ନୀତିଶ ଶେଷ ନିର୍ବାଚନ ମନ୍ତବ୍ୟ, ଜିରାରୁ ଶିରା କାଢିଲେ ବିରୋଧୀ

1 min read

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଶେଷ ନିର୍ବାଚନ ମନ୍ତବ୍ୟ ରାଜନୈତିକ ମହଲକୁ ଚକିତ କରିଛି । ନିଜ ରାଜନୈତିକ ଚାଲ ସମ୍ପର୍କରେ ନିଜ ଛାଇକୁ କହୁ ନ ଥିବା ନୀତିଶ ଏତେ ବଡ଼ କଥା କାହିଁକି କହିଲେ । ଏହା ଏକ ରାଜନୈତିକ ବକ୍ତବ୍ୟ ନା ଏହା ପଛରେ କିଛି ବାଧ୍ୟବାଧକତା ଲୁଚି ରହିଛି । ତେଣୁ ନୀତିଶଙ୍କ ମନ୍ତବ୍ୟର ପୋଷ୍ଟ ମର୍ଟମ ସମୀକ୍ଷକମାନେ ଜାରି ରଖିଛନ୍ତି ।

କେତେକ ସମୀକ୍ଷକଙ୍କ କହିବାନୁଯାୟୀ, ୧୯୯୪ରୁ ବିହାର ରାଜନୀତିରେ ସକ୍ରିୟ ଥିବା ନୀତିଶ ୨୦୦୫ରେ କ୍ଷମତାକୁ ଆସିଥିଲେ । ହେଲେ ଇତି ମଧ୍ୟରେ ୧୫ ବର୍ଷ ମୁଖ୍ୟମନ୍ତ୍ରୀତ୍ୱ ସରିଲାଣି । ଚଳିତ ନିର୍ବାଚନରେ ନୀତିଶ ସର୍ବାଧିକ ବିରୋଧର ସମ୍ମୁଖୀନ ହୋଇଛନ୍ତି । ଏପରିକି ଏନଡିଏର ଅନ୍ୟତମ ସହଯୋଗୀ ଏଲଜେପି ଏକାକୀ ନିର୍ବାଚନ ଲଢି ଜେଡିୟୁକୁ ଅକଳରେ ପକାଇଛି । ଏହାର ନେତା ଚିରାଗ ପାଶୱାନ ନୀତିଶ ହଟାଅ ବିହାରଫାଷ୍ଟବିହାରୀଫାଷ୍ଟ ସ୍ଲୋଗାନ ଦେଉଛନ୍ତି । ଏପରି କି ଯଦି ବିଜେପି-ଏଲଜେପି ସରକାର ଆସେ, ତେବେ ନୀତିଶଙ୍କୁ ଜେଲ ଯିବାକୁ ପଡିବ ବୋଲି ସେ କହିଛନ୍ତି । ନୀତିଶଙ୍କ ଶେଷ ନିର୍ବାଚନ ସମ୍ପର୍କରେ ମନ୍ତବ୍ୟ ରଖି ଚିରାଗ କହିଛନ୍ତି ଯେ, ବିଗତ ୫ ବର୍ଷରେ ନୀତିଶ କ’ଣ କରିଛନ୍ତି । ତାହାର ହିସାବ ଦେଇ ନାହାନ୍ତି । ହେଲେ ୫ ବର୍ଷ ପରେ ଆଉ ଆସିବେ ନାହିଁ କି ହିସାବ ଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

paswan

ସେହିପରି ନୀତିଶ ୨୦୦୫ରୁ ଏକପାଖିଆ ଭାବେ ନିର୍ବାଚନ ଜିତୁଛନ୍ତି । ହେଲେ ଚଳିତ ଥର ତାଙ୍କୁ କୌଣସି ବିରୋଧୀ ମେଣ୍ଟ କଡ୍ଡା ଟକ୍କର ଦେଉଛି । ଲାଲୁ ଯାଦବ ସିନା ଜେଲରେ ହେଲେ ତାଙ୍କ ପୁତ୍ର ତେଜସ୍ୱୀ ଯାଦବ ନୀତିଶଙ୍କ ପାଇଁ କଣ୍ଟା ସାଜିଛନ୍ତି । ତେଜସ୍ୱୀ ରୋଜଗାର ପ୍ରସଙ୍ଗରେ ନୀତିଶଙ୍କୁ ଘେରିଛନ୍ତି । ବିହାରୀ ଯୁବକଙ୍କପ ୧୦ ଲକ୍ଷ ସରକାରୀ ଚାକିରୀ ପ୍ରଦାନ କରିବା ନେଇ କହିଛନ୍ତି । ତେଜସ୍ୱୀ ନୀତିଶଙ୍କ ଶେଷ ନିର୍ବାଚନ ସମ୍ପର୍କରେ ମତ ଦେଇ କହିଛନ୍ତି ଯେ, ଚାଚା ଥକି ଗଲେଣି । ବିଶ୍ରାମ ଦରକାର । ସେହିପରି ଆରଏଲଏସପି ମୁଖ୍ୟ ଉପେନ୍ଦ୍ର କୁଶୱାହା କହିଛନ୍ତି ଯେ, ନୀତିଶଙ୍କ ବୟସର ଯେଉଁ ଅପରାହ୍ନରେ ଆସି ପହଞ୍ଚିଛନ୍ତି । ତାଙ୍କୁ ନିହାତି ବିଶ୍ରାମ ଦରକାର ।

bihar Election

 

 

Leave a Reply