ଦୁଇ ଭଉଣୀଙ୍କୁ ୬ ଦିନ କାଳ ୧୫ ଜଣ କଲେ ଦୁଷ୍କର୍ମ, ପଡ଼ୋଶୀ ଦେଶର ଆଉ ଏକ କଳଙ୍କିତ ଚେହେରା

1 min read

ନୂଆଦିଲ୍ଲୀ: ପଡ଼ୋଶୀ ଦେଶରେ ଦୁଷ୍କର୍ମର କଳା କାହାଣୀ । ଦେଶ ବାହାରେ ଦୁଷ୍କର୍ମ କିନ୍ତୁ ଏଠି ଟାଙ୍କୁରି ଉଠୁଛି ଲୋମ । ଦିନେ ନୁହେଁ କି ଦୁଇ ଦିନ ନୁହେଁ ୬ ଦିନ, ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୧୫ଜଣ  । ୨ ଭଉଣୀଙ୍କୁ ଧରି କରିଥିଲେ ଗଣ ଦୁଷ୍କର୍ମ । ଏକଥା ଶୁଣିଲେ ମନ ମଧ୍ୟରେ ରକ୍ତ ଗରମ ହୋଇଯାଉଛି । ଏଭଳି ଲଜ୍ଜିତ କଲାଭଳି ଘଟଣା ପାକିସ୍ତାନରେ ଦେଖିବାକୁ ମିଳିଛି । ପାକିସ୍ତାନର ଜଣେ ମହିଳା ତାଙ୍କ ଝିଅକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି । ତାଙ୍କ ଝିଅକୁ ୬ ଦିନ ଧରି ବଳାତ୍କାର ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ପୀଡିତ ଝିଅ ମାନଙ୍କର ବୟସ ୧୫ ବର୍ଷ ଏବଂ ୧୭ ବର୍ଷ । ଦୁଇ ଜଣ ଝିଅଙ୍କୁ ୧୫ ଜଣ ଅପହଣ କରିବା ପରେ ତାଙ୍କୁ ୬ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପାକିସ୍ତାନରେ ଲୋକଙ୍କ ମଧ୍ୟରେ କ୍ରୋଧର ନିଆଁ ବଢ଼ିବାରେ ଲାଗିଛି । ରାସ୍ତା ରାସ୍ତାରେ ପ୍ଲା କାର୍ଡ ଧରି ରାସ୍ତକୁ ଓହ୍ଲାଇଛନ୍ତି ଯୁବପିଢ଼ି । ନ୍ୟାୟ ପାଇଁ ଦାବି କରୁଛନ୍ତି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫଦାରୀ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ।

Geo.tv ର ରିପୋର୍ଟ ଅନୁଯାୟୀ, ୧୫ ଜଣଙ୍କ ବିରୁଦ୍ଧରେ ବଳାତ୍କାର ଅଭିଯୋଗ ହୋଇଛି । କୁହାଯାଉଛି ଯେ ଝିଅମାନଙ୍କୁ ୬ ଦିନରେ ବିଭିନ୍ନ ସ୍ଥାନରେ ରଖାଯାଇ ସେମାନଙ୍କୁ ଦୁଷ୍କର୍ମ କରାଯାଇଥିଲା । ସୂଚନା ଅନୁଯାୟି, ପୀଡିତାଙ୍କ ମା’ କୁହନ୍ତି ଯେ ତାଙ୍କ ଝିଅଙ୍କୁ ୧୧ ସେପ୍ଟେମ୍ବରରେ ଅପହରଣ କରାଯାଇଥିଲା । ଏବଂ ଅପହରଣ ପରେ ସେମାନଙ୍କୁ ସବୁ ସମୟରେ ନିଶାରେ ରଖାଯାଉଥିଲା । ଯେଉଥିପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ନେବାରେ ତାଙ୍କୁ ସୁବିଧା ହେଉଥିଲେ । ଖାଲି ସେତିକି ନୁହେଁ ଅଭିଯୁକ୍ତ ମାନେ ଗୋଟିଏ ପରେ ଗୋଟିଏ ସୀମା ଲଙ୍ଗିବାକୁ ଲାଗିଥିଲେ ।

ଅଭିଯୁକ୍ତକାନେ ପୀଡିତାଙ୍କର ଆପତ୍ତିଜନକ ଫଟୋଗ୍ରାଫ ଏବଂ ଭିଡିଓ ମଧ୍ୟ ରେକର୍ଡ କରିଥିଲେ । ଏଫଆଇଆର ଅନୁଯାୟୀ, ଫୈସଲାବାଦର ଜାଙ୍ଗ ବଜାରରେ ଦୁଷ୍କର୍ମ ପରେ ଦୁଷ୍କର୍ମକାରୀମାନେ ୧୫ ବର୍ଷର ବାଳିକାକୁ ଛାଡ଼ିଥିଲେ ଏବଂ ତାଙ୍କ ଭଉଣୀଙ୍କୁ ଗୁଜରାନୱାଲାରେ ଛଡ଼ାଯାଇଥିଲା ।

ପୀଡିତାଙ୍କ ମା କହିଛନ୍ତି ଯେ ଦାରିଦ୍ର୍ୟ ହେତୁ ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ । ତେଣୁ ସେମାନେ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ଘର ଛାଡି ଅନ୍ୟତ୍ର ରହିବାକୁ ଯିବେ ।

Leave a Reply