୍ତିଜନକ ଭିଡିଓ ଦେଖାଇଥିଲେ ।

ପାୟଲ କହିଛନ୍ତି- ଅନୁରାଗ ତାଙ୍କୁ ଲାଇବ୍ରେରୀକୁ ଡାକି ନେଇଥିଲେ । ସେଠାରେ କିଛି ଆପତ୍ତିଜନକ ଭିଡିଓ ଦେଖାଇଥିଲେ । #MeToo ମୁଭମେଣ୍ଟରେ ମଧ୍ୟ ପାୟଲ ନିଜ ଆପତ୍ତି ବଖାଣିଥିଲେ । ତେବେ, ପରେ ସେ ଉକ୍ତ ଟ୍ୱିଟକୁ ଡିଲିଟ୍ କରି ଦେଇଛନ୍ତି । ସେ କହିଛନ୍ତି ସେ ପରିବାର ଠାରୁ ସପୋର୍ଟ ଆଶା କରୁଛନ୍ତି । ଏହା ପରେ ଯାଇ ସେ କୌଣସି ଏଜେନ୍ସି ସହ ସମ୍ପର୍କ କରିବେ । ସେ ଆହୁରି କହିଛନ୍ତି ଅନୁରାଗ କ୍ଷମା ମାଗିଲେ କ୍ଷମା କରିଦେବି ।

Payal Ghosh Allegations Against Anurag Kashyap Narrates Full Incident

ପାୟଲ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିଲେ- ଅନୁରାଗ କଶ୍ୟପ ବହୁତ ଖରାପ ଭାବେ ମୋ ଉପରେ ଚାପ ପକାଇଥିଲେ । ନରେନ୍ଦ୍ର ମୋଦି ଦୟାକରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଏବଂ ଦେଶକୁ ଦେଖାନ୍ତୁ ଏହି କ୍ରିଏଟିଭ୍ ମଣିଷ ପଛରେ ରାକ୍ଷସ ଛୁପି ରହିଛି । ମୋତେ ଜଣା ଅଛି ଏହାପରେ ମୋତେ କ୍ଷତି ପହଞ୍ଚିବ । ମୋ ସୁରକ୍ଷା ବିପଦରେ ଅଛି, ଦୟାକରି ସହାୟତା କରନ୍ତୁ । ପାୟଲଙ୍କ ଟ୍ୱିଟ୍ ପରି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।

Payal Ghosh Allegations Against Anurag Kashyap Narrates Full Incident
Taapsee Pannu With Anurag Kashyap

ଅନୁରାଗଙ୍କ ଜବାବ

ଅନ୍ୟପଟେ ପାୟଲଙ୍କ ଅଭିଯୋଗର ଜବାବ ଦେଇ ଅନୁରାଗ ଲେଖିଥିଲେ- କଣ କଥା, ମୋତେ ଚୁପ୍ କରାଇବାକୁ ଏତେ ସମୟ ଚେଷ୍ଟା କଲ । ମୋତେ ଚୁପ୍ କରାଇବାକୁ ଏତେ ମିଛ କହିଲ । ନିଜେ ନାରୀ ହୋଇ ଅନ୍ୟ ଜଣେ ନାରୀକୁ ଟାଣିଲ । ମାଡ୍ୟାମ ଟିକିଏ ତ ମର୍ଯ୍ୟାଦା ରକ୍ଷା କରନ୍ତୁ । ଆପଣ ଯାହା ଅଭିଯୋଗ କରିଛନ୍ତି ସବୁ ମିଥ୍ୟା ।

ଗତ ୨୪ ଘଣ୍ଟାରେ ୧୦ କରୋନା ଆକ୍ରନ୍ତଙ୍କ ମୃତ୍ୟୁ, ସଂଖ୍ୟା ଟପିଲା ୭୦୦

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୨ଟି ଅଲୋଡ଼ା ରେକର୍ଡ ସୃଷ୍ଟି କରିଛି କରୋନା । ସର୍ବାଧିକ ୪ ହଜାର ୩୩୦ ସଂକ୍ରମିତ ଚିହ୍ନଟ ହେବା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦୦ ଡେଇଁଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୭୦୧ରେ ପହଞ୍ଚିଛି ।

ଡାଇବେଟିସ୍ ଆକ୍ରାନ୍ତ ବଲାଙ୍ଗିରର ୪୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । କଟକର ୬୯ ବର୍ଷୀୟ ପୁରୁଷ ଯିଏକି ଡାଏବେଟିସ୍, ଉଚ୍ଚରକ୍ତଚାପ ଓ କଡନୀ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କର ବି କରୋନାରେ ମୃତ୍ୟୁ ହୋଇଛି । ସେହିପରି ଡାଏବେଟିସରେ ଆକ୍ରାନ୍ତ କଟକର ୮୪ ବର୍ଷୀୟ ପୁରୁଷ, ଗଞ୍ଜାମର ୬୮ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।

Ten COVID19 positive patients while under treatment in hospitals in Odisha

କଳାହାଣ୍ଡିର ୬୫ ବର୍ଷୀୟ ପୁରୁଷ, ଖୋର୍ଦ୍ଧାର ୯୨ ବର୍ଷୀୟ ପୁରୁଷ, ମୟୂରଭଞ୍ଜର ୮୦ ବର୍ଷୀୟ ମହିଳା, ପୁରୀର ୬୦ ବର୍ଷୀୟ ମହିଳା, ପୁରୀର ୫୪ ବର୍ଷୀୟ ପୁରୁଷ, ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ସମ୍ବଲପୁରର ୫୩ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି ।

Odisha Corona Updates: ରାଜ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ…

ଭୁବନେଶ୍ୱର: ରାଜ୍ୟରେ ଏପର୍ଯ୍ୟନ୍ତର ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମଣ ସଂଖ୍ୟା ରହିଛି ୪୩୩୦ । ଏମାନଙ୍କ ମଧ୍ୟରୁ ୨୫୫୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୭୭୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି । ତେବେ ଆଜିର ସଂକ୍ରମଣ ମଧ୍ୟରେ ୬୪୪ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା କଟକରୁ ୫୪୯ ଜଣ ସଂକ୍ରମିତ ରହିଛନ୍ତି ।

ଅନ୍ୟ ଜିଲ୍ଲଗୁଡ଼ିକ ମଧ୍ୟରେ ଅନୁଗୁଳରୁ ୧୭୬, ବାଲେଶ୍ୱରରୁ ୧୨୧, ବରଗଡ଼ରୁ ୯୯, ଭଦ୍ରକରୁ ୭୯, ବୌଦ୍ଧରୁ ୪୭, ଦେଓଗଡ଼ରୁ ୧୨, ଢେଙ୍କନାଳାରୁ ୬୭, ଗଜପତିରୁ ୧୬, ଗଞ୍ଜାମରୁ ୫୧, ଜଗତସିଂହପୁରରୁ ୧୬୭, ଯାଜପୁରରୁ ୧୫୮, ଝାରସୁଗୁଡ଼ାରୁ ୧୫୩, କଳାହାଣ୍ଡିରୁ ୧୦୦, କନ୍ଧମାଳରୁ ୧୭୮, କେନ୍ଦ୍ରାପଡ଼ାରୁ ୧୦୭, କେନ୍ଦୁଝରରୁ ୧୧୮, କୋରାପୁଟରୁ ୯୪, ମାଲକାନଗିରିରୁ ୬୩, ମୟୁରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୩୩, ନୟାଗଡ଼ରୁ ୧୫୩, ନୂଆପଡ଼ାରୁ ୬୨, ପୁରୀରୁ ୨୯୨, ରାୟଗଡ଼ାରୁ ୮୫, ସମ୍ୱଲପୁରରୁ ୧୦୭, ସୋନପୁରରୁ ୨୫, ସୁନ୍ଦରଗଡ଼ରୁ ୧୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ବାହାର ଜିଲ୍ଲାରୁ ଆସି ଅନ୍ୟ ଏକ ଜିଲ୍ଲାରେ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂଖ୍ୟା ୨୨୫ ଜଣ ।

ଅନ୍ୟପକ୍ଷରେ ରାଜ୍ୟରେ ସଂକ୍ରମଣର ମାତ୍ରା ବଢୁଥିଲେ ମଧ୍ୟ ରାଜ୍ୟ ସରକାର ଅଧିକ ସଂଖ୍ୟକ ଟେଷ୍ଟିଂ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ଟେଷ୍ଟିଂର ସଂଖ୍ୟା ୨୭ ଲକ୍ଷ ୬୬ ହଜାର୯୭୬ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ୮୮୦ ରହିଛି । ସେହିଭଳି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୭ ହଜାର ୪୬୯ । ଏଯାବତ୍ ୧ ଲକ୍ଷ ୪୧ ହଜାର  ୬୫୭ କରୋନାରୁ ସୁସ୍ଥ ହେଲେଣି ।

ଦେବୀ ଦୁର୍ଗାଙ୍କୁ ନେଇ ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ, ଥାନାରେ ମାମଲା ରୁଜୁ

କଟକ: ପାଖେଇ ଆସୁଛି ଦୁର୍ଗା ପୂଜା । କରୋନା କଟକଣା ଭିତରେ ଦୁର୍ଗାପୂଜାକୁ ମିଳିଛି ସର୍ତ୍ତମୂଳକ ଅନୁମତି । ମାଆଙ୍କ ପ୍ରତିମାର ଉଚ୍ଚତା ସହ ମଣ୍ଡପରେ ଆବଦ୍ଧ ପୂଜାକୁ ନେଇ ପୂଜା କମିଟି ହାଇକୋର୍ଟ ଯାଇଛନ୍ତି । ମାଆଙ୍କ ପୂଜାକୁ ନେଇ କୋର୍ଟରେ ମାମଲା ଥିବାବେଳେ ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ କରାଯାଇଛି ।

Social Media Witnesses Controversial Post Related To Debi Durga, Police Registered FIR

ଦେବୀ ଦୁର୍ଗାଙ୍କୁ ନେଇ ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ରୁଜୁ କରାଯାଇଛି । ଏଥିସହ ପୋଷ୍ଟ ଲେଖିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ୱିଟ୍ କରି କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

https://twitter.com/dcp_cuttack/status/1307384087938695169

କିଛି ଅସାମାଜିକ ଓ ଖଳ ପ୍ରକୃତିର ଲୋକ ଫେସବୁକ ମାଧ୍ୟମରେ ଜନସାଧାରଣ ମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇ ପୋଷ୍ଟ କରିଛନ୍ତି । ଅପମାନ ଜନକ ପୋଷ୍ଟକୁ ଗଭୀରତାର ସହ ନେଇ କ୍ୟାଣ୍ଟନମେଣ୍ଟ ଥାନା କେସ ନମ୍ବର-୧୧୦/୨୦୨୦ରେ ମାମଲା ରୁଜୁ ହୋଇଛି । ଧାରା ୧୫୩(ଏ)/୨୯୨(ଏ)/୨୯୫(ଏ)/୫୦୫/୧୨୦(ବି) ଆଇ.ପି.ସି/୬୭ ଆଇ.ଟି.ଆକ୍ଟ ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଡିସିପି ସୂଚନା ଦେଇଛନ୍ତି ।

Social Media Witnesses Controversial Post Related To Debi Durga, Police Registered FIR

ଅପମାନ ଜନକ ପୋଷ୍ଟକୁ ଲାଇକ୍ ଓ ସେୟାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି । କଟକ ସହରରେ ସମାଜରେ ଶାନ୍ତି ବଜାୟ ରଖିବା ପାଇଁ ଜନସାଧାରଣଙ୍କୁ ଡିସିପି ଅନୁରୋଧ କରିଛନ୍ତି । ଆଗକୁ ଦୁର୍ଗାପୂଜା ଥିବାବେଳେ ଭାଇଚାରାର ସହର କଟକରେ ଅଶାନ୍ତି ସୃଷ୍ଟି ପାଇଁ କିଛି ଅସାମଜିକ ଲୋକ ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ କରିଛନ୍ତି ।

କରୋନା ଚିନ୍ତାରେ ଦେଶ, ସଂକ୍ରମଣ ବେକାବୁ; ଶେଷ ୨୪ ଘଣ୍ଟାରେ ଚାଲିଗଲା ୧,୧୩୩ ଜୀବନ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ନିୟନ୍ତ୍ରଣାଧୀନ ନୁହେଁ । ପ୍ରତିଦିନ ସଂକ୍ରମଣ ନୂଆ ନୂଆ ରେକର୍ଡ ଭାଙ୍ଗୁଛି । ସଂକ୍ରମଣର ମାତ୍ରା ଏବେ ଏତେ ଅଧିକ ହେଲାଣି ଯେ ସାଧାରଣରେ କରୋନା ଭୟ ମରିଗଲାଣି । ତେବେ ଏହି କ୍ରମରେ ଆଜି ପୁଣି ଯୋଡ଼ି ହୋଇଛନ୍ତି ୯୨ ହଜାର ୬୦୫ ସଂକ୍ରମିତ । ଏହା ସହିତ ଆଉ୧୧୩୩ ଜଣଙ୍କର ମୃତ୍ୟୁ କରୋନା ସଂକ୍ରମଣ ଯୋଗୁଁ ହୋଇଛି ।

ଆଜିର ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪ଲକ୍ଷ ୬୨୦କୁ ବୃଦ୍ଧି ପାଇଛି  । ମୋଟ ମୃତ୍ୟୁ ସଂଖ୍ୟା ୮୬ହଜାର ୭୫୨  । ସେହିଭଳି ଦେଶରେ ୧୦ଲକ୍ଷ ୧୦ ହଜାର ୮୨୪ଟି ସକ୍ରିୟ ମାମଲା ରହିଥିବାବେଳେ ୪୩ଲକ୍ଷ ୩ହଜାର ୪୪ଜଣ ସୁସ୍ଥ ହେଲେଣି  ।ଉଲ୍ଲେଖଯୋଗ୍ୟ ଶେଷ ୨୪ ଘଣ୍ଟାରେ ସାରା ଦେଶରେ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।