spot_img
Home Blog Page 6629

ସାମାଜିକ ଦୂରତାକୁ ଫୁ: ଫୁଟବଲ ମ୍ୟାଚ୍ ଦେଖିବାକୁ ବିନା ମାସ୍କରେ ଏକାଠି ହେଲେ ଶହ ଶହ ଲୋକ

କୋରାପୁଟ: କରୋନାରେ ପରିସ୍ଥିତି ଅସମ୍ଭାଳ ହେଉଥିବା ବେଳେ କେମିତି ଏହାର ମୁକାବିଲା ହୋଇପାରିବ ସେ ନେଇ ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି ସରକାର । କିନ୍ତୁ ଏଭଳି ପରିସ୍ଥିତିରେ ଲୋକେ କିଛି ବୁଝିବାକୁ ନାରାଜ । ଆଉ ଏହି ସଙ୍କଟାପର୍ଣ୍ଣ ପରିସ୍ଥିତିରେ ଲୋକଙ୍କ ଭିଡ଼ ଉପରେ କଟକଣା ଲାଗିଛି କିନ୍ତୁ କୋରାପୁଟର ଏକ ଘଟଣା ସବୁ କଟକଣାକୁ ଫୁ କରିଛି । ସମସ୍ତଙ୍କ ଅଜାଣତରେ ସେଠାରେ ଆୟୋଜିତ ହୋଇଛି ୭ ଦିନର ଫୁଟବଲ୍ ମ୍ୟାଚ୍ ।

କୋରାପୁଟରେ ଆୟୋଜିତ ଫୁଟବଲ୍ ମ୍ୟାଚ୍ ଓ ମେଲୋଡି କାର୍ଯ୍ୟକ୍ରମ କାହା ଅନୁମତିରେ ହୋଇଛି । କିଏ ସପ୍ତାହେ ଧରି ମ୍ୟାଚ୍ ଓ ମେଲୋଡି ପରି ମସ୍ତିର ଆୟୋଜନ ପାଇଁ ଅନୁମତି ଦେଲା ତାକୁ ନେଇ ଆରମ୍ଭ ହେଲା ତନାଘନା । କୋରାପୁଟ ଏସପି ମୁକେଶ କୁମାର ଭାମୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ କୋଭିଡ ସଂକଟ ସମୟରେ କୋରାପୁଟ ଲମତାପୁଟରେ ସପ୍ତାହେ ଧରି ଆୟୋଜିତ ହୋଇଥିଲା ଫୁଟବଲ ମ୍ୟାଚ୍ ଓ ମେଲୋଡି । ସାମାଜିକ ଦୂରତା ଭୁଲି ମେଲୋଡି ମସ୍ତିରେ ଝୁମିଥିଲେ ଶହଶହ ଦର୍ଶକ । ତାସାଙ୍ଗକୁ ମ୍ୟାଚ ଦେଖିବାକୁ ଲାଗିଥିଲା ଖଚାଖଚ ଭିଡ । ସବୁଠୁ ବଡ କଥା ହେଲା ପ୍ରଶାସନର ବିନା ଅନୁମତିରେ ଏହା ସପ୍ତାହେ ଧରି ଚାଲିଥିଲେ ବି ନା ପୋଲିସ ନା ପ୍ରଶାସନ କେହି ରୋକ୍ ଲଗାଇପାରିନଥିଲେ ।

 

କେବଳ ସେତିକି ନୁହେଁ ଫାଇନାଲ ମ୍ୟାଚରେ ସ୍ଥାନୀୟ ଥାନା ଅଧିକାରୀ ପ୍ରଫୁଲ ଲାକ୍ରା ଅତିଥି ଭାବେ ସେଠାରେ ଯୋଗ ଦେଇଥିଲେ । ଯାହାକୁ ନେଇ ଏବେ ପୋଲିସର ପାରିଆ ପଣିଆ ଉପରେ ପ୍ରଶ୍ନ ଉଠିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬ ହଜାର ପାର କରିଥିବା ବେଳେ ଲୋକଙ୍କୁ ସଚେତନ କରିବାରେ ଲାଗି ପଡିଛି ପ୍ରଶାସନ । ହେଲେ ଏହି ସମୟରେ ନା ଲୋକ ସଚେତନ ହେଉଛନ୍ତି ନା ପୋଲିସ ପ୍ରଶାସନ ଏଥିପ୍ରତି ନିଘା ଦେଉଛି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ହଠାତ୍ ହସ୍ପିଟାଲ ବାହାରକୁ ଆସି ପ୍ରଶଂସକଙ୍କ ନିକଟରେ ପହଞ୍ଚିଲେ ଟ୍ରମ୍ପ

ଓ୍ୱାସିଂଟନ: କରୋନା ଭାଇରସ ସହ ଲଢ଼ୁଥିବା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ସନ୍ଧ୍ୟାରେ ହଠାତ୍ ନିଜ ହସ୍ପିଟାଲରୁ ବାହାରି ଆସିଥିଲେ ଏବଂ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ପ୍ରଶାସନକି ଅଧିକାରୀଙ୍କ ଅଭିବାଦନ ଗ୍ରହଣ କରିଥିଲେ । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏକ  ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ଟ୍ରମ୍ପ ସନ୍ଧ୍ୟା ସାଢ଼େ ୫ଟାରେ କିଛି ସମୟ ପାଇଁ ହସ୍ପିଟାଲ ପରିସରରୁ ବାହାରକୁ ଆସିଥିଲେ ଏବଂ କାରରେ ବସି ନିଜ ପ୍ରଶଂସକଙ୍କୁ ନିକଟକୁ ଯାଇଥିଲ । କିଛି ସମୟ ପରେ ପୁଣି ସେ ହସ୍ପିଟାଲକୁ ଫେରିଯାଇଛନ୍ତି ।

          ଏହି ଯାତ୍ରା ପୂର୍ବରୁ ଟ୍ରମ୍ପ ଏକ ଭିଡିଓ ଜାରି କରି କହିଥିଲେ ଯେ, ସେ ନିଜ ସମର୍ଥକଙ୍କ ସହ ମିଶିବା ପାଇଁ ହଠାଥ୍ ଆସିବେ । ସେ ଆହୁରି କହିଛନ୍ତି ଯେ, ସେ କୋଭିଡ-୧୯ ସମ୍ପର୍କରେ ବହୁତ କିଛି ଶିଖିଛନ୍ତି । ସେ ବାସ୍ତବରେ ସ୍କୁଲ ଯାଇ ଏହା ଶିକ୍ଷିଛନ୍ତି । ହସ୍ପିଟାଲ ବାସ୍ତବରେ ଗୋଟିଏ ସ୍କୁଲ ବୋଲି ସେ କହିଛନ୍ତି । ଟ୍ରମ୍ପ ନିଜ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନେଇ ଲୋକଙ୍କୁ ଜଣାଇବା ପାଇଁ ହସ୍ପିଟାଲ ବାହାରକୁ ଆସିଥିବା କୁହାଯାଉଛି  । ନିର୍ବାଚନ ପ୍ରଚାର ମଧ୍ୟରେ ଟ୍ରମ୍ପଙ୍କ ଏଭଳି ଦାବି ବିରୋଧୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି ।

Donald Trump has COVID-19. How might this affect his chances of  re-election? - ABC News

ଅପରପକ୍ଷରେ ଟ୍ରମ୍ପଙ୍କ ଏଭଳି ଯାତ୍ରାକୁ ଡାକ୍ତରମାନେ ସମାଲୋଚନା କରିଛନ୍ତି ।  ମହାମାରୀ ଦ୍ୱାରା ଯୁଝୁଥିବା  ଡୋନାଲ୍ଡ ଟ୍ରମ୍ପ ନିଜକୁ ପୃଥକଭାବେ ରଖୁନାହାନ୍ତି । ଜଜ୍ ଓ୍ୱାସିଂଟନ ୟୁନିଭରସିଟି ଡାକ୍ତର ଜେମ୍ସ ଫିଲିପ୍ କହିଛନ୍ତି, ରାଷ୍ଟ୍ରପତିଙ୍କ ଏସୟୁବି ନା କେବଳ ବୁଲେଟପ୍ରୁଫ୍ ଏହା କେମିକାଲ ଆକ୍ରମଣରୁ ମଧ୍ୟ ରକ୍ଷାକରିପାରିବ  । ଏହି କାର୍ ମଧ୍ୟରେ କୋଭିଡ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ଟ୍ରମ୍ପଙ୍କ ଏଭଳିଦାୟିତ୍ୱହୀନ କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ହସ୍ପିଟାଲକୁ ମଧ୍ୟ ସାରା ବିଶ୍ୱକୁ ଧ୍ୱସଂ କରିପାରୁଥିବା ‘ନ୍ୟୁକ୍ଳିୟର ଫୁଟବଲ’ ନେଇ ଯାଇଛନ୍ତି ଡୋନାଲ୍ଡ ଟ୍ରମ୍ପ

          ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଜାରି ଗୁଜବ ମଧ୍ୟରେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ବୟାନ ଜାରି କରିଛନ୍ତି । ସେମାନେ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ସୁଧାର ଦେଖିବାକୁ ମିଳିଛି । ଶୁକ୍ରବାର ତାଙ୍କୁ ଜର ଆସିନାହିଁ । ରକ୍ତରେ ଅକ୍ସିଜେନର ମାତ୍ର ମଧ୍ୟ ଠିକ୍ ରହିଛି । ଏଭଳି ଡାକ୍ତରମାନେ କହିଛନ୍ତି ଟ୍ରମ୍ପ ସୋମବାର ହ୍ୱାଇଟ ହାଉସକୁ ଫେରିପାରିବେ । ବର୍ତ୍ତମାନ ତାଙ୍କ ଚିକିତ୍ସା ଆମେରିକା ସେନାର ଓ୍ୱାଲ୍ଟର ରୋଡ ମେଡିକାଲ ସେଣ୍ଟର ହସ୍ପିଟାଲରେ ଚାଲିଛି ।

ଭୁବନେଶ୍ୱର ବରିମୁଣ୍ଡ ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ: ଲୁଟେରାଠାରୁ ଜବତ ହେଲା ଏହି ସବୁ ଜିନିଷ

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ ମାତୁଛନ୍ତି ଲୁଟେରା । କେତେବେଳେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ତ ଆଉ କେତେବେଳେ କିଏ ମାରପିଟ୍ କରି ଲୁଟ୍ କରୁଛନ୍ତି । ନିକଟରେ ଭୁବନେଶ୍ୱର ସ୍ଥିତ ବରିମୁଣ୍ଡ ବ୍ୟାଙ୍କରୁ ୧୦ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ତେବେ ଆଜି ଏହି ଘଟଣାର ପର୍ଦ୍ଦାଫାସ  ହୋଇଛି । ଶେଷରେ ଲୁଟେରାକୁ ଧରିଛି କମିଶନରେଟ୍ ପୋଲିସ । ଲୁଟେରା ସୌମ୍ୟରଂଜନ ଜେନାଙ୍କୁ ଗିରଫ କରିଛି ପୋଲିସ ।

ଅଭିଯୁକ୍ତଠାରୁ ବନ୍ଧୁକ ସହ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୋଲିସ । ସୌମ୍ୟରଞ୍ଜନର ଘର ବରିମୁଣ୍ଡ ଟାଙ୍ଗୀବନ୍ତରେ ବୋଲି ଜଣାପଡ଼ିଛି । ଗତ ୨୯ ତାରିଖରେ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ ଲୁଟେରା । ସେପ୍ଟେମ୍ବର ମାସ ୭ ତାରିଖରେ ନନ୍ଦନବିହାର ଆଇଓବି ବ୍ୟାଙ୍କ ଶାଖାରୁ ଲୁଟ ଘଟଣାରେ ସଂପୃକ୍ତି ନେଇ ପୋଲିସ ଖୋଳତାଡ଼ କରୁଛି । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ସ୍ପେଶାଲ ସ୍କ୍ୱାଡ ତଦନ୍ତ କରୁଛି । ଦୁଇଟି ବ୍ୟାଙ୍କରୁ ଲୁଟ୍‌ରେ ଜଣେ ହିଁ ଅପରେସନ୍ କରୁଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା ।

ଭିନ୍ନକ୍ଷମଙ୍କୁ ସକ୍ଷମ କରୁଛି ସୁନ୍ଦରଗଡ଼ର ଏଆରସି: ଆଶାବାଡ଼ି ଛାଡ଼ି ଠିଆ ହେଲେ ଯୋଶେଫ ତିର୍କୀ

ରାଉରକେଲା: ୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ବାଟ ଚାଲୁଥିଲେ ଯୋଶେଫ । ହେଲେ ଏବେ ଆଉ ଆଶାବାଡ଼ିର ସାହାରା ଦରକାର ପଡ଼ୁନି ।  ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇପାରିଛନ୍ତି । ଏହା  ସମ୍ଭବ ହୋଇପାରିଛି ସୁନ୍ଦରଗଡ଼ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର (ଏଆରସି) ସହାୟତାରେ । ବିନା ଆଶା ବାଡ଼ିରେ ଛିଡ଼ା ହୋଇପାରୁଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଯୋଶେଫ ଏବଂ ଏଆରସି, ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

          ୧୯୯୬ ମସିହାର ଘଟଣା। ଯୋଶେଫ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ସମ୍ବଲପୁରରୁ ରାଉରକେଲା ଆସୁଥିଲେ। ହେଲେ ଟ୍ରେନରେ ତାଙ୍କ ଗୋଡ଼ ଖସିଯିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ସେ ଡାହାଣ ଗୋଡ ହରାଇଥିଲେ। ସେହିଦିନଠାରୁ ଯୋଶେଫଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଗଲା। ତାଙ୍କର ସବୁ ସ୍ୱପ୍ନ ମଧ୍ୟ ଚୂରମାର ହୋଇଗଲା। ଆଶାବାଡ଼ି ପାଲଟିଗଲା ଯୋଶେଫଙ୍କ ଜୀବନର ସବୁଠାରୁ ବଡ଼ ସାଥୀ! ସ୍ଥାନୀୟ ଏଏନଏମ ଦିଦିଙ୍କଠାରୁ ଯୋଶେଫ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ସମ୍ପର୍କରେ ଜାଣିବାକୁ ପାଇଲେ। ଏଠାରେ ଭିନ୍ନକ୍ଷମମାନଙ୍କୁ ମାଗଣାରେ କୃତ୍ରିମ ଅଙ୍ଗ ମିଳୁଥିବା ଖବର ପାଇ ଯୋଶେଫ ତାଙ୍କ ବାପା ଏବଂ ସାଙ୍ଗ ଜୟଚନ୍ଦ୍ର ଚୌଧୁରୀଙ୍କୁ ଧରି ସୁନ୍ଦରଗଡ଼ ଆସିଥିଲେ।

 ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ରେ ସମସ୍ତ ପ୍ରମାଣପତ୍ର ଦାଖଲ କରି କୃତ୍ରିମ ଗୋଡ଼ ପାଇଁ ମାପ ଦେଇଥିଲେ ଯୋଶେଫ। ନିକଟରେ ତାଙ୍କୁ କୃତ୍ରିମ ଗୋଡ଼ ମିଳିଛି। ଏହି କୃତ୍ରିମ ଗୋଡ଼କୁ ସେ କିଭଳି ଭାବରେ ବ୍ୟବହାର କରିବେ ସେ ନେଇ ତାଙ୍କୁ ସେଠାରେ ତାଲିମ ମଧ୍ୟ ଦିଆଯାଇଛି। ଏବେ ଯୋଶେଫ କୃତ୍ରିମ ଗୋଡ଼ ସାହାଯ୍ୟରେ ଛିଡ଼ା ହୋଇପାରୁଛନ୍ତି। ‘‘ପଶ୍ଚିମ ଓଡ଼ିଶାର ଭିନ୍ନକ୍ଷମ ଭାଇଭଉଣୀଙ୍କ ପାଇଁ ସୁନ୍ଦରଗଡ଼ରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଚିକିତ୍ସା ଓ ପୁନର୍ବାସ ଲାଗି ଏକ ନୂଆ ସୁଯୋଗ ସୃଷ୍ଟି କରିଛି। ରୋବୋଟିକ୍ସ ଫିଜିଓଥେରାପି ସହିତ କମ୍ପ୍ୟୁଟର ମାଧ୍ୟମରେ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରି ଯୋଗ୍ୟ ହିତାଧିକାରୀଙ୍କୁ ମାଗଣାରେ ଦିଆଯାଉଛି। ତେଣୁ ଜିଲ୍ଲାର ହିତାଧିକାରୀମାନେ କିପରି ଏହି ସେବା ପାଇ ପାରିବେ ସେଥିପାଇଁ ଆମେ ବ୍ୟବସ୍ଥା କରୁଛୁ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଜିଳ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ନିର୍ମିତ ସୁନ୍ଦରଗଡ଼ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ସମସ୍ତଙ୍କୁ ମାଗଣାରେ ଫିଜିଓଥେରାପି ସେବା ମିଳୁଛି। ବ୍ରେନ ଷ୍ଟ୍ରୋକ, ସେରିବ୍ରାଲ ପାଲସି, ମେରୁଦଣ୍ଡ ଆଘାତ ଲାଗି ଏହି ଚିକିତ୍ସା ବେଶ୍ ଲାଭଦାୟକ ହୋଇପାରିଛି। ତା’ ସହିତ ବାର୍ଷିକ ୨ ଲକ୍ଷ ୪୦ ହଜାର ଟଙ୍କାରୁ କମ୍ ଉପାର୍ଜନକାରୀ, ବିପିଏଲ କାର୍ଡଧାରୀ, ରାସନ କାର୍ଡଧାରୀ ଏବଂ ଭିନ୍ନକ୍ଷମ ଭତ୍ତା ପାଉଥିବା ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି । ଏହି କେନ୍ଦ୍ରରେ ଚିକିତ୍ସା ଓ କୃତ୍ରିମ ଅଙ୍ଗରୋପଣ କରିବାକୁ ଚାହୁଁଥିବା ବ୍ୟକ୍ତି ଏଆରସିର ମୋବାଇଲ୍ ନମ୍ବର 7327815125 କିମ୍ବା ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ନମ୍ବର 011-41182138 ମାଧ୍ୟମରେ ଯୋଗାଯୋଗ କରିପାରିବେ।

ବର୍ଷାର ବିତ୍ପାତ, ୫୦ ଉପରେ ଏହି ସବୁ ପରିବା ଦର

ଭୁବନେଶ୍ୱର: ଆକାଶ ଛୁଆଁ ହୋଇଛି ପରିବା ଦର । କରୋନା ପରେ ସ୍ଥିତି ନ ସୁଧୁରିଥିବା ବେଳେ ଏବେ ଲଗାଣ ବର୍ଷାରେ ବେହାଲ ହେଲେଣି ଲୋକେ । ଲଗାଣ ବର୍ଷା ଯୋଗୁଁ ନିୟନ୍ତ୍ରଣ ବାହାରେ ପନିପରିବା ଦର । ଚାଷ ଜମିରେ ପାଣି ପଶି ସବୁ ଫସଲ ଉଜାଡ଼ି ଦେଇଛି । ବର୍ଷା ଯୋଗୁଁ  ବିଲରୁ ଫସଲ ଆସି ପାରୁ ନଥିବାରୁ ମୁଲ୍ୟ ବୃଦ୍ଧି ପାଉଥିବା କହିଛନ୍ତି ବ୍ୟବସାୟୀ । ଏହି କାରଣରୁ ପରିବା ଦର ଦିନକୁ ଦିନ ବୃଦ୍ଧି ପାଇବାରୁ ଚିନ୍ତାରେ ଖାଉଟି ।

ସେପଟେ ଫସଲ ଅମଳ ହୋଇନପାରି ବିଲରେ ହିଁ ପଚିସଢି ଯାଉଥିବାରୁ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ । ବନ୍ୟା ପରେ ଧୀରେ ଧୀରେ ସୁଧୁରୁଥିଲା ପରିସ୍ଥିତି । ହେଲେ ଲଘୁଚାପ ବର୍ଷା ପୁଣି ବଢାଇଛି ସମସ୍ୟା । ବିଲରୁ ପରିବା ଅମଳ ହୋଇପାରୁ ନଥିବାରୁ ପରିବା ଦର ଆକାଶ ଛୁଆଁ ହେଲାଣି । ସେହିପରି କିଛିଦିନ ତଳେ ନାସିକରୁ ଲଗାଣ ବର୍ଷା ଯୋଗୁଁ ସେଠାରୁ ପିଆଜ ଆମଦାନୀ ହୋଇପାରୁ ନଥିବା ତେଣୁ ପିଆଜ ଦର ବୃଦ୍ଧି ପାଇଥିବା କହିଥିଲେ ବ୍ୟହବସାୟୀ ।

ଅନ୍ୟପଟେ କଲରା, ପୋଟଳ, ବାଇଗଣ, ବିଲାତିର ମୂଲ୍ୟ କେଜି ପିଛା  ୫୦ ରୁ ୬୦ ଟଙ୍କା ହୋଇ ଥିବା ବେଳେ ଛୁଇଁ କ୍ୟାପସିକମ ର ମୂଲ୍ୟ ୧୦୦ ଟଙ୍କା ପାର । ଯାହାକୁ ଚିନ୍ତାରେ ଖାଉଟି । ଆଗାମୀ ୬ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ  । ଫଳରେ ଖାଉଟିଙ୍କ ଚାହିଦା ଅନୁଯାଇ ପରିବା ବଜାର କୁ ଆସିବା ପାଇଁ ଏକ ସପ୍ତାହ ସମୟ ଲାଗିପାରେ।

ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା: ରାଜ୍ୟପାଳ ଡକାଇଲେ ବୈଠକ

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ରବିବାର ରାତିରେ କିଛି ଦୁର୍ବୃତ୍ତ ବିଜେପି ନେତା ମନୀଷ ଶୁକ୍ଳାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଶୁକ୍ଳାଙ୍କ ହତ୍ୟା ଜିଲ୍ଲାର ଟିଟାଗଡ଼ ପୋଲିସ ଷ୍ଟେସନ ସାମ୍ନାରେ ହୋଇଛି । ଏହା ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । ପରିସ୍ଥିତିର ଗମ୍ଭୀରତାକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ କରିଛି ପ୍ରଶାସନ । ଘଟଣାକୁ ନେଇ ବିଜେପି ପକ୍ଷରୁ ବେରକପୁର ବନ୍ଦ ନେଇ ଆହ୍ୱାନ ଦିଆଯାଇଥିଲା । ଘଟଣାର ଗମ୍ଭୀରତାକୁ ନଜରରେ ରଖି ରାଜ୍ୟପାଳ ଜୟଦୀପ ଧନଖଣ୍ଡ ଏହି ପ୍ରସଂଗରେ ଆଲୋଚନା ପାଇଁ ରାଜ୍ୟ ଡିଜିପି ସମେତ ଅନ୍ୟ ଅଧିକାରୀଙ୍କୁ ସୋମବାର ରାଜଭବନ ଆମନ୍ତ୍ରିତ କରିଥିଲେ ।

          ମିଳିଥିବା ସୂଚନା ମୁତାବକ ମନିଷ ଶୁକ୍ଳା ରବିବାର ରାତି ପାଖାପାଖି ୮ଟାରେ ଟିଟାଗଢ଼ ଥାନା ସମ୍ମୁଖରେ ଥିବା ପାର୍ଟି କାର୍ଯ୍ୟାଳୟ ଉପସ୍ଥିତ ଥିଲେ । ଏହି ସମୟରେ ସେଠାକୁ ବାଇକ୍ ଯୋଗେ କିଛି ଦୁର୍ବୃର୍ତ୍ତ ଆସି ପହଞ୍ଚିଥିଲେ ଏବଂ ମନୀଷଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଆପୋଲୋ ହସ୍ପିଟାଲ ପଠାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଜଣେ ଯୁବକ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି । ଘଟଣାର ପ୍ରତିବାଦରେ ପଶ୍ଚିମବଙ୍ଗ ବିଜେପି ବେରକପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।

ଯୁବକଙ୍କୁ ନିର୍ମମଭାବେ ହତ୍ୟା କଲେ ବିଜେପି ନେତା: ଦୋଷରୁ ବଞ୍ଚିବା ପାଇଁ ନିଜ ଗାଡ଼ି ଉପରେ ଚଳାଇଲେ ଗୁଳି

ଆଜି ମହିଳା କମିଶନରେ ହାଜର ହେବେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତିନିଧି

ଭୁବନେଶ୍ୱର: ରାଜଧାନୀରେ ନାବାଳିକାଙ୍କୁ ଗଣଦୁର୍ଷ୍କମ ମାମଲା । ଆଜି ମହିଳା କମିଶନରେ ହାଜର ହେବେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତିନିଧି । ମହିଳା କମିଶନରେ ହାଜର ହେଲା ପରେ ଉଭୟ ପକ୍ଷଙ୍କୁ ନେଇ ଶୁଣାଣି କରିବେ କମିଶନ । ନାବାଳିକାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଶୁଣାଣି ହେବ । ଗଣଦୁର୍ଷ୍କମ ଘଟଣା ନେଇ ଓଟିଭି ଏମଡିଙ୍କ ପାଖରେ ଅଭିଯୋଗ କରିବା ପରେ, ସେ କଣ ପଦକ୍ଷେପ ନେଇଥିଲେ ସେନେଇ ପଚାରିବେ କମିଶନ ।

ଗତ ୧ ତାରିଖରେ ହାଜର ହେବା ପାଇଁ ଭୁବନେଶ୍ୱର ଡିସିପଙ୍କ ଜରିଆରେ ସମନ କରିଥିଲେ ମହିଳା କମିଶନ । ହାଜର ହେବା ପୂର୍ବରୁ ବ୍ୟକ୍ତିଗତ ଭାବେ ହାଜର ନହେବାକୁ ଓଟିଭି ପକ୍ଷରୁ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବ୍ୟକ୍ତିଗତ ଭାବେ ହାଜର ନ ହୋଇ ପ୍ରତିନିଧି ପଠାଇ ପାରିବେ ବୋଲି କହିଥିଲେ କୋର୍ଟ । କିନ୍ତୁ କିଏ ହାଜର ହେବେ ଓ କିଏ ଅଥରାଇଜଡ ପର୍ସନ ସେନେଇ ଲିଖିତ ଆକାରରେ କମିଶନକୁ ଜଣାଇବେ । କିନ୍ତୁ ଓଟିଭି ଏମଡି ଲିଖିତ ଭାବେ ନଜଣାଇ ପିଆରଓଙ୍କୁ ପଠାଇଥିଲେ । ଫଳରେ ଶୁଣାଣି ହୋଇ ପାରିନଥିଲା ।

ନାବାଳିକା ଗଣଦୁର୍ଷ୍କମ ମାମଲା ନେଇ ପକ୍ଷ ରଖିବେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା

ସେପଟେ ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭିର ଚିଫ୍ ଫାଇନାନ୍ସ ଅଫିସର ମନୋରଞ୍ଜନ ଷଡଙ୍ଗୀ । ନାବାଳିକା ଦୁଷ୍କର୍ମ ଘଟଣାରେ ତାଙ୍କୁ ପ୍ରାୟ ୨ଘଣ୍ଟା ଧରି ଜେରା କରିଛି ମହିଳା ଥାନାର ପୋଲିସ । ପୂର୍ବରୁ ଓଟିଭର ଇନପୁଟ ଓ ଆଉଟପୁଟ ମୁଖ୍ୟ, ଓଟିଭିର ଏଚଆର ମୁଖ୍ୟ, ସହକାରୀ ଏଚଆର ମୁଖ୍ୟଙ୍କୁ ମଧ୍ୟ ଜେରା କରାଯାଇଛି ।

ଆଜି ବ୍ୟବସାୟରେ ଲାଭ ହେବା ସହ ଏହି ରାଶିର ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ…

ଆଜିର ପଞ୍ଚାଙ୍ଗ:

୦୫ ଅକ୍ଟୋବର, ୨୦୨୦, ସୋମବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

କନ୍ୟା ୨୦ ଦିନ, ଆଶ୍ୱିନ ମଳମାସ କୃଷ୍ଣପକ୍ଷ, ତୃତୀୟାତିଥି ଦିନ ୧୦ ପର୍ଯ୍ୟନ୍ତ

ଏହା ପରେ ଚତୁର୍ଥୀ ତିଥି

– ମେଷ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

– ଦ୍ୱିଜା ନକ୍ଷତ୍ର

-ଘାତଚନ୍ଦ୍ର- ମେଷ ରାଶି ପାଇଁ

– ଘାତ ବାର- ମିଥୁନ ରାଶିର

ଯୋଗିନୀ ଆଗ୍ନେୟରେ ରହିବେ ଦିନ ୧୦ଟା ପର୍ଯ୍ୟନ୍ତ

ଏହାପରେ ଯୋଗିନୀ  ରହିବେ ନୈରୁତ କୋଣରେ

ଏହି କୋଣକୁ ଯାତ୍ରା କରିବା ନିଷେଧ

– ଶୁଭ ସମୟ –

ଦିନ ୮ଟା ୫୦ ରୁ ଦିନ ୧୧ଟା ୩୫ ମିନିଟ୍

ଦିନ ୧୨ଟା ୪୫ ମିନିଟ୍ ଠାରୁ ଦିନ ୩ଟା ୦୫ ମିନିଟ୍

– ଅଶୁଭ ସମୟ –

ସକାଳ ୭ଟା ଠାରୁ ସକାଳ ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ରାହୁକାଳ

ଆଜି ପୋଟଳ  ଓ ମୂଳା ଖାଇବା ମନା

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ସ୍ଥଗିତ କାମ ପୁଣି ଥରେ ଆରମ୍ଭ କରିପାରିବେ, ଅର୍ଥ ମିଳିବାର ଯୋଗ

ଦ୍ୱିଜା ନକ୍ଷତ୍ର – ନିଜ ଲୋକ କାମରେ ବାଧା ସୃଷ୍ଟି କରିପାରନ୍ତି, ଧନହାନୀ ସହ ମନ ବିଚଳତି ରହିବ

କୃତ୍ତିକା ନକ୍ଷତ୍ର – ଚେଷ୍ଟା କରୁଥିବା କାମ ସହଜରେ ହୋଇଯିବ, ମନ ଖୁସି ରହିବ

ବୁଲା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ସବୁ କାମକୁ ପୁରା କରିବାରେ ସଫଳ ରହିବେ, ବ୍ୟବସାୟ କ୍ଷେତ୍ରରେ ଲାଭ ରହିବ

ରୋହିଣି ନକ୍ଷତ୍ର -ମନରେ ନୂଆ ନୂଆ ବିଚାର ଆସିବ, ଆୟବୃଦ୍ଧି ପାଇଁ ନୂଆ ଅବସର ମିଳିବ

ମୃଗଶିରା ନକ୍ଷତ୍ର – ବ୍ୟବସାୟ କିମ୍ବା ଚାକିରୀ କ୍ଷେତ୍ରରେ ବାଧା ସୃଷ୍ଟି ହେବ, ସତର୍କ ରହିଥିବେ

ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ଶରୀର ପ୍ରତି ବିପଦ ଥିବାରୁ ଗାଡି ଧିରେ ଚଳାନ୍ତୁ, ଜରୁରୀ ଜିନିଷ ହଜିଯାଇପାରେ

ଆର୍ଦ୍ରା ନକ୍ଷତ୍ର – ବନ୍ଧୁଙ୍କ ସହ ଆଲୋଚନା କରି ସମସ୍ତ ଚିନ୍ତାକୁ ଦୁର କରନ୍ତୁ, ମନ ପ୍ରସନ୍ନ ହେବ

ପୂନର୍ବସୁ ନକ୍ଷତ୍ର – ଗୁପ୍ତ ଶତ୍ରୁମାନେ କ୍ଷତି କରିପାରନ୍ତି, ନିଜର ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ

ପକ୍ଷୀମାନଙ୍କୁ ମୁଗ ଖାଇବାକୁ ଦିଅନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ସନ୍ତାନଙ୍କ କାର୍ଯ୍ୟ ପ୍ରତି ବିଶେଷ ଦୃଷ୍ଟି ରଖିବା ଉଚିତ୍

ପୁଷ୍ୟା ନକ୍ଷତ୍ର – ଜରୁରୀ କାମ ପାଇଁ ନିଷ୍ପତ୍ତି  ନେଇପାରନ୍ତି, ପରିବାର ମଧ୍ୟରେ ବୁଝାମଣା ଠିକ୍ ରହିବ

ଅଶ୍ଲେଷା ନକ୍ଷତ୍ର – ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ, ଅଟକିଥିବା ଅର୍ଥ ଫେରି ପାଇବେ

ମା’ଙ୍କୁ ଆଜି ମିଠା ଖାଇବାକୁ ଦିଅନ୍ତୁ, ମନୋସ୍କାମନା ପୂରଣ ହେବ

ସିଂହ ରାଶି

ମଘା ନକ୍ଷତ୍ର – ବନ୍ଧୁଙ୍କର ସଂପୂର୍ଣ୍ଣ ସହଯୋଗପାଇବେ, କିଛି କାମ ସହଜରେ ହୋଇଯିବ

ପୂର୍ବାଫାଲଗୁନି ନକ୍ଷତ୍ର – ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ, କିଛି ନୂଆ କଥା ଶିଖିବାକୁ ମିଳିବ

ଉତ୍ତରାଫାଲଗୁନୀ ନକ୍ଷତ୍ର – ଦିନଟି ଭଲରେ କଟିବ, ପରିବାର ସହ ମଧୁର ସଂପର୍କ ରହିବ

ବୁଲା ଷଣ୍ଡକୁ କିଛି ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ଜୀବନସାଥୀଙ୍କ ସହ ଧାର୍ମିକ କାର୍ଯ୍ୟରେ ସମୟ କଟିବ

ହସ୍ତା ନକ୍ଷତ୍ର – ଆର୍ଥିକ ସ୍ଥିତିରେ ସୁଧାର ଆସିବ, ଶୁଭ ସୂଚନା ପାଇବେ

ଚିତ୍ରା ନକ୍ଷତ୍ର – ବିଶ୍ୱସ୍ତ ବ୍ୟକ୍ତି ଆପଣଙ୍କ କଥାକୁ ନେଇ ଅନର୍ଥ ସୃଷ୍ଟି କରିବେ

ତୁଳସୀ ଚଉରା ମୂଳରେ କ୍ଷୀର ଅର୍ପଣ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଚେଷ୍ଟା କରୁଥିବା କାମ ସହଜରେ ହୋଇଯିବ, ମନ ପ୍ରସନ୍ନ ରହିବ

ସ୍ୱାତୀ ନକ୍ଷତ୍ର – ପ୍ରେମ ଜୀବନକୁ ନେଇ ଖୁସି ରହିବେ, ଭାବୁଥିବା କାମ ସହଜରେ ହୋଇଯିବ

ବିଶାଖା ନକ୍ଷତ୍ର -ଆପଣଙ୍କ ବ୍ୟବହାର ଅନ୍ୟକୁ ପ୍ରଭାବିତ କରିବ, କିଛି ଭଲ କାମ ଯୋଗୁଁ ପ୍ରଶଂସିତ ହେବ

ନିଜ ଜୀବନସାଥିକୁ କିଛି ଉପହାର ଦିଅନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – ସଂଯମତା ରଖି କଥା ହୁଅନ୍ତୁ, ଅନ୍ୟର କଥା ମନରେ ଦୁଃଖ ଦେଇପାରେ

ଅନୁରାଧା ନକ୍ଷତ୍ର – ପରିବାରର ସହଯୋଗ ପାଇବେ, କ୍ୟାରିୟରକୁ ନେଇ ରହିଥିବା ସମସ୍ୟା ଦୁର ହେବ

ଜ୍ୟେଷ୍ଠା ନକ୍ଷତ୍ର – ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ, ଆଶା, ଆଶାରେ ରହିଯିବ

ଗରିବ ବ୍ୟକ୍ତିକୁ କିଛି ଔଷଧ ଦାନ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – କମ ପରିଶ୍ରମରେ ଅଧିକ ଲାଭ ମିଳିବ । ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ

ପୂର୍ବାଷାଢା ନକ୍ଷତ୍ର – କୌଣସି କ୍ଷେତ୍ରରେ ଅର୍ଥ ଲଗାନ୍ତୁ ନାହିଁ  । କ୍ଷତି ହୋଇପାରେ

ଉତ୍ତରାଷାଢା ନକ୍ଷତ୍ର – ସ୍ୱାସ୍ଥ୍ୟ ଓ ମନ ଭଲ ରହିବ, ଦୁର ସ୍ଥାନକୁ ଯାତ୍ରା ପାଇଁ ପ୍ଳାନିଙ୍ଗ କରିପାରନ୍ତି

ଶ୍ରୀହନୁମାନଙ୍କୁ ଫଳ ଭୋଗ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ପରିବାର ସଦସ୍ୟଙ୍କ ସହିତ ସମ୍ବନ୍ଧ ଭଲ ରହିବ

ଶ୍ରବଣା ନକ୍ଷତ୍ର -କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା କରିପାରନ୍ତି

ଧନିଷ୍ଠା ନକ୍ଷତ୍ର – ଖର୍ଚ୍ଚ ବଢିପାରେ, ବ୍ୟବସାୟରେ କ୍ଷତି ହୋଇପାରେ

ପିମ୍ପୁଡିକୁ କିଛି ଚିନି ଖାଇବାକୁ ଦିଅନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ପ୍ରେମ ଜୀବନକୁ ନେଇ କିଛି ସମସ୍ୟା ଆସିପାରେ

ଶତଭିଷା ନକ୍ଷତ୍ର – ନିଜର ବ୍ୟବହାର ଅନ୍ୟକୁ ଅନୁପ୍ରାଣିତ କରିବ, କିଛି ଭଲ କାମ କରି ପ୍ରଶଂସିତ ହେବେ

ପୂର୍ବଭାଦ୍ର ନକ୍ଷତ୍ର – ଆକସ୍ମିକ ଭାବରେ କିଛି  ଘଟଣା ଘଟିପାରେ ଯାହାକୁ ନେଇ ମନ ଭଲ ରହିବ ନାହିଁ

ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଧଳା ସୋରିଷ ରଖନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ସନ୍ତାନଙ୍କ ପଢାକୁ ନେଇ ଘରେ ଅଶାନ୍ତି ଦେଖାଦେବ

ଉତ୍ତରଭାଦ୍ର ନକ୍ଷତ୍ର – ପୁରୁଣା ବନ୍ଧୁଙ୍କ ସହ ଦୁର ଯାତ୍ରା କରିପାରନ୍ତି

ରେବତୀ ନକ୍ଷତ୍ର – ଜଗିରଖି ଚଳନ୍ତୁ, ସ୍ବାସ୍ଥ୍ୟ ଖରାପ ହୋଇପାରେ

ଗାୟତ୍ରୀ ମନ୍ତ୍ର ୨୭ ଥର ଜପ କରନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935

KXIPକୁ ୧୦ ଓ୍ୱିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗ୍‌ସ

ନୂଆଦିଲ୍ଲୀ: କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବକୁ ୧୦ ଓ୍ୱିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗ୍‌ସ । ପଞ୍ଜାବ ପକ୍ଷରୁ ଦିଆଯାଇଥିବା ୧୭୯ ବିଜୟ ଲକ୍ଷକୁ ଧୋନି ବାହିନୀ ସହଜରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ଓପନିଂ କରିବାକୁ ଆସିଥିବା ଡୁପ୍ଲେସିସ୍‌ ଓ ସେନ୍‌ ଓ୍ୱାଟ୍‌ସନ୍‌ ହିଁ ବିଜୟର ମୁଣ୍ଡି ମାରିଥିଲେ । ଡୁପ୍ଲେସିସ୍‌ ୫୩ ବଲ୍‌ରେ ୮୭ ରନ୍‌ର ଧୁଆଁଧାର ପାରି ଖେଳିଥିଲେ । ଏଥିରେ ୧୧ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି । ସେହିପରି ସେନ୍‌ ଓ୍ୱାଟ୍‌ସନ୍‌ ସମାନ ସଂଖ୍ୟକ ବଲ୍‌ରୁ ୮୩ ରନ୍‌ ଯୋଡ଼ିଥିଲେ । ଏଥିରେ ୧୧ ଚୌକା ଓ ୩ ଛକା ସାମିଲ ଥିଲା ।

ଏହି ପରାଜୟ ପରେ ପଞ୍ଜାବ ଟେବୁଲର ନିମ୍ନକୁ ଖସି ଆସିଛି । ସେହିପରି ଏହି ବିଜୟ ସହ ଚେନ୍ନାଇ ଦୁଇଟି ସ୍ଥାନ ଉପରକୁ ଯାଇ ଷଷ୍ଠ ସ୍ଥାନରେ ପହଞ୍ଚିଛି । ମୁମ୍ବାଇ ପଏଣ୍ଟ ତାଲିକାର ଶୀର୍ଷରେ ଥିବା ବେଳେ ଦିଲ୍ଲୀ ଦ୍ୱିତୀୟ, ବାଙ୍ଗାଲୋର ତୃତୀୟ ଏବଂ କଲିକତା ଚତୁର୍ଥ ସ୍ଥାନରେ ରହିଛି ।

ପ୍ରଥମେ ବ୍ୟାଟିଂ କରିଥିବା କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ପକ୍ଷରୁ କେଏଲ୍‌ ରାହୁଲ ୬୩, ମୟଙ୍କ ଅଗ୍ରଓ୍ୱାଲ ୨୬, ପୁରନ୍‌ ୩୩ ରନ୍‌ କରିଥିଲେ । ସେହିପରୀି ମନ୍‌ଦୀପ ସିଂହ ୨୭, ମାକ୍ସଓ୍ୱେଲ୍‌ ୧୧, ଏସ୍‌ ଏନ୍‌ ଖାନ୍‌ ୧୪ କରି ପ୍ୟାଭିଲିୟନ୍‌ ଫେରିଥିଲେ ।

ଚେନ୍ନାଇ ପକ୍ଷରୁ ଏସନ୍‌ ଠାକୁର ୨ଟି ଏବଂ ଜାଡେଜା ଓ ଚାଓ୍ୱଲା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ ।

ବଦଳିଲେ ଜଗତସିଂହପୁର ଜିଲାପାଳ, ବରିଷ୍ଠ ଓଏଏସ୍ ଅଧିକାରୀ ସରୋଜ କୁମାର ମିଶ୍ରଙ୍କୁ ନୂଆ ଦାୟିତ୍ୱ

0

ଭୁବନେଶ୍ୱର  : ଓଡ଼ିଶା ପ୍ରଶାସନର ବରିଷ୍ଠ ଅଧିକାରୀ ତଥା ଓଏଏସ୍ ଅଫିସର ସରୋଜ କୁମାର ମିଶ୍ରଙ୍କୁ ରବିବାର ଗୁରୁତ୍ୱପୂର୍ଣ୍ଣ ଜଗତସିଂହପୁର ଜିଲାର ଜିଲାପାଳ ଭାବେ ନିଯୁକ୍ତି କରାଯାଇଛି । ଏସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଏଏସ୍ ଅଧିକାରୀ ସରୋଜ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗର ଅତିରିକ୍ତ ସଚିବଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ସେହିପରି ଜଗତସିଂହପୁର ଜିଲାପାଳ ଥିବା ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି । ସଂଗ୍ରାମଙ୍କୁ ଗୁରୁତ୍ୱପୂର୍ଣ୍ଣ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅଫିସର ଅନ୍ ସ୍ପେଶିଆଲ ଡ୍ୟୁଟି (ଓଏସଡି)ଭାବେ ନିଯୁକ୍ତି ଦିଆଯାଇଛି ।

ଆସନ୍ତା ନଭେମ୍ବର ୩ରେ ଏହି ଜିଲାର ତିର୍ତ୍ତୋଲ ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନର ସୁପରିଚାଳନା ନୂତନ ଜିଲାପାଳଙ୍କ ପ୍ରାଥମିକ ଚ୍ୟାଲେଞ୍ଜ ହେବ । ସେହିପରି ନିକଟରେ ଏହି ଜିଲାର ଦୀର୍ଘଦିନର ଦୁଇଟି ସମସ୍ୟାର ସମାଧାନ ପାଇଁ ୨ଟି ନୂଆ ସେତୁର ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟ ଆରମ୍ଭ ସହ ଏହାର ଅଗ୍ରଗତି ମଧ୍ୟ ଜିଲାପାଳଙ୍କ ପ୍ରାଥମିକ ଦାୟିତ୍ୱ ହେବ ।