ମାଣ୍ଡିଆରେ ପ୍ରସ୍ତୁତ ଫାଷ୍ଟପୁଡର ବଢ଼ୁଛି ଚାହିଦା: ରୋଜଗାର କ୍ଷମ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ବର୍ତ୍ତମାନର ଫାଷ୍ଟଫୁଡ୍ ଯୁଗରେ ଜଙ୍କଫୁଡ୍ ଉପରେ ବଶବର୍ତ୍ତୀ ହୋଇଛନ୍ତି ଲୋକେ । ସକାଳର ବ୍ରେକଫାଷ୍ଟ୍ ହେଉ କି ସଂଧ୍ୟାର ଟିଫିନ୍ ସବୁ ସମୟରେ ଜଙ୍କଫୁଡ୍ ଉପରେ ନିର୍ଭର କରିଥାନ୍ତି ଲୋକେ । ତେବେ ଏଭଳି ସମୟରେ ଆଦିବାସୀ ବହୁଳ ଜିଲ୍ଲା ମାଲକାନଗିରିବାସୀଙ୍କ ମଧ୍ୟରେ ମାଣ୍ଡିଆ ପ୍ରସ୍ତୁତ ଫାଷ୍ଟଫୁଡର ଚାହିଦା ବଢିବାରେ ଲାଗିଛି । ଭଳି କି ଭଳି ସୁଷମ ଖାଦ୍ୟ ଖାଇବା ପାଇଁ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟରରେ ଭିଡ଼ ଜମାଉଛନ୍ତି ଲୋକେ । ଆଉ ଏହି ପୃଷ୍ଟିକର ଖାଦ୍ୟକୁ ବିକ୍ରି କରି ରୋଜଗାର ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ।

 ଭଳି କି ଭଳି ସୁଷମ ଖାଦ୍ୟ । ପିଠା, ବରା ଓ କଟଲେଟ୍ ସାଙ୍ଗକୁ ଖିରି, ପକୁଡି । ଜଙ୍କପୁଡ୍ ବଦଳରେ ମାଣ୍ଡିଆରେ ପ୍ରସ୍ତୁତ ସୁସ୍ୱାଦ ଖାଦ୍ୟ ପ୍ରତି ଆକୃଷ୍ଟ ହେଉଛନ୍ତି ମାଲକାନଗିରି ଜିଲ୍ଲାବାସୀ । ସକାଳର ବ୍ରେକ୍ ଫାଷ୍ଟ ହେଉକି ସଂଧ୍ୟାର ଟିଫିନ୍ । ସବୁ ସମୟରେ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଆଗରେ ଭିଡ଼ ଜମାଉଛନ୍ତି ଲୋକେ । ଆଉ ଏହାକୁ ଖାଇ ବେଶ୍ ଆନନ୍ଦ ଆନୁଭବ କରୁଛନ୍ତି ଗ୍ରାହକ । ବଢୁଛି ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ଚାହିଦା ।

ସୁଷମ ଖାଦ୍ୟ ବିକ୍ରି କରି ରୋଜଗାର କ୍ଷମ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ମିଲେଟ୍ ମିଶନ ଦେଖାଇଛି ରୋଜଗାରର ରାହା । ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି ମାଣ୍ଡିଆ କାଫେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଲେଟ୍ ମିଶନ ଯୋଜନା ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀକୁ ଏହାର ଦାୟିତ୍ୱ ଦିଆଯାଇଛି । ଆଉ ମହିଳାମାନେ ପ୍ରସ୍ତୁତ ଖାଦ୍ୟକୁ ବିକ୍ର କରି ରୋଜଗାର କ୍ଷମ ହେଉଛନ୍ତି । ତେବେ ଏହି ଖାଦ୍ୟରେ ଭରପୁର ପ୍ରୋଟିନ୍ ରହିଥିବା ବେଳେ ଲୋକଙ୍କ ଚାହିଦାକୁ ଦେଖି ଆଗକୁ ଅଧିକ ଟିଫିନ୍ ସେଣ୍ଟର ଖୋଲିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।  ଏହା ସହିତ ଜିଲ୍ଲାରେ ବହୁଳ ପରିମାଣରେ ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ମାଲକାନଗିରି ଭଳି ଆଦିବାସୀ ଅଞ୍ଚଳରେ ମାଣ୍ଡିଆର ଚାହିଦା ବଢିଥିବା ବେଳେ ଜିଲ୍ଲା ପ୍ରଶାସନର ଏଭଳି ପ୍ରୟାସ ଲୋକଙ୍କୁ ମାଣ୍ଡିଆ ପ୍ରତି ଆକୃଷ୍ଟ କରିଛି ।

Leave a Reply