କୋର୍ଟରେ ଟ୍ରମ୍ପଙ୍କ ଆବେଦନ ଖାରଜ, ମ୍ୟାଜିକ୍‌ ନମ୍ବର ନିକଟରେ ବିଡେନ୍‌

1 min read
joe biden-trump

ଓ୍ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ରହିଛି ମତ ଗଣନା । ଏହାରି ଭିତରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ବୟାନବାଜୀ ତୀବ୍ର ହୋଇଛି । ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ବିପକ୍ଷ ପାର୍ଥୀ ଜୋ-ବିଡେନଙ୍କ ବିରୋଧରେ ଆଣିଛନ୍ତି ନିର୍ବାଚନ ଚୋରିର ଅଭିଯୋଗ । ସେପଟେ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟ୍‌କା । ମତଦାନ ଚୋରି ଅଭିଯୋଗ କରି ଟ୍ରମ୍ପ ମିସିଗନ୍‌ ଓ ଜର୍ଜିଆରେ ହେଉଥିବା ପୋଷ୍ଟାଲ ବାଲାଟ୍‌ ଗଣତି ରୋକିବାକୁ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆଲାସ୍କା, ଜର୍ଜିଆ, ନର୍ଥ କାରୋଲିନା ଓ ପେନସିଲଭାନିଆରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆଗୁଆ ଥିବା ବେଳେ ଆରିଜୋନା ଓ ନାଭେଡ଼ାରେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ-ବିଡେନ ଆଗୁଆ ଅଛନ୍ତି ।

joe biden-trump

ବିଡେନଙ୍କୁ ଏପର୍ଯ୍ୟନ୍ତ ୨୬୪ ଇଲେକ୍ଟର୍ସଙ୍କ ମତ ମିଳିଛି । ବହୁମତ ପାଇଁ ଆଉ ୬ଟି ଇଲେକ୍ଟର୍ସ ଆବଶ୍ୟକତା ଥିବା ବେଳେ ନାଭେଡା​‌ରେ ତାଙ୍କୁ ଆବଶ୍ରକ ଇଲେକ୍ଟର୍ସ ଭୋଟ ମିଳିପାରେ ବୋଲି ଆଶା ରହିଛି । ଏଣୁ ମ୍ୟାଜିକ୍‌ ସଂଖ୍ୟା ୨୭୦ ଇଲେକ୍ଟର୍ସଙ୍କ ସମର୍ଥନ ପାଇ ବିଡେନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ପାରନ୍ତି । ବିଶ୍ୱର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ରର ଏହି ନିର୍ବାଚନ ଉପରେ ରହିଛି ସାରା ବିଶ୍ୱବାସୀଙ୍କ ନଜର । କାରଣ ବିଡେନ ରାଷ୍ଟ୍ରପତି ହେଲେ ଟ୍ରମ୍ପଙ୍କ ଅନେକ ନିଷ୍ପତିକୁ ବଦଳାଇବା ନେଇ ସେ ଘୋଷଣା କରି ସାରିଛନ୍ତି । ସେଗୁଡିକ ମଧ୍ୟରେ ରହିଛି ଆମେରିକା-ପ୍ୟାରିସ୍‌ ଚୁକ୍ତି, ମୁସଲମାନଙ୍କ ପାଇଁ ଦେଶରେ ପ୍ରତିବନ୍ଧକ, ରିଫ୍ୟୁଜି ନୀତି, ଇମିଗ୍ରେସନ୍‌ ନିୟମ, ଫ୍ରି କରୋନା ଟେଷ୍ଟିଂ ପରି ଅନେକ ନିଷ୍ପତ୍ତି ସେ ବଦଳାଇବାକୁ ଚେଷ୍ଟା କରିଛନ୍ତି ।

Leave a Reply