ଚାହା ପତି ଭାବି ବଗମରା ବିଷ ପିଇଦେଲେ, ଗୋଟିଏ ପରିବାରର ୫ ଗୁରୁତର

ବାଲେଶ୍ୱର: ଭୁଲରେ ଚାହା ପତି ଭାବି ବଗମରା ବିଷ ପିଇଦେଲେ । ବିଷ ପିଇ ଗୋଟିଏ ପରିବାରର ୫ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଔପଦା ଥାନା ଦୁର୍ଗାପୁର ନୁଆହାଟ ଅଞ୍ଚଳରେ ଘଟିଛି ଏମିତି ଘଟଣା । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ମାନଙ୍କ ନାମ ହେଉଛି ବନମାଳି ସିଂ, ସବିନ ସିଂ, ପେଟୁ ସିଂ ସହିତ ଦୁଇ ଶିଶୁ ରମା ସିଂ ଏବଂ ଟୁବୁ ସିଂ । ଏଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ସନ୍ଧ୍ୟା ମୟରେ ସମସ୍ତେ ଚା ପିଇବା ପାଇଁ କହିଥିଲେ । ତେବେ ସବୁଦିନ ଭଳି ଆଜି ମଧ୍ୟ ଚା କରିବା ପାଇଁ ଚୁଲିରେ ଚା ବସିଥିଲା । କିନ୍ତୁ ଚା ପାତ୍ରରେ ଭୁଲରେ ଚା ପତି ପକାଇବା ବଦଳରେ ବଗ ମରା ବିଷ ପଡ଼ିଯାଇଥିଲା । ଏହା କାହାକୁ ବି ଜଣାପଡ଼ିନଥିଲା । ସମସ୍ତେ ଚା ଭାବି ସେହି ବିଷକୁ ପିଇଲା ପରେ ଧିରେ ଧିରେ ସମସ୍ତଙ୍କ ଦେହ ଜଣଙ୍କ ପରେ ଜଣେ ଖରାପ ହେବାକୁ ଲାଗିଥିଲା । ଯାହାପରେ ଜଣାପଡ଼ିଥିଲା ବଗମରା ବିଷ ବିଷୟରେ । ଏହା ଜାଣିପାରି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ଆମ୍ବୁଲାନ୍ସ ପହଞ୍ଚି ସମସ୍ତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏବେ ସମସ୍ତଙ୍କ ଦେହର ଅବସ୍ଥା ସ୍ଥିତର ରହିଛି ।

Leave a Reply