ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କରୋନା, ସଙ୍ଗରୋଧରେ ରହି ରଖିବେ କାର୍ଯ୍ୟ

1 min read

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିନକୁ ଦିନ ନେତାଙ୍କ ଠାରୁ ଆରମ୍ଭ କରି ବହୁ ବଡ଼ ବଡ଼ ବ୍ୟକ୍ତି ମାନେ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି । ସେହିକ୍ରମରେ ରବିବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଶକ୍ତିକାନ୍ତ ଦାସ କହିଛନ୍ତି ଯେ ତାଙ୍କର ସଂକ୍ରମଣର କୌଣସି ଲକ୍ଷଣ ନାହିଁ  । ତେବେ ସେ ନିଜକୁ ଏବେ ସଙ୍ଗରୋଧ କରି ରଖିଛନ୍ତି । ସେ ଟୁଇଟ ଯୋଗେ କହିଛନ୍ତି ଯେ ତାଙ୍କ ସହ ଯୋଗାଯୋଗରେ ଥିବା ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି । ଦାସ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟ ସୁରୁଖୁରୁରେ ଜାରି ରହିବ ଏବଂ ସେ ସଙ୍ଗରୋଧରେ ରହି କାର୍ଯ୍ୟ କରିବେ ।

ଶକ୍ତିକାନ୍ତ ଦାସ ରବିବାର ଦିନ ଟ୍ୱିଟ କରି କହିଛନ୍ତି- “ମୋତେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମୋର ସଂକ୍ରମଣର ଲକ୍ଷଣ ନାହିଁ। ମୁଁ ନିଜକୁ ବହୁତ ଭଲ ଅନୁଭବ କରୁଛି । ଯେଉଁମାନେ ମୋ ସହ ସମ୍ପର୍କରେ ଅଛନ୍ତି ସେମାନଙ୍କୁ ମୁଁ ସତର୍କରେ ରହିବାକୁ ଅନୁରୋଧ କରୁଛି । ମୁଁ ପୃଥକ ଭାବରେ କାର୍ଯ୍ୟ ଜାରି ରଖିବି । ରିଜର୍ଭ ବ୍ୟାଙ୍କର କାର୍ଯ୍ୟ ସୁରୁଖୁରୁରେ ଜାରି ରହିବ । ମୁଁ ଫୋନ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ ସମସ୍ତ ଡେପୁଟି ଗଭର୍ନର ଏବଂ ଅନ୍ୟ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବି । “

Leave a Reply