spot_img
Home Blog Page 6691

ବାଘର କଟାମୁଣ୍ଡ ସହ ଛାଲ ଜବତ, ୩ ଅଟକ

ନୂଆପଡ଼ା: ବନ ବିଭାଗକୁ ବଡ଼ ସଫଳତା । ନୂଆପଡ଼ ବନ ବିଭାଗ ବାଘ ମୁଣ୍ଡ ସହ ଛାଲ ଜବତ କରିଛି । ନୂଆପଡ଼ା ରେଞ୍ଜ ଟିପାଝର ଗାଁରୁ ଜବତ ହୋଇଛି ବାଘର କଟା ମୁଣ୍ଡ ଓ ଛାଲ । ଗତକାଲି ସନ୍ଧ୍ୟାରେ ବନ ବିଭାଗର ଟିମ୍ ବିଶେଷ ସୂତ୍ରରୁ ଖବର ପାଇ ରେଡ୍ କରିଥିଲା ।

Forest Department Seized Tiger Skin And Held 3
FILE

ଚଢ଼ାଉ ବେଳେ ବନ ବିଭାଗ ଟିମ୍ ବାଘର କଟା ମୁଣ୍ଡ ସହ ବାଘ ଛାଲ ଜବତ କରିଛି । ଏଥିସହ ୨୦ କେଜି ବାରହା ମାଂସ, ବଜ୍ରକାପ୍ତା କାତି ଜବତ ହୋଇଛି । ଶିକାରରେ ବ୍ୟବହୃତ ଧନୁଶର ଓ କଟୁରୀ ଜବତ କରିଛି ବନ ବିଭାଗ । ଘଟଣାରେ ୩ ଜଣ ଯୁବକଙ୍କୁ ଅଟକ ରଖି ବନ ବିଭାଗ ପଚରାଉଚରା କରୁଛି ।

ବରିଷ୍ଠ ଦଇତାପତି ପ୍ରେମାନନ୍ଦ ଦାସମହାପାତ୍ରଙ୍କ ବିୟୋଗ…

ପୁରୀ: ବରିଷ୍ଠ ଦଇତାପତି ତଥା ପ୍ରଭୁ ଜଗନ୍ନାଥଙ୍କ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ପରଲୋକ ହୋଇଛି । ସେ ଦୀର୍ଘଦିନ ହେବ ହୃଦଘାତ ସମସ୍ୟାରେ ପୀଡ଼ିତ ଥିଲେ । ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ଆଜି ଭୋରରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର କ୍ରମାଗତ ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା  ।

ସ୍ୱାସ୍ଥ୍ୟ ସମସ୍ୟା ବଢିବା ସହ ତାଙ୍କର ମୃତ୍ୟୁ ଘଟିଛି । ଉଲ୍ଲେଖଯୋଗ୍ୟ ଯେ ସେ ଜଣେ ବରିଷ୍ଠ ଦଇତାପତି ଭାବେ କାର୍ଯ୍ୟରତ ଥିଲେ । ପୁରୀ ସହରରେ ଜଣେ ସମାଜସେବୀ ଭାବେ ମଧ୍ୟ ତାଙ୍କର ଯଥେଷ୍ଟ ଖ୍ୟାତି ରହିଥିଲା । ଏବେ ତାଙ୍କ ବିୟୋଗରେ ଦଇତାପତି କୁଳରେ ଶୋକର ଛାୟା ଖେଳିଯାଇଛି ।

IPL 2020: ଲଗାତାର ଅଷ୍ଟମଥର ପାଇଁ ଅନଲକି ସାବ୍ୟସ୍ତ ହେଲେ ରୋହିତ ଶର୍ମା

ଆବୁଧାବି: ଆରମ୍ଭ ହୋଇଛି ଆଇପିଏଲ୍ । ଫଟାଫଟ କ୍ରିକେଟରେ ହାରଜିତର ଲଢ଼େଇ । ଶନିବାର ଖେଳା ଯାଇଥିବା ଉଦଘାଟନୀ ମ୍ୟାଚରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି ଚେନ୍ନାଇ ସୁପର କିଙ୍ଗ୍ସ । ମୁମ୍ବାଇକୁ ଚେନ୍ନାଇ ୫ ୱିକଟରେ ପରାସ୍ତ କରିଛି । ରୋହିତଙ୍କ ଟିମ୍ ପୂର୍ବ ଭଳି ହାରିବାରୁ ଆରମ୍ଭ କରିଛି ଅଭିଯାନ । ଆଇପିଏଲ୍ ଇତିହାସରେ ଲଗାତାର ଅଷ୍ଟମଥର ପାଇଁ ମୁମ୍ବାଇ ପ୍ରଥମ ମ୍ୟାଚରେ ହିଁ ହାରିଛି ।

Cricket IPL 2020 Rohit Sharma Mumbai Indias Team Lost Opening Match 8th Time In A Row

ୟୁଏଇରେ ଆବୁଧାବି ମୈଦାରେ ରୋହିତ ପୁଣି ଦୋହରାଇଛନ୍ତି ପୁରୁଣା ଇତିହାସ । ରୋହିତଙ୍କ ଟିମ୍ ଆଇପିଏଲର ପ୍ରଥମ ମ୍ୟାଚ୍ ହାରିବା ୨୦୧୩ରୁ ଜାରି ରହିଛି । ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ଠାରୁ ହାରିଥିଲା । ୨୦୧୪ ଓ ୨୦୧୫ରେ କୋଲକାତା ନାଇଟ୍ ରାଇଡର୍ସରୁ ପରାଜୟର ମୁହଁ ଦେଖିଥିଲା ମୁମ୍ବାଇ । ୨୦୧୬ ଓ ୨୦୧୭ରେ ପୁନେ ଠାରୁ ମୁମ୍ବାଇ ମ୍ୟାଚ୍ ହାରିଥିଲା । ୨୦୧୮ରେ ଧୋନିଙ୍କ ଚେନ୍ନାଇ ରୋହିତଙ୍କ ମୁମ୍ବାଇକୁ ହରାଇଥିଲା । ୨୦୧୯ରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏବେ ପୁଣି ଥରେ ଚେନ୍ନାଇ ଠାରୁ ହାରିଛି ରୋହିତଙ୍କ ଟିମ୍ । ପ୍ରଥମ ମ୍ୟାଚରେ ହାରିବା ପରେ ବି ମୁମ୍ବାଇ ଇଣ୍ଡିଆନ୍ସ କେବେ ନିରାଶ ହୋଇନି ।

Cricket IPL 2020 Rohit Sharma Mumbai Indias Team Lost Opening Match 8th Time In A Row

ହାରରୁ ଆରମ୍ଭ କେତେ ଲକି ?

ରୋହିତଙ୍କ ଟିମ୍ ଯଦିଓ ଆଇପିଏଲର ପ୍ରଥମ ମ୍ୟାଚ୍ ହାରିବାରୁ ଆରମ୍ଭ କରୁଛି । ତଥାପି ୮ ବର୍ଷ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ୪ଥର ଚାମ୍ପିଅନ୍ ହୋଇଛି । କଣ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ପରାଜୟ ଲକି ସାବ୍ୟସ୍ତ ହେବ । ଏମିତି ଆଇପିଏଲ ଇତିହାସକୁ ଦେଖିଲେ ଅନେକ ଟିମ୍ ଆରମ୍ଭରୁ ଖରାପ ପ୍ରଦର୍ଶନ କରି ଶେଷରେ ବିଜୟୀ ହୋଇଛନ୍ତି । ଏମିତିରେ ରୋହିତଙ୍କ ଟିମରେ ଜଣଙ୍କ ଠାରୁ ଜଣେ ଚାମ୍ପିଆନ୍ ଖେଳାଳି ରହିଛନ୍ତି । ଯେଉଁମାନେ କି ଚାମ୍ପିଆନ୍ ହେବାର ଦମ୍ ରଖନ୍ତି ।

Cricket IPL 2020 Rohit Sharma Mumbai Indias Team Lost Opening Match 8th Time In A Row

ଫେରିଲା ଚେନ୍ନାଇ

ଅନ୍ୟପଟେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଠାରୁ ଲଗାତାର ହାରିବା ଧାରାରେ ବ୍ରେକ୍ ଲଗାଇଛି । ମୁମ୍ବାଇ ବିପକ୍ଷରେ ଚେନ୍ନାଇ ଲଗାତାର ପାଞ୍ଚଟି ମ୍ୟାଚ ହାରିବା ପରେ ବିଜୟ ଲାଭ କରିଛି । ଆଇପିଏଲରେ ଏବେ ରୋହିତଙ୍କ ଟିମ୍ ଆସନ୍ତା ବୁଧବାର କୋଲକାତା ନାଇଟ୍ ରାଇଡର୍ସ ସହ ଖେଳିବ ।

https://www.facebook.com/NandighoshaTV/videos/1047678255690250

କରୋନାକୁ ନେଇ ବିଗୁଡ଼ୁଛି ସ୍ଥିତି, ୨୩ରେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ଲକ୍ଷ ପାର୍ କରିଛି । ଅନ୍ୟପଟେ କରୋନା ମୃତ୍ୟୁସଂଖ୍ୟା ୮୫ ହଜାର ଟପିଛି । କରୋନାର ବିଗୁଡ଼ୁଥିବା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିବେ । ମୋଦି ପୁଣି ଥରେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ସେପ୍ଟେମ୍ବର ୨୩ ତାରିଖରେ ହେବ ।

Prime Minister Narendra Modi To Hold Virtual Discussion With 7 States Chief Ministers On Sept 23

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ବିଗୁଡ଼ୁଥିବା ସ୍ଥିତିକୁ ନେଇ ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର ସମେତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ପିଏମ୍ ସଂକ୍ରମଣକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସାରିଛନ୍ତି ।

Prime Minister Narendra Modi To Hold Virtual Discussion With 7 States Chief Ministers On Sept 23

ଜୁନ୍ ୧୬ ଓ ୧୭ରେ ଦେଶରେ କରୋନା ସଂକ୍ରମଣକୁ ନେଇ ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଜୁନ୍ ୧୬ରେ ପଞ୍ଜାବ, ଆସାମ, କେରଳ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ଛତିଶଗଡ଼, ତ୍ରିପୁରା, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ଗୋଆ, ମଣିପୁର, ନାଗାଲାଣ୍ଡ, ଲଦାଖ, ପୁଡୁଚେରୀ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ଆଣ୍ଡାମନ ଓ ନିକୋବର ଭଳି ରାଜ୍ୟ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।

୨ଟି ଦୁର୍ଘଟଣାରେ ୪ ବାଇକ୍ ଆରୋହୀ ମୃତ, ରାସ୍ତାରୋକ

ରାଉରକେଲା/ବାଲିଗୁଡ଼ା: ୨ଟି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାରେ ଘଟିଥିବା ଅଲଗା ଅଲଗା ଦୁର୍ଘଟଣାରେ ୪ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ରାଉରକେଲା ଚାଡରି ହରିହରପୁର ନିକଟରେ ଦୁର୍ଘଟଣା ଘଟିଛି ।

Accident in Sundergarh And Baliguda 4 Dead

ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଜଣାପଡ଼ିନାହିଁ । ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିବା ବେଳେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ତଦନ୍ତ କରୁଛି । ଅନ୍ୟପଟେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା କିରିକୁଟୀ ନିକଟ ଡଙ୍ଗେରୀ ଛକରେ ଦୁର୍ଘଟଣା ହୋଇଛି ।

Accident in Sundergarh And Baliguda 4 Dead

ଶନିବାର ରାତିରେ ବାଇକକୁ ସ୍କର୍ପିଓ ଧକ୍କା ଦେଇଥିଲା । ଏଥିରେ ବାଇକରେ ଥିବା ୨ ଜଣଙ୍କ ଘଟଣାସ୍ଥଳରୁ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଆମ୍ବୁଲାନ୍ସ ମୃତଦେହ ନନେବାରୁ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଛନ୍ତି । ଗତକାଲି ରାତିରୁ ସେଠାରେ ମୃତଦେହ ପଡ଼ି ରହିଥିଲା । ପ୍ରଶାସନର ବୁଝାସୁଝା ପରେ ରାସ୍ତାରୋକ ହଟିଛି ।

୭ ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ; ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା…

ଭୁବନେଶ୍ୱର: ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବଙ୍ଗୋପସାଗରର ଉତ୍ତର-ପୂର୍ବ ଉପକୂଳରେ  ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ । ପାଣିପାଗ ବିଭାଗ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି । ମୟୁରଭଂଜ,ବାଲେଶ୍ୱର, ଯାଜପୁର, ଭଦ୍ରକ କେନ୍ଦ୍ରାପଡ଼ା, ମାଲକାନଗିରି ଓ କୋରାପୁଟ ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ,ଦେବଗଡ଼ ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଏହି ୧୦ଟି ଜିଲ୍ଲାକୁ ୟୋଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।  ତେବେ ରାଜ୍ୟ ପ୍ରାୟ ସମସ୍ତ ପ୍ରମୁଖ ନଦୀରେ ଜଳସ୍ତର କମ୍ ରହିଥିବା ହେତୁ ବନ୍ୟା ସମ୍ଭାବନା ନଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଆସନ୍ତା ୪ ଦିନ ଯାଏଁ ବର୍ଷାର ପରିମାଣ ରାଜ୍ୟରେ ବଢିବାକୁ ଥିବା ହେତୁ ସମୁଦ୍ର ଭିତରକୁ ମତ୍ସଜୀବୀମାନଙ୍କୁ ନଯିବା ପାଇଁ କୁହାଯାଇଛି ।

ବିରୋଧ ଭିତରେ ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବ କୃଷି ବଲ୍, ୨୫ରେ ପଞ୍ଜାବ ବନ୍ଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା କୃଷି ବିଲକୁ ନେଇ ଲଗାତାର ବିରୋଧ ବଢ଼ି ବଢ଼ି ଚାଲିଛି । ଲୋକସଭାରେ ସରକାର କୃଷି ବିଲକୁ ପାରିତ କରି ସାରିଛନ୍ତି । ଆଜି ଏହି ବିଲ୍ ରାଜ୍ୟସଭାରେ ଉପସ୍ଥାପିତ ହେବ । ତେବେ ଉଚ୍ଚ ସଦନରେ ବିଲକୁ ପାସ୍ କରିବା ପାଇଁ NDA ନେତୃତ୍ୱାଧୀନ ବିଜେପି ସରକାର ପାଖରେ ବହୁମତ ନାହିଁ । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିଲ୍ ବିପକ୍ଷରେ ଅଛନ୍ତି । ଏଭଳି ସ୍ଥିତିରେ ୟୁପିଏ ଅଂଶୀଦାର କିଛି ଦଳ ବିଲକୁ ସମର୍ଥନ କଲେ ରାଜ୍ୟସଭାରେ ବିଲ୍ ପାସ ହେବା ଟିକିଏ ମୁସ୍କିଲ୍ ହେବ ।

Tata Projects Limited To Build New Parliament Building Rs 861.90 Crore

ଏମିତି ସ୍ଥିତିରେ କେନ୍ଦ୍ର ସରକାର ଏନଡିଏ ଓ ୟୁପିରେ ମିଶିନଥିବା ଦଳ ଉପରେ ନଜର ରଖିଛନ୍ତି । ତେବେ, ଏ କ୍ଷେତ୍ରରେ ଏଯାଏଁ କୌଣସି ଆଲୋଚନା ହୋଇଥିବା ଜଣାପଡ଼ୁନି । ତେଲଙ୍ଗାନାରେ ଶାସନ କରୁଥିବା ଟିଆରଏସ୍ ଏହି ବିଲକୁ ବିରୋଧ କରୁଛି । ପଞ୍ଜାବରେ ବିଲକୁ ବିରୋଧ କରି ଆସନ୍ତା ୨୫ ତାରିଖରେ ବନ୍ଦ ଡାକରା ଦିଆଯାଇଛି ।

ଏହି ବିଲ୍ ବିରୋଧରେ ସବୁଠୁ ଅଧିକ ବିରୋଧ ପଞ୍ଜାବରେ ଦେଖାଯାଉଛି । ସିରୋମଣି ଅକାଳୀ ଦଳ ଅଭିଯୋଗ କରିଛି ବିଲ୍ ନେଇ ସରକାର କଥା ଶୁଣୁନାହାଁନ୍ତି । ଏହା ବାଦ୍ ଅକାଳୀ ଦଳରୁ କୋଟେରୁ ସାଂସଦ ଥିବା ହରସିମରତ କୌର ବାଦଲ ବିଲକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତେବେ, ଏନଡିଏରୁ ସମର୍ଥନ ପ୍ରତ୍ୟାହାର ନେଇ ଦଳ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବ ବୋଲି କୁହାଯାଇଛି ।

Opposition Parties Unite To Against Farm Bill To Table In Rajya Sabha

କୃଷି ବିଲକୁ ବିରୋଧରେ ସେପ୍ଟେମ୍ବର ୨୫ରେ ପଞ୍ଜାବ ବନ୍ଦ ଡାକରା ଦିଆଯାଇଛି । ୩୧ଟି କୃଷକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଶନିବାର ବୈଠକ ବସିଥିଲା ।

ଚେନ୍ନାଇକୁ ବିଜୟ ଭେଟି ଦେଲେ ଅମ୍ୱାତି ଓ ଡୁପ୍ଳେସିସ୍

ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍‌)ର ୧୩ ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛି ଚେନ୍ନାଇ ସୁପର କିଙ୍ଗସ୍ । ପ୍ରତିପକ୍ଷ ମୁମ୍ୱାଇ ଇଣ୍ଡିଆନ୍ସକୁ ୫ ଓ୍ୱିକେଟରେ ହରାଇ ବିଜୟୀ ହୋଇଛି ଚେନ୍ନାଇ । ପ୍ରଥମେ ଟସ୍ ଜିତି ମୁମ୍ୱାଇ ଟିମକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ କ୍ୟାପଟେନ୍ ଧୋନୀ । ନିର୍ଦ୍ଦାରିତ ଓଭରରେ ବ୍ୟାଟିଂ କରି ୧୬୨ ରନ୍ କରିବାକୁ ସକ୍ଷମ ହୋଇଥିଲା ମୁମ୍ୱାଇ । ତେବେ ୧୬୩ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିବା ଚେନ୍ନାଇକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଓ୍ୱାଟଶନ ଓ ମୂରଲୀ ବିଜୟ ଦୁଇ ଅଙ୍କ ଛୁଇଁ ନପାରି ପେଭିଲିୟନ୍ ଫେରିଯାଇଥିଲେ । କିନ୍ତୁ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଫେଫ୍ ଡୁପ୍ଳେସି ଗୋଟିଏ ପାଖରେ ପାରି ସମ୍ଭାଳିଥିଲେ । ଏବଂ ଅପରାଜେୟ ୫୮ ରନ୍ କରିଥିଲେ । ଯାହା ଚେନ୍ନାଇକୁ ବିଜୟୀ କରାଇବାରେ ସଫଳ କରିଥିଲେ । ଏଥିସହିତ ମଧ୍ୟ କ୍ରମ ବ୍ୟାଟ୍ସମ୍ୟାନ୍ ଅମ୍ୱାତି ରାୟଡୁ ମଧ୍ୟ ୭୧ ରନ୍ କରିଥିଲେ । ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ ହୋଇଛନ୍ତି ।

ତମାଣ୍ଡୋରେ ନବବଧୂ ମୃତ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ନବବଧୂକୁ ହତ୍ୟା ଅଭିଯୋଗ ।  ମୃତକ ହେଉଛନ୍ତି ବନ୍ଦନା ଜେନା ।   ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବିଜୟ କୁମାର ଜେନା ଓ ତାଙ୍କ ପୁଅ ଯାମିନୀ ଜେନା ବନ୍ଦନାଙ୍କୁ ହତ୍ୟା କରିଥିବା ଝିଅ ଘର ଲୋକେ ଅଭିଯୋଗ ଆଣିଛନ୍ତି ।  କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ତମାଣ୍ଡୋ ପୋଲିସ । ସ୍ବାମୀ ଯାମିନୀ ଜେନାକୁ ଅଟକ ରଖିଛି ପୋଲିସ ।  ଯୌତୁକ ପାଇଁ ଦୀର୍ଘ ଦିନ ଧରି ବନ୍ଦନାଙ୍କୁ ନିର୍ଯାତନା ଦିଆଯାଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।  ଶୁକ୍ରବାର ରାତିରେ ବନ୍ଦନା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ଏହାକୁ ନେଇ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବନ୍ଦନାଙ୍କ ମାଆ ।

ଲୋନ୍ ମୋରାଟରିୟମ୍: ସୁଧ ଉପରେ ଲାଗୁ ସୁଧରୁ ମିଳିପାରେ ରିହାତି

0

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ୬ ମାସ ପାଇଁ ଦିଆଯାଇଥିବା ଲୋନ୍ ମୋରାଟରିୟମର ଅବଧି ଶେଷ ହୋଇଛି । ୩୧ ଅଗଷ୍ଟ ଲୋନ ମୋରାଟରିୟମର ସୁବିଧା ଅବଧି ଶେଷ ହୋଇଥିବା ବେଳେ ଚଳିତ ମାସ ଠାରୁ ଋଣଧାରୀଙ୍କୁ ସେମାନଙ୍କ ଇଏମ୍‌ଆଇ ପଇଠ କରିବାକୁ ପଡ଼ୁଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଲୋନ୍ ମୋରାଟରିୟମ୍ର ଅବଧିରେ ସୁଧ ଉପରେ ସୁଧ ଲାଗୁ ହେଉଥିଲା । ତାହା ଉପରେ ଋଣଧାରୀଙ୍କୁ ଆଶ୍ୱସ୍ତି ମିଳିପାରେ । ପୂର୍ବ ସିଏସି ରାଜୀବ ମହର୍ଷିଙ୍କ ଅଧ୍ୟକ୍ଷତାରେ ଏମ ସମିତି ଗଠିତ ହୋଇଥିଲା ।

 बैंकरों, याचिकाकर्ताओं से बातचीत सुप्रीम कोर्ट 28 सितंबर से मोरेटोरियम से जुड़ी याचिकाओं की दोबारा सुनवाई शुरू करेगा. सरकार को राहत का कुछ या पूरा बोझ अपने ऊपर लेना पड़ सकता है. ऐसा इसलिए है क्‍योंकि ज्‍यादातर सरकारी बैंकों में उसकी मालिकाना हिस्‍सेदारी है. ऐसी स्थिति में उसे प्राइवेट बैंकों और को-ऑपरेटिव बैंकों की ओर से ग्राहकों को दी गई राहत का भार भी उठाना पड़ेगा. इनके मामले में भी कर्जदारों ने ईएमआई के भुगतान को रोका था. सूत्रों ने बताया कि अपनी आजीविका के लिए ब्‍याज आय पर निर्भर पेंशनर्स जैसे डिपॉजिटर्स को भी महामारी से उतना ही नुकसान हुआ है. इनके हितों को भी देखना होगा.

ଏହି କମିଟି ସେହି ମାମଲା ଉପରେ କିଛି ପରାମର୍ଶ ଦେଇପାରେ । ଏଥିସହିତ ରିହାତିର ବୋଝ ବ୍ୟାଙ୍କ ବାଲାନ୍ସସିଟ୍ କିମ୍ୱା  ଜମାକରୀଙ୍କ ଉପରେ ପଡ଼ିବନାହିଁ । ସମିତି କିଛି ନିର୍ଦ୍ଧିଷ୍ଟ ଋଣଧାରୀଙ୍କ ଉପରେ ଲାଗୁ ହୋଇଥିବା ଚକ୍ରବର୍ତ୍ତୀ ସୁଧ ଉପରେ ରୋକ ଲଗାଇବା ସମ୍ପର୍କିତ ପରାମର୍ଶ ଦେଇପାରନ୍ତି । ଏଥିସହ ଏଥିରେ ଛୋଟ ଋଣଧାରୀ ମଧ୍ୟ ସାମିଲ ହୋଇପାରନ୍ତି । ଏହି ସବୁ ଦିଗ ଉପରେ ବିଚାର ଜାରି ରହିଛି ।