ହୃଦୟ ଜିତୁଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ୩ଜଣ ଶିଶୁଙ୍କ ସମେତ ମୋଟ୍‌ ଆଠ ଜଣଙ୍କର ହେଲା ହାର୍ଟ ଅପରେସନ

ଭୁବନେଶ୍ୱର: ଜୀବନ ରଖିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ମାଗଣାରେ ମିଳୁଥିବା ଏହି ସ୍ୱାସ୍ଥ୍ୟସେବାରେ ଉପକୃତ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ଏହି ଯୋଜନାରେ ଏବେ ରାଜଧାନୀର ହାଇଟେକ୍ ହସ୍ପିଟାଲରେ ୩ଜଣ ଶିଶୁଙ୍କ ସମେତ ମୋଟ୍‌ ଆଠ ଜଣଙ୍କର ହାର୍ଟ ଅପରେସନ କରାଯାଇଛି । ଗରିବ ଲୋକ ଏଭଳି ଚିକିତ୍ସା ସେବା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜୀବନ ବଞ୍ଚାଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ମାଗଣାରେ ମିଳୁଛି ସ୍ୱାସ୍ଥ୍ୟସେବା । ରାଜଧାନୀର ହାଇଟେକ୍ ହସ୍ପିଟାଲରେ ବଞ୍ଚିଗଲା ଶିଶୁର ଜୀବନ ।  ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୨ମାସ ଶିଶୁର ହୋଇଛି ସଫଳ ହାର୍ଟ ଅପରେସନ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଶିଶୁର ବିରଳ ଅସ୍ତ୍ରୋପଚାର କରିଛି ହାଇଟେକ ମେଡିକାଲ କଲେଜ । ଶିଶୁଙ୍କ କ୍ଷେତ୍ରରେ ଏଭଳି ହୃଦରୋଗ ଅସ୍ତ୍ରପୋଚାର ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ହୋଇପାରିଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହାଇଟେକ ମେଡିକାଲରେ ୮ ଜଣଙ୍କର ସଫଳ ହାର୍ଟ ଅପରେସନ କରାଯାଇଛି  । ଏମାନଙ୍କ ମଧ୍ୟରୁ ୫ ଜଣ ବୟସ୍କ ଥିବାବେଳେ ୩ ଜଣ ଶିଶୁ ଅଛନ୍ତି  । ୩ ଶିଶୁଙ୍କ ମଧ୍ୟରୁ ଦୁଇ ଜଣଙ୍କ ବୟସ ଦୁଇ ଓ ତିନି ବର୍ଷ ହୋଇଥିବାବେଳେ ଜଣଙ୍କର ବୟସ ଆଠ ମାସ । ଏହି ଶିଶୁଟିର ଓଜନ ୬ କେଜି ହୋଇଥିବାରୁ ଜଟିଳ ଅସ୍ତ୍ରୋପଚାରକୁ ସଫଳ କରାଇବା ହାଇଟେକର ଅଭିଜ୍ଞ ଡାକ୍ତରି ଦଳଙ୍କ ପାଇଁ ବେଶ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏହି ମାଗଣା ଅସ୍ତ୍ରପୋଚାର ପାଇଁ ରାଜ୍ୟ ସରକାରଙ୍କୁ ସହଯୋଗ କରିଛି ହାଇଟେକ ମେଡିକାଲ କଲେଜ  ।

Leave a Reply