spot_img
Home Blog Page 6578

ସରକାରୀ ଚାକିରିରେ ମହିଳାଙ୍କୁ ମିଳିବ ୩୩ ପ୍ରତିଶତ ସଂରକ୍ଷଣ

ଚଣ୍ଡିଗଡ଼: ମହିଳାଙ୍କ ପାଇଁ ଖୁସି ଖବର । କଂଗ୍ରେସ ଶାସିତ ପଞ୍ଜାବ ସରକାର ମହିଳାଙ୍କ ଲାଗି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବରେ ସରକାରୀ ଚାକିରିରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦ୍ରର ସିଂହ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ପଞ୍ଜାବର ମହିଳାଙ୍କ ପାଇଁ ନିଆଯାଇଥିବା ସଂରକ୍ଷଣ ନିଷ୍ପତ୍ତିକୁ ଅମରିନ୍ଦ୍ରର ସିଂହ ଐତିହାସିକ କହିଛନ୍ତି । ପଞ୍ଜାବ କ୍ୟାବିନେଟ୍ ସରକାରୀ ଚାକିରିରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣକୁ ମଞ୍ଜୁରୀ ଦେଇଛି । ବୁଧବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିସହ ରାଜ୍ୟ ସରକାର ପଞ୍ଜାବ ସିଭିଲ୍ ସେବା ନିୟମ୍ ୨୦୨୦କୁ ଅନୁମୋଦନ ଦେଇଛନ୍ତି ।

33 Percent Reservation To Women In Government Jobs In Punjab

ଅଦାଲତ ଓ ଆଇନ୍ ଫାସରେ ଫସିଥିବା ମାମଲାକୁ ସମୟ ବଞ୍ଚାଇ ଆଗକୁ ବଢ଼ାଇବା ପାଇଁ ପଞ୍ଜାବ କ୍ୟାବିନେଟ୍ ସିଭିଲ୍ ସଚିବାଳୟ (ରାଜ୍ୟ ସେବା ବର୍ଗ-୨) ନିୟମ, ୧୯୭୬ରେ ସଂଶୋଧନ କରି କ୍ଲର୍କ କ୍ୟାଡର ଗଠନ କରିଛନ୍ତି । ଏହା ବାଦ୍ କ୍ୟାବିନେଟ୍ ରାଜ୍ୟ ରୋଜଗାର ଯୋଜନା, ୨୦୨୦-୨୨କୁ ଅନୁମୋଦନ ପ୍ରଦାନ କରିଛି । ଯାହା ଦ୍ୱାରା ୨୦୨୨ ମଧ୍ୟରେ ରାଜ୍ୟର ଏକ ଲକ୍ଷ ଶିକ୍ଷିତ ଯୁବପିଢ଼ିଙ୍କୁ ରୋଜଗାର ମିଳିବ । ଏହି ଯୋଜନାରେ ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦରେ ନିଯୁକ୍ତି ଦିଆଯିବ ।

ସୋସିଆଲ ମିଡିଆରେ ଜମୁଛି  ଉପନିର୍ବାଚନ ତାତି, ପୁରୁଣା ସ୍ମୃତି ଉଜାଗର କରୁଛନ୍ତି ବୁଦ୍ଧିଜୀବୀ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ୨୦୧୯କୁ ବର୍ଷେରୁ ଅଧିକ ସମୟ ପୂରିଗଲାଣି । ହେଲେ ଏବେ ଦେଶର ଅନ୍ୟତମ ବୃହତ୍ତମ ରାଜ୍ୟ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିସହ ବିଭିନ୍ନ ରାଜ୍ୟରେ ଉପନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି । ସେହିକ୍ରମରେ ଓଡ଼ିଶାରେ ମଧ୍ୟ ଜଗତସିଂହପୁର ଜିଲାର ତିର୍ତ୍ତୋଲ ଏବଂ ବାଲେଶ୍ୱର ଜିଲାର ବାଲେଶ୍ୱର ସଦର ଆସନରେ ଭୋଟ ଗ୍ରହଣ ହେବ ।

ଦିନକୁ ଦିନ ନିର୍ବାଚନୀ ତାତି ଜମିବାକୁ ଲାଗିଲାଣି । କୋଭିଡ଼ କଟକଣା କାରଣରୁ ବଡ଼ ବଡ଼ ସଭା ଅପେକ୍ଷା ଡିଜିଟାଲ ରାଲି ଏବଂ କ୍ଷୁଦ୍ର ସଭାକୁ ଗୁରୁତ୍ୱ ଦିଆଯାଉଛି ।  ସେହିକ୍ରମରେ ରାଜ୍ୟରେ  ରାଜନୈତିକ ମହଲ ଏବଂ ବୁଦ୍ଧିଜୀବୀମାନେ ମଧ୍ୟ ଭୋଟ ନେଇ ମତାମତ ରଖୁଛନ୍ତି । ଯାହା ବହୁତ ପାଠକୀୟ ଆଦୃତି ଲାଭ କରୁଛି । ଏହିପରି ଏକ ପୋଷ୍ଟ ଆମ ନଜରକୁ ଆସିଛି । ଯାହା ତିର୍ତ୍ତୋଲର ରାଜନୈତିକ ଇତିହାସକୁ ବଖାଣୁଛି ।

ସେହି ପୋଷ୍ଟରେ କୁହାଯାଇଛି ଯେ, ବିଭିନ୍ନ ଦିନ ଥିଲା ତିର୍ତୋଲ ନିର୍ବାଚନ ମଣ୍ଡଳୀ ରେ ତିନିଜଣ ସ୍ଵକୀୟ ଗୁଣ ଓ କ୍ଷମତା ରେ ରଥୀ ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି ଓ ବସନ୍ତ ବିଶ୍ୱାଳ ନିର୍ବାଚିତ ହେଇ ଆସୁଥିଲେ । ନିଶାମଣି ଖୁଣ୍ଟିଆ ଓ ପ୍ରତାପ ମହାନ୍ତି ଦୀର୍ଘ ସମୟ ତିର୍ତୋଲ ରାଜନୀତି ରେ ପ୍ରଭାବ ଶାଳୀ ନେତା ଥିଲେ । ନିଶାମଣି ଖୁଣ୍ଟିଆ ସମାଜବାଦୀ ଆନ୍ଦୋଳନ ରୁ ( PSP ) ଆସିଥିଲେ ଓ ବିଜୁ ପଟ୍ଟନାୟକ ଏଣ୍ଡ କୋ ଗୋଷ୍ଠୀ  ତୀବ୍ର ବିରୋଧୀ ଥିଲେ । ପ୍ରତାପ ମହାନ୍ତି ବିଜୁବାବୁ ଯୁଆଡେ  ରୁହନ୍ତି ସିଏ ସେହି ଆଡ଼େ ରହୁଥାନ୍ତି । ତେଣୁ ବିଜୁବାବୁ କଂଗ୍ରେସ ବେଳେ ପ୍ରତାପ ମହାନ୍ତି ବୋଧେ ଥରେ କଂଗ୍ରେସରୁ ଓ ଅନ୍ୟ ସମୟରେ ବିଜୁବାବୁଙ୍କ ଦଳ ଗୁଡ଼ିକ ରୁ ନିର୍ବାଚିତ ହୋଇଥିଲେ ।
1980 ରେ ହଠାତ ଧୂମକେତୁ ଭାବେ ବସନ୍ତ ବିଶ୍ୱାଳ ତିର୍ତୋଲ ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ହେଇ ପ୍ରଥମ ଥର ଓଡିଶା ରାଜନୀତିରେ Super Chief Minister ପଦବୀ ଜବରଦସ୍ତ ଛଡେଇ ନେଲେ , ଯଦିଓ ରାଷ୍ଟ୍ରମନ୍ତ୍ରୀ ହିଁ ଥିଲେ । ଅବଶ୍ୟ ମହତାବ ଙ୍କ ପଟ୍ଟଶିଷ୍ୟ ( ସାମ୍ବାଦିକତା ରେ ) ଜାନକୀ ବାବୁ 1985ରେ ବିଶ୍ୱାଳ ଙ୍କ ନାଁ ଟି ଟିକେଟ ତାଲିକାରେ Type ର Proof Reading ବେଳେ Omit କରି ଯିବା ହେତୁ ବସନ୍ତ ବିଶ୍ୱାଳ 10 ବର୍ଷ ନିର୍ବାସନ କୁ ଚାଲିଗଲେ । 2009 Delimitation ପୂର୍ବରୁ କିଛି ବର୍ଷ ବସନ୍ତ ବିଶ୍ୱାଳ ଙ୍କ ପରିବାର ହିଁ ତିର୍ତୋଲ ରାଜନୀତି ରେ ଆସନ ଜମେଇଲେ । ପ୍ରତାପ ମହାନ୍ତି ଙ୍କ ପୁତ୍ର ପ୍ରଦୀପ୍ତ ମହାନ୍ତି ଙ୍କ ଅକାଳ ବିୟୋଗ ହୋଇ ନଥିଲେ ହୁଏତ ତାଙ୍କର କିଛି Term ସୁଯୋଗ ଆସିଥାନ୍ତା ।

ଏହି ପୋଷ୍ଟଟିକୁ ଉଲ୍ଲେଖ କରିଥିଲେ ଯାଜପୁର ଚଣ୍ଡିଖୋଲ ନିବାସୀ ବିଜୟ ସାହୁ । ନିର୍ବାଚନକୁ ନେଇ ଏମିତି ମଜାଳିଆ ଖବର ଜାଣିବା ପାଇଁ ନନ୍ଦିଘୋଷ ୱେବସାଇଟ ନିୟମିତ ପଢୁଥାଆନ୍ତି ।

ମୃତ୍ୟୁର ଲଢ଼େଇରେ ମିସାଲ୍ ସାଜିଲେ ୯୧ ବର୍ଷୀୟ ବୃଦ୍ଧ

ଜୟପୁର: ଜୀବନର ନଅ ଦଶନ୍ଧି ବିତାଇବା ପରେ ସେ ପଡ଼ିଥିଲେ କରୋନାର କରାଳ କାୟାରେ । ସମଗ୍ର ବିଶ୍ୱକୁ ନାକେଦମ୍ କରିଥିବା କରୋନା ତାଙ୍କୁ ମଧ୍ୟ କଲବଲ କରିବ ବୋଲି ଭାବିନେଇ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଭୀଷଣ ଉଦବେଗରେ ଥିଲେ । ମାତ୍ର ମହାମାରୀକୁ ମାତ୍ ଦେଇ ସେ ବାହାରି ଆସିଛନ୍ତି କୋଭିଡ୍ କକ୍ଷରୁ । ଭୂତାଣୁ ବିପକ୍ଷରେ ଯୁଦ୍ଧ ଜିତି ସେ କେବଳ ସୁସ୍ଥ ଓ ସ୍ୱାଭାବିକ ହୋଇନାହାନ୍ତି, ମାନସିକ ଭାବେ ଭାଙ୍ଗି ପଡ଼ୁଥିବା ଅନେକ ଆକ୍ରାନ୍ତଙ୍କ ପାଇଁ ସେ ସାଜିଛନ୍ତି ଜ୍ୱଳନ୍ତ ଉଦାହରଣ ।

91 Years Old Kasinath Of Jeypur Defeated Covid 19

୯୧ ବର୍ଷର କୋଭିଡ୍‌ ହିରୋ କାଶୀନାଥ । ସଫଳତାର ସହ ଜିତିଛନ୍ତି କରୋନା ଯୁଦ୍ଧ । ମହାମାରୀକୁ ହରାଇ ଘରକୁ ଫେରିଛନ୍ତି କାଶୀନାଥ । ଦୃଢ ଇଚ୍ଛାଶକ୍ତି ଓ ଧୈର୍ଯ୍ୟ ବଳରେ ଅସମ୍ଭବକୁ କରି ଦେଖାଇଛନ୍ତି ସମ୍ଭବ । ଶେଷ ସମୟରେ କରୋନା କବଳରୁ ନିଜକୁ ମୁକ୍ତ କରିବାରେ ସଫଳ ହୋଇଛନ୍ତି କୋଟପାଡ଼ ବାସୁଗୁଡ଼ା ସାହି ଅଞ୍ଚଳର କାଶୀନାଥ ପାଢ଼ୀ । ଏଥିପାଇଁ କୋଭିଡ୍ ଡାକ୍ତରଖାନାର ଡାକ୍ତରଙ୍କୁ ସାଧୁବାଦ ଜଣାଇଛନ୍ତି ।

91 Years Old Kasinath Of Jeypur Defeated Covid 19

କାଶୀନାଥଙ୍କୁ ଗତ ୨ତାରିଖରେ ଥଣ୍ଡା, ଜ୍ୱର ହୋଇଥିଲା । ଓୗଷଧ ଖାଇବା ସତ୍ତ୍ୱେ ସେ ଭଲ ହୋଇନଥିଲେ । ଆଉ ଗତ ୨ତାରିଖରେ କୋଟପାଡ଼ କୋଭିଡ୍ ସେଣ୍ଟରରେ ତାଙ୍କର ସ୍ୱାବ୍ ନମୁନା ପରୀକ୍ଷା କରାଯାଇଥିଲା । ୫ ତାରିଖରେ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଜୟପୁର କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲା । ​କାଶୀନାଥଙ୍କ ପରିବାରର ୪ ସଦସ୍ୟ ପଜିଟିଭ ବାହାରିବା ପରେ ଜୟପୁର କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ଏବେ ୯୧ ବର୍ଷୀୟ କାଶୀନାଥଙ୍କ ସହ ପରିବାରର ସମସ୍ତ ସଦସ୍ୟ ସୁସ୍ଥ ।

କୋଭିଡ଼ ପରିଚାଳନାରେ ଓଡ଼ିଶା ଅନ୍ୟମାନଙ୍କ ଠାରୁ ଆଗରେ, ଆଗାମୀ ଦିନରେ ଅଧିକ ସଚେତନତା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ସାରା ରାଜ୍ୟରେ କୋଭିଡ଼ ପରିସ୍ଥିତି ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ଏହି କ୍ଷେତ୍ରରେ ଥିବା ସମସ୍ତ  ସୂଚକାଙ୍କ ଜାତୀୟ ହାର ଠାରୁ  ବହୁତ ଭଲରେ ରହିଛି । ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା ଓ ପୁରୀ ପରି ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ମଧ୍ୟ ପରିସ୍ଥିତିର ଉନ୍ନତି ଆସିଛି । ଆଗକୁ ପୂଜା ଋତୁ ଆସୁଥିବାରୁ ଏବଂ ତା ପରେ ପରେ ଶୀତ ଋତୁର ପ୍ରଭାବ ଆସୁଥିବାରୁ ପ୍ରଶାସନକୁ ସଂପୂର୍ଣ୍ଣ ଭାବେ ସତର୍କ ରହି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀକୁ ଦୃଢ ଭାବରେ କାର୍ଯ୍ୟକାରୀ କରିବାକୁ ହେବ । ଆଜି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରି ବରିଷ୍ଠ ଅଧିକାରୀ ମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି।

CM Naveen Patnaik Talked With Sum Covid Hospitals Doctor
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେରଳ କୋଭିଡ ପରିଚାଳନାରେ ଅତି ଭଲ ପ୍ରଦର୍ଶନ କରିଆସୁଥିଲା। କିନ୍ତୁ ଓନାମ ଉତ୍ସବ ପରେ ସବୁକିଛି ବଦଳି ଯାଇଛି। ସଂକ୍ରମଣ ବହୁ ପରିମାଣରେ ବଢିଯାଇଛି। ଇଉରୋପ୍‌ର ଦେଶ ଗୁଡିକରେ ମଧ୍ୟ ସଂକ୍ରମଣର Second Wave ଦେଖାଦେଇଛି। ତେଣୁ ସାମାନ୍ୟ ଢିଲା ପଣ ଆସିଲେ, ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି । ସେଥିପାଇଁ ପ୍ରଶାସନ ଏ କ୍ଷେତ୍ରରେ ସଂପୂର୍ଣ୍ଣ ସତର୍କ ରହି ଲୋକଙ୍କୁ ସଚେତନ କରିବା ଏବଂ ସବୁ ନିୟମର ଦୃଢ ଅନୁପାଳନ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।


ଏହି ଅବସରରେ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଓଡିଶା ବର୍ତ୍ତମାନ ପୁଞ୍ଜି ବିନିଯୋଗର ଏକ ଆକର୍ଷଣୀୟ କ୍ଷେତ୍ର ହୋଇପାରିଛି । ତେଣୁ ବୃହତ ଶିଳ୍ପ ହେଉ, କିମ୍ବା ମଧ୍ୟମ ବା MSME କ୍ଷେତ୍ର ହେଉ – ସମସ୍ତ ଶିଳ୍ପ ପ୍ରକଳ୍ପ ଗୁଡିକୁ ସବୁସ୍ତରରେ ସହଯୋଗ ଯୋଗାଇ ଦେଇ ଠିକ୍‌ ସମୟରେ ପ୍ରକଳ୍ପ ଯେପରି କାର୍ଯ୍ୟକାରୀ ହେବ ଏବଂ ପୁଞ୍ଜି ବିନିଯୋଗର ଲାଭ ଯେପରି ଲୋକମାନେ ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ନରେଗା, ମିଶନ ଶକ୍ତି ଓ ଜୀବିକା ମିଶନ ଆଦି ଜୀବିକା କାର୍ଯ୍ୟକ୍ରମ ଗୁଡିକୁ ମଧ୍ୟ ଉପଯୁକ୍ତ ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିଳ୍ପ, ଖଣି, ନିର୍ମାଣ, ସେବା, ପରିବହନ ଆଦି ସବୁ କ୍ଷେତ୍ରରେ ଅର୍ଥନୈକିକ କାର୍ଯ୍ୟକ୍ରମକୁ ଆଗ୍ରାଧିକାର ଦେବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ କୌଣସି ବାଧାକୁ ବରଦାସ୍ତ କରାଯିବ ନାହିଁ । ଯେକୌଣସି ଅର୍ଥନୈତିକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରାଗଲେ ଦୃଢ ପଦକ୍ଷେପ ନିଆଯିବ।


ମୁଖ୍ୟଶାସନ ସଚିବ  ଅସିତ ତ୍ରିପଠୀ କହିଥିଲେ ଯେ ରାଜ୍ୟରେ ସଂକ୍ରମଣ ହ୍ରାସ ଘଟୁଛି । ତେଣୁ ବର୍ତ୍ତମାନ ଡାକ୍ତରଖାନା ଉପରେ ଚାପ ମଧ୍ୟ ହ୍ରାସ ପାଇଛି । Anti Viral Tablet Favipiravir ଭଲ କାମ ଦେଉଛି ଓ ଏହାର ବ୍ୟବହାର ରୋଗୀଙ୍କ ଦ୍ବାରା ଗ୍ରହଣୀୟ ହେଉଛି ବୋଲି ସେ କହିଥିଲେ। ସେହିପରି Test Report ଯେପରି ଶୀଘ୍ର ମିଳିପାରିବ, ସେ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ ।


ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପି.କେ. ମହାପାତ୍ର କହିଲେ ଯେ କଟକ, ଖୋର୍ଦ୍ଧା ଓ ପୁରୀରେ ସଂକ୍ରମଣ କମୁଛି । ରାଜ୍ୟରେ ଆରୋଗ୍ୟ ହାର ୯୧ ପ୍ରତିଶତରେ ପହଞ୍ଚିଛି ଏବଂ ଓଡିଶା ଏ କ୍ଷେତ୍ରରେ ଦେଶର ପ୍ରଥମ ୫ଟି ରାଜ୍ୟ ମଧ୍ୟରେ ରହିଛି । ରାଜ୍ୟରେ ବର୍ତ୍ତମାନ ୨୫୪୨୮ ଆକ୍ଟିଭ କେସ୍‌ ଥିବାବେଳେ, ୧୯୧୩୧ ଜଣ ଗୃହ ସଂଗରୋଧରେ ରହିଛନ୍ତି। କୋଭିଡ ଡାକ୍ତରଖାନା ଶଯ୍ୟା, ICU ଓ Ventilator ଆଦି ସବୁ କ୍ଷେତ୍ରରେ ରାଜ୍ୟ ବର୍ତ୍ତମାନ ସନ୍ତୋଷଜନକ ସ୍ଥିତିରେ ରହିଛି । ବାର୍ତ୍ତମାନ ୨୦ ରୁ ୪୦ ପ୍ରତିଶତ ICU ଖାଲି ରହୁଛି ବୋଲି ସେ ସୂଚନା ଦେଇଥିଲେ । ସେହିପରି ରାଜ୍ୟରେ ଅକ୍‌ସିଜେନ୍‌ର ଅଭାବ ନାହିଁ ବୋଲି ପ୍ରକାଶ କରି ଭୁବନେଶ୍ବରରେ ଆଜି ଠାରୁ Sero Survey ଆରମ୍ଭ କରାଗଲା ବୋଲି  ମହାପାତ୍ର ସୂଚନା ଦେଇଥିଲେ ।


କୋଭିଡ ଗାଇଡଲାଇନ୍‌ସ ଅନୁପାଳନ ପାଇଁ ପୋଲିସ ନେଇଥିବା ପଦକ୍ଷେପ ସଂପର୍କରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୂଚନା ଦେଇଥିଲେ। ପୋଲିସ ଓ ଅଗ୍ନିଶମ ସେବା କର୍ମଚାରୀ ବର୍ତ୍ତମାନ ସୁଦ୍ଧା ୪୦୦ ୟୁନିଟ୍‌ ପ୍ଲାଜମା ଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ବୈଠକରେ ଆର୍ଥିକ ପୁନରୁଦ୍ଧାର ସଂପର୍କରେ ହୋଇଥିବା ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟରେ ଖରିଫ ଫସଲ ଅବସ୍ଥା ବହୁତ ଭଲ ଅଛି ଏବଂ ବର୍ତ୍ତମାନ ବର୍ଷା ଲାଗି ନ ରହିଲେ, ଚଳିତ ବର୍ଷ ରେକର୍ଡ ଖରିଫ ଉତ୍ପାଦନ ହେବ । ସେହିପରି ରୋଜଗାର ସୃଷ୍ଟିରେ ପଞ୍ଚାୟତିରାଜ ବିଭାଗ ଉଲ୍ଲେଖନୀୟ ଭାବେ ଚଳିତବର୍ଷ ୨୦ କୋଟି ମାନବ ଦିବସ ସୃଷ୍ଟି ଲକ୍ଷ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦ କୋଟିରୁ ଅଧିକ ମାନବ ଦିବସ ସୃଷ୍ଟି କରିସାରିଛି। ମିଶନ ଶକ୍ତିର ମା ମାନଙ୍କୁ କୋଭିଡ ପରିଚାଳନା କାର୍ଯ୍ୟ ସହିତ ମାସ୍କ ବଣ୍ଟନ ଏବଂ ଅନ୍ୟାନ୍ୟ ଅର୍ଥନୈତିକ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବାରୁ ସେମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରାଯାଇପାରିଛି ।


ସେହିପରି ରାଜ୍ୟର ସମସ୍ତ ବଡ ବଡ ଶିଳ୍ପ ସ୍ବାଭାବିକ ଭାବେ କାର୍ଯ୍ୟ କରୁଥିବା ବେଳେ, ୮୫ ପ୍ରତିଶତ MSME କାମ ଆରମ୍ଭ କଲେଣି । MSMEର ଉତ୍ପାଦନ ହାର ୮୦ ପ୍ରତିଶତ ରହିଛି । ଏହି ସମୟ ମଧ୍ୟରେ ରାଜ୍ୟରେ ୨୫ ହଜାର କୋଟି ଟଙ୍କାର ୩୬ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦିଆଯାଉଛି । ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ସମସ୍ତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ଏ ସଂପର୍କରେ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ଦୃଢ ଭାବରେ ମନିଟରିଂ କରିବା ପାଇଁ ପରାମର୍ଶ ଦିଆଯାଇଥିଲା।


ସେହିପରି ମୋ ସରକାର କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ ମାନେ କୋଭିଡ ହସ୍‌ପିଟାଲ ଓ ଗୃହ ସଂଗରୋଧରେ ଥିବା ରୋଗୀ ମାନଙ୍କ ଠାରୁ ପାଇଥିବା ମତାମତ ଭିତ୍ତିରେ ଭବିଷ୍ୟତ ପଦକ୍ଷେପ ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ଅବଢ଼ା ଯୋଜନାରେ ପୁରୀରେ ହେବ ଟ୍ରମ୍ପେଡ୍ ବ୍ରିଜ, ସରିଲାଣି ୯୦ ପ୍ରତିଶତ ଜମି ଅଧିଗ୍ରହଣ

ପୁରୀ: ଶ୍ରୀକ୍ଷେତ୍ରରେ ରାଜ୍ୟ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ଶ୍ରୀସେତୁ । ଏଥିପାଇଁ ଆବଶ୍ୟକ ଜମିରୁ ୯୦ ପ୍ରତିଶତ ଅଧିଗ୍ରହଣ ହୋଇ ସାରିଛି । ଆଜି ଚାରିଟି ସ୍ଥାନରେ ପ୍ରଶାସନ ପକ୍ଷରୁ ଜନଶୁଣାଣି କରାଯାଇଥିଲା । ଏହାପରେ ପ୍ରଭାବିତ ହୋଇଥିବା ଲୋକଙ୍କ ଭୂ-ଅର୍ଜନ ଓ ପୁନଃ ଥଇଥାନକୁ ନେଇ ସୁବିଧା ଓ ଅସୁବିଧା ସମ୍ପର୍କରେ ସ୍ୱତନ୍ତ୍ର ଚିଠା ପ୍ରସ୍ତୁତ କରାଯିବ ।

Public Grievances In Puri For Shree Setu Construction

ମାଳତୀପାଟପୁର ବାଇପାସ୍ ରୋଡରୁ ଶ୍ରୀଜଗନ୍ନାଥ ବଲ୍ଳଭ । ୧୯୦ କୋଟି ବ୍ୟୟରେ ନିର୍ମାଣ ହେବ ଶ୍ରୀସେତୁ । ବ୍ରିଜ୍‌ର ଲମ୍ବ ରହିଛି ଦେଢ଼ କିଲୋମିଟର । ୩୯.୯୮୪ ଏକର ଜମିରେ ହେବାକୁ ଥିବା ଏହି ବ୍ରିଜ୍ ଦ୍ୱାରା ଦାଣ୍ଡିମାଳସାହି, ମାର୍କଣ୍ଡେଶ୍ୱର ସାହି, ମାଟିତୋଟା ଓ ସମଙ୍ଗ ଅଞ୍ଚଳର ଲୋକେ ପ୍ରଭାବିତ ହେବେ । ତେଣୁ ଏହି ୪ଟି ମୌଜାର ଲୋକଙ୍କୁ ନେଇ ଆଜି ପ୍ରଶାସନ କରିଥିଲା ଜନଶୁଣାଣି । ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ କହିଥିଲେ ସେମାନଙ୍କ ସୁବିଧା, ଅସୁବିଧାର କଥା ।

Public Grievances In Puri For Shree Setu Construction In Puri For Shree Set

ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ ସ୍ୱପ୍ନକୁ ସାକାର କରିବ ଏହି ଶ୍ରୀସେତୁ । ତେଣୁ ବିସ୍ଥାପିତ ବି ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ପ୍ରକଳ୍ପ ନେଇ ଜମି ଅଧିଗ୍ରହଣ କାର୍ଯ୍ୟ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ରହିଛି । ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ।

ପାଗ ଭିଡ଼ୁଛି ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ: ବିଜୟ ନେଇ ତିଆରି ଚାଲିଛି ରଣନୀତି

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ଆରମ୍ଭ ହେଲା ଲଢ଼େଇ । ବାଲେଶ୍ୱର ସଦରର ବିଜେପି ପ୍ରାର୍ଥୀ ମାନସ ଦତ୍ତ ଆଜି ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଆସନ୍ତାକାଲି ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବେ । ସେପଟେ ତିର୍ତ୍ତୋଲରେ କଂଗ୍ରେସ ଓ ବିଜେପି ପ୍ରଚାର ଆରମ୍ଭ କରିଥିବା ବେଳେ ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ ତୃଣମୂଳସ୍ତରର ନେତା ଓ କର୍ମୀଙ୍କ ନେଇ ଗୁପ୍ତ ରଣନୀତି ପ୍ରସ୍ତୁତ କରିଛନ୍ତି ।

Balasore By Poll BJP Candidates Manas Dutta Filed Nomination

ଭିଡ଼ ନଥାଇ ବି ଉଷ୍ଣ ହେବ ରାଜନୀତି । ଦୁଇ ଉପନିର୍ବାଚନ ପାଇଁ ତିନିଦଳ ପ୍ରସ୍ତୁତ । ଆଜି ବାଲେଶ୍ୱରର ବିଜେପି ପ୍ରାର୍ଥୀ ମାନସ ଦତ୍ତ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ତଥା ବାପା ସ୍ୱର୍ଗତ ମଦନ ମୋହନଙ୍କ ଫଟୋକୁ ପୂଜା କରି ସେ ଶୋଭାଯାତ୍ରାରେ ବାହାରିଥିଲେ । ଅନ୍ୟ ବରିଷ୍ଠ ନେତାଙ୍କ ସହ ସାଥୀରେ ଥିଲେ ମା’ ପ୍ରେମଲତା ।

Balasore By Poll BJP Candidates Manas Dutta Filed Nomination

ସେପଟେ ପ୍ରଚାର ମୈଦାନରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ । ଘରକୁ ଘର ବୁଲି କରୁଛନ୍ତି ଭୋଟ ଭିକ୍ଷା । ଆସନ୍ତାକାଲି ବିଜେଡିର ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ନାମାଙ୍କନପତ୍ର ଦାଖଲ କରିବେ । ତେବେ କେମିତି ହେବ ପ୍ରଚାର ? କଣ ରହିବ ପ୍ରସଙ୍ଗ ? ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ସାଙ୍ଗକୁ ଜନହିତକର ଯୋଜନା ଓ ଦୃଢ ସଂଗଠନ ବଳରେ ଏଥର ସ୍ୱରୂପ ଓହ୍ଲାଇବେ ନିର୍ବାଚନୀ ମୈଦାନକୁ ।

Tirtol BJD

ସେପଟେ ତାତିଲାଣି ତିର୍ତ୍ତୋଲର ରାଜନୈତିକ ମାହୋଲ୍ । କଂଗ୍ରେସ ଓ ବିଜେପି ପ୍ରଚାର ଆରମ୍ଭ କରିଥିବା ବେଳେ ଆଜି ବରିଷ୍ଠ ନେତାଙ୍କ ସହ ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ । ୧୯ ପଞ୍ଚାୟତର ତୃଣମୂଳସ୍ତରର ନେତାଙ୍କ ସହ କଥା ହୋଇଛନ୍ତି ବରିଷ୍ଠ ବିଜେଡି ନେତା । ଚାଲିବ ଡୋର ଟୁ ଡୋର୍ କ୍ୟାମ୍ପେନ । ବିଜୟ ଦାସଙ୍କୁ ଭୋଟ ଦେଇ ବିଷ୍ଣୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ଏହା ଏକ ସୁଯୋଗ ବୋଲି ବିଜେଡି ନେତା କହିଛନ୍ତି । ସେପଟେ ସ୍ଥାନୀୟ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି ।

ପରମିଟ୍ ଓ ଫିଟନେସ୍ ନଥାଇ ଗଡ଼ୁଛି ଗାଡ଼ି, ସରକାର ହରାଉଛନ୍ତି ରାଜସ୍ୱ

ଭୁବନେଶ୍ୱର: ଟିକସ ଫାଙ୍କି ରାଜରାସ୍ତାରେ ବେନିୟମ ଭାବେ ଗଡୁଛି ଯାନବାହାନ । ଯାହାର ପର୍ଦ୍ଦାଫାସ୍ କରିବାକୁ ପରିବହନ ବିଭାଗ ପକ୍ଷରୁ ଗଠିତ ହୋଇଛି ସ୍ୱତନ୍ତ୍ର ସ୍କ୍ୱାଡ । ଏହି ସ୍କାଡ୍ ହାତରେ ଧରା ପଡ଼ିଲାଣି ବହୁ ଗାଡ଼ି । ଦୀର୍ଘ ଦିନରୁ ଅସାଧୁ ଗାଡି ମାଲିକଙ୍କ ଦ୍ୱାରା ଚାଲିଛି ଏହି କେଳେଙ୍କାରୀ । ସେପଟେ କଟକଣା ଭିତରେ ଆଇନର ଗଳାବାଟକୁ ଆଧାର କରି ଅସାଧୁ ଗାଡ଼ି ମାଲିକଙ୍କ ଯୋଗୁଁ ରାଜକୋଷରୁ ହୋଇଛି କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ।

Transport Department Seized Bus Running With Out Permit And Fitness Certificate

କୋଭିଡ୍ ସମୟରେ ଗାଡ଼ି ମାଲିକଙ୍କ ସମସ୍ୟାକୁ ଲାଘବ କରିବାକୁ ଯାଇ ଟିକସ ଛାଡ଼ କରିଥିଲେ ରାଜ୍ୟ ସରକାର । ତଥାପି କିଛି ଅସାଧୁ ଗାଡ଼ି ମାଲିକଙ୍କ ଲୋଭ ସେମାନଙ୍କ ପାଇଁ ସୃଷ୍ଟି କରିଛି ଜଟିଳ ପରିସ୍ଥିତି । କୋରାପୁଟରୁ ଭୂବନେଶ୍ୱର ଯାତାୟତ କରୁଥିବା ‘ରାଜଧାନୀ’ ନାମକ ଏକ ଯାତ୍ରୀବାହୀ ବସ୍ ଖଣ୍ଡଗିରି ଠାରେ ଧରା ପଡ଼ିବା ପରେ ପରିବହନ ବିଭାଗକୁ ମିଳିଛି ଅନେକ ତଥ୍ୟ । ୨୦୧୯ ମସିହା ମେ ମାସରୁ ଗାଡିର ପରମିଟ୍ ନାହିଁ କି ଫିଟନେସ୍ ନାହିଁ । ବକେୟା ଟ୍ୟାକ୍ସ ସହ ଜରିମାନା ଅର୍ଥ ଏବେ ୫ଲକ୍ଷ ୮୧ହଜାର ୯୮୧ଟଙ୍କା । ଗାଡ଼ିକୁ ଜବତ କରିଛି ପରିବହନ ବିଭାଗ ।  କେବଳ ଏହି ଗୋଟିଏ ଗାଡ଼ି ନୁହେଁ ବରଂ ଆନ୍ତଃରାଜ୍ୟ ବସ୍ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି ଏକା ସମସ୍ୟା । ପଶ୍ଚିମବଙ୍ଗ ଯାତାୟତ କରୁଥିବା ଆଉ ଏକ ବସ୍ ଓ କେତେକ ସ୍କୁଲ ବସ୍ ମଧ୍ୟ ଜବତ ହୋଇଛି ।

Transport Department Seized Bus Running With Out Permit And Fitness Certificate

ଅସାଧୁ ଗାଡ଼ି ମାଲିକଙ୍କ ଏହି ତରିକା ଯୋଗୁଁ ରାଜ୍ୟ ସରକାର ରାଜସ୍ୱ ହରାଉଛନ୍ତି । ଏଥିସହ ସାଧାରଣ ଯାତ୍ରୀ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି । ଗାଡ଼ିର କାଗଜପତ୍ର ସଠିକ୍ ନଥିଲେ ତାହାର ଇନ୍ସୁରାନ୍ସ ମଧ୍ୟ ହୋଇନଥାଏ । ଏଭଳି ସ୍ଥିତିରେ ଉକ୍ତ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲେ ଯାତ୍ରୀଙ୍କୁ କ୍ଷତିପୂରଣ ମିଳିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଏକ୍ଷେତ୍ରରେ ପରିବହନ ବିଭାଗକୁ ଅଧିକ ଯତ୍ନବାନ ହେବା ଜରୁରି ବୋଲି ମତ ଦେଇଛନ୍ତି ସଡ଼ିକ ସୁରକ୍ଷା ସମିତି ସଦସ୍ୟ । ଯାତ୍ରୀବାହୀ ବସ୍ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିୟୋଜିତ ସ୍କୁଲ ଓ କଲେଜ ବସ୍ ଗୁଡ଼ିକରେ ମଧ୍ୟ ଏହି ସମସ୍ୟା ରହିଛି । ଯାହା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ବିପଦ ।

ମୁଣ୍ଡପିଛା ଜିଡିପି ପରିମାଣରେ ବାଲାଂଦେଶଠାରୁ ପଛରେ ପଡିଯିବ ଭାରତ, IMF ଦେଲା ଚେତାବନୀ

ନୂଆଦିଲ୍ଲୀ: ଭାରତରୁ ଅଲଗା ହୋଇ ପାକିସ୍ଥାନ ରାଷ୍ଟ୍ର ହୋଇଥିଲା । ଆଉ ପାକିସ୍ଥାନରୁ ଅଲଗା ହୋଇ ବାଲାଂଦେଶ ହୋଇଥିଲା । ସମୟଚକ୍ରରେ ଭାରତରେ ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ଏକ ପ୍ରମୁଖ ନାମ । ହେଲେ ପାକିସ୍ଥାନ ଏକ ବ୍ୟବସ୍ଥାଗତ ବିଫଳ ରାଷ୍ଟ୍ର ଭାବେ ପରିଗଣିତ ହେଉଛି । କରୋନା ମହାମାରୀ ସମୟରେ ବିଶ୍ୱର ଅର୍ଥନୀତି ବହୁଳ ଭାବେ ପ୍ରଭାବିତ ହୋଇଛି । ଏହାର ସିଧାସଳଖ ପ୍ରଭାବ ସକଳ ଘରୋଇ ଉତ୍ପାଦ(ଜିଡିପି) ଏବଂ ମୁଣ୍ଡପିଛା ଆୟ ଉପରେ ପଡିଛି । ସେହି ଦୃଷ୍ଟିରୁ ଆମ ଦେଶର ଚଳିତ ବର୍ଷର ମୁଣ୍ଡପିଛା ଜିଡିପିର ପରିମାଣ ବାଲାଂଦେଶଠାରୁ ପଛରେ ପଡିଯିବ ବୋଲି ଆଶଙ୍କା କରାଯାଇଛି । ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ(ଆଇଏମଏଫ)ର ୱାଲ୍ଡ ଇକୋନୋମିକ ଆଉଟଲୁକ୍ ପକ୍ଷରୁ ଏହି ଆକଳନ କରାଯାଇଛି ।


ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯଦି ସ୍ଥିତାବସ୍ଥା ଜାରି ରହୁଛି, ତେବେ ବାଲାଂଦେଶର ମୁଣ୍ଡପିଛା ଜିଡିପି ୪ ପ୍ରତିଶତ ବୃଦ୍ଧି ପାଇବ । ଏଥିସହିତ ଏହା ୧୮୮୮ ଡଲାର ରାଶିକୁ ବୃଦ୍ଧି ପାଇବ । ଅପରପକ୍ଷରେ ସମାନ ସମୟରେ ଭାରତରେ ମୁଣ୍ଡପିଛା ଡିଜିପିର ପରିମାଣ 10.5 ପ୍ରତିଶତ ହ୍ରାସ ପାଇଁ ୧୮୭୭ ଡଲାରରେ ରହିବ ବୋଲି ଆକଳନ କରାଯାଇଛି । ଏହି ବିଗତ ୪ ବର୍ଷର ସର୍ବନିମ୍ନ ହେବ ବୋଲି କୁହାଯାଇଛି ।


କରୋନା ଭୂତାଣୁ ଦ୍ୱାରା ଦକ୍ଷିଣ ଏସିଆରେ ଶ୍ରୀଲଙ୍କା ପରେ ଭାରତର ଅର୍ଥନୀତି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ସେହିପରି ନେପାଳ, ଭୂଟାନ ମଧ୍ୟ ନିଜ ଅର୍ଥନୀତିକୁ ଏର ନିର୍ଦ୍ଦିଷ୍ଟ ସ୍ଥିତିକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ସାମଗ୍ରିକ ଭାବେ ଯଦି ଏହି ଆକଳନକୁ ବିଚାରକୁ ନିଆଯାଏ, ତେବେ ଭାରତ ଦକ୍ଷିଣ ଏସିଆର ତୃତୀୟ ଗରିବ ରାଷ୍ଟ୍ର ହେବ । ଭାରତଠାରୁ କେବଳ ପାକିସ୍ଥାନ ଏବଂ ନେପାଳ ପଛରେ ଥିବା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଭୂଟାନ,ମାଳଦ୍ୱୀପ, ବାଲାଂଦେଶ ଏବଂ ଶ୍ରୀଲଙ୍କା ନିଜ ସ୍ଥିତିରେ ଉନ୍ନତି କରିପାରନ୍ତି ବୋଲି କୁହାଯାଉଛି । ହେଲେ ୨୦୨୧ ଶେଷ ବେଳକୁ ଭାରତ ପୁନର୍ବାର ବାଲାଂଦେଶର ମୁଣ୍ଡପିଛା ଜିଡିପିକୁ ସାମାନ୍ୟ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ବର୍ଷ ଭାରତର ମୁଣ୍ଡପିଛା ଜିଡିପି ୮.୨ ପ୍ରତିଶତକୁ ବୃଦ୍ଧିପାଇପାରେ । ସେହି ସମୟରେ ବାଲାଂର ମୁଣ୍ଡପିଛା ଜିଡିପି ୫.୪ ପ୍ରତିଶତ ଥିବ ବୋଲି ଆକଳନ କରାଯାଇଛି । ଭାରତର ମୁଣ୍ଡପିଛା ଜିଡିପି ଏହି ସମୟରେ ୨୦୩୦ ଡଲାର ହୋଇଥିବ ବୋଲି ଆଶା କରାଯାଉଛି । ସେହି ସମୟରେ ବାଲାଂ ଦେଶ ଜିଡିପିର ପରିମାଣ ୧୯୯୦ ଡଲାର ରହିବ । ୫ ବର୍ଷ ପୂର୍ବେ ଭାରତର ମୁଣ୍ଡପିଛା ଜିଡିପିର ପରିମାଣ ବାଲାଂଦେଶଠାରୁ ୪୦ ପ୍ରତିଶତ ଅଧିକ ରହିଥିଲା । କିନ୍ତୁ ଏହି ୫ ବର୍ଷ ମଧ୍ୟରେ ବାଲାଂଦେଶ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଏବଂ ଅଭିବୃଦ୍ଧି ହୋଇଛି ।


ଏହି ସମୟରେ ବାଲାଂଦେଶର ମୁଣ୍ଡପିଛା ଜିଡିପିର ପରିମାଣ ବାର୍ଷିକ ୯.୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ସମାନ ସମୟରେ ଭାରତର ମୁଣ୍ଡପିଛା ଅଭିବୃଦ୍ଧି ହାର ମାତ୍ର ୩.୨ ପ୍ରତିଶତ ରହିଥିଲା । ବାଲାଂଦେଶରେ ଆମଦାନୀ, ନଗଦ ଜମାକୁ ଗୁରୁତ୍ୱ ଏବଂ ଉତ୍ତମ ନିବେଶକୁ ପ୍ରାଧାନ୍ୟ ଦିଆଯାଇଥିଲା । ହେଲେ ସମାନ ସମୟରେ ଭାରତରେ ନିବେଶ ହ୍ରାସ ପାଇଥିବା ଆଇଏମଏଫ ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ସୁସ୍ଥ ହେଲେ ଆଉ ୨ ହଜାର ୭୭୫ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨ ହଜାର ୭୭୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ସର୍ବାଧିକ ୫୦୦ ଜଣ ସୁସ୍ଥ ହୋଇଥିବା ବେଳେ ନୂଆପଡ଼ାରୁ ୧୮୯, କଟକରୁ ୧୮୩, ବରଗଡ଼ରୁ ୧୪୮, କେନ୍ଦ୍ରାପଡ଼ାରୁ ୧୩୬, ଅନୁଗୁଳରୁ ୧୨୩, ଯାଜପୁରରୁ ୧୧୭, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୦୫, ମୟୂରଭଞ୍ଜରୁ ୧୦୦, ବଲାଙ୍ଗିରରୁ ୮୯, କେନ୍ଦୁଝରରୁ ୭୯, ନବରଙ୍ଗପୁରରୁ ୭୩, ସୁନ୍ଦରଗଡ଼ରୁ ୭୧, ମାଲକାନଗିରିରୁ ୭୦, ଢେଙ୍କାନାଳ ୬୯, ବାଲେଶ୍ୱର ୬୭, ଜଗତସିଂହପୁର ୫୮, କନ୍ଧମାଳ ୪୮, ସୋନପୁର ୪୭, ରାୟଗଡ଼ା ୪୬, ପୁରୀ ୪୩, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩୯ ଜଣ ଲେଖାଏଁ, କୋରାପୁଟରୁ ୩୫, ନୟାଗଡ଼ରୁ ୩୦, ଗଞ୍ଜାମରୁ ୨୩, ଦେବଗଡ଼ରୁ ୨୦, ବୌଦ୍ଧ ଓ ଗଜପତିର ୭ ଜଣ ଲେଖାଏଁ ଏବଂ ଷ୍ଟେଟ ପୁଲରୁ ୧୦୦ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।

Prime Minister Narendra Modi To Hold Virtual Discussion With 7 States Chief Ministers On Sept 23

ରାଜ୍ୟରେ ଏଯାବତ୍ ୨ ଲକ୍ଷ ୫୯ ହଜାର ୫୪୧ ଜଣ ସଂକ୍ରମିତ ହୋଇଥିବା ବେଳେ ଏବେ ସୁଦ୍ଧା ୨ ଲକ୍ଷ ୩୫ ହଜାର ୭୬୩ ଜଣ ସୁସ୍ଥ ହୋଇଛନ୍ତି । ୧ ହଜାର ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ରାଜ୍ୟରେ ୨୫ ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ନା ତେଲ ନା ପେନକିଲର, ମୁଣ୍ଡବିନ୍ଧାରୁ ତତକ୍ଷଣାତ୍ ‌ମୁକ୍ତି ପାଇବାକୁ ହେଲେ ଆପଣାନ୍ତୁ ଏହି ଉପାୟ

ମୁଣ୍ଡବିନ୍ଧା ଅଧିକାଂଶଙ୍କର ହୋଇଥାଏ । ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ କାର୍ଯ୍ୟ ଚାପ ହେତୁ ମୁଣ୍ଡବିନ୍ଧା ହୋଇଥାଏ । ଏଥିପାଇଁ କେହି କେହି ଥଣ୍ଡା ତେଲ ଲଗାନ୍ତି ତ କେହି ପେନକିଲର ଖାଆନ୍ତି । ତେବେ ଏସବୁକୁ ବାଦ୍‌ଦେଲେ କିଛି ସାଧାରଣ ଉପାୟ ରହିଛି, ଯାହାଦ୍ୱାରା ଚୁଟକୀରେ ମୁଣ୍ଡବିନ୍ଧାରୁ ମୁକ୍ତି ମିଳିବ ।

ଏଥିପାଇଁ ଜ- ଲାଇନ ଏବଂ ଆଇବ୍ରୋର କିଛି ସ୍ଥାନକୁ ଚାପି ଧରିବାକୁ ପଡ଼ିବ । ଏହା ଆକ୍ୟୁପ୍ରେସରର କାମ କରେ । ଏହାଦ୍ୱାରା ତୁରନ୍ତ ମୁଣ୍ଡବିନ୍ଧା କମ୍‌ହୋଇଯାଏ । ତେବେ ଜ ଲାଇନ ମାଧ୍ୟମରେ ମୁଣ୍ଡବିନ୍ଧାରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ମୁହଁକୁ ଅଧିକ ସମୟ ଖୋଲି ରଖନ୍ତୁ । ଏହା ସହିତ ଉଭୟ କାନର ତଳ ଭାଗକୁ ଚାପି ଧରନ୍ତୁ । ମାତ୍ର ୧ରୁ ୨ ମିନିଟ ଏଭଳି କରିବା ଦ୍ୱାରା ଆଶ୍ୱସ୍ତି ଅନୁଭବ କରିବେ ।

ମୁଣ୍ଡବିନ୍ଧା ସମୟରେ ଆଖି ଓଜନିଆ ଏବଂ ପୋଡ଼ାଜଳା ଅନୁଭବ ହୋଇଥାଏ । ଏଭଳି ପରିସ୍ଥିତିରେ ଆଇବ୍ରୋକୁ ମସାଜ କରନ୍ତୁ । ଏହାଦ୍ୱାରା ଯନ୍ତ୍ରଣା କମ୍‌ହେବ । କେବଳ ସେତିକି ନୁହେଁ ନାକର ଉପର ଭାଗକୁ ମଧ୍ୟ ଚିପିବା ଦ୍ୱାରା ଯନ୍ତ୍ରଣା କମ ହୋଇଥାଏ । ଶରୀରର କେତେକ ଅଂଶରେ ଯନ୍ତ୍ରଣା ହେଲେ କିଛି ଖାସ ସ୍ଥାନକୁ ଚାପି ଧରିବା ଦ୍ୱାରା ଯନ୍ତ୍ରଣାରୁ ଆଶ୍ୱସ୍ତି ମିଳିଥାଏ ।