ଏଣିକି ହ୍ୱାଟସଆପରେ ପଠାଇ ହେବ ଟଙ୍କା, ଜାଣନ୍ତୁ କେମିତି ପାଇବେ ଏହି ସୁବିଧା

1 min read

ନୂଆଦିଲ୍ଲୀ: ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଏଣିକି ହ୍ୱାଟସଆପରେ କରିହେବ ଟଙ୍କା ନେଣଦେଣ କାରବାର । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ NCPI ଏହାକୁ ଅନୁମତି ଦେଇଛି । ବିଗତ ୩ ବର୍ଷ ତଳେ ଏନେଇ ହ୍ୱାଟସ୍ ଆପ ପକ୍ଷରୁ ଏନେଇ ଆବେଦନ କରାଯାଇଥିଲା । ଫେସବୁକ ଇଣ୍ଡିଆ ମୁଖ୍ୟ ଅଜିତ୍ ମୋହନ କହିଛନ୍ତି ଯେ, ଭାରତର WhatsApp ପେମେଣ୍ଟ ପାଇଁ ଆଜିଠାରୁ ପ୍ରସ୍ତୁତ ହୋଇସାରିଛି ।

ଏଥିରେ ଡିଜିଟାଲ ପେମେଣ୍ଟ ସମ୍ଭବ ହୋଇ ପାରିବ । ଏଥିରେ ୧୦ଟି ଭାଷାରେ ଡିଜିଟାଲ ପେମେଣ୍ଟ କରିବାର ସୁବିଧା ରହିଛି । ଯଦି ଆପଣଙ୍କ ହ୍ୱାଟସଆପରେ ପୂର୍ବରୁ ପେମେଣ୍ଟ ଅପସନ ରହିଛି, ତେବେ ଆଜିଠାରୁ ଏହାକୁ ବ୍ୟବହାର କରିପାରିବେ । ଯଦି ନାହିଁ, ତେବେ ହ୍ୱାଟସ ଆପକୁ ଅପଡେଟ୍ କରି ପେମେଣ୍ଟ ଅପସନ ନେଇପାରିବେ ।

ଏହାକୁ ବ୍ୟବହାର କରିବା ପାଇଁ ଉପଭୋକ୍ତାଙ୍କ ନିକଟରେ ଡେବିଟ୍ କାର୍ଡ ରହିବା ଜରୁରୀ । ଯାହା ୟୁପିଆଇକୁ ସପୋର୍ଟ କରିଥାଏ । ହ୍ୱାଟସଆପ୍ ଅପସନକୁ ଯାଇ ଏଥିବେ ବ୍ୟାଙ୍କକୁ ସିଲେକ୍ଟ କରି ଡିଟେଲ ଅପଲୋଡ କରିବାକୁ ପଡିବ । ଏଥିପାଇଁ ୫ଟି ବଡ ବ୍ୟାଙ୍କ ସହ ଅନୁବନ୍ଧିତ କରିଛି କମ୍ପାନି । ଆଇସିଆଇସି ଆଇ, ଏଚଡିଏଫସି, ଆକ୍ସିସ୍, ଏସବିଆଇ ଓ ଜିଓ ପେମେଣ୍ଟ ବ୍ୟାଙ୍କ ଏଥିରେ ସାମିଲ ଅଛି ।

ଭାରତରେ ହ୍ୱାଟସଆପ୍ରେ ୪୦କୋଟି ମିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି। ଏପରି ପରିସ୍ଥିତିରେ, ବର୍ତ୍ତମାନ ପାଇଁ କେବଳ ୨କୋଟି ଉପଭୋକ୍ତା ଏହି ସୁବିଧା ପାଇବେ । ଏମିତି କରିବାର କାରଣ ହେଉଛି, NPCI ନିକଟରେ ତୃତୀୟ ପକ୍ଷ UPI କାରବାର ଉପରେ ୩୦ ପ୍ରତିଶତ କ୍ୟାମ୍ପ ଲଗାଇଛନ୍ତି । ଏହା ୧ ଜାନୁଆରୀ ୨୦୨୧ରୁ କାର୍ଯ୍ୟକାରୀ ହେବ ।

ହ୍ୱାଟସଆପ୍ ପେ କିପରି କିରବେ ଆକ୍ଟିଭ୍

ସର୍ବପ୍ରଥମେ, ଆପ୍ ଷ୍ଟୋର୍ କିମ୍ବା ଗୁଗୁଲ୍ ପ୍ଲେ ଷ୍ଟୋରକୁ ଯାଆନ୍ତୁ ଏବଂ ଆପଣଙ୍କର ହ୍ୱାଟସଆପ୍ ଅପଡେଟ୍ କରନ୍ତୁ । ଏହି ସୁବିଧା ଆପଣ କେଉଁ ଆଇଫୋନ୍ କିମ୍ବା ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନରେ ହ୍ୱାଟସଆପ୍ ବ୍ୟବହାର କରନ୍ତି ତାହା ଉପରେ ନିର୍ଭର କରାଯାଏ ।

– ପ୍ରଥମ ପଦକ୍ଷେପ ଭାବରେ, ଆପଣଙ୍କୁ ହ୍ୱାଟସଆପ୍ ଖୋଲି ସେଟିଂକୁ ଯିବାକୁ ପଡିବ । ଯଦି ସେଟିଂରେ ପେମେଣ୍ଟ ଅପ୍ସନ୍ ଦେଖାଯାଏ, ତେବେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବାକୁ ପଡିବ ।

-ପେମେଣ୍ଟ ବିଭାଗକୁ ଯିବାବେଳେ, ଆପଣ ନୂଆ ପେମେଣ୍ଟ (New Payment) ଏବଂ ନୂଆ ପେମେଣ୍ଟ ପଦ୍ଧତି (Add New Payment Method)ର ବିକଳ୍ପ ପାଇବେ । ଆପଣଙ୍କୁ Add New Payment Methodକୁ ବାଛିବାକୁ ପଡିବ । ଯଦି ଆପଣ ପୂର୍ବରୁ ହିଁ  WhtasApp ପେ ବ୍ୟବହାର କରିଛନ୍ତି, ତେବେ ଏହି ଆର୍ଟିକିଲ୍ ଆପଣଙ୍କ ପାଇଁ ନୁହେଁ ।

–  ତୃତୀୟ ପଦକ୍ଷେପ ଭାବରେ Add New Payment Methodରେ ଯାଇ ନିଜର ବ୍ୟାଙ୍କ ଚୟନ କରନ୍ତୁ । ଏଠାରେ ଅନେକ ବ୍ୟାଙ୍କର ତାଲିକା ପାଇବେ । ବ୍ୟାଙ୍କ ଚୟନ କରିବା ପରେ, ଆପଣଙ୍କର ଆକାଉଣ୍ଟ ଯାଞ୍ଚ ହେବ । ଏଠାରେ Verify Via SMS ଅପ୍ସନ ମିଳିବ ଏହାକୁ ଚୟନ କରିବାକୁ ପଡିବ  ।

– ମନେ ରଖିବାକୁ ହେବ ଯେ, ଏଥିପାଇଁ ଆପଣଙ୍କର ହ୍ୱାଟସଆପ୍ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା ନମ୍ବର ସହ ସମାନ ଥିବ ତେବେ ଯାଇଁ ଏହି ଯାଞ୍ଚ୍ ସମ୍ପୂର୍ଣ୍ଣ ହେବ ।

-ଯାଞ୍ଚ ପ୍ରକ୍ରିୟା ସମାପ୍ତ ହେବା ପରେ, ଫିନିସ ପେମେଣ୍ଟ ସେଟଅପ୍ ଉପରେ ଟ୍ୟାପ୍ କରିବାକୁ ପଡ଼ିବ । ବର୍ତ୍ତମାନ ଏବେ ଆପଣଙ୍କୁ UPI ପିନ୍ ସେଟଅପ୍ କରିବାର ବିକଳ୍ପ ବା ଅପ୍ସନ ମିଳିବ । ପ୍ରତ୍ୟେକ ଦେୟ ଉପରେ UPI ପିନ୍ ଏଣ୍ଟର କରିବା ଆବଶ୍ୟକ ।

-ସେଟଅପ୍ ପୂର୍ଣ୍ଣ ହେବା ପରେ, ଆପଣ ହ୍ୱାଟସଆପରେ ଏକ ମେସେଜ୍ ଭାବରେ ଟଙ୍କା ପଠାଇବାକୁ ସମର୍ଥ ହେବେ । ଏଥିପାଇଁ ହ୍ୱାଟସଆପରେ ଥିବା ସମ୍ପର୍କ ଉପରେ ଟ୍ୟାପ୍ କରନ୍ତୁ ଯେପରି ଆମେ ଚାଟିଂ ପାଇଁ କରିଥାଉ । ଆପଣଙ୍କୁ ଏଠାରେ ଆଟାଚମେଣ୍ଚ ଆଇକନକୁ ଯିବାକୁ ପଡିବ । ପେମେଣ୍ଚଟ ଅପ୍ସନରେ ଉପରେ ଟ୍ୟାବ୍ କରି ରାଶି ଏଣ୍ଟର କରିବାକୁ ପଡିବ ।

-ହ୍ୱାଟସଆପ୍ ପେମେଣ୍ଟ କେବଳ ହ୍ୱାଟସଆପ୍ ବ୍ୟବହାରକାରୀଙ୍କୁ ନୁହେଁ, ବରଂ ଯେଉଁମାନଙ୍କର UPI ସକ୍ରିୟ ଥିବ ସେମାନଙ୍କୁ ମଧ୍ୟ ଟଙ୍କା  ପଠାଯାଇପାରିବ । ଟଙ୍କା ପଠାଇବାବେଳେ, ଆପଣ ନୋଟ୍ କିମ୍ବା ଟିକେଟ ଲେଖି ମଧ୍ୟ ଟଙ୍କା ପଠାଇ ପାରିବେ ।

 

Leave a Reply