spot_img
Home Blog Page 6588

ରାଜ୍ୟର GST ରାଜସ୍ୱ କ୍ଷତିଭରଣା ପାଇଁ ବଜାରରୁ ଋଣ ଉଠାଇବେ ନାହିଁ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସୋମବାର ଜିଏସଟି କାଉନସିଲ ବୈଠକ ବସିଥିଲା । ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ରାଜ୍ୟର ଜିଏସଟି ରାଜସ୍ୱ କ୍ଷତିଭରଣା ପାଇଁ କେନ୍ଦ୍ର ସରକାର ବଜାରରୁ ଋଣ କରିବେ ନାହିଁ । କାରଣ ଏହାଦ୍ୱାରା ଋଣ ବୃଦ୍ଧି ଘଟିବା ସହ ସୁଧ ମଧ୍ୟ ବଢ଼ିବ । କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି- ଜିଏସଟି ରାଜସ୍ୱ କମ୍ ଆଦାୟର କ୍ଷତିପୂରଣ ନେଇ ସମସ୍ତଙ୍କ ମଧ୍ୟରେ ସହମତି ହୋଇପାରିନାହିଁ ।

ଆଜି ବସିଥିବା ବୈଠକରେ ଲଗାତାର ତୃତୀୟ ଥର ପାଇଁ ଜିଏସଟି ରାଜ୍ୟସ୍ୱ କମିବା କ୍ଷତିପୂରଣ ନେଇ ଆଲୋଚନା ହୋଇଥିଲା । ସମସ୍ତଙ୍କ ମଧ୍ୟରେ ସହମତି ପାଇଁ ମନ୍ତ୍ରୀସ୍ତରୀୟ ସମିତି ଗଠନ ପାଇଁ କିଛି ରାଜ୍ୟ ପ୍ରସ୍ତାବ ଦେଇଥିଲେ । ତେବେ, ଋଣ ବିକଳ୍ପ ଉପରେ କେନ୍ଦ୍ର ଦେଇଥିବା ପ୍ରସ୍ତାବରେ ବିଜେପି ଶାସିତ ରାଜ୍ୟ ପୂର୍ବରୁ ସହମତି ପ୍ରଦାନ କରି ସାରିଛନ୍ତି । ସେମାନଙ୍କ ଅନୁସାରେ ଏବେ ରାଜ୍ୟକୁ ଋଣ ନେବା ପାଇଁ ଅନୁମତି ନେବା ଉଚିତ୍ । ଯେମିତି ଶୀଘ୍ର ଟଙ୍କା ମିଳିବ ।

ଚଳିତ ଆର୍ଥିକ ବର୍ଷରେ ଜିଏସଟି ରାଜସ୍ୱରେ ୨.୩୫ କୋଟି ଟଙ୍କା କମିଥିବା ଅନୁମାନ କରାଯାଉଛି । କେନ୍ଦ୍ର ସରକାର ଗତ ଅଗଷ୍ଟରେ ରାଜ୍ୟମାନଙ୍କୁ ବିକଳ୍ପ ଦେଇଥିଲେ । ପ୍ରଥମ ବିକଳ୍ପ ଥିଲା ରିଜର୍ଭ ବ୍ୟାଙ୍କ ଦ୍ୱାରା ୯୭ ହଜାର କୋଟି ଟଙ୍କାର ଋଣ ପାଇଁ ବିଶେଷ ସୁବିଧା ଓ ଦ୍ୱିତୀୟରେ ୨.୩୫ ଲକ୍ଷ କୋଟି ଟଙ୍କା ବଜାରରୁ ଆଦାୟ ।

ଶୀତ ଦିନ ପୂର୍ବରୁ ସମାଧାନ ହେଲେ ଭଲ: ବୈଠକ ବିଫଳ ହେଲେ ଯୁଦ୍ଧ ନିଶ୍ଚିତ

0

ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ସମାଧାନ ପାଇଁ ପୁଣି ବସିଛି କୋର କମାଣ୍ଡରସ୍ତରୀୟ ବୈଠକ । ଚୁସୁଲରେ ବସିଥିବା ଏହି ବୈଠକରେ ସୀମା ସମସ୍ୟାର ସମାଧାନ ନେଇ ଆଶାବାଦୀ ରହିଛି ଭାରତ । ସେନା ପ୍ରତ୍ୟାହାର ସମେତ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଦାବି ରଖିଛି ଭାରତ । ଏପଟେ ସାମୀରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଭାରତୀୟ ସେନା ଚୀନକୁ ଚକମା ଦେବାକୁ ସଜାଗ ହୋଇ ରହିଛନ୍ତି  ।

ବୈଠକ ପରେ ବୈଠକ । ଏବେ ବି ଶାନ୍ତି ଅପେକ୍ଷାରେ ଭାରତ । ଶୀତ ଦିନ ପୂର୍ବରୁ ବିବାଦ ସମାଧାନ ହେଲେ ଭଲ । ଏଥର ବୈଠକ ବିଫଳ ହେଲେ ଯୁଦ୍ଧ ନିଶ୍ଚିତ ।  ଭାରତ ଓ ଚୀନ ମଧ୍ୟରେ ଆରମ୍ଭ ହୋଇଛି ସପ୍ତମ କୋର କମାଣ୍ଡରସ୍ତରୀୟ ବୈଠକ । ଚୁସୁଲରେ ବସିଥିବା ଏହି ବୈଠକରେ ସୀମା ସମସ୍ୟାର ସମାଧାନ ନେଇ ଆଶାବାଦୀ ରହିଛି ଭାରତ । ବିଶେଷ କରି ସୀମାରୁ ସେନା ପ୍ରତ୍ୟାହାର କରିବା, ସୀମାରେ ଶାନ୍ତି ଫେରାଇଆଣିବା, ସୀମା ଚୁକ୍ତି ଉଲ୍ଲଂଘନ ନ କରିବା ଉପରେ ଭାରତ ଦାବି ରଖିବ । ଯେହେତୁ ଚୀନ ପ୍ରଥମେ ସୀମାରେ ଅନୁପ୍ରବେଶ କରିଥିଲା ତେଣୁ ଚୀନ ହିଁ ପ୍ରଥମେ ସେନା ପ୍ରତ୍ୟାହାର ଆରମ୍ଭ କରିବ  । ଏହା ନହେଲେ ଭାରତ ମଧ୍ୟ ସୀମାରେ ସେନା ମୁତୟନ ବଢାଇବ  । ବୈଠକ ଆରମ୍ଭରୁ ଏଭଳି ପ୍ରସ୍ତାବ ରଖିଛି ଭାରତ  ।

ସୀମା ବିବାଦ ସହ ଏବେ ତାଇଓ୍ବାନ ପ୍ରସଙ୍ଗରେ ଭାରତ ମୁଣ୍ଡ ପୁରାଇବା ପରେ ଚୀନର ରାଗ ପଞ୍ଚମରେ ପହଞ୍ଚିଛି  । ଏପେଟ କିନ୍ତୁ ଭାରତ ଚୀନକୁ ମୁହଁତୋଡ ଜବାବ ଦେବାକୁ ଅନେଇ ବସିଛି  । ଯୁଦ୍ଧ ପାଇଁ ସବୁ ପ୍ରସ୍ତୁତି ସରିଛି  । ବିବାଦ ପରଠୁ ପ୍ରଥମଥର ପାଇଁ ଏହି ବୈଠକରେ ଉଭୟ ଦେଶର ବୈଦେଶିକ ବିଭାଗର ଅଧିକାରୀ ମାନେ ଯୋଗ ଦେଇଛନ୍ତି  । ଗତଥର ଆଲୋଚନା ପରେ ବି ଏବେ ସାମୀରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି . ଭାରତୀୟ ସେନା ସୀମାରେ ଚୀନକୁ ଉଚିତ୍ ଯବାବ ଦେବା ପାଇଁ ତୟାର ରହିବାପରେ ଚୀନର ଟେନସନ୍ ବଢିବାରେ ଲାଗିଛି ।

ଟ୍ରମ୍ପଙ୍କ ଆରୋଗ୍ୟ କାମନା କରି ଉପବାସ ରଖିଥିବା ତେଲେଙ୍ଗାନା ଚାଷୀଙ୍କ ମୃତ୍ୟୁ

ଆମେରିକା ଆଣୁଛି ନୂଆ ଟ୍ରାନ୍ସପୋର୍ଟ ସିଷ୍ଟମ, ବିଶ୍ୱର ଯେ କୌଣସି ସ୍ଥାନରେ ଘଣ୍ଟାକରେ ପହଞ୍ଚିବ ଯୁଦ୍ଧାସ୍ତ୍ର

ୱାଂଶିଟନ୍: ସୁପର ପାୱାର ଆଣୁଛି, ସୁପର ସିଷ୍ଟମ । ଡ୍ରାଗନକୁ ମାତ୍ ଦେବାକୁ ଆମେରିକାର ନୂଆ ପ୍ଲାନ୍ । ସୈନ୍ୟ ଶକ୍ତି ବଢ଼ାଇବାକୁ ଆମେରିକା ଘୋଷଣା କରିଛି । ଆମେରିକା ନୌସେନା ବ୍ୟାଟେଲ ଫୋର୍ସ ୨୦୪୫ ଘୋଷଣା କରିବା ପରେ ଆମେରିକା ନୌସେନା ଟ୍ରାନ୍ସପୋର୍ଟ ସିଷ୍ଟମ ମଜଭୁତ କରିବାକୁ ନିଷ୍ପତ୍ତି ନେଇଛି । ଆମେରିକା ସେନା ଆମେରିକର ଘରୋଇ ଅନ୍ତରୀକ୍ଷ ଏଜେନ୍ସ ସ୍ପେସଏକ୍ସ ସହ ମିଶି ଏମିତି ଏକ ରକେଟ ନିର୍ମାଣ କରୁଛି ଯାହା ଦୁନିଆର ଯେ କୌଣସି ସ୍ଥାନକୁ କେବଳ ୬୦ ମିନିଟରେ ଅସ୍ତ୍ରଶସ୍ତ୍ର ସହ ପହଞ୍ଚି ପାରିବ । ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ କିଛିଦିନ ପୂର୍ବରୁ ଏଲନ ମସ୍କ ସ୍ପେସଏକ୍ସ ସହିତ ମିସାଇଲ୍ ଟ୍ରାକିଂ ସାଟେଲାଇଟ୍ ତିଆରି ପାଇଁ ୧୪୯ ମିଲିୟନ ଡଲାରର ଚୁକ୍ତି କରିଥିଲା ।

Spacex To Develop High Speed Rocket To Transport US Army Weapons

ବୁଧବାର ଅନୁଷ୍ଠିତ ଏକ ଭର୍ଚୁଆଲ ବୈଠକରେ ୟୁଏସ୍ ଟ୍ରାନ୍ସପୋର୍ଟ କମାଣ୍ଡର ପ୍ରମୁଖ ଜେନରାଲ ଷ୍ଟିଫେନ ଲିୟୋନ୍ସ ନୂଆ ଚୁକ୍ତିନାମାକୁ ସାର୍ବଜନୀନ କରିଥିଲେ । ଜେନରାଲ ଲିୟୋନ କହିଥିଲେ- ସ୍ପେସଏକ୍ସ ଏବେ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଟେକ୍ନିକାଲ ଆହ୍ୱାନ ଓ ଖର୍ଚ୍ଚର ଆକଳନ କରିବ । ଏହି ଟେକ୍ନୋଲଜିର ପ୍ରାରମ୍ଭିକ ପରୀକ୍ଷଣ ୨୦୨୧ରେ ଆୟୋଜିତ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି ।

ମିଲିଟାରୀର ଏୟାର ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ସି-୧୭ ଗ୍ଲୋବମାଷ୍ଟର ଗୋଟିଏ ଥରେ ଯେତିକି ଓଜନ ବୋହି ପାରିବ ସେହି ଓଜନକୁ ଘଣ୍ଟାଏ ମଧ୍ୟରେ ଦୁନିଆର କୌଣସି ସ୍ଥାନରେ ମଧ୍ୟ ପହଞ୍ଚାଇ ପାରିବ । ଆମେରିକା ବାୟୁସେନାର ଅଫିସିଆଲ୍ ୱେବସାଇଟ୍ ସୂଚନା ପ୍ରକାରେ ସି-୧୭ ଗ୍ଲୋବମାଷ୍ଟର ୭୪ ହଜାର କିଲୋଗ୍ରାମରୁ ଅଧିକ ଭାରି ସାମଗ୍ରୀ ବହନ କରିବାର କ୍ଷମତା ରଖିଛି ।

Spacex To Develop High Speed Rocket To Transport US Army Weapons

ସି-୧୭ ଗ୍ଲୋବମାଷ୍ଟର ଆମେରିକା ଏୟାରଫୋର୍ସର ସବୁଠୁ ମଜଭୁତ୍ ଓ ଭରସାଯୋଗ୍ୟ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଅଟେ । ଭାରତ ପାଖରେ ଏଭଳି ୧୦ଟି ଏୟାରକ୍ରାଫ୍ଟ ରହିଛି । ଏହି ଏୟାରକ୍ରାଫ୍ଟର ମୂଲ୍ୟ ୨୧୮ ମିଲିୟନ ଡଲାର । ଯାହାକି ଘଣ୍ଟାପ୍ରତି ସର୍ବାଧିକ ୯୪୯ କିଲୋମିଟର ବେଗରେ ଉଡ଼ିପାରେ ।

ସି-୧୭ ଗ୍ଲୋବମାଷ୍ଟର ତୁଳନାରେ ସ୍ପେସଏକ୍ସ ଏକ ହାଇସ୍ପିଡ୍ ରକେଟ ନିର୍ମାଣ ଉପରେ କାମ କରୁଛି । ଯାହାକି ଘଣ୍ଟାପ୍ରତି ୧୨ ହଜାର ୭୦ କିଲୋମିଟର ଉଡ଼ିବାକୁ ସକ୍ଷମ ହେବ । ଏହାର ଅର୍ଥ ଏହି ରକେଟ ସି-୧୭ ଗ୍ଲୋବମାଷ୍ଟର ସମକକ୍ଷ କାର୍ଗୋକୁ ଉଠାଇ ଆମେରିକାର ଫ୍ଲୋରିଡାରୁ ଆଫଗାନିସ୍ତାନ ପହଞ୍ଚିବାକୁ ଘଣ୍ଟାଏ ସମୟ ନେବ ।

ଦକ୍ଷିଣ ଓଡିଶାରେ ତୁହାକୁ ତୁହା ବର୍ଷା, ଭିଜୁଛି ଗଞ୍ଜାମ-ଗଜପତି

ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ସୋମବାର ଓ ମଙ୍ଗଳବାର ରାଜ୍ୟର ଦକ୍ଷିଣ-ପୂର୍ବ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ସହ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଓଡ଼ିଶା ପ୍ରତି ଏତେଟା ବିପଦ ନଥିବା କହିଛି IMD ।

ତେବେ ଲଘୁଚାପ ପ୍ରଭାବରେ ବିଶେଷ କରି ରାୟଗଡା, ମାଲକାନଗିରି, କେରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହା ସହ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ । ପରିସ୍ଥିତିକୁ ନଜରରେ ରଖି ୧୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଓଡିଶା ପ୍ରତି ଏତେଟା ବିପଦ ନାହିଁ ଦକ୍ଷିଣ ଓଡିଶାରେ ବର୍ଷା ଓ ଆଂଶିକ ପବନ ହେବା ନେଇ ପୂର୍ବାନୁମାନ କରିଛି IMD ।

Depression over west central Bay of Bengal Orange Warning Issued To 5 District

ସେହିଭଳି ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଛି ବର୍ଷା । ତୁହାକୁ ତୁହା ବର୍ଷାରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଭିଜୁଛି । ଗଜପତି ଜିଲ୍ଲାର ପାହାଡିଆ ଅଞ୍ଚଳରେ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତଳିଆ ଅଞ୍ଚଳରେ ପାଣି ଜମିବା ସହ ଚାଷ ଜମି ନଷ୍ଟ ହେବାର ମଧ୍ୟ ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାଁ

ଭୁବନେଶ୍ୱର: ବିଜେପି ଓ ବିଜେଡି ପରେ ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବାଲେଶ୍ୱର ସଦର ଆସନରୁ କଂଗ୍ରେସ ମମତା କୁଣ୍ଡୁଙ୍କ ଟିକେଟ୍ ଦେଇଥିବା ବେଳେ ତିର୍ତ୍ତୋଲରେ ହିମାଂଶୁ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି । ଏହା ପୂର୍ବରୁ ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ଦୁଇ ଆସନ ପାଇଁ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ।

ବିଜେପି ବାଲେଶ୍ୱର ଆସନରୁ ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ କରିଥିବା ବେଳେ ଜଗତସିଂହପୁରର ତିର୍ତ୍ତୋଲରୁ ରାଜ କିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି । ମାନସ କୁମାର ଦତ୍ତ ହେଉଛନ୍ତି ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ । ଅନ୍ୟପଟେ ବାଲେଶ୍ୱର ସଦର ଆସନରୁ ବିଜେଡି ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରିଛି । ସେହିପରି ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ସ୍ୱର୍ଗୀୟ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଟିକେଟ ଦେଇଛି ବିଜେଡି ।

ଉପନିର୍ବାଚନ ପାଇଁ ନାମାଙ୍କନ ଆସନ୍ତା ୧୬ ତାରିଖ ଯାଏଁ ଚାଲିବ । ପ୍ରାର୍ଥୀମାନେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ଭିତରେ ନାମାଙ୍କନପତ୍ର ଦାଖଲ କରି ପାରିବେ । ୧୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୧୯ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ନଭେମ୍ବର ୩ ତାରିଖରେ ହେବ ଭୋଟ୍‌ ଗ୍ରହଣ । ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ । ଉପନିର୍ବାଚନ ଭୋଟିଂ ପାଇଁ ରାଜନୈତିକ ବାତାବରଣ ଉଷ୍ମ ରହିଥିବା ବେଳେ ମୁଖ୍ୟତଃ ବିଜେଡି-ବିଜେପି ମଧ୍ୟରେ ଟକ୍କର ହେବା ନେଇ ଆଶା କରାଯାଉଛି ।

୨୪ ଘଣ୍ଟାରେ ୨୫୭୭ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଆଉ ୨ ହଜାର ୫୭୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୯୨ରେ ପହଞ୍ଚିଛି ।

ସୁସ୍ଥଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୪୪ ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୧୩୭, ଖୋର୍ଧା ୧୨୪, ବାଲେଶ୍ୱରରୁ ୧୨୦, ସମ୍ବଲପୁରରୁ ୧୨୦, କେନ୍ଦ୍ରାପଡ଼ାରୁ  ୧୧୪, ପୁରୀରୁ ୧୧୪, ସୁନ୍ଦରଗଡରୁ ୧୧୧, ଅନୁଗୁଳରୁ ୧୦୮, ବଲାଙ୍ଗିରରୁ ୧୦୩, ମୟୂରଭଞ୍ଜରୁ ୧୦୧, ବରଗଡରୁ ୯୭, ନୁଆପଡାରୁ ୯୦, ନବରଙ୍ଗପୁରରୁ ୮୧, କେନ୍ଦୁଝରରୁ ୭୪, ଜଗତ୍‌ସିଂହପୁରରୁ ୭୧, ଢ଼େଙ୍କାନାଳରୁ ୬୯, ଭଦ୍ରକରୁ ୬୭, ନୟାଗଡ଼ରୁ ୬୭, ଝାରସୁଗୁଡାରୁ ୬୨, ମାଲକାନଗିରିରୁ ୫୭, କନ୍ଧମାଳରୁ ୪୯, ସୋନ୍‌ପୁରରୁ ୪୫, କାଳାହାଣ୍ଡିରୁ ୩୯, ଗଞ୍ଜାମରୁ ୩୬, ବୌଦ୍ଧରୁ ୩୪, କୋରାପୁଟରୁ ୩୩, ଦେଓଗଡ଼ରୁ ୨୩, ରାୟାଗଡ଼ାରୁ ୧୯, ଗଜପତିରୁ ୧୩ ଜଣ ସୁସ୍ଥ ହୋଇଛନ୍ତି । ତେବେ ଷ୍ଟେଟ୍‌ ପୁଲରୁ ମଧ୍ୟ ୧୫୫ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

ନିଜ ଝିଅର ଶବ ସତ୍କାର କ’ଣ ଏପରି କରିଥାଅନ୍ତ କି ବୋଲି ହାଇକୋର୍ଟଙ୍କ ଏଡିଜିଙ୍କୁ ପ୍ରଶ୍ନ, ଶବ ପୋଡିବା କଥା କୋର୍ଟରେ ମାନିଲେ ଜିଲାପାଳ

ଲକ୍ଷ୍ମୌ :  ‘ତୁମେ କ’ଣ ତୁମ ଝିଅ ଶବର ଏପରି ସତ୍କାର କରି ଥାଆନ୍ତ’   । ‘କେଉଁ ପରିସ୍ଥିତିରେ ଦୁଷ୍କର୍ମ ପୀଡିତାର ଶବକୁ ତରବରିଆ ଭାବେ ଜାଳି ଦିଆଗଲା । ଏପରି ତରବରିଆ ପଦକ୍ଷେପ ପଛର କାରଣ କ’ଣ ।  ଏପରି କିଛି ଉଦ୍‌ବେଗଭରା ପ୍ରଶ୍ନ ପଚାରିଛନ୍ତି  ଉତ୍ତର ପ୍ରଦେଶ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ମୌ ବେଞ୍ଚ । ଆଶ୍ଚର୍ଯ୍ୟର କଥା ବିଚାରପତିମାନଙ୍କ ଏପରି ସମ୍ବେଦନଶୀଳ ପ୍ରସଙ୍ଗର କୌଣସି ଉତ୍ତର ୟୁପି ଏଡିଜିଙ୍କ ପାଖରେ ନ ଥିଲା । କୋର୍ଟ ପରିସରରେ ପରିସ୍ଥିତି ଏପରି ହେଲା ଯେ, ନିଜ ପକ୍ଷ ରଖିବା ପାଇଁ ୟୁପି ପୋଲିସକୁ ଅଧିକ ସମୟ ମାଗିବାକୁ ପଡ଼ିଲା ।

Hathras Gang Rape Victim's Father Unhappy With Probe, Demands CBI Investigation

ସୋମବାର ହାଇକୋର୍ଟ ବେଞ୍ଚ ୟୁପି ଏଡିଜି(ଆଇନ ଓ ଶୃଙ୍ଖଳା)  ପ୍ରଶାନ୍ତ କୁମାର କେତେକ କଡ଼ା ପ୍ରଶ୍ନ ପଚାରିଥିଲେ । ଜଷ୍ଟିସ ପଙ୍କଜ ମିତ୍ତଲ ଏବଂ ରଞ୍ଜନ ରାୟଙ୍କ ଦ୍ୱାରା ଏହି ମାମଲାର ଶୁଣାଣି କରାଯାଇଥିଲା । କେବଳ ସେତିକି ନୁହେଁ, କୋର୍ଟ ପୁନର୍ବାର ପୋଲିସ ଏଡିଜିଙ୍କୁ ପଚାରିଥିଲେ ‘ଯଦି କୌଣସି ଧନୀ ଘରର ଝିଅଟିଏ ହୋଇ ଥାଆନ୍ତା, ତା’ ସହ କ’ଣ ଏପରି ବ୍ୟବହାର ପୋଲିସ କରିଥାଆନ୍ତା କି ବୋଲି ପ୍ରଶ୍ନ କରିଥିଲେ ।

ସେହିପରି ହାଥରସ୍ ଜିଲାପାଳ ପ୍ରବୀଣ କୁମାରଙ୍କ ନିର୍ଦ୍ଦେଶରେ ଦୁଷ୍କର୍ମ ପୀଡ଼ିତା ଦଳିତ ଝିଅଟିର ଶବକୁ ସତ୍କାର କରାଯାଇଥିବା ସେ ସ୍ୱୀକାର କରିଥିଲେ । ଏହା ଶୁଣିବା ପରେ ସମସ୍ତେ ହତବାକ୍ ହୋଇ ଯାଇଥିଲେ । ସେହି ସମୟର ଆଇନଶୃଙ୍ଖଳା ପରିସ୍ଥିତିକୁ  ନିୟନ୍ତ୍ରଣାଧୀନ କରିବା ପାଇଁ ଏପରି କରାଯାଇଥିବା ଜିଲାପାଳ ସଫେଇ ରଖିଛନ୍ତି ।

ଏହି ମାମଲାରେ କୋର୍ଟ କେବଳ ଆଇନ ଶୃଙ୍ଖଳା ଏଡିଜିଙ୍କୁ ନୁହେଁ, ୟୁପିର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ହାଥରସ୍ ଜିଲ୍ଲା ଏସପି ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ସମନ୍ କରିଥିଲେ । ଏଥିସହ ପୀଡିତାଙ୍କ ପରିବାରର ବୟାନକୁ ମଧ୍ୟ ରେକର୍ଡ କରାଯାଇଛି । ସେମାନେ ଦାବି କରିଥିବା ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ହାତ ଛାଡି ପଦ୍ମ ଧରିଲେ ଅଭିନେତ୍ରୀ ଖୁସବୁ ସୁନ୍ଦର

ନୂଆଦିଲ୍ଲୀ: ହାତ ଛାଡିବାର କିଛି ସମୟ ପରେ ପଦ୍ମ ପୋଖରିରେ ଅଭିନେତ୍ରୀ ତଥା ନେତ୍ରୀ ଖୁସବୁ ସୁନ୍ଦର । କଂଗ୍ରେସ ଠାରୁ ତୁଟାଇଲେ ୬ ବର୍ଷର ସମ୍ପର୍କ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଜେପି ସାଧାରଣ ସମ୍ପାଦକ ସିଟି ରବି ଓ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ଖୁସବୁ ।

Khusbu Sundar

ସେ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିଲେ । ଦଳରେ ତାଙ୍କୁ କୋଣଠେସା କରାଯାଉଥିବା ଖୁସ୍‌ବୁ ପୂର୍ବରୁ ଅଭିଯୋଗ ଆଣିଥିଲେ । ଖୁସବୁ ୨୦୧୪ ସାଧାରଣ ନିର୍ବାଚନ ବେଳେ କଂଗ୍ରେସରେ ସାମିଲ ହୋଇଥିଲେ । ତାମିଲନାଡୁରେ କଂଗ୍ରେସକୁ ଆଗକୁ ନେବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଥିଲା । କିନ୍ତୁ ଏବେ କଂଗ୍ରେସରେ ତାଙ୍କ ସ୍ୱରକୁ ଚାପି ଦିଆଯାଇଥିବା ଓ ସେ ଦଳରେ କଣୋଠେସା ହୋଇ ରହିଛନ୍ତି ବୋଲି ଅଭିଯୋଗ କରି ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

 Khusbu Sundar

ଅନ୍ୟପଟେ ଖୁସ୍‌ବୁ ବିଜେପିରେ ସାମିଲ ହେବା ପରେ ଦଳ ଆହୁରି ମଜ୍‌ବୁତ୍‌ ହୋଇଥିବା କହିଛନ୍ତି ବିଜେପିର ରାଷ୍ଟ୍ରୀୟ ନେତା । ଖୁସ୍‌ବୁ ସଂଗଠନକୁ ଆହୁରି ସୁଦୃଢ଼ କରିବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି । ଖୁସ୍‌ବୁ ଜଣେ ଉତ୍ତମ ସଂଗଠକ । ପ୍ରଶଂସକମାନେ ମଧ୍ୟ ଖସ୍‌ବୁଙ୍କର ଏହି ନିଷ୍ପତ୍ତିରେ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାସ ଓ ମହତ୍ୱକାଂକ୍ଷାକୁ ଦେଖି ଖସ୍‌ବୁ ବିଜେପିରେ ସାମିଲ ହୋଇଥିବା କହିଛନ୍ତି । ଦେଶରେ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରାରେ ଯୋଡ଼ି ହୋଇ ସେ ବହୁତ ଖୁସି ବୋଲି ବ୍ୟକ୍ତ କରିଛନ୍ତି ।

ଓଟିଟି ପ୍ଳାଟଫର୍ମରେ ଆକ୍ସନ ଦେଖାଇବେ ଓଡ଼ିଆ ଝିଅ

ଗୋଟିଏ ଝିଅ କଣ ଆଉ ଏକ ଝିଅକୁ ଭଲପାଇପାରେ ।  ହଁ ମନ ଯେଉଁଠି ମିଶିଯାଏ ସେଇଠି ନଥାଏ ବାଛ ବିଚାର ।  ଦୁଇ ଝିଅଙ୍କ ପ୍ରେମ କାହାଣୀକୁ ନେଇ ଖୁବ ଶୀଘ୍ର ଓଟିଟି ପ୍ଲାଟଫର୍ମକୁ ଆସୁଛି ନିଆରା ପ୍ରେମ କାହାଣୀ ପି ସେ ପ୍ଲେଜର ଓ୍ବେବ ସିରିଜ । ଯୌବନ ସମୟରେ ପୁଅ ଝିଅଙ୍କ ପ୍ରେମ କାହାଣୀ କିଛି ନୂଆ ନୁହଁ  । କିନ୍ତୁ ଏଠି ମନ ମିଶିଛି  ଦୁଇ ଝିଅଙ୍କର । ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଏହା ସତ  ।  ଲେସବିଅନ ଯୋଡିଙ୍କ ପ୍ରେମ କାହାଣୀରେ ଆସିଛି ଟ୍ବିଷ୍ଟ ।

  ଲଭ , ଥ୍ରୀଲର ଓ ସସପେନ୍ସରେ ଭରି ରହିଛି ପି ସେ ପ୍ଲେଜର । ନୂଆ ଓ ଭିନ୍ନ ଧରଣର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ପି ସେ ପ୍ଲେଜର  । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଜଲଓ୍ବା ଦେଖାଇସାରିଥିବା ସିନ୍ଦୁରା ରାଉତ ପ୍ରଥମ ଥର ପାଇଁ ହିନ୍ଦି ଓ୍ବେବ ସିରିଜରେ ଅଭିନୟ କରିଛନ୍ତି  ।

https://www.facebook.com/NandighoshaTV/videos/792890191514262/

ସହଯୁବ ନିର୍ଦ୍ଦେଶକ ଅବିନାଶ ରାଉତ ଏହି ଓ୍ବେବ ସିରିଜର ନିର୍ଦ୍ଦେଶନା ଦେଇଛନ୍ତି  ।  ବଲିଉଡରେ କିଛି ଚଳଚିତ୍ର ସାଙ୍ଗକୁ ଅନେକ ମେଗା ସିରିୟଲରେ ସହ ନିର୍ଦ୍ଦେଶକ ଭାବେ ଅଭିଜ୍ଞତା ପାଇଥିବା ଅବିନାଶ ପି ସେ ପ୍ଲେଜରର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି  । ଏ ଆର ପ୍ରାଇମ ପ୍ରଯୋଜନା ସଂସ୍ଥା ପି ସେ ପ୍ଲେଜରର ପ୍ରଯୋଜନା କରିଛି  ।   ଭିନ୍ନ ସ୍ବାଦର ଏହି ଓ୍ବେବ ସିରିଜରେ ଦର୍ଶକ ରୋମାନ୍ସ ସାଙ୍ଗକୁ ଆକ୍ସନର ମଜା ବି ନେବେ  ।

ସୁପାରି କିଲରର ଫେସବୁକ ଷ୍ଟାଟସ : ବାକିଙ୍କୁ ଲଭ୍ ଲେଟର ମିଳେ, ଆମ ପାଇଁ FIR ଲେଖାଯାଏ