spot_img
Home Blog Page 6587

ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଜାରି

ଭୁବନେଶ୍ୱର: ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି । ଗତକାଲି ଅପରାହ୍ନଠାରୁ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା। ରାତି ସାରା ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର ବେଗ ବଢିଛି । ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ରାସ୍ତା ଘାଟ ନାଳ ନର୍ଦ୍ଦମା ପାଣି ଘେରରେ ରହିଛି।  ପାହାଡିଆ ଅଞ୍ଚଳରେ ଭୁଷ୍ଖଳନ ସମ୍ଭାବନା ଥିବାରୁ ପାଖାପାଖି ୫ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାର ଆର୍ ଉଦୟଗିରି, ରାୟଗଡ଼, ଗୁମ୍ମା, କାଶୀନଗର, ଗୋଷାଣୀ ତଥା ପାରଳାଖେମୁଣ୍ଡି ଅଞ୍ଚଳର ୫୦୦ରୁ ଅଧିକ  ପ୍ରଭାବିତ ଅନେକ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ସୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି।

https://www.facebook.com/NandighoshaTV/videos/787381215418501/

ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇ ବିଭିନ୍ନ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସାମ୍ଭାବ୍ୟ ଭୁଷ୍ଖଳନ ଅଞ୍ଚଳକୁ ବିଶେଷ ଦୃଷ୍ଟି ଦିଆଯାଇଛି। ଆବଶ୍ୟକ ସ୍ଥଳେ ଟାରପଲିନ୍ ପ୍ରଦାନ କରାଯାଉଛି। ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଆବଶ୍ୟକସ୍ଥଳେ ରନ୍ଧା ଓ ଶୁଖିଲା ଖାଦ୍ୟ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ସେପଟେ ରାୟଗଡା ଜିଲ୍ଲା ଗୁଣୁପୁର ଦେଇ ପ୍ରବାହିତ ହୋଇଥିବା ବଂଶଧାରା ନଦୀର ଜଳସ୍ଥର ବୃଦ୍ଧି ଯୋଗୁ  ତଳିଆଅଞ୍ଚଳବାସୀ ଆତଙ୍କୀତ ହୋଇପଡିଛନ୍ତି । ନଦୀର ଉପର ମୁଣ୍ଡରେ ବର୍ଷା ଲାଗିରହିଲେ ତଳିଆ ଚାଷ ଜମି କ୍ଷତି ଘଟିବା ଆଶଙ୍କା ରହିଛି।

ସୁପାରି କିଲରର ଫେସବୁକ ଷ୍ଟାଟସ : ବାକିଙ୍କୁ ଲଭ୍ ଲେଟର ମିଳେ, ଆମ ପାଇଁ FIR ଲେଖାଯାଏ

ମା’ ବିରଜାଙ୍କ ରଥଯାତ୍ରା: ଆଜି ପ୍ରସ୍ତୁତ ହେବ ସେବାୟତଙ୍କ ତାଲିକା

0

ଯାଜପୁର: ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା  । ଏ ନେଇ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି  । ରଥଯାତ୍ରା ପାଇଁ କଟକଣା ଜାରି କରିଛି ପ୍ରଶାସନ । ଆସନ୍ତା ୧୭ ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଏହି ରଥଯାତ୍ରା ପାଇଁ ଅନେକ କଟକଣା କରାଯାଇଛି ।  ଆଜି ଦିନ ୧୨ ଟା ସୁଦ୍ଧା ସେବାୟତଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ୯ ଦିନର ଏହି ରଥଯାତ୍ରା ପାଇଁ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସମସ୍ତ ପୁଲିସ, ସେବାୟତମାନଙ୍କର ସମୟ ବ୍ୟବଧାନରେ ୩ ଥର କରୋନା ପରୀକ୍ଷା କରାଯିବ ।

Maa Biraja Temple, Jajpur, Odisha - Info, Timings, Photos, History

ଅପରାହ୍ନ ୩.୩୦ ରୁ ୬.୩୦ ମଧ୍ୟରେ ରଥ ଟଣା କାର୍ଯ୍ୟ ଶେଷ ହେବ । ପ୍ରଶାସନ, ପୁଲିସ ଓ ସେବାୟତ ଏହି ରଥଟଣା କାର୍ଯ୍ୟ ସଂପନ୍ନ କରିବେ । ରଥଟଣା କାର୍ଯ୍ୟରେ ନିୟୋଜିତ ସେବାୟତମାନଙ୍କୁ ସ୍ବତନ୍ତ୍ର ପରିଚୟ ପତ୍ର ବ୍ୟବସ୍ଥା କରାଯାଉଛି ।  ଏପରିକି ମନ୍ଦିର ପରିସରରେ ୯ ଦିନ ବ୍ୟାପୀ ୧୪୪ ଧାରା ଲାଗୁ ହେବ । ରଥଯାତ୍ରାବେଳେ ମନ୍ଦିର ଚତୁଃପାର୍ଶ୍ବରେ ଥିବା ଦୋକାନ ବନ୍ଦ ରହିବ । ମା’ ବିରଜାଙ୍କ ପାଦ ଦର୍ଶନ ଚଳିତ ବର୍ଷ ବନ୍ଦ ରହିବା ସହ ଜନସାଧାରଣଙ୍କ ସହଯୋଗ ଲୋଡିଛି ଜିଲ୍ଲା ପ୍ରଶାସନ ।

ଦକ୍ଷିଣ ଓଡିଶାରେ ତୁହାକୁ ତୁହା ବର୍ଷା, ଭିଜୁଛି ଗଞ୍ଜାମ-ଗଜପତି

ଜନସନ ଆଣ୍ଡ୍ ଜନସନ କମ୍ପାନୀ ଟିକା ପରୀକ୍ଷଣରେ ଲଗାଇଲା ରୋକ, ପରୀକ୍ଷଣରେ ଭାଗନେଇଥିବା ସ୍ୱେଚ୍ଛାସେବୀଙ୍କୁ ହେଲା ଅଜଣା ରୋଗ

ନୂଆଦିଲ୍ଲୀ: କରୋନା ଟିକାକୁ ଆଶା କରିବସିଥିବା ଲୋକଙ୍କୁ ଝଟକା । ଜନସନ୍ ଆଣ୍ଡ ଜନସନ୍‌ ପକ୍ଷରୁ କରୋନା ଟିକା ପରୀକ୍ଷଣ ସାମୟିକ ସମୟ ପାଇଁ ବନ୍ଦ ରଖାଯାଇଛି । ଜଣେ ପରୀକ୍ଷଣରେ ଭାଗନେଇଥିବା ସ୍ୱେଚ୍ଛାସେବୀ ଅସୁସ୍ଥ ହେବା ପରେ କ୍ଲିନିକାଲ୍ ଟ୍ରାଏଲ୍‌ ଉପରେ ସାମୟିକ ରୋକ୍ ଲଗାଯାଇଛି । ଅସୁସ୍ଥତା ସଂପର୍କରେ ସ୍ୱତନ୍ତ୍ର ଡାଟା ଓ ସେଫ୍‌ଟି ମନିଟରିଂ ବୋର୍ଡ ପକ୍ଷରୁ ସମୀକ୍ଷା କରାଯାଉଛି ।

Chinese Company Says Coronavirus Vaccine Ready By Early 2021

କମ୍ପାନୀର କ୍ଲିନିକାଲ୍ ଓ ସୁରକ୍ଷା ଚିକିତ୍ସକ ମଧ୍ୟ ଏହା ଉପରେ ନଜର ରଖିଛନ୍ତି । ତେବେ ବଡ଼ଧରଣର ଟିକା ପରୀକ୍ଷଣରେ ଏଭଳି ରୋକ୍ ସାଧାରଣ ବୋଲି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍ ପକ୍ଷରୁ କୁହାଯାଇଛି ।  ପରୀକ୍ଷଣରେ ଭାଗନେଇଥିବା ସ୍ୱେଚ୍ଛାସେବୀ ଅସୁସ୍ଥ ହେବାରୁ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ବନ୍ଦ ରହିଛି । ଯଦିଓ ସ୍ୱେଚ୍ଛାସେବୀଙ୍କ ଅସୁସ୍ଥତାର କାରଣ ସ୍ପଷ୍ଟ ହୋଇପାରିନାହିଁ । ଗତ ମାସ ବ୍ରିଟେନ୍‌ରେ ଟିକା ପରୀକ୍ଷଣ ବେଳେ ଜଣେ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିବାରୁ ଆଷ୍ଟ୍ରାଜେନେକା ପକ୍ଷରୁ ଟ୍ରାଏଲ୍‌ ଉପରେ ରୋକ୍ ଲଗାଯାଇଥିଲା ।

ୟୁକେ, ବ୍ରାଜିଲ୍, ଦକ୍ଷିଣ ଆଫ୍ରିକା ଓ ଭାରତରେ ଟିକା ପରୀକ୍ଷଣ ପୁଣି ଆରମ୍ଭ ହୋଇଛି । ତେବେ ଆମେରିକାରେ ଏପର୍ଯ୍ୟନ୍ତ ଟ୍ରାଏଲ୍ ଆରମ୍ଭ ହୋଇନି । ଗତମାସ ଜନ୍‌ସନ୍ ଆଣ୍ଡ ଜନ୍‌ସନ୍ ଭ୍ୟାକସିନ୍ ପରୀକ୍ଷଣ ବେଳେ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସକ୍ଷମ ବୋଲି ଜଣାପଡିଥିଲା । ଏହାପରେ କମ୍ପାନୀ ପକ୍ଷରୁ ପ୍ରାୟ ୬୦ ହଜାର ଲୋକଙ୍କ ଉପରେ ଭ୍ୟାକସିନ୍‌ର ହ୍ୟୁମାନ୍ ଟ୍ରାଏଲ କରାଯାଇଥିଲା । ଏହାର ଫଳାଫଳ ଆସନ୍ତାବର୍ଷ ଆରମ୍ଭରୁ ଆସିବ ବୋଲି ଆଶା କରାଯାଉଛି ।

ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁଲା ଡିପ୍ ଡିପ୍ରେସନ୍: ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

0

ଭୁବନେଶ୍ୱର: ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁଲା ଡିପ୍ ଡିପ୍ରେସନ । ଆନ୍ଧ୍ରପ୍ରଦେଶ କାକିନାଡା ନିକଟରେ ଗଭୀର ଅବପାତ ଛୁଇଁଥିବା ସୂଚନା ମିଳିଛି। ସକାଳ ସାଢେ ୬ରୁ ସାଢେ ୭ ମଧ୍ୟରେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଗଭୀର ଅବପାତ ଅତିକ୍ରମ କରିଥିବା ସୂଚନା ମିଳିଛି ।

ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ରାଜ୍ୟର ଦକ୍ଷିଣ-ପୂର୍ବ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏହା ସହ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ରାୟଗଡା, ମାଲକାନଗିରି, କେରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି ।

ଦକ୍ଷିଣ ଓଡିଶାରେ ତୁହାକୁ ତୁହା ବର୍ଷା, ଭିଜୁଛି ଗଞ୍ଜାମ-ଗଜପତି

ସୁଶାନ୍ତ ସିଂ ରାଜପୁତ ମାମଲା: କରଣ ଜୋହର ଏବଂ ଏକତା କପୁରଙ୍କ ସହ ଏହି ୭ଜଣ ସେଲିବ୍ରିଟିଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ୍

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ, ବିହାରର ମୁଜାଫରପୁର କୋର୍ଟ ସଞ୍ଜୟ ଲୀଲା ଭନସାଲୀ, କରଣ ଜୋହର, ସାଜିଦ ନାଡ଼ିଆୱାଲା, ଭୂଷଣ କୁମାର, ଏକତା କପୁର, ଦିନେଶ ବିଜୟ ଏବଂ ଆଦିତ୍ୟ ଚୋପ୍ରାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ କରିଥିବା ଓକିଲ ସୁଧୀର ଓଝା ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସମସ୍ତଙ୍କୁ ଦାୟୀ କରିଛନ୍ତି।

ଘଟଣାକୁ ନେଇ ବିଚାରପତି ରାକେଶ ମାଲଭିଆ ଏହି ସାତଜଣ ସେଲିବ୍ରିଟିଙ୍କ ବିରୋଧରେ ନୋଟିସ୍ ଜାରି କରିଛନ୍ତି ଏବଂ ଅକ୍ଟୋବର ୨୧ରେ ସକାଳ ସାଢେ ୧୦ଟାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତେ ନିଜେ କିମ୍ବା ଓକିଲଙ୍କ ମାଧ୍ୟମରେ କୋର୍ଟରେ ହାଜର ହୋଇ ସେମାନଙ୍କର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏହି ଆଦେଶ ପାଳନ ନହୁଏ, ତେବେ ଏକପାଖିଆ ଶୁଣାଣି ହୋଇ ଆଦେଶ ଦିଆଯିବାକୁ ଚେତାବନୀ ମଧ୍ୟ ଦିଆଯାଇଛି। କୋର୍ଟରେ ଶୁଣାଣି ସମୟରେ ଓକିଲ ସୁଧୀର କୁମାର ଓଝା କହିଛନ୍ତି ଯେ, ସମସ୍ତ ଅଭିଯୁକ୍ତଙ୍କ ଓକିଲମାନଙ୍କ ଉପସ୍ଥିତି ପରେ ହିଁ ଏହି ମାମଲା ଆଗକୁ ବଢିପାରିବ । ଏହାପୂର୍ବରୁ ଯେତେବେଳେ ଅକ୍ଟୋବର ୭ ରେ ଶୁଣାଣି ହୋଇଥିଲା ସେତେବେଳେ ସଲମାନ ଖାନଙ୍କ ଓକିଲ ସାକେଟ ତିୱାରୀ କୋର୍ଟରେ ହାଜର ହୋଇଥିଲେ।

କଣ ଥିଲା ପୂରା ଘଟଣା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଅଭିଯୋଗକାରୀ ଓକିଲ ସୁଧୀର କୁମାର ଓଝା ଜୁନ୍ ୧୭ରେ କୋର୍ଟରେ ଅଭିଯୋଗ କରିଥିଲେ। ଏଥିରେ ସେମାନେ ସୁଶାନ୍ତଙ୍କୁ ହଇରାଣ କରିବା ସହ ଆତ୍ମହତ୍ୟା କରିବାକୁ ଉସକାଇଥିବାର ଅଭିଯୋଗ କରିଛନ୍ତି। ଜୁଲାଇ ୮ ରେ, ସିଜେଏମ୍ କୋର୍ଟ ଏହି ଅଭିଯୋଗକୁ ଖାରଜ କରିଥିଲେ। ଏହି ଆଦେଶ ବିରୋଧରେ ଓଝା ସଲମାନ ଖାନ ଏବଂ କରଣ ଜୋହରଙ୍କ ସମେତ ଆଠ ଜଣ ସେଲିବ୍ରିଟିଙ୍କ ବିରୋଧରେ ଅଗଷ୍ଟ ୧୪ରେ କୋର୍ଟରେ ଆଉ ଏକ ପିଟିସନ ଦାଖଲ କରିଥିଲେ ।

ସୂଚନାଯୋଗ୍ୟ, ଜୁନ ୧୪ ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବାସଭବନରୁ ମିଳିଥିଲା। ଏହାପୂର୍ବରୁ ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତ କରିଥିଲା। ଏହା ପରେ ଏହାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ସିବିଆଇ ବ୍ୟତୀତ ଏନସିବି ଏବଂ ଇଡି ମଧ୍ୟ ଏହି ମାମଲାର ଗଭୀର ଅନୁସନ୍ଧାନ କରୁଛନ୍ତି।

ସୌରମଣ୍ଡଳରେ ଘଟିବ ଏମିତି ଅଦ୍ଭୁତ ପୂର୍ଣ୍ଣ ଘଟଣା, ଆପଣ ଦେଖିପାରିବେ ଏହି ବିରଳ ଦୃଶ୍ୟ

ନୂଆଦିଲ୍ଲୀ: ମଙ୍ଗଳବାର ଅର୍ଥାତ୍ ଆଜି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିବ ଏବଂ ସୌରମଣ୍ଡଳରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିବ । ମଙ୍ଗଳବାରରେ ମଙ୍ଗଳ ଗ୍ରହ ପୃଥିବୀର ନିକଟତମ ହେବ  । ଏବଂ ତାର ଉଜ୍ଜ୍ୱଳ କମଳା ରଙ୍ଗରେ ଚମକୁ ଥିବାର ଦେଖିବାକୁ ମିଳିବ । ଜ୍ୟୋତିଷ ଶାସ୍ତ୍ର ଅନୁସନ୍ଧାନକାରୀ ତଥା ଜ୍ୟୋତିଷ ବିଜ୍ଞାନ ଅନୁସନ୍ଧାନ ପୁସ୍ତକର ଲେଖକ ଗୁରୁମିତ ବେଦୀ କହିଛନ୍ତି ଯେ, ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଦିନ ମଙ୍ଗଳ ସୂର୍ଯ୍ୟଙ୍କ ବିପରୀତ ହେବ ଏବଂ ପୃଥିବୀ, ମଙ୍ଗଳ ଏବଂ ସୂର୍ଯ୍ୟ ମଧ୍ୟରେ ଅବସ୍ଥିତ ହେବ ।

ଏହାସହ ପୃଥିବୀ ଏବଂ ସୂର୍ଯ୍ୟ ସହିତ ମଙ୍ଗଳ ଏକ ସମାନ୍ତରଳ ଭାବେ ରହିବ । ଗୁରୁମିତ ବେଦୀଙ୍କ ଅନୁଯାୟୀ, ଯେଉଁମାନେ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟକୁ ଦେଖିବାରୁ ବଞ୍ଚିତ ରହିବେ, ସେମାନଙ୍କୁ ଆଉ ୧୫ବର୍ଷ ଅପେକ୍ଷା କରିବାକୁ ପଡିବ ଏବଂ ଏ ଦୃଶ୍ୟ ପୁଣି ୧୧ ସେପ୍ଟେମ୍ବର ୨୦୩୫ରେ ଦେଖାଯିବ । ମଙ୍ଗଳବାର ଦିନ ଆପଣ ନିଜ ଆଖିରେ ମଙ୍ଗଳ ଗ୍ରହକୁ ଦେଖିପାରିବେ । ଗୁରୁମିତ ବେଦୀ କହିଛନ୍ତି ଯେ, ସବୁଠାରୁ ଚମତ୍କାର ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ହେବ ଯେତେବେଳେ ମଙ୍ଗଳବାର ସନ୍ଧ୍ୟାରେ ପଶ୍ଚିମ ଦିଗରେ ସୂର୍ଯ୍ୟ ଅସ୍ତ ହେବ, ଏବଂ ମଙ୍ଗଳ ପୂର୍ବରେ ଉଦୟ ହେବ।

ଗୁରୁମିତ ବେଦୀଙ୍କ ଅନୁଯାୟୀ, ବୈଜ୍ଞାନିକ ଭାଷାରେ ଏହି ଘଟଣାକୁ ମାର୍ସ ଆଟ ଅପୋଜିସନ କୁହାଯାଇଥାଏ । ଜ୍ୟୋତିର୍ବିଜ୍ଞାନ  ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ, ପୃଥିବୀ ଏବଂ ମଙ୍ଗଳ ଗ୍ରହର ତିନୋଟି ଗ୍ରହର ଏକ ସରଳ ରେଖାରେ ରହିବା ଏକ ଅଦ୍ଭୁତ ଘଟଣା । ମଙ୍ଗଳ ମଧ୍ୟରାତ୍ରି ପର୍ଯ୍ୟନ୍ତ ଦକ୍ଷିଣ ଦିଗକୁ ଗତି କରିବ ଏବଂ ଯଦି ଆପଣଙ୍କର ଟେଲିସ୍କୋପ ଅଛି ତେବେ ଆପଣ ଏହି ବିରଳ ଦୃଶ୍ୟର ସାମାନ୍ୟ ଝଲକ ପାଇପାରିବେ ।

ହାଥରସ୍ ଲଜ୍ଜା: ପୋଲିସ ଓ ପ୍ରଶାସନର ଭୂମିକାକୁ କୋର୍ଟଙ୍କ ନିନ୍ଦା: ନଭେମ୍ୱର ୨ରେ ପରବର୍ତ୍ତୀ ଶୁଣାଣି

ଲକ୍ଷ୍ମୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ଆହ୍ଲାବାଦ ହାଇକୋର୍ଟରେ ଆରମ୍ଭ ହୋଇଛି ପ୍ରାଥମିକ ଶୁଣାଣି। ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଶୁଣାଣି ହୋଇଥିଲା । ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରଶାସନ ଓ ପୋଲିସର ଆଚରଣକୁ ନିନ୍ଦା କରିଛନ୍ତି ।

Hathras rape case next hearing will be held on 2 November in Allahabad High Court - News Nation

ହାଇକୋର୍ଟ ପୀଡିତାଙ୍କ ପରିବାର ଓ ସରକାରଙ୍କ ପକ୍ଷରୁ ବୟାନ ଶୁଣିଥିଲେ । ବିନା ଅନୁମତିରେ ଶବ ଦାହ କରାଯାଇଥିବା ଅଭିଯୋଗ କରିବା ସହ ସୁରକ୍ଷା ଓ ତଦନ୍ତର ଦିଗ ନେଇ ପ୍ରଶ୍ନ ଉଠାଇଥିଲେ ପରିବାର ସଦସ୍ୟ । ଏପରିକି ପୋଡା ଯାଇଥିବା ଶବ କାହାର ସେମାନେ ଜାଣି ନଥିବା କହିଥିଲେ । ସୁରକ୍ଷା ଦୃଷ୍ଟିରୁ ମାମଲାକୁ ଉତ୍ତରପ୍ରଦେଶରେ ପରିଚାଳନା ନକରି ଅନ୍ୟ କେଉଁ କୋର୍ଟରେ କରିବାକୁ ଜଜଙ୍କୁ ଅନୁରୋଧ କରିଥିଲେ ପୀଡିତାଙ୍କ ପରିବାର ପକ୍ଷରୁ ଲଢୁଥିବା ଓକିଲ ସୀମା ଖୁସଓ୍ବା। ସମସ୍ତ ବିଷୟରେ ଅବଗତ ହେବାପରେ ଆଗାମୀ ଶୁଣାଣି ନଭେମ୍ବର ୨ ତାରିଖକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

ନିଜ ଝିଅର ଶବ ସତ୍କାର କ’ଣ ଏପରି କରିଥାଅନ୍ତ କି ବୋଲି ହାଇକୋର୍ଟଙ୍କ ଏଡିଜିଙ୍କୁ ପ୍ରଶ୍ନ, ଶବ ପୋଡିବା କଥା କୋର୍ଟରେ ମାନିଲେ ଜିଲାପାଳ

ଗଞ୍ଜାମରେ ଜନ ସମାଗମ୍ ବିହୀନ ଦୁର୍ଗାପୂଜାକୁ ଜିଲ୍ଲାପାଳଙ୍କ ଗୁରୁତ୍ୱ

0

ଭୁବନେଶ୍ୱର: ଗଞ୍ଜାମରେ ଜନ ସମାଗମ ବିହୀନ ଦୂର୍ଗାପୂଜା ପାଳନକୁ ଗୁରୁତ୍ୱ । ଜନ ସମାଗମ ବିହୀନ ଦୂର୍ଗାପୂଜା ପାଳନ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତ ପୂଜା କମିଟିକୁ ଅପିଲ କରିଛି । ଜିଲ୍ଲାରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଏଯାଏଁ ବିପଦମୁକ୍ତ ହୋଇନାହିଁ । ତେଣୁ ଜନସାଧାରଣ ଗହଳିପୂର୍ଣ୍ଣ ସ୍ଥାନକୁ ନଯାଇ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି । ପଞ୍ଚସୂତ୍ରୀ ନିୟମ ମାନିବାକୁ କହିଛି ଜିଲ୍ଲା ପ୍ରଶାସନ । ଦୂର୍ଗାପୂଜା ଛୁଟିରେ ଅଧିକାରୀ ଓ କର୍ମଚାରୀମାନେ ହେଡକ୍ୱାର୍ଟର ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

Bengalis of Berhampur organising Durga Puja for 82 years now | Odisha  Television Ltd.

ସୂଚନା ଯୋଗ୍ୟ ଯେ, ପୂର୍ବରୁ ପାର୍ବଣ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ଏସ୍‌ଆରସି ।  ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ସହିତ ସେପ୍ୱେମ୍ୱର, ଅକ୍ଟୋବର ଓ ନଭେମ୍ୱର ମାସରେ ପଡ଼ୁଥିବା ପୂଜା ପାଇଁ ଏସ୍‌ଆରସି ଗାଇଡଲାଇନ ଜାରି କରିଛନ୍ତି । ପୂଜା ମଣ୍ଡପ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି ନେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । କମିଶନରେଟ୍ ପୋଲିସ ଅଞ୍ଚଳରେ ପୋଲିସ  କମମିଶନର ଅନୁମତି ଦେବେ । ତେବେ ବିଭିନ୍ନ ପୂଜା ପାର୍ବଣରେ ଭଗବାନଙ୍କ ମୂର୍ତ୍ତି ଉଚ୍ଛତା ସର୍ବାଧିକ ୪ ଫୁଟ୍ ରହିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି । କେବଳ ସେତିକି ନୁହେଁ ମନ୍ଦିର ଚାରିପାଖ ବନ୍ଦ ରଖିବା ସହ ସାଧାରଣ ଲୋକଙ୍କ ପାଇଁ ଦର୍ଶନ ମଧ୍ୟ ବନ୍ଦ ରହିବ ବୋଲି ଏସ୍‌ଆରସିଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନରେ ଉଲ୍ଲେଖ ରହିଛି ।

ପୂଜା ମଣ୍ଡପ ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌, ୭ ଜଣରୁ ଅଧିକ ଏକାଠି ରହିବାକୁ ମନା

ଏହି ରାଶିର ବ୍ୟକ୍ତିମାନଙ୍କର ଆଜି ଦୂର ହେବ ଅର୍ଥ ସମସ୍ୟା

ଆଜିର ପଞ୍ଚାଙ୍ଗ:

୧୩ ଅକ୍ଟୋବର, ୨୦୨୦, ମଙ୍ଗଳବାର

୧୪୨୮ ସାଲ, ୧୯୪୨ଶକାବ୍ଦ, ୨୦୭୭ ସମ୍ବତ୍,

କନ୍ୟା ୨୮ ଦିନ, ଆଶ୍ୱିନ ମଳମାସ, କୃଷ୍ଣପକ୍ଷ, ଏକାଦଶୀ ତିଥି

ସୂର୍ଯ୍ୟ ରହିବେ କନ୍ୟା ରାଶିରେ, ଚନ୍ଦ୍ର ରହିବେ ସିଂହ ରାଶିରେ

ମଘା ନକ୍ଷତ୍ର

ଘାତଚନ୍ଦ୍ର- କର୍କଟ,ମକରରାଶି ପୁରୁଷଙ୍କର

ଯୋଗିନୀ ଆଗ୍ନେୟରେ ରହିବେ ଦିନ ୨ଟା ୩୯ ପରେ ନୈଋତକୁ ଯିବେ

ଆଜି ପୁଷ୍କର ଦୋଷ ୧ ପାଦ ରହିବ, ଦିନ ୨ଟା ୩୯ ପରେ ୨ ପାଦ ରହିବ

ପ୍ରତିକାର ପାଇଁ ଭୂମିଅନ୍ନ ଦାନ କରନ୍ତୁ

– ଶୁଭ ସମୟ –

ସକାଳ ୯ଟା ୩୦ ରୁ ଦିନ ଦିନ ୧୦ଟା ୨୨

ରାତି ୭ଟା ୫୦ ରୁ ରାତି ୧୧ଟା ୮ ମଧ୍ୟରେ

– ଅଶୁଭ ସମୟ –

ଦିନ ୨ଟା ୨୮ ରୁ ଦିନ ୩ଟା ୫୦ ମଧ୍ୟରେ

ଆଜି ନିମ୍ବ ଓ ପୋଇଶାଗ ଖାଇବେ ନାହିଁ

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – କର୍ମକ୍ଷେତ୍ରରେ ସମ୍ମାନ ସହିତ ଅର୍ଥଲାଭର ଯୋଗ ରହିଛି

ଦ୍ୱିଜା ନକ୍ଷତ୍ର – ଚକ୍ଷୁରେ କୌଣସି ପୀଡା ଅନୁଭବ କରିବେ, ସତର୍କ ରହିଥିବେ

କୃତ୍ତିକା ନକ୍ଷତ୍ର – ବନ୍ଧୁମାନଙ୍କ ସହ ସମୟ କାଟିବେ, କିଛି ସାହାଯ୍ୟ,ସହଯୋଗ ପାଇବେ

ଓସ୍ତଗଛ ମୂଳରେ ରାଶିଜଳ ଅର୍ପଣ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଦିନଟି ଖୁସିରେ କଟିବ, କେହି ଆପଣଙ୍କୁ ମିଠା ଉପହାର ଦେଇପାରନ୍ତି

ରୋହିଣି ନକ୍ଷତ୍ର – ଗୁପ୍ତଶତ୍ରୁମାନେ ଆଜି କୌଣସି ପ୍ରକାର ଷଡଯନ୍ତ୍ର କରିପାରନ୍ତି

ମୃଗଶିରା ନକ୍ଷତ୍ର – ପାରିବାରିକ ଅଶାନ୍ତି ଯୋଗୁ ମନ ଅଶାନ୍ତି ରହିବ

ପିମ୍ପୁଡିମାନଙ୍କ ଉଦ୍ଦେଶ୍ୟରେ ମିଶ୍ରି ଭୋଗ ଲଗାନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ଶରୀର ଅସୁସ୍ଥ ରହିପାରେ, ଦିନଟିକୁ ଜଗିରଖି ଚଳନ୍ତୁ

ଆର୍ଦ୍ରା ନକ୍ଷତ୍ର – ସ୍ୱାସ୍ଥ୍ୟରେ ଉନ୍ନତି ସହ ପରିବାରରେ ଖୁସିର ମାହୋଲ ରହିବ

ପୁନର୍ବସୁ- ଅର୍ଥ ସମସ୍ୟାକୁ ନେଇ ପରିବାରରେ ଝଗଡା ହୋଇପାରେ,

ହଳଦୀଚାଉଳ ଓ ୨ଟି ଗୁଜୁରାତି ମା’ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ଅଯଥା ଖର୍ଚ୍ଚ ଆପଣଙ୍କୁ ମାନସିକ ଅଶାନ୍ତି ଆଣିଦେବ

ପୁଷ୍ୟା ନକ୍ଷତ୍ର – ଅର୍ଥ ଲଗାନ୍ତୁ ଯେ କୌଣସି କ୍ଷେତ୍ରରେ ସଫଳ ହେବେ

ଅଶ୍ଲେଷା ନକ୍ଷତ୍ର – ଅର୍ଥ ଆଦାନ ପ୍ରଦାନକୁ ନେଇ ଠକାମିରେ ପଡିପାରନ୍ତି

ଜଳରେ କର୍ପୂର ମିଶାଇ ସ୍ନାନ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ପାରିବାରିକ କ୍ଷେତ୍ରରେ ବହୁତ ଭଲ ରହିବ, ଅର୍ଥ ସମସ୍ୟା ରହିବ ନାହିଁ

ପୂର୍ବାଫାଲଗୁନି ନକ୍ଷତ୍ର – କୌଣସି କଥାକୁ ନେଇ ବାପାଙ୍କ ସହ ମତାନ୍ତର ହୋଇପାରେ,ବାପାଙ୍କୁ ସମ୍ମାନ ଦିଅନ୍ତୁ

ଉତ୍ତରାଫାଲଗୁନୀ ନକ୍ଷତ୍ର – ଘରେ ଏବଂ ବାହାରେ ସମ୍ମାନ ଲାଭ କରିବେ, କୌଣସି କ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି

କିଛି ସୋରିଷ ନିଜ ଉପରେ ବୁଲାଇ ଦକ୍ଷିଣ ଦିଗକୁ ଫୋପାଡି ଦିଅନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର- ବିଦ୍ୟାର୍ଥୀମାନଙ୍କ ପାଇଁ  ଦିନଟି ଭଲ ରହିବ

ହସ୍ତା ନକ୍ଷତ୍ର – କେହି ଲୋକ ଆପଣଙ୍କର କ୍ଷତି କରିପାରନ୍ତି, ମନରେ ଅଶାନ୍ତି ରହିବ

ଚିତ୍ରା ନକ୍ଷତ୍ର – ସାମାନ୍ୟ କଥାକୁ ନେଇ ଯୁକ୍ତିତର୍କ ହୋଇପାରେ, ଶାନ୍ତ ଭାବରେ କାମ କରନ୍ତୁ

ଦେବୀ ପାର୍ବତୀଙ୍କ ମନ୍ଦିରରେ କର୍ପୂର ଜାଳନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଅର୍ଥହାନୀ ସହିତ ବନ୍ଧୁମାନେ ଅସହଯୋଗ କରିବେ

ସ୍ୱାତୀ ନକ୍ଷତ୍ର – ପରିବାରରେ ଶାନ୍ତି ରହିବା ସହ ମନ ଖୁସି ରହିବ

ବିଶାଖା ନକ୍ଷତ୍ର – କୌଣସି ବନ୍ଧୁଙ୍କ ପାଇଁ ଅସୁବିଧାରେ ପଡିପାରନ୍ତି, ସତର୍କ ରହିବେ

ଅସହାୟ ଲୋକକୁ ଖାଦ୍ୟ ଦିଅନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – ଅଯଥା ଭ୍ରମଣ କରନ୍ତୁ ନାହିଁ, କଷ୍ଟ ପାଇପାରନ୍ତି

ଅନୁରାଧା ନକ୍ଷତ୍ର – ନୂତନ କାର୍ଯ୍ୟ ହାତକୁ ନେଇ ପ୍ରଶଂସା ପାଇବେ

ଜ୍ୟେଷ୍ଠା ନକ୍ଷତ୍ର – ଅଧିକ ପରିଶ୍ରମ ଯୋଗୁ ଶରୀର ଅସୁସ୍ଥ ରହିପାରେ

କୋଳଥ ଡାଲି ଗାଈକୁ ଦେବା ସହ  ନିଜେ ବ୍ୟବହାର କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – ଦିନଟି ବ୍ୟୟ ବହୁଳ ରହିବ, ପରିବାର ଓ କର୍ମକ୍ଷେତ୍ରରେ ଶାନ୍ତି ରହିବ

ପୂର୍ବାଷାଢା ନକ୍ଷତ୍ର – ରୋଜଗାର ସହ ଖର୍ଚ୍ଚ ସମାନ ରହିବ, ଚିନ୍ତାରେ ରହିବେ

ଉତ୍ତରାଷାଢା ନକ୍ଷତ୍ର – ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ, କିଛି ପରିବର୍ତ୍ତନ ଆସିପାରେ

ଚମ୍ପାଫୁଲ,ବେଲପତ୍ର ମହୁ ମହାଦେବଙ୍କୁ ଅର୍ପଣ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ବନ୍ଧୁ ମିଳନ ସହିତ ଅସୁସ୍ଥ ଅନୁଭବ କରିବେ

ଶ୍ରବଣା ନକ୍ଷତ୍ର – ଋଣ ପରିଶୋଧ କରିବାର ଯୋଗ ରହିଛି

ଧନିଷ୍ଠା ନକ୍ଷତ୍ର – ଦୁର୍ଘଟଣା ଯୋଗ ରହିଛି ସତର୍କ ରୁହନ୍ତୁ

ସ୍ନାନଜଳରେ କିଛି ପିତା ଅଂଶ ବ୍ୟବହାର କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – କର୍ମକ୍ଷେତ୍ରରେ ଚିନ୍ତା ରହିବ,ପରିଶ୍ରମର ଫଳ ମିଳିବ ନାହିଁ

ଶତଭିଷା ନକ୍ଷତ୍ର – କର୍ମକ୍ଷେତ୍ରରେ ଉନ୍ନତି ହେବ, ପରିବାରରେ ଖୁସି ରହିବ

ପୂର୍ବଭାଦ୍ର ନକ୍ଷତ୍ର – ଅନ୍ୟମାନେ ଷଡଯନ୍ତ୍ର କରିପାରନ୍ତି, ଜଗି ରଖି ଚଳନ୍ତୁ

କିଛି ଦହି ଓସ୍ତଗଛମୂଳରେ ଢାଳି ଦିଅନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ବନ୍ଧୁମାନଙ୍କ ସହ ମତାନ୍ତର ହୋଇପାରେ

ଉତ୍ତରଭାଦ୍ର ନକ୍ଷତ୍ର – ସବୁ କ୍ଷେତ୍ରରେ ଦିନଟି ଭଲ ରହିବ

ରେବତୀ ନକ୍ଷତ୍ର – ଶାରିରୀକ ଅସୁସ୍ଥତା ଅନୁଭ କରିବେ, ନିଜ ପ୍ରତି ଧ୍ୟାନ ଦିଅନ୍ତୁ

କୃଷ୍ଣଚୁଡା ଗଛ ମୂଳରେ କର୍ପୂର ଜଳେଇ ଦିଅନ୍ତୁ

 

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର

ଯୋଗାଯୋଗ- 8456014477

ଅବପାତର ରୂପ ନେଇଛି ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

0

ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ରାଜ୍ୟର ଦକ୍ଷିଣ-ପୂର୍ବ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏହା ସହ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ରାୟଗଡା, ମାଲକାନଗିରି, କେରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି । ତେବେ ଓଡିଶା ପ୍ରତି ଏତେଟା ବିପଦ ନାହିଁ । ତେବେ ଦକ୍ଷିଣ ଓଡିଶାରେ ବର୍ଷା ଓ ଆଂଶିକ ପବନ ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସୁପାରି କିଲରର ଫେସବୁକ ଷ୍ଟାଟସ : ବାକିଙ୍କୁ ଲଭ୍ ଲେଟର ମିଳେ, ଆମ ପାଇଁ FIR ଲେଖାଯାଏ