ଏବେବି ଜେଲରେ ରହିବେ ଲାଲୁ ଯାଦବ, ନଭେମ୍ବର ୨୭କୁ ଘୁଞ୍ଚିଲା ଜାମିନ୍ ଶୁଣାଣି

1 min read
Lalus Bail Plea May Be Heard Today In Ranchi High Court

ପାଟଣା: ଗୋ-ଖାଦ୍ୟ ଦୁର୍ନୀତିରେ ସଜ୍ଜା କାଟୁଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି । ଏବେ ଏହି ମାମଲାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ । ଦୁମକା ଟ୍ରେଜରୀ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ୭ ବର୍ଷ ଜେଲ୍ ହୋଇଥିଲା । ଲାଲୁ ପ୍ରସାଦ ଯାଦବଙ୍କ ଓକିଲ ଜେଲର ଅଧା ସମୟ ବିତି ଯାଇଥିବା ଆଧାର ଦେଇ ଲାଲୁଙ୍କୁ ଜାମିନ୍ ପାଇଁ ଆବେଦନ ଦାଖଲ କରିଥିଲେ । ଯେଉଁ ମାମଲାର ଆଜି ଶୁଣାଣି ହୋଇପାରି ନାହିଁ । ଏହାକୁ ଘୁଞ୍ଚାଇ ଦିଆଯାଇଛି ।

Lalus Bail Plea May Be Heard Today In Ranchi High Court

ଶୁଣାଣି ପୂର୍ବରୁ ଲାଲୁଙ୍କ ଓକିଲ ପ୍ରଭାତ କୁମାର କହିଥିଲେ- ସମ୍ପୂର୍ଣ୍ଣ କାରାଦଣ୍ଡର ଅଧା କାଟିବା ପରେ ଏହାକୁ ଆଧାର କରି ଜାମିନ୍ ଆବେଦନ କରାଯାଇଛି । ଗତ ମାସରେ ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ଗୋ-ଖାଦ୍ୟ ଦୁର୍ନୀତି ସହ ଜଡ଼ିତ ଚାଇବାସା ଟ୍ରେଜେରୀରୁ ବେଆଇନ୍ ଉଠାଣ ମାମଲାରେ ନିୟମିତ ଜାମିନ୍ ଦେଇଥିଲେ ।

Lalus Bail Plea May Be Heard Today In Ranchi High Court

ଦୁମକା କୋଷାଗାରରୁ କୋଟି କୋଟି ଟଙ୍କାର ବେଆଇନ୍ ଉଠାଣ ମାମଲାରେ ରାଞ୍ଚି ସିବିଆଇର ସ୍ୱତନ୍ତ୍ର କୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ୭ ବର୍ଷ କାରାଦଣ୍ଡାଦେଶ ଦେଇଥିଲେ । ଏଥିସହ ଅଦାଲତ ଲାଲୁଙ୍କୁ ଜରିମାନା କରିଥିଲେ । ତିନୋଟି ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ଜାମିନ ମିଳି ସାରିଛି । ଅନ୍ୟପଟେ ସିବିଆଇ ଲାଲୁଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଗୋ-ଖାଦ୍ୟ ଦୁର୍ନୀତିର ଅଭିଯୁକ୍ତ ଲାଲୁ ଯାଦବ ୫ଟି ମାମଲାରୁ ୪ଟିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କିନ୍ତୁ, ଏହି ୪ଟି ମାମଲାରୁ ୩ଟିରେ ଲାଲୁଙ୍କୁ ଜାମିନ୍ ମିଳିଛି ।

Lalus Bail Plea May Be Heard Today In Ranchi High Court

ଲାଲୁ ଯାଦବ ସମ୍ପୃକ୍ତ ଥିବା ଗୋ-ଖାଦ୍ୟ ଦୁର୍ନୀତିର ପଞ୍ଚମ ମାମଲାର ଶୁଣାଣି ଚାଲିଛି । ଏହି ମାମଲା ଡୋରଣ୍ଡା କୋଷାଗାରରୁ ବେଆଇନ୍ ଭାବେ ୧୩୯ କୋଟି ଟଙ୍କା ଉଠାଇ ଥିଲେ । ଯଦି ଲାଲୁ ଯାଦବଙ୍କୁ ଦୁମକା କୋଷାଗାରରୁ ୩.୧୩ କୋଟି ଟଙ୍କା ବେଆଇନ୍ ଭାବେ ଉଠାଣ ମାମଲାରେ ଶୁକ୍ରବାର ଜାମିନ୍ ମିଳିଯାଏ ତ ସେ ବାହାରକୁ ଆସିବାର ରାସ୍ତା ଫିଟିଯିବ ।

Leave a Reply