ଦୀପାବଳିରେ ସୀମାରେ ମୁତୟନ ଯବାନଙ୍କ ଉଦ୍ଦେଶ୍ୟରେ ଦୀପ ଜାଳିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

1 min read

ନୂଆଦିଲ୍ଲୀ: ଦୀପାବଳି ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଆହ୍ୱାନ । ସୀମାରେ ମୁତୟନ ଥିବା ଯବାନମାନଙ୍କ ଉଦ୍ଦେଶ୍ୟରେ ଦୀପ ଜାଳିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ଏ ନେଇ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଟ୍ୱିଟରରେ ସେ ଏକ ଭିଡିଓ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ଏହି ଦୀପାବଳିରେ ଆସନ୍ତୁ ଏକ ଦୀପକୁ ସେନାର ଯବାନଙ୍କ ଉଦ୍ଦେଶ୍ୟରେ ଆଲୋକିତ କରିବା ।ଯେଉଁମାନେ ନିର୍ଭୟରେ ଆମ ଦେଶକୁ ସୁରକ୍ଷା ଦେଉଛନ୍ତି | ଶବ୍ଦ ଜରିଆରେ ସେମାନଙ୍କୁ ସେମାନଙ୍କ ସାହସ ପାଇଁ ଧନ୍ୟବାଦ ଜଣାଇବ‌େ ସମ୍ଭବ ନୁହେଁ । ସେମାନଙ୍କ ପ୍ରତି ଏବଂ ସେମାନଙ୍କ ପରିବାର ପ୍ରତି ଆମେ କୃତଜ୍ଞ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ।

ଚଳିତ ବର୍ଷ ଦୀପାବଳିରେ ସୀମାରେ ବହୁ ସଂଖ୍ୟକ  ଯବାନମାନଙ୍କୁ ମୁତୟନ କରାଯାଇଛି। ବିଶେଷକରି ଭାରତ-ଚୀନ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ (ଏଲଏସି)ରେ ବହୁ ସଂଖ୍ୟକ ଯବାନମାନଙ୍କୁ ମୁତୟନ କରାଯାଇଛି । ଏଥିସହିତ ଦୀପାବଳିର ଅବ୍ୟବହିତ ପୂର୍ବରୁ ଭାରତ-ପାକିସ୍ତାନ ସୀମା ଏଲ୍‌ଓସିରୁ ଆସିଛି ଦୁଃଖଦ୍ ଖବର । ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକିସ୍ତାନ । ବିପକ୍ଷର ଗୁଳିରେ ୩ ଯବାନ ଶହୀଦ ହୋଇଥିବା ବେଳେ ୪ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଭାରତୀୟ ସୈନ୍ୟ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିଲା । ଭାରତୀୟ ସୈନ୍ୟଙ୍କ ପ୍ରତି ଆକ୍ରମଣରେ ଶତ୍ରୁ ପକ୍ଷର ପ୍ରାୟ ୧୨ରୁ ୧୩ ଜଣ ଯବାନ ନିପାଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ରୁ୩ ଜଣ କମାଣ୍ଡର ମଧ୍ୟ ରହିଥିବା ସୂଚନା ।

Leave a Reply