ଆକର୍ଷଣୀୟ ଅଫ୍‌ର ଲାଗିଛି ହେଲେ କଟକଣା ବାଡ଼ ସାଜିଛି

ଉମରକୋଟ: ଶାରଦୀୟ ଦୁର୍ଗାପୂଜାରେ ଫିକା ପଡିଛି ପୂଜା ବଜାର । କରୋନା କଟକଣା ଯୋଗୁଁ ପାର୍ବଣ ଋତୁରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ବ୍ୟବସାୟିକ ପ୍ରତିଷ୍ଠାନମାନ ବିଭିନ୍ନ ଆକର୍ଷଣୀୟ ଅଫର ଲଗାଇଥିଲେ ମଧ୍ୟ ଗହଳି ଶୂନ୍ୟ ହୋଇଛି ଦୋକାନ ବଜାର । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ସହରରେ । ଦେଖିବା ଏହି ରିପୋର୍ଟ । ପାର୍ବଣରେ ବଜାର ମାନ୍ଦା । ଫିକା ପଡିଛି ପୂଜା ବଜାର । ଆକର୍ଷଣୀୟ ଅଫର ଲାଗିଛି । ହେଲେ କଟକଣା ବାଡ଼ ସାଜିଛି । ଫଳରେ ଗ୍ରାହକ ଶୂନ୍ୟ ହୋଇଛି ବଜାର ।

ପ୍ରତିବର୍ଷ ପରି ପାର୍ବଣ ଆରମ୍ଭ ହେବା ମାତ୍ରେ ଉମରକୋଟ ବଜାରରେ ଗ୍ରାହକଙ୍କ ଭିଡ ଜମିଥାଏ । କିଏ ନୂତନ ବସ୍ତ୍ର ପାଇଁ ତ କିଏ ଦ୍ରବ୍ୟ ସାମଗ୍ରୀ କିଣିବା ପାଇଁ ଶାରଦୀୟ ଦୁର୍ଗାପୂଜା ବଜାରକୁ ଅପେକ୍ଷା କରିଥାନ୍ତି । ଆଉ ବ୍ୟବସାୟୀମାନେ ମଧ୍ୟ ବେଶ୍ ଦୁଇ ପଇସା ଲାଭ ଆଶାରେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି । ହେଲେ ଚଳିତ ବର୍ଷ ଏସବୁରେ ବାଧକ ସାଜିଛି କରୋନା କଟକଣା । କୋଭିଡ୍ ଭୟରେ ଗ୍ରାହକ ଶୂନ୍ୟ ହୋଇଛି ପୂଜା ବଜାର । ଗ୍ରାହଙ୍କୁ ଆକୃଷ୍ଟ କରିବା ପାଇଁ ଭଳି କି ଭଳି ଆକର୍ଷଣୀୟ ରିହାତି ଅଫର ସହିତ ଆଲୋକ ମାଳାରେ ଦୋକାନକୁ ସୁସଜ୍ଜିତ କରିଛନ୍ତି ବ୍ୟବସାୟୀ ।

ଏହା ସହିତ ଦୋକାନ ସାନିଟାଇଜ୍ ମଧ୍ୟ କରୁଛନ୍ତି । ହେଲେ ସଂକ୍ରମଣ ଭୟ ଥିବାରୁ  କେବଳ ପରମ୍ପରାକୁ ବଞ୍ଚାଇବା ପାଇଁ କମ୍ ସାମଗ୍ରୀ କିଣି ସନ୍ତୁଷ୍ଟ ହୋଉଛନ୍ତି ଗ୍ରାହକ । ପାର୍ବଣକୁ ଫିକା ପକାଇଛି ମହାମାରୀ କରୋନା । ଲକଡାଉନ ଓ ସଟଡାଉନ ପାଇଁ ଲୋକଙ୍କ ଆୟ କମିବା ସଂଙ୍ଗେ ସଂଙ୍ଗେ ଖର୍ଚ୍ଚ କରିବାର ତରିକା ମଧ୍ୟ ବଦଳିଯାଇଛି । ଯାହା ଫଳରେ ପୂଜା ବଜାରରେ ଉମରକୋଟରେ ଗହଳି ଚହଳି ଦେଖିବାକୁ ମିଳିନାହିଁ ।

Leave a Reply