କେମିତି ମହାନଦୀକୁ ଖସିପଡ଼ିଲେ ପତ୍ନୀ ? ଅମ୍ଲାନ କହିଲେ…

Ollywood Actor Amlan's Wife Rescued From Mahanadi Water Safely

କଟକ: ମହାନଦୀରୁ ଉଦ୍ଧାର ହେଲେ ଅଭିନେତା ଅମ୍ଲାନଙ୍କ ପତ୍ନୀ । ଆଜି ଅପରାହ୍ମରେ କଟକ ବିଜୁ ପଟ୍ଟନାୟକ ପାର୍କ ନିକଟ ମଧୁସୂଦନ ସେତୁ ଉପରୁ ମହାନଦୀକୁ ଅଭିନେତା ଅମ୍ଲାନଙ୍କ ପତ୍ନୀ ଖସି ପଡ଼ିଥିଲେ । ମହିଳା ଜଣକ ପାଣିରେ ଖସି ପଡ଼ିବା ଖବର ସ୍ଥାନୀୟ ଲୋକ ପୋଲିସ ଓ ଅଗ୍ନଶମ ବାହିନୀକୁ ଜଣାଇବା ସହ ଉଦ୍ଧାର କାମ ଆରମ୍ଭ କରିଥିଲେ । ପୋଲିସ ଓ ଅଗ୍ନିଶମ କର୍ମଚାରୀ ମଧ୍ୟ ଉଦ୍ଧାର କାମରେ ଲାଗି ଯାଇଥିଲେ । ଅଭିନେତା ଅମ୍ଲାନଙ୍କ ପତ୍ନୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି ।

Ollywood Actor Amlan's Wife Rescued From Mahanadi Water Safely

ତେବେ କିପରି ଓ କେଉଁ ପରିସ୍ଥିତିରେ ଅଭିନେତା ଅମ୍ଲାନଙ୍କ ପତ୍ନୀ ମହାନଦୀ ସେତୁ ଉପରୁ ଖସି ପଡ଼ିଲେ ନା ଡେଇଁଥିଲେ, ତା’ର ତଦନ୍ତ ଜାରି ରଖିଛି ପୋଲିସ । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ସେ ମହାନଦୀରେ ପୂଜାଫୁଲ ପକାଇବାକୁ ଯାଇଥିବାବେଳେ ଅଘଟଣ ଘଟିଥିବା ଜଣାପଡିଛି ।

Ollywood Actor Amlan's Wife Rescued From Mahanadi Water Safely

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅମ୍ଲାନ । ସେ କହିଛନ୍ତି, ଦୀପାବଳି ପୂଜାଫୁଲ ପକାଇବା ପାଇଁ ଏକାଠି ଯାଇଥିଲୁ । ପତ୍ନୀ ଫୁଲ ପକାଇବା ବେଳେ ଭାରସାମ୍ୟ ହରାଇ ନଦୀରେ ଖସି ପଡିଥିଲେ । ମୁଁ ଗାଡ଼ି ଭିତରେ ଥିଲି । ମୁଣ୍ଡ ବୁଲାଇବା କାରଣରୁ ଭାଉଜ ପଡ଼ିଗଲେ ବୋଲି ଡ୍ରାଇଭର ପାଟିକଲା । ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲି । ସ୍ଥାନୀୟ ଲୋକ ଓ ପୋଲିସ ତାଙ୍କୁ ଉଦ୍ଧାର କରିଥିଲେ । ତେବେ ପାରିବାରିକ ବିବାଦକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚାକୁ ଅମ୍ଲାନ ଅସ୍ୱୀକାର କରିଛନ୍ତି ।

Leave a Reply