spot_img
Home Blog Page 6630

GST କାଉନ୍‌ସିଲ ବୈଠକରେ ରାଜ୍ୟର କ’ଣ ରହିବ ପ୍ରସ୍ତାବ ? ରହିଛି ସମସ୍ତଙ୍କ ନଜର…

ଭୁବନେଶ୍ୱର: ୫ ତାରିଖରେ ଜିଏସ୍‌ଟି କାଉନ୍‌ସିଲ ବୈଠକ । ଏଥିରେ ରାଜ୍ୟଗୁଡ଼ିକର କ’ଣ ରହିବ ପ୍ରସ୍ତାବ, ତା’ ଉପରେ ସମସ୍ତଙ୍କ ନଜର । ରାଜ୍ୟଗୁଡ଼ିକର ଜିଏସ୍‌ଟି ବକେୟା କେନ୍ଦ୍ର ଉପରେ ପଡ଼ିରହିଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କେନ୍ଦ୍ର ଆଗରେ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ସମୟ ସୀମା ୨୦୨୨ରୁ ଆଗକୁ ପ୍ରାୟ ୫ ବର୍ଷ ବଢ଼ାଇବାକୁ ଦାବି ରଖିବାକୁ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ପରାମର୍ଶ ଦେଇଛନ୍ତି । କୌଣସି ପରିସ୍ଥିତିରେ କ୍ଷତି ହେଲେ କେନ୍ଦ୍ର ଭରଣା କରୁ ବୋଲି ରାଜ୍ୟ ଦାବି କରିବା ଉଚିତ୍‌ ବୋଲି କହିଛନ୍ତି ପଞ୍ଚାନନ । ସେପଟେ ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଏ ବର୍ଷ ୧୮ ପ୍ରତିଶତ ଅଧିକ ଜିଏସ୍‌ଟି ଆଦାୟ କରିଛି ରାଜ୍ୟ । ଜିଏସ୍‌ଟିରେ ତ୍ରୁଟି ବିତ୍ୟୁତି ସୁଧାରିବା ପାଇଁ ଏକ କମିଶନ ବସାଯାଉ ବୋଲି ରାଜ୍ୟଗୁଡ଼ିକ ଦାବି କରିବା ଉଚିତ୍‌ ବୋଲି ପଞ୍ଚାନନ କହିଛନ୍ତି ।

ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଓଡ଼ିଶା ସବୁବେଳେ କ୍ଷତିପୂରଣ ବଢ଼ାଇବାକୁ ଦାବି କରିଆସୁଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । କେନ୍ଦ୍ର କେଉଁ ଢାଞ୍ଚାରେ ବଢ଼ାଇବ ତାହା ୫ ତାରିଖ ବୈଠକରେ ସ୍ଥିର ହେବ । ଅର୍ଥନୀତିର ମାନ୍ଦାବସ୍ଥାକୁ ଦେଖି ଜିଏସ୍‌ଟି କ୍ଷତି ଭରଣା ସମୟସୀମା ଯାହା ୨୦୨୨ ପର୍ଯ୍ୟନ୍ତ ଥିଲା, ତାହା ଆଗକୁ କ୍ଷତିର ଆକଳନ ଅନୁଯାୟୀ ବଢାଇବାକୁ କେନ୍ଦ୍ର ରାଜି ହୋଇଛି । ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଏ ନେଇ ଆଲୋଚନା ହେବ । କରୋନାକୁ ନେଇ ଆର୍ଥିକ ସ୍ଥିତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଗାମୀ ବୈଠରେ ଆଲୋଚନା ହେବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।

ଅର୍ଥ ମନ୍ତ୍ରଣାଳୟର ତଥ୍ୟ କହୁଛି, ଚଳିତବର୍ଷ ସେପ୍ଟେମ୍ବରରେ ଜିଏସ୍‌ଟି ସଂଗ୍ରହ ଗତ ୬ମାସ ମଧ୍ୟରେ ସର୍ବାଧିକ ରହିଛି । ଏହା ଦେଶର ଅର୍ଥନୈତିକ କ୍ଷେତ୍ର ସୁଧୁରୁଥିବା ଦର୍ଶାଉଛି । ସେପ୍ଟେମ୍ବର ମାସରେ ମୋଟ ଜିଏସ୍‌ଟି ସଂଗ୍ରହ ୯୫ ହଜାର ୪୮୦ କୋଟି ଟଙ୍କା ଥିଲା । ସେପ୍ଟେମ୍ବରରେ ରାଜସ୍ୱ ସଂଗ୍ରହ ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ସର୍ବାଧିକ ଅଟେ । ମୋଟ ଜିଏସ୍‌ଟି ସଂଗ୍ରହ ମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟି ୧୭ ହଜାର ୭୪୧ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି ୨୩ ହଜାର ୧୩୧ କୋଟି ଟଙ୍କା, ସମନ୍ଵିତ ଜିଏସ୍‌ଟି ୪୭ ହଜାର ୪୮୪ କୋଟି ଟଙ୍କା ଏବଂ ସେସ୍‌ ୭ ହଜାର ୧୨୪ କୋଟି ଟଙ୍କା ଅଛି । ସେପ୍ଟେମ୍ବର ମାସରେ ନିୟମିତ ସମାଧାନ ପରେ କେନ୍ଦ୍ର ସରକାରଙ୍କ ଜିଏସ୍‌ଟି ପରିମାଣ ୩୯ ହଜାର କୋଟିରୁ ଅଧିକ ଥିବା ବେଳେ ରାଜ୍ୟ ସରକାରଙ୍କ ମୋଟ ଜିଏସଟି ପରିମାଣ ୪୦ ହଜାର ୧୨୮ କୋଟି ଟଙ୍କା ରହିଛି । ଯାହା ଗତବର୍ଷ ଏହି ସମୟଠାରୁ ଚଳିତବର୍ଷ ଜିଏସଟି ପରିମାଣ ଚାରି ପ୍ରତିଶତ ଅଧିକ ।

ପ୍ରଭାତୀଙ୍କୁ ସହାୟତା ପାଇଁ କଳିଙ୍ଗ ସ୍ୱରାଜ ଅଭିଯାନର ପ୍ରୟାସ, ଲୋଡ଼ିଲେ ସମସ୍ତଙ୍କ ସହଯୋଗ

ଭୁବନେଶ୍ୱର : ପ୍ରଭାତୀ ସାହୁ… ବୟସ ପ୍ରାୟ ୪୫ । ବାପାଙ୍କ ନାମ ଶଙ୍କର ପ୍ରଧାନ । ସ୍ୱାମୀଙ୍କ ନାଁ ରାଜକିଶୋର ସାହୁ । ଘର ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଧିନସ୍ଥ ନିରାକାରପୁର ଅଞ୍ଚଳରେ । ଦୁଇ ବର୍ଷ ଧରି ନିଖୋଜ ହୋଇଥିବା ଏହି ମହିଳାଙ୍କ ସମ୍ପର୍କରେ ସୂଚନା ପାଇଛି କଳିଙ୍ଗ ସ୍ୱରାଜ ଅଭିଯାନ । ମାନସିକ ଭାବେ ଅନଗ୍ରସର ଥିବା ଏହି ମହିଳାଜଣଙ୍କ ଏବେ ସୁଦୂର ଭୋଜ ମାନସିକ ଚିକିତ୍ସାଳୟରେ ଦିନ ବିତାଉଛନ୍ତି । ଏହି ମହିଳାଙ୍କୁ ଓଡ଼ିଶା ଆଣିବାକୁ ପ୍ରୟାସ କରୁଛନ୍ତି କଳିଙ୍ଗ ସ୍ୱରାଜ ଅଭିଯାନପ୍ରତିଷ୍ଠାତା ଶିବାଶିଷ ସ୍ୱାଇଁ । ମାନସିକ ଭାବେ ପ୍ରଭାତୀ ଅନଗ୍ରସର, ତେଣୁ ତାଙ୍କୁ ସୁଦୂର ଗୁଜରାଟରୁ ଫେରାଇ ଆଣିବା ପାଇଁ ସହାୟତାର ଆବଶ୍ୟକତା ରହିଛି ।

ଦୀର୍ଘଦିନ ଧରି ଅଭିଯାନ ପକ୍ଷରୁ ପ୍ରଭାତୀଙ୍କୁ ଟ୍ରାକ କରାଯାଉଥିଲା । ନିରବଚ୍ଛିନ୍ନ ପ୍ରୟାସ ହିଁ ପ୍ରଭାତୀଙ୍କ ସମ୍ପର୍କରେ ସୂଚନା ଆଣିଦେଇଥିଲା । ବର୍ତ୍ତମାନ ପ୍ରଭାତୀଙ୍କୁ  ଠାବ କରାଯାଇଛି । ହେଲେ ତାଙ୍କୁ ଭୁଜ୍ ରୁ ଓଡ଼ିଶା ଆଣିବା ପାଇଁ ପ୍ରଶାସନର ସହାୟତା ଆବଶ୍ୟକତା ରହିଛି । ଯେଉଁଥିପାଇଁ ସେ ପ୍ରଶାସନ ସହ ଅନ୍ୟମାନଙ୍କୁ ନିବେଦନ କରିଥିବା ଜଣାପଡିଛି । ଅସହାୟ ଲୋକଙ୍କ ସହାୟତା ପାଇଁ ଅଣ୍ଟା ଭିଡିଥିବା କଳିଙ୍ଗ ସ୍ୱରାଜ ଅଭିଯାନ ଚେଷ୍ଟା ଜାରି ରଖିଛି । ପ୍ରଭାତୀଙ୍କ ସମ୍ପର୍କରେ ସୂଚନା ପାଇବା ପରେ ସେ କେଉଁ ସ୍ଥାନରେ ଅଛନ୍ତି, ସେ ନେଇ ପ୍ରୟାସ ଆରମ୍ଭ କରାଯାଇଥିଲା । ମାସ ମାସ ଧରି ତାଙ୍କୁ ଟ୍ରାକ କରାଯିବା ପରେ ସେ ଗୁଜରାଟସ୍ଥିତ ଭୁଜ୍ ରେ ଥିବା ମାନସିକ ରୋଗ ଚିକିତ୍ସାଳୟରେ ପ୍ରଭାତୀଙ୍କ ସୂଚନା ପାଇଥିଲେ । ପ୍ରଭାତୀଙ୍କୁ ଠାବ କରାଯିବା ପରେ ତାଙ୍କୁ କିପରି ଭାବେ ଓଡ଼ିଶା ଅଣାଯିବ, ସେ ନେଇ ଚେଷ୍ଟିତ ଅଛନ୍ତି ଶିବାଶିଷ ସ୍ୱାଇଁ । ଆଉ ଏଥିପାଇଁ ପ୍ରଶାସନଠାରୁ ଆରମ୍ଭକରି ସାଧାରଣ ଲୋକଙ୍କ ଲୋଡିଛନ୍ତି ସହଯୋଗ ।

 

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ଓଟିଭିର ଚିଫ୍ ଫାଇନାନ୍ସ ଅଫିସରଙ୍କୁ ଅଢ଼େଇ ଘଣ୍ଟା ଧରି ଜେରା

ଭୁବନେଶ୍ୱର: ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ଘଟଣା । ମହିଳା ଥାନାରେ ହାଜର ହେଲେ ଓଟିଭିର ଚିଫ୍ ଫାଇନାନ୍ସ ଅଫିସର । ଚିଫ୍ ଫାଇନାନ୍ସ ଅଫିସରଙ୍କ ନାମ ହେଉଛି ମନୋରଞ୍ଜନ ଷଡଙ୍ଗୀ । ନାବାଳିକା ଦୁଷ୍କର୍ମ ଘଟଣାରେ ମନୋରଞ୍ଜନଙ୍କୁ ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ଧରି ଜେରା କରିଛି ମହିଳା ଥାନାର ପୋଲିସ । ଆଜି ଅପରାହ୍ନ ସାଢେ ୪ରୁ ସାଢେ ୬ ଯାଏଁ ତାଙ୍କୁ ପୋଲିସ ପଚରାଉଚରା କରିଛି । ଦୁଷ୍କର୍ମ ନେଇ ବିଭିନ୍ନ ଦିଗକୁ ଦେଖି ଜେରା କରିଛି ପୋଲିସ ।

ପୂର୍ବରୁ ଓଟିଭର ଇନପୁଟ ଓ ଆଉଟପୁଟ ମୁଖ୍ୟ, ଓଟିଭିର ଏଚଆର ମୁଖ୍ୟ, ସହକାରୀ ଏଚଆର ମୁଖ୍ୟଙ୍କୁ ମଧ୍ୟ ଜେରା କରିଛି ମହିଳା ପୋଲିସ । ନାବାଳିକା ଦୁଷ୍କର୍ମ ଘଟଣାରେ ଓଟିଭିର ୩ ଜଣ କର୍ମଚାରୀ, ଜଣେ ପୋଲିସ କର୍ମଚାରୀ ଓ ତାଙ୍କ ସହଯୋଗୀ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ସମାନ୍ତରାଳ ଭାବେ ଏହି ଘଟଣାକୁ ନେଇ ଦୁଇ ଦୁଇଟି ତଦନ୍ତ ଚାଲିଛି ।

ଗୋଟିଏ ପଟେ ମହିଳା ଥାଏ ଏହାକୁ ନେଇ ତଦନ୍ତ କରୁଥିବା ବେଳେ ଅନ୍ୟପଟେ ମହିଳା କମିଶନ ମଧ୍ୟ ଏ ଦିଗରେ ଜେରା କରୁଛି । ମହିଳା ଥାନାରେ ଚାଲିଥିବା ଜେରାରେ ଫେଜ ଫେଜ ଧରି ଓଟିଭିର ଅଧିକାରୀଙ୍କୁ ଜେରା କରାଯାଉଛି ।  ଓଟିଭିର ବଡ଼ ବଡ଼ ଅଧିକାରୀ ମାନଙ୍କୁ ଡାକି ଜେରା କରାଯାଉଛି ।

ଲକ୍‌ଡାଉନ୍‌ରେ ଭିକ୍ଷା ମାଗି ପିଲାଙ୍କୁ ଖୁଆଇଥିଲେ, ତିନ ତଲାକ୍ ଦେଲେ ସ୍ୱାମୀ

ନୂଆଦିଲ୍ଲୀ: ପରିବାର ପରାମର୍ଶ କେନ୍ଦ୍ରରେ ନିଜ ପତ୍ନୀ ସହ ମୀମାଂସା କରିବାକୁ ଆସିଥିବା ସ୍ୱାମୀ ନିଜ ସ୍ତ୍ରୀକୁ ୩ ଥର ତଲାକ କହି ତଲାକ ଦେଇଛନ୍ତି । ଆଇନତଃ ତିନ ତଲାକ ଶେଷ ହୋଇସାରିଛି । ଏଣୁ ସ୍ୱାମୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ଗିରଫ କରିଛି ।

पत्नी को दिया तलाक

ପୀଡ଼ିତା ସ୍ତ୍ରୀ ଜଣଙ୍କ ହେଉଛନ୍ତି ଖଣ୍ଡାବାର ଗୁଲନାଜ ସିଦ୍ଧିକି । ଯିଏ କି ୮ ବର୍ଷ ପୂର୍ବେ ଝାନ୍ସିର ଅଜହର ସହ ବିବାହ କରିଥିଲେ । ଆରମ୍ଭରୁ ସମ୍ପର୍କ ଠିକ୍‌ଠାକ ଥିଲା । ୨ଟି ସନ୍ତାନ ମଧ୍ୟ ହୋଇଛନ୍ତି । ଏହାପରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଯାଇଥିଲା । ଲକ୍‌ଡାଉନ୍ ଆରମ୍ଭ ବେଳକୁ  ହିଁ ହଠାତ୍ ଅଜହର ତାଙ୍କ ସ୍ତ୍ରୀ ଗୁଲନାଜଙ୍କୁ ଛାଡ଼ି କେଉଁଆଡ଼େ ଚାଲିଗଲେ । ଗୁଲନାଜ ଏବଂ ତାଙ୍କ ଛୁଆଙ୍କୁ ଭୋକରେ ମରିବାକୁ ଭଳି ପରିସ୍ଥିତି ଉପୁଜିଥିଲା ।

पत्नी को दिया तलाक

ଗୁଲନାଜ କହିଛନ୍ତି ଯେ, ମୋର ପତି ବାହାଘର ପରଠଶରୁ ହିଁ ଯୌତୁକ ପାଇଁ ଚାପ ପକାଉଥିଲେ । ବହୁ ଥର ମୋ ବାପା ତାଙ୍କୁ ଟଙ୍କା ପଠାଇଥିଲେ କିନ୍ତୁ ପରିବାରର ଦାୟିତ୍ୱ ନେଉନଥିଲା । ଲକଡାଉନ୍ ପୂର୍ବରୁ ଘର ଛାଡ଼ି ଚାଲିଗଲା । ଭୋକରେ ରହିବାକୁ ପଡ଼ିଲା ଭଳି ପରିସ୍ଥିତି ଉପୁଜିଥିଲା । ସେ ଭିକ୍ଷ ମାଗି ଛୁଆମାନଙ୍କୁ ବଞ୍ଚାଇଥିବା କହିଛନ୍ତି । ଏବେ ବି ପିଲାମାନଙ୍କ ଲାଗି ସମ୍ପର୍କ ତୁଟାଇବାକୁ ଚାହୁଁନଥିବା କହିଛନ୍ତି । ଏଣୁ ମହିଳା ପରାମର୍ଶ କେନ୍ଦ୍ରକୁ ଯାଇଥିଲେ । ଏଠାରେ ବୁଝାମଣା ନେଇ ସ୍ୱାମୀକୁ ଡକାଯାଇଥିଲା । କିନ୍ତୁ ସେ ସମସ୍ତଙ୍କ ସାମ୍ନାରେ ତାଙ୍କୁ ତିନ ତଲାକ୍ ଦେଇଛନ୍ତି ।

ରାଜ୍ୟରେ ୨ ଲକ୍ଷ ଟପିଲା କରୋନାରୁ ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନା ମହାମାରୀ କବଜାରେ ପୁରା ରାଜ୍ୟ । ଏଇ ଭିତରେ ଭଲ ଖବର ଲୋକଙ୍କୁ ଆସ୍ୱସ୍ତି ଦେଉଛି । ରାଜ୍ୟରେ ୨ ଲକ୍ଷ ପାର ହୋଇଛି ସୁସ୍ଥ ସଂଖ୍ୟା ।  ତେବେ କରୋନାରୁ ସୁସ୍ଥତା ହାର କରୋନା ଭୟ ଭିତରେ ଲୋକଙ୍କୁ ଶାନ୍ତ୍ୱନା ଦେଉଛି । ପ୍ରତିଦିନ ସୁସ୍ଥ ହେଉଛନ୍ତି ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ । ୨୪ ଘଣ୍ଟା ମଧ୍ୟରେ ୪ ହଜାର ୧୦୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ନୂଆ କରୋନା ରୋଗୀ ସୁସ୍ଥ ହେବା ପରେ ୨ ଲକ୍ଷ ଟପିଛି କରୋନା ସୁସ୍ଥତା ହାର । ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ହେଉଛି ୨ ଲକ୍ଷ ୨ ହଜାର ୩୦୨ ଜଣ ସୁସ୍ଥ ହୋଇଛନ୍ତି ।

ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଛନ୍ତି । କଟକରୁ ୪୯୨, ଯାଜପୁରରୁ ୨୧୨, ଅନୁଗୁଳରୁ ୧୮୬, ଝାରସୁଗୁଡ଼ାରୁ ୧୫୪, ଜଗତସିଂହପୁରରୁ ୧୪୩, ମୟୂରଭଞ୍ଜରୁ ୧୩୯, ସମ୍ବଲପୁରରୁ ୧୨୮, ନୂଆପଡ଼ାରୁ ୧୧୮, କଳାହାଣ୍ଡିରୁ ୧୧୭, କେନ୍ଦୁଝରରୁ ୧୧୭, ସୁନ୍ଦରଗଡ଼ରୁ ୧୧୬, ବରଗଡ଼ରୁ ୧୧୪, କେନ୍ଦ୍ରାପଡ଼ାରୁ ୧୦୭, ନବରଙ୍ଗପୁରରୁ ୮୯, ବଲାଙ୍ଗିରରୁ ୮୦, ଢ଼େଙ୍କାନାଳରୁ ୭୫, କୋରାପୁଟରୁ ୭୩, ସୋନପୁରରୁ ୭୩, କନ୍ଧମାଳରୁ ୭୧, ଗଞ୍ଜାମରୁ ୬୭, ରାୟଗଡ଼ାରୁ ୬୪, ପୁରୀରୁ ୫୫, ନୟାଗଡ଼ରୁ ୫୦, ବୌଦ୍ଧରୁ ୪୪, ଗଜପତିରୁ ୪୦, ମାଲକାନାଗିରିରୁ ୩୪, ଭଦ୍ରକରୁ ୧୬, ଦେଓଗଡ଼ରୁ ୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

IPL 2020 : ହାଇଦ୍ରାବାଦକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

0

ଶାରଜା: ଇଣ୍ଡିଆନ ପ୍ରିମିୟର ଲିଗର ଏକ ମୁକାବିଲାରେ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ  ୩୪ ରନରେ ପରାସ୍ତ କରିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୨୦ ଓଭରରେ ୧୦.୪ ହାରରେ ୨୦୮ ରନ କରିଥିଲା  । ଦଳ ପକ୍ଷରୁ କ୍ୱେଣ୍ଟନ ଡିକକ୍ ସର୍ବାଧିକ ୬୭ ରନ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟ କୁମାର ଯାଦବ ୨୭, ଇଶାନ କିଷାନ ୩୧, ହାର୍ଦ୍ଦିକ ପାଣ୍ଡ୍ୟା ୨୮, କିରଣ ପୋଲାର୍ଡ ୨୫ ଏବଂ କୁନାଲ ପାଣ୍ଡ୍ୟା ୨୦ ରନ କରିଥିଲେ । କ୍ରିକେଟ ଜଗତର ହିଟ କୁମାର ଭାବେ ପରିଚିତ ରୋହିତ ଶର୍ମା ଆଜି ଫେଲ ମାରିଥିଲେ । ସେ ମାତ୍ର ଗୋଟିଏ ଛକା ମାରି ଆଉଟ ହୋଇଯାଇଥିଲେ । ସେହିପରି ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା ଓ ଏସ କୌଲ ୨ଟି ଲେଖାଏ ଉଇକେଟ ନେଇଥିଲେ । ସେହିପରି ସ୍ପିନର ରସିଦଖାନ ମଧ୍ୟ ଗୋଟିଏ ଉଇକେଟ ନେଇଥିଲେ ।

୨୦ ଓଭରରେ ୨୦୯ ରନର ଲକ୍ଷ୍ୟ ନେଇ ସନରାଇଜର୍ସ ପ୍ରାରମ୍ଭରୁ ଭଲ ବ୍ୟାଟିଂ କରିଥିଲା । ହେଲେ ନିୟମିତ ଉଇକେଟ ହରାଇବା ଦଳକୁ ମହଙ୍ଗା ପଡିଥିଲା । ଦଳ ପକ୍ଷରୁ ଡେଭିଡ ୱାର୍ଣ୍ଣର ୬୦, ବେୟାରଷ୍ଟୋ ୨୫, ମନୀଷ ପାଣ୍ଡେ ୩୦ ରନ କରିଥିଲେ । କେନ ଉଇଲିୟମ୍ସ ମାତ୍ର ୩ ରନ କରି ଆଉଟ ହୋଇଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପି.କେ ଗର୍ଗ ୮, ଅଭିଷେକ ଶର୍ମା ୧୦, ଅବଦୁଲ ସାମଦ ୨୦ ରନ କରିଥିଲେ । ଏହିପରି ଭାବେ ଦଳ ୭ ଉଇକେଟ ହରାଇ ନିର୍ଦ୍ଦାରିତ ଓଭରରେ ୧୭୪ ରନ କରିଥିଲା ।

What Is LAC : ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ କ’ଣ ? ବଢାନ୍ତୁ ସୀମାକୁ ନେଇ ଆପଣଙ୍କ ଜ୍ଞାନ

ଚୀନ୍ ପୁଣିଥରେ କେନ୍ଦ୍ର ଶାସିତ ଲଦାଖକୁ ମାନ୍ୟତା ଦେବାକୁ ମନା କରିଦେଇଛି । ଯାହାର ଅର୍ଥ ହେଉଛି ଚୀନ୍ ଏହାକୁ ଭାରତର ଅଂଗ ବୋଲି ମନେ କରୁନି । ଚୀନ କହିବା ହେଉଛି ଭାରତ ଲଦାଖ ଉପରେ ଅବୈଧ କବଜା କରିଛି । ୭ ନଭେମ୍ବର ୧୯୫୯ ଦିନ ସୀମାରେ ଯିଏ ଯେଉଁଠି ଥିଲା ତାହା ହିଁ ଏଲଏସି ବା ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ ବୋଲି ଚୀନ୍ କହୁଛି ।  ଆସନ୍ତୁ ଜାଣିବା ଚୀନ୍ ବାରମ୍ବାର କାହିଁକି ୧୯୫୯ କଥା କହି ମ୍ୟାକମୋହନ ଲାଇନକୁ ମାନିବାକୁ ମନା କରୁଛି ।

Line of control

ଲାଇନ୍ ଅଫ୍ ଆକଚୁଆ କଣ୍ଟ୍ରୋଲ କ’ଣ ?

୧୯୬୨ରେ ହିମାଳୟର ବରଫ ଭୂଇଁରେ ଡ୍ରାଗନ ସହ ମୁହାଁମୁହିଁ ହୋଇଥିଲା ଭାରତ । ନେହେରୁଙ୍କ ଜିଓପଲିଟିକ୍ସ ଜ୍ଞାନ ଅଭାବ କାରଣରୁ ଅପ୍ରସ୍ତୁତ ଭାରତୀୟ ସେନା ଲଜ୍ଜଜନକ ପରାଜୟର ସମ୍ମୁଖୀନ ହୋଇଥିଲା ।  ତେବେ ଆମେରିକାର ସମ୍ଭାବ୍ୟ ହସ୍ତକ୍ଷେପ ଆଶଙ୍କାରେ ଚୀନ ଅଧିକ ଦିନ ଯୁଦ୍ଧ କରିନଥିଲା । ଯୁଦ୍ଧ ପରେ ଯଏ ଯେଉଁଠି ଥିଲେ ସେଇଠି ରହିଲେ । ମାନେ ଭାରତୀୟ ସେନା ଯେଉଁଠି ଥିଲେ ସେଇଠି, ଚିନ୍ ସେନା ଯେଉଁଠି ଥିଲା ସେଇଠି ତମ୍ବୁ ପକାଇଦେଲା । ଏହାପରେ ଆସିଲା ୧୯୯୩ । ୧୯୮୯୩ ମସିହାରେ ଦୁଇ ଦେଶ ମଧ୍ୟରେ ଗୋଟିଏ ଚୁକ୍ତି ହୁଏ । ଏହି ଚୁକ୍ତି ଅନୁସାରେ ଯେଉଁ ଅଂଚଳ ଦୁଇ ଦେଶର ସେନାର କବଜାର ଥିଲା ତାକୁ ଗୋଟିଏ ନୂଆ ନାମ ଦିଆଗଲା । ଏଲଏସି ବା ଲାଇନ୍ ଅଫ ଆକଚୁଆଲ କଣ୍ଟ୍ରୋଲ । ହିମାଚଳ ଓ ଲଦାଖରେ ଏହି ଏଲଏସି ରହିଛି । ଏଲଏସି ମଧ୍ୟରୁ ଅଧିକାଂଶ ଅଂଚଳ ଭାରତୀୟ ସୀମାରେ ରହିଛି । ଅନ୍ୟପକ୍ଷରେ ଉତ୍ତର ପୂର୍ବ ଭାରତର ଚୀନ ସହ ଲାଗିଥିବା ସୀମାକୁ ମ୍ୟାକମୋହନ ଲାଇନ୍ ବୋଲି କୁହାଯାଇଥାଏ । ତେବେ ଚୀନ୍ ସବୁବେଳେ ଏହି ମ୍ୟାକମୋହନ ଲାଇନକୁ ମାନିବାକୁ ମନା କରିଥାଏ ।

୧୯୫୯ ବେଳକୁ ଭାରତ ଓ ଚୀନ ସେନା ମଧ୍ୟରେ ଛୋଟମୋଟ ସଂଘର୍ଷ ଆରମ୍ଭ ହୋଇଯାଇଥିଲା । ଏହି ସମୟରେ ଚୀନର ପ୍ରିମିୟର ଥିଲେ ଝାଉ ଏନ୍ ଲାଇ । ଝାଉ,ନେହେରୁଙ୍କୁ ଚିଠି ଲେଖି କହିଲେ ଚୀନ୍ ମ୍ୟାକମୋହନ ଲାଇନକୁ ମାନେ ନାହିଁ । ଚୀନ ଉପରେ ଏହାକୁ ବ୍ରିଟିଶ ସରକାର ଲଦିଥିଲେ । ଆମେ ମାନୁନୁ ।  ଚୀନ ଓ ଭାରତ ମଧ୍ୟରେ ଆଧିକାରିକ ସୀମା ନିର୍ଧାରିତ ହୋଇନାହିଁ । ଭାରତ ୧୮୬୫ର ଜନସନ୍ ଲାଇନ୍ ପଶ୍ଚିମ କ୍ଷେତ୍ରରେ ସୀମା ଭାବେ ଦାବି କରେ ଅନ୍ୟପକ୍ଷରେ ଚୀନ୍ ୧୮୯୯ର ମୈକାର୍ଟନି-ମେକଡୋନାଲ୍ଡ ଲାଇନକୁ ସୀମା ବୋଲି ମାନେ ।

ପ୍ରଥମ ଚିଠି ଲେଖିବା ପରେ ୭ ନଭେମ୍ବର ୧୯୫୯ରେ ଚୀନ୍ ପ୍ରିମିୟର ଝାଉ ଏନ୍ ଲାଇ ପୁଣି ଗୋଟିଏ ଚିଠି ଲେଖିଥିଲେ । ଏଥିରେ ସେ ନେହେରୁଙ୍କ ଆଗରେ ଭାରତୀୟ ସେନା ଓ ଚୀନ୍ ସେନା ୨୦ କିଲୋମିଟର ପଛକୁ ଫେରନ୍ତୁ ବୋଲି ଦାବି କରିଥିଲେ । ନେହେରୁ ଏହାକୁ ମାନିବାକୁ ମନା କରିଥିଲେ । କାରଣ ଚୀନ୍ ସେନା ଭାରତୀୟ ସୀମା ଭିତରେ ଥିଲା । ଚୀନ୍ ସେନା ୨୦ କିଲୋମିଟର ପଛକୁ ଫେରିଲେ ମଧ୍ୟ ଭାରତୀୟ ସୀମା ଭିତରେ ରହୁଥିଲା । ଆଉ ଭାରତୀୟ ସେନା ଯଦି ପଛକୁ ଫେରୁଥିଲା ତେବେ ଅଧିକ ୨୦ କିଲୋମିଟର ଅଂଚଳ ଉପରୁ ନିଜ ଦାବି ଛାଡୁଥିଲା । କାରଣ ଏମିତିରେ ବି ଭାରତୀୟ ସେନା ନିଜ ସୀମା ଭିତରେ ହିଁ ଥିଲା । ନେହେରୁ ପଛକୁ ଫେରିବାକୁ ମନା କରିବା ପରେ ହିଁ ଚୀନ୍ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରିଥିଲା ।

india vs china

୧୯୬୨ ମସିହାରେ ଚୀନରେ ଦୁର୍ଭିକ୍ଷ ପଡିଥିଲା । ଦୁର୍ଭିକ୍ଷରୁ ନଜର ହଟାଇବାକୁ ମାଓ ଭାରତ ଉପରେ ଆକ୍ରମଣ ଆରମ୍ଭ କରିଥିଲେ । କାରଣ ଦେଶରେ ଖାଦ୍ୟ ନଥିଲା । ଲୋକ ପୋକମାଛି ଭଳି ମରୁଥିଲେ । ଏମିତିରେ ଲୋକଙ୍କ ଆଗରେ ଭାରତକୁ ଶତ୍ରୁ କରି ଛିଡା କରାଇଥିଲେ ମାଓ । ଏବେ ଠିକ୍ ସେହି ପରିସ୍ଥିତି ଚୀନରେ ଦେଖିବାକୁ ମିଳୁଛି । କରୋନା,ପଙ୍ଗପାଳ ଚୀନକୁ ବେହାଲ କରି ଦେଇଛନ୍ତି । ଚୀନରେ ଖାଦ୍ୟ ସଂକଟ ଏମିତି ଯେ, ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ କ୍ଲିନ୍ ୟୋର ପ୍ଲେଟ୍ କ୍ୟାମ୍ପେନ ୨୦୧୩ରେ ପରେ ପୁଣିଥରେ ଆରମ୍ଭ କରିଛନ୍ତି । ଏହାକୁ ସି ପିଙ୍ଗଙ୍କ ବିଫଳତା ଭାବେ ତାଙ୍କ ବିରୋଧୀ ଦେଖୁଛନ୍ତି । ଏମିତିରେ ଜିନ୍ ପିଙ୍ଗ୍ ଭାରତ ସହ ମୋର୍ଚ୍ଚା ଖୋଲିବାକୁ ତତ୍ପର ଅଛନ୍ତି । ଆଉ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ ହେଉଛି ଭଲ ବାହନା । ତେଣୁ ଚୀନ୍ ସେନା ଓ କମ୍ୟୁନିଷ୍ଟ ନେତୃତ୍ୱକୁ ଏବେ ୧୯୫୯ ମନେ ପଡୁଛି ।

ବିହାର ବିଧାନସଭା ନିର୍ବାଚନରେ ଲାଗିପାରିବନି ​​କଳା ଟଙ୍କା ! ଦୁଇ ଅଧିକାରୀ ରଖିବେ ନଜର..

ବିହାର: ବିହାର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ନାମାଙ୍କନ ପ୍ରକ୍ରିୟା ଚାଲିଛି । ନିର୍ବାଚନ ପ୍ରକ୍ରିୟାକୁ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ପୂର୍ବରୁ ନିର୍ବାଚନ ଆୟୋଗ ୭୦ ଜଣ ଅଧିକାରୀଙ୍କୁ ନିଯୁକ୍ତ କରିଥିଲେ । ଏବେ ନିର୍ବାଚନ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ଦୁଇଜଣ ସ୍ୱତନ୍ତ୍ର ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ।

Black Money

ବିହାର ବିଧାନସଭା ନିର୍ବାଚନରେ ​​ଅର୍ଥ ବଳ ଉପରେ ନଜର ରଖିବା ପାଇଁ ନିର୍ବାଚନ ଆୟୋଗ ଦୁଇଜଣ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ନିର୍ବାଚନ ଖର୍ଚ୍ଚର ତଦାରଖ ପାଇଁ ଭାରତୀୟ ରାଜସ୍ୱ ସେବାର ଦୁଇ ପୂର୍ବତନ ଅଧିକାରୀ ମଧୁ ମହାଜନ ଏବଂ ବି.ଆର. ବାଲାକ୍ରିଷ୍ଣନ୍‌ଙ୍କୁ ନିଯୁକ୍ତି ଦିଆଯାଇଛି । ମଧୁ ମହାଜନ ୧୯୮୨ ଏବଂ ବାଲାକ୍ରିଷ୍ଣନ୍ ୧୯୮୩ ବ୍ୟାଚ୍‌ର ଭାରତୀୟ ରାଜସ୍ୱ ସେବାର ଅଧିକାରୀ ।

Black Money

୨୦୧୯ ଲୋକସଭା ନିର୍ବାଚନ ସମୟରେ ମଧୁ ମହାଜନଙ୍କୁ ତାମିଲନାଡୁ ଏବଂ କର୍ଣ୍ଣାଟକକୁ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବରେ ପଠାଯାଇଥିଲା । ପରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ଦାୟିତ୍ୱ ଦିଆଯାଇଥିଲା । ସେହିପରି ବାଲକ୍ରୀଷ୍ଣନ୍‌ଙ୍କର ତେଲେଙ୍ଗାନାରେ ହୋଇଥିବା ଉପ-ନିର୍ବାଚନରେ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ କାମ କରିବାର ଅଭିଜ୍ଞତା ରହିଛି । ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଆୟୋଗ ଏହି ଦୁଇଜଣଙ୍କୁ ନିଯୁକ୍ତ କରିଛନ୍ତି ।

ମାଇକ୍ରୋ ଅବ୍‌ଜରଭର୍‌ କରିବେ ସହଯୋଗ

ଦୁଇ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମାଇକ୍ରୋ ଅବଜରଭର ମାନେ ସହଯୋଗ କରିବେ । ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଏସ୍‌ଏମ୍‌ଏସ୍‌ ଓ ସୋସିଆଲ ମିଡିଆରେ ଆସୁଥିବା ଅଭିଯୋଗ ଉପରେ ମଧ୍ୟ ନଜର ରଖିବେ । ନିର୍ବାଚନ ଆୟୋଗଙ୍କ ତରଫରୁ କୁହାଯାଇଛି ଯେ, ନିର୍ବାଚନରେ ​​ବ୍ୟବହାର ପାଇଁ ନିଆଯାଉଥିବା ଟଙ୍କା କିମ୍ବା କଳା ଟଙ୍କା ସମ୍ପର୍କରେ ଯଦି କେହି ସଚେତନ ନାଗରିକ ସୂଚନା ଦେବେ, ତାହାଲେ ସେମାନଙ୍କ ନାଁ ଏବଂ ତଥ୍ୟ ସମ୍ପୂର୍ଣ୍ଣ ଗୁପ୍ତ ରହିବ ।

ବିଶ୍ୱ କରୋନା ଟିକା ବଜାରରେ ଦବଦବା ପାଇଁ ଚୀନର ନୂଆ ଚାଲ୍

ବେଜିଂ: ଚୀନ ନିଜ କରୋନା ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ନକରି ଟିକାକରଣ କାର୍ଯ୍ୟକ୍ରମକୁ ଆଗକୁ ନେଉଥିବା ସୂଚନା ରହିଛି । ଦେଶରେ ବହୁ ସଂଖ୍ୟକ ଲୋକଙ୍କୁ କରୋନା ଭ୍ୟାକ୍ସିନ ଦିଆଯାଉଛି । ବିନା କୌଣସି ବିଶ୍ୱାସଯୋଗ୍ୟ ରେଜଲ୍ଟ ମିଳିନଥିବା ସତ୍ତ୍ୱେ ଏଭଳି ଟିକାକରଣକୁ ବିପଦପୂର୍ଣ୍ଣ ବୋଲି କହିଛନ୍ତି ବିଶେଷଜ୍ଞ ।

Covid

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ଚୀନ ଟିକା ଉତ୍ପାଦନ କମ୍ପାନୀ ବିଶ୍ୱ ଟିକା ବଜାରରେ ନିଜର ଦବଦବା କାଏମ୍ କରିବା ଲାଗି ବିପଦପୂର୍ଣ୍ଣ ରାସ୍ତା ଆପଣାଇଛନ୍ତି । ବିଗତ କିଛି ମାସରେ ଚୀନ କମ୍ପାନୀ ସିନୋଫାର୍ମ କହିଥିଲା ଯେ, ଚୀନରେ ଲକ୍ଷାଧିକ ଲୋକଙ୍କୁ ଭ୍ୟାକ୍ସିନ୍ ଦିଆଯାଇଛି, ଯାହା ସାରା ବିଶ୍ୱକୁ ଚକିତ କରିଦେଇଥିଲା ।

Covid vaccine

ଜୁଲାଇ ମାସରେ ଚୀନ ସରକାର ମଧ୍ୟ ଦୁଇ କରୋନା ଭାଇରସ ଭ୍ୟାକ୍ସିନର ସୀମିତ ବ୍ୟବହାର ନେଇ ମଞ୍ଜୁରୀ ଦେଇଥିଲେ । ଯାହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଏ ଯାଏଁ ପୂରା ହୋଇନାହିଁ । ଚୀନ ନିଜ ଭ୍ୟାକ୍ସିନ ପୋଗ୍ରାମକୁ ଆଗକୁ ବଢ଼ାଇବା ସହ ବଡ଼ ସଂଖ୍ୟାକ ଲୋକଙ୍କୁ କରୋନା ଟିକା ଦେଉଛି । ଯେତେବେଳେ କି ଏକ୍ସପର୍ଟ ଏହାକୁ ବିପଦପୂର୍ଣ୍ଣ ବୋଲି କହିଛନ୍ତି । ବିଶ୍ୱ ବଜାରରେ ଚୀନ ନିର୍ମିତ କରୋନା ଟିକା ବିକ୍ରି ପାଇଁ ଚୀନ ଏଭଳି କରୁଥିବା ଜଣାଯାଉଛି । Ft.com ରିପୋର୍ଟ ମୁତାବକ ଚୀନର ଅତି କମ୍‌ରେ ଗୋଟିଏ ରାଜ୍ୟ ସ୍ୱସ୍ଥ୍ୟ ଅଧିକାରୀ, ସରକାରୀ ବିଭାଗ କର୍ମଚାରୀଙ୍କ ତାଲିକା ମଗାଯାଇଛି ଯେଉଁମାନେ କରୋନା ଟିକା ନେବା ପାଇଁ ଇଚ୍ଛୁକ ଅଛନ୍ତି । ଏମାନଙ୍କୁ ଶୀତ ଋତୁ ପୂର୍ବରୁ ଭ୍ୟାକ୍ସିନ ଦିଆଯାଇପାରେ ।

ବିହାର ନିର୍ବାଚନ : NDAରୁ ବାହାରି ଏକାକୀ ଲଢିବ LJP

୨୦୨୧ ଜୁଲାଇରେ ଆସିବ କରୋନା ଟିକା ! ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କ ପାଳି…

ନୂଆଦିଲ୍ଲୀ: ୨୦୨୧ ଜୁଲାଇରେ ଆସିବ କରୋନା ଟିକା । ଦେଶରେ ୨୫ କୋଟି ଲୋକଙ୍କୁ ଦିଆଯିବ ଟିକା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା ଭୂତାଣୁ । ଏହାକୁ ପ୍ରତିହତ କରିବା ପାଇଁ ଦେଶରେ ଆଗେଇ ଚାଲିଛି ଟିକା ପ୍ରସ୍ତୁତି କାମ । ୨୦୨୧ ଜୁଲାଇ ମାସ ସୁଦ୍ଧା ୪ ଶହରୁ ୫ ଶହ ମିଲିୟନ କରୋନା ଟିକାର ଡୋଜ୍ ଭାରତ ପାଖରେ ଉପଲବ୍ଧ ହେବ । ପ୍ରାୟ ୨୫ କୋଟି ଲୋକଙ୍କୁ ଏହି ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ମିଳିବ କରୋନା ଟିକା । ଡାକ୍ତର ଓ ନର୍ସ ସମେତ ପୋଲିସଙ୍କୁ ପ୍ରଥମେ ଟିକା ମିଳିବ ।

ICMR Says Population Far From Developing Herd Immunity Against Covid 19 Harshvardhan

ଏନେଇ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ଅବଗତ କରାଯାଇଛି । ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସମସ୍ତ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସାରା ଦେଶ ଏବେ କରୋନା ବିରୋଧରେ ଲଢେଇ ଜାରି ରଖିଥିବା ବେଳେ ବିଭିନ୍ନ ପର୍ଯ୍ୟାୟରେ କରୋନା ଟିକାର ପରୀକ୍ଷଣ ଜାରି ରହିଛି । ଏନେଇ ଦେଶର ବଡ଼ବଡ଼ ବୈଜ୍ଞାନିକ ଅହରହ ଉଦ୍ୟମ ଜାରି ରଖିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ।