ଭୁବନେଶ୍ୱର: ରାଜ୍ୟରେ ନିଶା କାରବାର ରୋକିବାକୁ ପୋଲିସର ବ୍ୟାପକ ପଦକ୍ଷେପ । ଚଳିତ ବର୍ଷ ୧ହଜାର ୫୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ପୋଲିସ ଡିଜି ଅଭୟ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି । ଏବର୍ଷ କୋରାପୁଟ ଜିଲ୍ଲାରେ ସର୍ବାଧିକ ଗଞ୍ଜେଇ ଜବତ ହୋଇଛି । ଡ୍ରଗ୍ସ ଚୋରାଚାଲାଣ ନେଇ ଗତକାଲି ୫ ପଡ଼ୋଶୀ ରାଜ୍ୟ ଡିଜିପିଙ୍କ ସହ ଆଲୋଚନା ହୋଇଛି । ସମସ୍ତେ ସମସ୍ତଙ୍କ ସହ ତଥ୍ୟ ଆଦାନ ପ୍ରଦାନ ପାଇଁ ରାଜି ହୋଇଛନ୍ତି । ସବୁ ରାଜ୍ୟ ଜଣେ ଜଣେ ନୋଡାଲ୍ ଅଫିସରଙ୍କୁ କୋଅର୍ଡିନେଟର୍ ଭାବେ ନିଯୁକ୍ତ କରିବାକୁ ସହମତି ପ୍ରକାଶ ପାଇଛି । ସାଟେଲାଇଟ୍ ମ୍ୟାପିଂ ପ୍ରସଙ୍ଗରେ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ସହିତ ରାଜ୍ୟ ପୋଲିସ ବିଭାଗ ଯୋଗସୂତ୍ର ରକ୍ଷା କରୁଛନ୍ତି । ତିନୋଟି ଦିଗ ଉପରେ ପୋଲିସ ଗୁରୁତ୍ବ ଦେଇଛି । ଆର୍ଥିକ କାରବାର, ସଂଗଠିତ ଅପରାଧ ଓ ଷଡ଼ଯନ୍ତ୍ର ସୂତ୍ରଧରଙ୍କୁ ଧରି ତଦନ୍ତ ପ୍ରକ୍ରିୟାକୁ ତ୍ୱରିତ କରିବା ଉପରେ ଡିଜିପି ଗୁରୁତ୍ୱ ଦେଇଛନ୍ତି । ଗଞ୍ଜେଇ ଚାଷ ବନ୍ଦ ପାଇଁ ନୂଆ ରଣନୀତିରେ କାମ ହେଉଛି । ଗୁଇନ୍ଦା ସଫଳତା ଯୋଗୁଁ ଅଧିକ ଗଞ୍ଜେଇ ଜବତ ହୋଇଛି । NCBର ସହାୟତା ମିଳିଲେ ରଣନୀତି ସଫଳ ହେବ ବୋଲି ପୋଲିସ ଡିଜି କହିଛନ୍ତି ।
ମାଆ ହେବେ ଅମ୍ରିତା ! ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ
ନୂଆଦିଲ୍ଲୀ: ଫିଲ୍ମ ବିବାହରୁ ନିଜର ଚମତ୍କାର ଅଭିନୟ ପାଇଁ ପରିଚୟ ଲାଭ କରିଥିବା ଅଭିନେତ୍ରୀ ଅମ୍ରିତା ରାଓ ମାଆ ହେବାକୁ ଯାଉଛନ୍ତି । ଅମୃତା ଏବଂ ତାଙ୍କ ସ୍ୱାମୀ ଆରଜେ ଅନମୋଲଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଠି ଅମ୍ରିତା ଗର୍ଭବତୀ ଥିବା ଜଣାପଡୁଛି । ଏହି ଭାଇରାଲ ଫଟୋ ପରେ ତାଙ୍କ ପ୍ରେଗନାନ୍ସି ଖବର ଇଣ୍ଟରନେଟରେ ଛାଇ ଯାଇଛି ।

ଫଟୋରେ ଅମ୍ରିତା ଏବଂ ତାଙ୍କ ସ୍ୱାମୀ ଏକ ବିଲଡିଂ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି । ଅମ୍ରିତା ଏକ ଧଳା ଡ୍ରେସ ବିନ୍ଧିଥିବାବେଳେ ସେ ପ୍ରେଗନେଣ୍ଟ ଥିବା ଦେଖିବାକୁ ମିଳିଛି ।

ଅବଶ୍ୟ ଦୁହେଁ ଏଯାବତ ପ୍ରେଗନେନ୍ସିର ଖବରକୁ ସେୟାର କରିନାହାନ୍ତି । ଅମ୍ରିତା ଓ ଅନମୋଲ ପ୍ରାରମ୍ଭରୁ ହିଁ ନିଜ ବ୍ୟକ୍ତିଗତ ଜୀବନକୁ ଖୁବ ପ୍ରାଇବଭେଟ ରଖିବାକୁ ପସନ୍ଦ କରନ୍ତି ।

ଅମ୍ରିତା ଓ ଅନମୋଲ ୨୦୧୬ ମସିହାରେ ବିବାହ କରିଥିଲେ । ତାଙ୍କ ବିବାହରେ କେବଳ ପରିବାର ଲୋକ ସହ ନକିଛି ବନ୍ଧୁ ସାମିଲ ହୋଇଥିଲେ । ଦୁହେଁ ବିବାହ କରିବା ପୂର୍ବରୁ ୭ ବର୍ଷ ଧରି ପରସ୍ପରକୁ ଡେଟ୍ କରିଥିଲେ ।

ଅମ୍ରିତା ରାଓ ୨୦୦୨ରେ ଅଲିଶ ଚିନାୟଙ୍କ ଗୀତ ‘ୱୋ ପ୍ୟାର ମେରା’ ରେ କାମ କରିଥିଲେ । ସେହି ଭିଡିଓକୁ ଖୁବ ପସନ୍ଦ କରାଯାଇଥିଲା । ଅମ୍ରିତା ଏହି ଭିଡିଓ ପରେ ୨୦୦୨ରେ ଚଳଚିତ୍ର ‘ଅବ କେ ବରଷ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଫିଲ୍ମଟି ହିଟ ତ ହୋଇନଥିଲା କିନ୍ତୁ ଫିଲ୍ମରେ ଅମ୍ରିତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

ଏହି ଫିଲ୍ମ ପରେ ଅମ୍ରିତା ସାହିଦ କପୁରଙ୍କ ସହ ‘ଇଷ୍କ ଭିଷ୍କ’ ଚଳତିତ୍ରରେ ନଜର ଅସିଥିଲେ । ସାହିଦ ଓ ଅମ୍ରିତାଙ୍କ ଯୋଡ଼ି ଦର୍ଶକଙ୍କ ମଧ୍ୟରେ ଖୁବ ଫେମସ ହୋଇଯାଇଥିଲା । ଏହି ପିଲ୍ମର କିଛି ବର୍ଷ ପରେ ରାଜଶ୍ରୀ ବ୍ୟାନରରେ ଦୁହିଁଙ୍କୁ ବିବାହ ଫିଲ୍ମରେ କାଷ୍ଟ କରାଯାଇଥିଲା ।

ଫିଲ୍ମ ବିବାହକୁ ଆଜିବି ବଲିଉଡରେ ପାରମ୍ପରିକ ଫିଲ୍ମ ରୂପେ ଦେଖାଯାଏ, ଯାହାକୁ ପୁରା ପରିବାର ସହ ବସି ଦେଖାଯାଇପାରିବ । ଫିଲ୍ମଟିକୁ ଦର୍ଶକଙ୍କର ଖୁବ ଭଲ ରେସପନ୍ସ ମିଳିଥିଲା ।

ବିବାର ବ୍ୟତୀତ ଅମ୍ରିତା ଚଳଚିତ୍ର ମେଁ ହୁଁ ନା, ସତ୍ୟାଗ୍ରହ, ମସ୍ତୀ, ୱା ଲାଇଭ ହୋ ତୋ ଏସି, ପ୍ୟାରେ ମୋହନ, ୱେଲକମ ଟୁ ସଜ୍ଜନପୁର, ଭିକଟ୍ରି, ଲାଇଭ ପାର୍ଟନର, ଜଲି ଏଲଏଲବି, ସିଂହ ସାହେବ ଦି ଗ୍ରେଟ୍ ଏବଂ ଆର୍ଯ୍ୟ ଭଳି ଫିଲ୍ମରେ କାମ କରିଛନ୍ତି ।
କେନ୍ଦୁଝରରେ କଙ୍ଗାରୁ କୋର୍ଟ: ଛେଳି ଚୋରି ଅଭିଯୋଗରେ ଯୁବକଙ୍କୁ ଟ୍ରାଫିକ୍ ପୋଷ୍ଟରେ ବାନ୍ଧି ପିଟିଲେ
କେନ୍ଦୁଝର: ତୁରୁମୁଙ୍ଗାରେ କଙ୍ଗାରୁ କୋର୍ଟ । ଛେଳି ଚୋରି ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଟ୍ରାଫିକ ପୋଷ୍ଟରେ ବାନ୍ଧି ମାଡ଼ ମାରିଲେ ଲୋକ । ବିଳମ୍ବିତ ରାତିରେ ତୁରୁମୁଙ୍ଗା ଥାନା କାଶୀପୁର ଗାଁରୁ ଛେଳି ଚୋରି କରିବାକୁ ଉଦ୍ୟମ କରୁଥିଲେ ଦୁଇ ଯୁବକ । ଗାଁ ଲୋକ ଜାଣିପାରି କେନ୍ଦେଇପଶି ଗାଁର ଟ୍ରାଫିକ୍ ପୋଷ୍ଟରେ ଦୁଇ ଜଣଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଛି । ଅନ୍ୟ ଦୁଇ ଜଣ ଯୁବକ ଫେରାର ହୋଇଯାଇଛନ୍ତି ।

୩ ଭଉଣୀଙ୍କ ଉପରେ ଏସିଡ୍ ଢାଳିଲେ ଦୁର୍ବୃତ୍ତ, ବିରୋଧି କହିଲେ ଯୋଗୀଙ୍କ ଶାସନରେ ଝିଅମାନଙ୍କର ବଞ୍ଚିବାର ଅଧିକାର ଅଛି ତ ?
ଗୋଣ୍ଡା: ଉତ୍ତରପ୍ରଦେଶର ଗୋଣ୍ଡାର ତିନି ଦଳିତ ଭଉଣୀଙ୍କ ଉପରେ ଏସିଡ୍ ମାଡ଼ । ଗତକାଲି ବିଳମ୍ବିତ ରାତିରେ ଏସିଡ୍ ପକାଇଛନ୍ତି ଦୁର୍ବୃତ୍ତ । ତିନି ଭଉଣୀ ନାବାଳିକା ଥିବା ବେଳେ ସମସ୍ତେ ସ୍ଥାନୀୟ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ, ଯେତେବେଳେ ତିନି ଭଉଣୀ ଘରେ ଶୋଇଥିବା ବେଳେ ହିଁ ସେମାନଙ୍କ ଉପରେ ଏସିଡ୍ ପକାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଭଉଣୀ ସାମାନ୍ୟ ଆହତ ହୋଇଥିବାବେଳେ ଜଣଙ୍କର ମୁହଁରେ ଏସିଡ୍ ପଡ଼ିଛି । ତେବେ ଏସିଡ୍ ଫିଙ୍ଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଘଟଣାଟି ହେଉଛି ଗୋଣ୍ଡାର ପରସପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ପାସ୍କା ପରସପୁରର । ଗୋଣ୍ଡାର ଏସପି ଶୈଲେଶ କୁମାର ପାଣ୍ଡେ କହିଛନ୍ତି ଯେ, ୩ଜଣ ନାବାଳିକାଙ୍କ ଉପରେ କେମିକାଲ ଆକ୍ରମଣ ହୋଇଛି ଏବଂ ବର୍ତ୍ତମାନ ସେହି କେମିକାଲର ଯାଞ୍ଚ କରାଯାଉଛି । ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ ପହଞ୍ଚିବା ସହ ପୋଲିସର ତଦନ୍ତ ଆରମ୍ଭ କରିଛି ।

ତିନି ଝିଅଙ୍କ ଉପରେ କେମିକାଲ ପକାଯାଇଥିବା ଏସପି ଶୈଲେଶ କୁମାର ପାଣ୍ଡେ କହିଛନ୍ତି । ବର୍ତ୍ତମାନ ତିନିଜଣଙ୍କ ଅବସ୍ଥା ଭଲ ଅଛି। ଗୋଟିଏ ଝିଅର ଶରୀର ୫ ରୁ ୭ ପ୍ରତିଶତ ଜଳି ଯାଇଛି । ଏବେ ଘଟଣାର କାରଣ ବିଷୟରେ କୌଣସି ସୂଚନା ମିଳିପାରିନାହିଁ । ତଥ୍ୟ ସଂଗ୍ରହ କରିବା ପରେ ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ । ତେବେ ଘଟଣାକ୍ରମକୁ ଦେଖିଲେ ଲାଗୁଛି ଯେ, କେହି ଜଣେ ସମ୍ପର୍କୀୟ ବ୍ୟକ୍ତି ହିଁ ଏସିଡ୍ ଆଟାକ୍ କରିଛି ।
ୟୁପି ସରକାରଙ୍କୁ ଟାର୍ଗେଟ କଲା ଆପ୍
ଏସିଡ୍ ଆକ୍ରମଣ ଉପରେ ଆମ୍ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂ କହିଛନ୍ତି ଯେ, ଆଦିତ୍ୟନାଥଙ୍କ ଶାସନରେ ଝିଅମାନଙ୍କର ବଞ୍ଚିବାର ଅଧିକାର ଅଛି ତ ? ଦୁଷ୍କର୍ମ ହେଉଛି , ତଣ୍ଟି ଚିପି ଫୋପାଡ଼ି ଦିଆଯାଉଛି, ଏସିଡ୍ ପକାଯାଉଛି, କିନ୍ତୁ ଆଦିତ୍ୟନାଥଙ୍କ ପୂରା ସରକାର ଝିଅମାନଙ୍କୁ ବଞ୍ଚାଇବା ପରିବର୍ତ୍ତେ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କୁ ବଞ୍ଚାଇବାରେ ଲାଗିଛି ।
ରାଜ୍ୟ ପାଇଁ ଆଶ୍ୱସ୍ତି: ହ୍ରାସ ପାଉଛି କରୋନା ସଂକ୍ରମଣ
ଭୁବନେଶ୍ୱର: କରୋନା ସଂକଟ ମଧ୍ୟରେ ରାଜ୍ୟ ପାଇଁ ଆଶ୍ୱସ୍ତି । ଗତ ୧୦ଦିନ ଧରି ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୧୦ଦିନରେ ପଜିଟିଭ ହାର ୮.୫୩%ରୁ ୬.୩୨%କୁ ହ୍ରାସ ପାଇଛି । ସେହିପରି ଦୈନିକ ସଂକ୍ରମଣ ମାମଲା ହାରାହାରି ୪ହଜାର ୧୪୨ରୁ କମି ୨ହଜାର ୮୩୩ରେ ପହଞ୍ଚିଛି । ରାଜ୍ୟର ୪ ପ୍ରମୁଖ ଜିଲ୍ଲାରେ ପଜିଟିଭ ହାର କମିଛି । ଗଂଜାମ, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ କରୋନା ସଂକ୍ରମଣ କମିଛି । ଆଗକୁ ମଧ୍ୟ ସଂକ୍ରମଣ ଆହୁରି କମିବ ବୋଲି ଆକଳନ କରାଯାଉଛି ।
22. Mayurbhanj: 110
23. Nawarangpur: 39
24. Nayagarh: 31
25. Nuapada: 69
26. Puri: 71
27. Rayagada: 33
28. Sambalpur: 56
29. Sonepur: 50
30. Sundargarh: 150
31. State Pool: 67New Recoveries: 2577
Cumulative Tested: 3836825
Positive: 256937
Recovered: 230192
Active Cases: 25635— I & PR Department, Odisha (@IPR_Odisha) October 13, 2020
ଶରତ ଋତୁରେ ମନ କିଣୁଛି ଗୋଲାପି କାଶତଣ୍ଡୀ
ଭୁବନେଶ୍ୱର: ପ୍ରକୃତିର ଏକ ମନରୋମ ଦୃଶ୍ୟ କାଶତଣ୍ଡି । ଶରତ ଋତୁରେ କାଶତଣ୍ଡିରେ ହସି ଉଠେ ପୃଥିବୀ । ଏହାର ମନଲୋଭା ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆନମନା କରେ । ରାସ୍ତା କଡ଼ରୁ ଆରମ୍ଭ କରି ନଦୀପଠା ପର୍ଯ୍ୟନ୍ତ ଚାରିଆଡ଼େ କାଶତଣ୍ଡିର ସମ୍ଭାର । ମୃଦୁ ପବନର ଛୁଆଁରେ ଲହରେଇ ଲହରେଇ ନାଚିଯାଏ, ଆଉ ତାକୁ ଦେଖିବାମାତ୍ରେ ମନରେ ଖେଳିଯାଏ ଅପାର ପୁଲକ । ଧରା କୋଳରେ କାଶତଣ୍ଡିକୁ ଦେଖି ରାସ୍ତାରେ ଯାଉଥିବା ବାଟୋଇ ମଧ୍ୟ କିଛିକ୍ଷଣ ପାଇଁ ଅଟକିଯାଏ । ତାକୁ ଦେଖିବାମାତ୍ରେ ଲାଗେ ସତେ ଯେମିତି ସବୁଜ ଗାଲିଚା ଉପରେ ଧଳା ରଙ୍ଗର ଶାଢୀ ପିନ୍ଧି ଧରା ସଜେଇ ହୋଇଛି । ଆଉ ଏହି କାଶତଣ୍ଡି ଆବାହନ କରେ ଜଗତଜନନୀ ମା ଦୂର୍ଗାଙ୍କୁ ।
ଧଳା ରଙ୍ଗର କାଶତଣ୍ଡି ଯଦିଓ ଆପଣ ଶରତ ଋତୁ ଆସିବା ମାତ୍ରେ ସ୍ଥାନେ ସ୍ଥାନେ ଦେଖିଥିବେ, ତଥାପି ଗୋଲାପି ରଙ୍ଗର କାଶତଣ୍ତି କଥା ସାମାନ୍ୟ ଭିନ୍ନ । କେବଳ ଧଳା ନୁହେଁ ଦେଶ ବିଦେଶରେ ଗୋଲାପି ରଙ୍ଗର କାଶତଣ୍ଡି ମଧ୍ୟ ଦେଖିବାକୁ ମିଳେ । ଏହି କାଶତଣ୍ଡି ପିଙ୍କ୍ ମୁହଲି ଘାସ ନାମରେ ପରିଚିତ । ଶରତ ଋତୁରେ ଏହାକୁ ଦେଖିବା ମାତ୍ରେ ଲାଗେ ସତେ ଯେମିତି ଗୋଲାପି ରଙ୍ଗର ବାଦଲରେ ଧରା ନବବଧୂ ଭଳି ସଜେଇ ହୋଇଛି ।
୨୦୧୪ରେ ଜେଜୁ ଆ ଆଇଲ୍ୟାଣ୍ଡରେ ଏକ ରେଷ୍ଟୁରାଣ୍ଟ ଏବଂ ଚର୍ଚ୍ଚରେ ପିଙ୍କ୍ ମୁହଲି ଘାସକୁ ରୋପଣ କରାଯାଇଥିଲା । କିନ୍ତୁ ଜେଜୁ ଇକୋ ପାର୍କରେ ରୋପଣ ପରେ ଏହାର ନାମକରଣ ହୋଇଥିଲା । ଏବେ ୩୨ଟି ସ୍ଥାନରେ ପିଙ୍କ୍ ମୁହଲି ଘାସ ପାର୍କ ରହିଛି । ଏହାର ଲମ୍ବ ପ୍ରାୟ ୯୦ ସେଣ୍ଟିମିଟର । ସେପ୍ୱେମ୍ବର ଆରମ୍ଭରୁ ନଭେମ୍ବର ଆରମ୍ଭ ପର୍ଯ୍ୟନ୍ତ ଧରଣୀକୁ ସଜେଇ ଦିଏ ଏହି ଗୋଲାପି କାଶତଣ୍ଡି ।
ଏହି କାଶତଣ୍ଡି ବିଭିନ୍ନ ସ୍ଥାନରେ ପ୍ରସିଦ୍ଧତା ଲାଭ କରିଛି ।
ନଦୀ ପାର ହୋଇ ଗାଁକୁ ଯିବା ବେଳେ ଭାସିଗଲେ ଯୁବକ: ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ
ଗଜପତି : ଗୋପିଲି ନିକଟରେ ନଦୀରେ ଭାସିଯାଇ ଜଣେ ନିଖୋଜ, ନିଖୋଜ ବ୍ୟକ୍ତି ଜଣକ ହେଉଛନ୍ତି ଗୋକର୍ଣ୍ଣପୁର ଗ୍ରାମର ଏ ଶ୍ରୀନୁ ବୋଲି ଜଣାପଡିଛି। ନଦୀ ପାର ହୋଇ ନିଜ ଗାଁକୁ ଯିବା ସମୟରେ ହଠାତ୍ ନଦୀରେ ବଢ଼ି ଆସିବାରୁ ଭାସିଯାଇଥିବା ସୂଚନା ମିଳିଛି। ଆନ୍ଧ୍ର ଓଡ଼ିଶା ସୀମାବର୍ତ୍ତୀ ଗୋକର୍ଣ୍ଣପୁର ଗ୍ରାମରେ ପୋଲ ନଥିବାରୁ ନଦୀ ପାର ହୋଇ ଯାତାୟତ କରିଥାନ୍ତି ଲୋକେ। ଖବରପାଇ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି ଆରମ୍ଭ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଲଘୁଚାପ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲିଠାରୁ ବର୍ଷା ଲାଗି ରହିଛି । ଏଭଳି ସ୍ଥିତିରେ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ଏଣୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହୋଇପାରେ ।
ଆମେରିକା ଆଣୁଛି ନୂଆ ଟ୍ରାନ୍ସପୋର୍ଟ ସିଷ୍ଟମ, ବିଶ୍ୱର ଯେ କୌଣସି ସ୍ଥାନରେ ଘଣ୍ଟାକରେ ପହଞ୍ଚିବ ଯୁଦ୍ଧାସ୍ତ୍ର













