ସହଜ ହେବନି ଚଳିତ ପାଳିରେ ଶାସନ: ନୀତୀଶଙ୍କ ସାମ୍ନାରେ ୫ ବଡ଼ ଚ୍ୟାଲେଞ୍ଜ, ଜାଣନ୍ତୁ କ’ଣ

1 min read

ପାଟଣା: ବିହାରରେ ବିଜୟ ଟିକା ପିନ୍ଧିଛି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) । ବିରୋଧୀଙ୍କ କଡ଼ା ଟକ୍କର ସତ୍ତ୍ୱେ ପୁଣ କ୍ଷମତା ହାତେଇଛି ଏନଡିଏ ।ଏଥିସହିତ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । କିନ୍ତୁ ଏଥର ନିର୍ବାଚନ ଫଳାଫଳ ପରବର୍ତ୍ତୀ ସମୀକରଣ ପୂର୍ବାପେକ୍ଷା ଭିନ୍ନ । ଚଳିତ ଥର ବିଧାନସଭାରେ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ବିରୋଧୀଙ୍କୁ ସମ୍ମୁଖିନ କରିବାକୁ ପଡ଼ିବ । ଏବଂ ଏନ୍‌ଡିଏ ଅଂଶୀଦାରୀ ଥିବା ୪ ଦଳ ମଧ୍ୟରେ ସନ୍ତୁଳନ ମଧ୍ୟ ରକ୍ଷା କରିବାକୁ ପଡ଼ିବ । ଏଭଳି ସମୟରେ କେଉଁ କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖିନ ହେବେ ନୀତୀଶ କୁମାର । ଆସନ୍ତୁ ନଜର ପକାଇବା ।

NDA Set to Retain Power in Bihar after Close Contest against Tejashwi-led Mahagathbandhan

୧. ସହଯୋଗୀ ଦଳ ସହ ସନ୍ତୁଳନ

ନୀତିଶ କୁମାର ଏଯାଏଁ ବିହାରରେ ନିଜର ଏକ ମାତ୍ର ସହଯୋଗୀ ଦଳ ବିଜେପି ସହ ସରକାର ଚଳାଉଥିଲେ । କିନ୍ତୁ ଚଳିତ ଥର ଏନ୍‌ଡିଏର ୪ ସହଯୋଗୀ ରହିଛନ୍ତି ।  ବିଜେପି ସହିତ ଜିତେନ୍ ରାମ୍ ମାଝିଙ୍କ ହମ୍ ଏବଂ ମୁକେଶ ସହନୀଙ୍କ ବିଆଇପି ମଧ୍ୟ ମେଣ୍ଟର ଅନ୍ତର୍ଭୁକ୍ତ । ଏହି ଦଳଗୁଡ଼ିକ କେବଳ ମେଣ୍ଟର ଅଂଶୀଦାର ନୁହଁନ୍ତି, ମ୍ୟାଜିକ୍ ନମ୍ୱର ଛୁଇଁବା ନେଇ ଏମାନଙ୍କ ସମର୍ଥନ ଏକାନ୍ତ କାମ୍ୟ ।

୨. ସରକାରରେ କମିବ ଦବଦବା

ନୀତିଶ କୁମାର ଅତ୍ୟନ୍ତ ଦୃଢ଼ତା ଏବଂ ଚାପମୁକ୍ତଭାବେ କାମ କରିବା ନେଇ ପରିଚିତ । ବିରୋଧୀଙ୍କ ମତରେ ସେ ବିନା କୌଣସି ବିଚାର-ବିମର୍ଶରେ ନିଷ୍ପତ୍ତି ନେଉଥିବା ମୁଖ୍ୟମନ୍ତ୍ରୀ । କିନ୍ତୁ ଚଳିତ ଥରର ଫଳାଫଳ ପରେ ତାଙ୍କର ଏହି ଶୈଳୀ ଉପରେ ଅଙ୍କୁଶ ଲଗାପାରେ । ୨୦୧୫ରେ ନୀତିଶଙ୍କ ନେତୃତ୍ୱାଧିନ (ଆରଜେଡି) ଅଧିକ ସଂଖ୍ୟକ ସିଟରେ ଜିତି ମେଣ୍ଟ ସରକାରରେ ଅଂଶୀଦାର ହୋଇଥିଲା । କିନ୍ତୁ କିଛି ମାସ ପରେ ଅସହଜ ଅନୁଭବ କରିଥିଲେ ।

Bihar election 2020 results: 5 reasons why NDA won

୩. ମନ୍ତ୍ରିମଣ୍ଡଳରେ କମିବ ଜେଡିୟୁର ଦବଦବା

 ଚଳିତ ସରକାରରେ ଜେଡିୟୁର ଦବଦବା କମିବ । ଚଳିତ ନିର୍ବାଚନରେ ଏନଡିଏର ବିଜେପି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିବା ବେଳେ ଜେଡିୟୁ ଜୁନିୟମ୍ ଭୂମିକାକୁ ଓହ୍ଲାଇ ଆସିଛି । ଚଳିତ ଥର କେବଳ ଜେଡିୟୁ, ବିଜେପି ନୁହେଁ ବରଂ HAM ଦଳ ଓ ବିଆଇପିର ବିଧାୟକଙ୍କୁ ମଧ୍ୟ ମନ୍ତ୍ରୀପଦ ଦେବାକୁ ପଡ଼ିବ । ଚଳିତ ଥରର ନିର୍ବାଚନ ଫଳାଫଳକୁ ଅନୁଶୀଳନ କଲେ ଜଣାପଡ଼ୁଛି ନୀତିଶ ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ମନ୍ତ୍ରିମଣ୍ଡଳରେ ବିଜେପି ସଂଖ୍ୟା ଅଧିକ ରହିବ ।

Lalu Riha, Nitish Vida': At Nalanda Rally, Tejashwi Yadav Paints Bihar's 'Before and After Polls' Image

୪. ମଜବୁତ୍ ବିରୋଧୀଙ୍କୁ ସାମ୍ନା କରିବାକୁ ପଡ଼ିବ

 ବିହାର ରାଜନୀତିରେ ପ୍ରଥମ ଥର ପାଇଁ ସଶକ୍ତ ବିରୋଧୀ ଦଳକୁ ସାମ୍ନା କରିବାକୁ ପଡ଼ିବ । ଚଳିତ ଥର ବିରୋଧୀ ଦଳରେ ୧୧୫ ଜଣ ବିଧାୟକ ଥିବା ବେଳେ ଶାସକ ଦଳର ସଦସ୍ୟଙ୍କ ସଂଖ୍ୟା କିଛିଟା ଅଧିକ । ଏଭଳି ସ୍ଥିତିରେ ସରକାରୀ ଦଳକୁ ଅଡ଼ୁଆରେ ପକାଇବାକୁ ଯଥା ସମ୍ଭବ ଚେଷ୍ଟା କରିବେ ବିରୋଧୀ ।

Bihar Chief Minister Nitish Kumar clarifies his last election announcement says I call it in every campaign as his tussle with LJP deepens over vote cutting- फिर पलटे नीतीश कुमार- अंतिम चुनाव

୫. ନୀତୀଶଙ୍କୁ ନିଜ ଭାବମୂର୍ତ୍ତି ସୁଧାରିବାକୁ ପଡ଼ିବ

ନୀତୀଶ କୁମାର କ୍ଷମତାକୁ ଫେରିଥିଲେ ମଧ୍ୟ ଚଳିତ ନିର୍ବାଚନରେ ନୀତିଶଙ୍କ ବିରୋଧରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ଏହାଦ୍ୱାରା ଜଣେ ସୁଶାସକଭାବେ ନୀତିଶଙ୍କ ଯେଉଁ ଭାବମୂର୍ତ୍ତି ତାହା ମଳିନ ପଡ଼ିଥିବା ସ୍ପଷ୍ଟ ଅନୁମେୟ । ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ଜଣାପଡ଼ିଛି ଯେ, ନୀତିଶଙ୍କୁ ନେଇ ଲୋକଙ୍କ ମଧ୍ୟ ଆକ୍ରୋଶ ବଢ଼ିଛି । ଏବଂ ଲୋକେ ବାଲେଟ୍ ମାଧ୍ୟମରେ ନୀତିଶଙ୍କ ବିରୋଧରେ ନିଜ ଆକ୍ରାଶ ପ୍ରକାଶ କରିଛନ୍ତି । ବିକାଶ ଏବଂ ରୋଜଗାର ବିହାର ନିର୍ବାଚନରେ ଏକ ବଡ଼ ପ୍ରସଂଗ ଭାବେ ଉଭା ହୋଇଥିଲା । ଏବଂ ସରକାର ବିରୋଧୀ ହାଓ୍ୱା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଚଳିତ କାର୍ଯ୍ୟକାଳରେ ଏହି ସବୁକୁ ସୁଧାରିବା ନୀତିଶଙ୍କ ପାଇଁ ଆଉ ଏକ ଚ୍ୟାଲେଞ୍ଜ ରହିବ ।

Leave a Reply