spot_img
Home Blog Page 6577

ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା, ଚାଷ ଜମି ପାଲଟିଛି ପୋଖରୀ

ଗଞ୍ଜାମ: ଅବପାତ ପରେ ଲଗାଣ ବର୍ଷା  ଭାଙ୍ଗି ଦେଇଛି ଚାଷୀର ମେରୁ ଦଣ୍ଡ । ସହ ସହ ହେକ୍ଟର ଚାଷ ଜମି ଏବେ ଜଳ ମଗ୍ନ । ପହିଲି ବର୍ଷା ଠିକ ସମୟରେ ହୋଇଥିବାରୁ ଚାଷୀ ମନରେ ଅନେକ କିଛି ଉଙ୍କି ମାରିଥିଲା । ଧାରକରଜ ଆଣି ମୁଣ୍ଡର ଝାଳ ତୁଣ୍ଡରେ ମାରି ଚାଷ ଜମିରେ ସୁନାର ଫସଲ ଫଳିବ ବୋଲି ଚାଷୀ ମନରେ ଆଶା ବାନ୍ଧି ରଖିଥିଲା । ହେଲେ ଲଘୁଚାପ ବର୍ଷା ସବୁ କିଛି ଛଡ଼ାଇ ନେଇଛି । ଧାର କରଜ ଶୁଝିବ ଓ ନିଜ ପରିବାର ଚଳାଇବ, ସେ ସପ୍ନ ଏବେ ସପ୍ନ ରେ ହିଁ ରହିଗଲା ।

ସହ ସହ ହେକ୍ଟର ହେକ୍ଟର ଚାଷ ଜମି ରେ ପାଣି ଲହଡା ମାରୁଛି । ଆଉ ସେହି  ଚାଷ ଜମି ଭିତରେ ଏତେ ପାଣି ଜେ ସ୍ଥାନୀୟ ଲୋକେ ପାଣି ରେ ପଂହରୁଥିବା ଦେଖିବାକୁ ମିଳିଛି ।  ଏଭଳି ଦୃର୍ଷ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଶିଆଳିଆ ରାସ୍ତା ପାର୍ଶ୍ୱର ହେକ୍ଟର ହେକ୍ଟର ଚାଷ ଜମିରେ । ତେବେ କାକିନାଡ଼ାରେ ଅବପାତ କାରଣରୁ ଦକ୍ଷିଣ ଓଡ଼ିଶାରେ ଲାଗି ରହିଛି ଲଗାଣ ବର୍ଷା । ତୁହାକୁ ତୁହା ବର୍ଷା କାରଣରୁ ଗଞ୍ଜାମ ଏବଂ ଗଜପତିରେ ଜିଲ୍ଲା ପୁରା ବେହାଲ ହୋଇଛି ।

ନିଜର ଅତି ପ୍ରିୟ ମଣିଷଙ୍କୁ ଅଭିନବ ଉପାୟରେ ମନେ ପକାଇଲେ ସମରେନ୍ଦ୍ର

ବେତନଟୀ: ମନେ ପଡନ୍ତି ମିସାଇଲ୍ ମ୍ୟାନ୍ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ. ପି.ଜେ ଅବଦୁଲ୍ଲ କଲାମ । ଆଜି ଅବଦୁଲ୍ଲ କଲାମଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ମନେ ପକାଉଛି ସାରା ଭାରତବର୍ଷ । ଏ ଦେଶ ଓ ଜାତି ପାଇଁ ତାଙ୍କର ଅବଦାନ ସବୁ ଦିନ ଅବିସ୍ମରଣୀୟ ହୋଇ ରହିବ । ନିଜର ଅତି ପ୍ରିୟ ମଣିଷଙ୍କୁ ଅଭିନବ ଉପାୟରେ ମନେ ପକାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ଆଗଡା ଗ୍ରାମର ସମରେନ୍ଦ୍ର ବେହେରା ।

ଗଛରେ ପ୍ରତିଛବି ଆଙ୍କି କଲାମଙ୍କୁ ମନେ ପକାଇଛନ୍ତି ସମରେନ୍ଦ୍ର । ପେଷାରେ ସମରେନ୍ଦ୍ର ଜଣେ ଅଧ୍ୟାପକ ହୋଇଥିବାବେଳେ ନିଶା ତାଙ୍କର ହେଉଛି ଚିତ୍ର ଅଙ୍କିବା । ତେଣୁ କଲାମଙ୍କ ସ୍ମୃତିରେ ବୃକ୍ଷରେ ପ୍ରତିଛବି ଆଙ୍କି ତାଙ୍କୁ ମନେପକାଇଛନ୍ତି ସମରେନ୍ଦ୍ର । ଏଭଳି ଉଦ୍ୟମ ପାଇଁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସମରେନ୍ଦ୍ର ।

୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ରାମେଶ୍ୱରମରେ ଜନ୍ମ ଗ୍ରହଣ କରିଥିଲେ ଏ. ପି. ଜେ ଅବଦୁଲ୍ଲ କଲାମ । ଜଣେ ସୁଦକ୍ଷ ବୈଜ୍ଞାନିକ ଭାବେ ପରିଚୟ ଲାଭ କରିଥିବା କଲାମ ହୋଇଥିଲେ ଦେଶର ୧୧ତମ ରାଷ୍ଟ୍ରପତି . ଆଜି ତାଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ମନେ ପକାଉଛି ସାରା ଦେଶ ।

ଓଟିଭିର ଜମି କେଳେଙ୍କାରୀ ମାମଲା: ଭାଙ୍ଗିଲା OTVର ବେଆଇନ ପାଚେରୀ

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅରେ ଓଟିଭିର ଜମି କେଳେଙ୍କାରୀ ମାମଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଆକ୍ସନ୍ ମୋଡ୍‌ରେ ଜିଲ୍ଲା ପ୍ରଶାସନ । ସାରୁଅ ମହିଳା ବିକାଶ ସମିତି ନାଁରେ ବୁଲା ଯାଇଥିବା ପାଚେରୀକୁ ଭାଙ୍ଗୁଛି ପ୍ରଶାସନ । ପାଚେରୀ ବୁଲାଇ ଚାଷ ଜମି ଓ ପୋଖରୀକୁ ଅବରୋଧ କରାଯାଇଥିଲା । ପାଚେରୀ ଭାଙ୍ଗି ଜଳ ଅବରୋଧ ହଟାଇବା ତଥା ଚାଷ ଜମିକୁ ରାସ୍ତା ଖୋଲିବାକୁ ଉଦ୍ୟମ କରାଯାଇଛି । ଚାଷ ଜମି ଓ ପୋଖରୀକୁ ବାଟ ନଛାଡିବାରୁ ସ୍ଥାନୀୟ ଲୋକେ ନାହିଁନଥିବା ସମସ୍ୟା ଭୋଗୁଥିଲେ ।

ଜମିକୁ ପାଣି ଯାଇପାରୁନଥିବାରୁ ଚାଷ ବାସ କରିପାରୁନଥିଲେ । ଫଳରେ ଜମି ପଡିଆ ପଡିଥିଲା । ଏନେଇ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ଖୋର୍ଦ୍ଧା ସାରୁଅ ମଲ୍ଲିକ ସାହିରେ ଗତ ଫେବୃଆରୀ ମାସରେ ମହିଳା ସମିତି କରିବାକୁ ସ୍ଥାନ ଚିହ୍ନଟ କରିଥିଲା ଜଗିଙ୍କ କମ୍ପାନୀ ଓଟିଭି ନେଟୱର୍କ ।

ପକ୍କା ରାସ୍ତା ସହ ଚାଷ ଜମିକୁ ପାଣି ଯୋଗାଇ ଦେବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ । କେବଳ ସେତିକି ନୁହେଁ, ମହିଳାଙ୍କୁ ସ୍ୱାବଲମ୍ବୀ କରାଇବାକୁ ଲୋଭ ଦେଖାଇଥିଲେ କମ୍ପାନୀର ଲୋକ। ହେଲେ ସମିତି ଘର ଛିଡ଼ା ହେବା ପରେ ତାଲା ପକାଇ ଦେଇଥିଲେ OTV କର୍ତ୍ତୃପକ୍ଷ । ଆଉ ଏହାପରେ ଉଠିଥିଲା ଷଡ଼ଯନ୍ତ୍ରର ପାଚେରୀ । ୩ଟି ଗାଁ ପୋଖରୀକୁ ଘେରାଉ କରାଯାଇଥିଲା ।

ଦିନେ ଗାଁ ଲୋକଙ୍କ ଲାଇଫ୍ ଲାଇନ୍ ପାଲଟିଥିବା ପୋଖରୀ ଲୋକଙ୍କ ପାଇଁ ଅଭିଶାପ ପାଲଟିଥିଲା । OTVର ନାଲି ଆଖି ପାଣି ଅଟକାଇଥିବା ଅଭିଯୋଗ ହୋଇଥିଲା । ଦୂଷିତ ପାଣି ପାଇଁ ଲୋକେ ରୋଗରେ ବି ଆକ୍ରାନ୍ତ ହେଉଥିଲେ । ଆଜି ପାଚେରି ଭଙ୍ଗାଯାଇ ପୋଖରୀ ଓ ଚାଷ ଜମିକୁ ବାଟ ଫିଟାଇଛି ପ୍ରଶାସନ ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ସର୍ଭେ ଅନୁଯାୟୀ ୭୨% ପ୍ରବାସୀ ଭାରତୀୟ ଜୋ ବିଡେନଙ୍କୁ ଦେଇପାରନ୍ତି ଭୋଟ, ଟ୍ରମ୍ପଙ୍କ ସହ ମାତ୍ର ୨୨%

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରରେ ରାଷ୍ଟ୍ରପତି ନିର୍ବାଚନ ୨୦୨୦ ପାଇଁ ଅଭିଯାନ ଜୋରସୋରରେ ଚାଲିଛି । ରିପବ୍ଲିକାନ୍ ଏବଂ ଡେମୋକ୍ରାଟ୍ ପାର୍ଟିର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ଏହି ସମୟ ମଧ୍ୟରେ ଏକ ସର୍ଭେରୁ ଜଣାପଡ଼ିଛି ଯେ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟ ଭୋଟରମାନେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନଙ୍କ ପ୍ରତି ଅଧିକ ଆଗ୍ରହୀ ରହିଛନ୍ତି । ପ୍ରବାସୀ ଭାରତୀୟଙ୍କ ଆଭିମୁଖ୍ୟ ସର୍ଭେ (IAAS) ଅନୁଯାୟୀ, ୭୨% ପ୍ରବାସୀ ଭାରତୀୟ ଅଛନ୍ତି ଯେଉଁମାନେ ରାଷ୍ଟ୍ରପତି ନିର୍ବାଚନରେ ​​ବିଡେନଙ୍କୁ ଭୋଟ୍ ଦେଇପାରିବେ । ଏଥି ସହିତ, କେବଳ ୨୨ ପ୍ରତିଶତ ପ୍ରବାସୀ ଭାରତୀୟ ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ୍ ଦେଇପାରନ୍ତି ।

୯୩୬ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା ଉପରେ ଆଧାର କରି ଏହି ସର୍ଭେ କରାଯାଇଛି । ସେପ୍ଟେମ୍ବର ପ୍ରଥମ ୨୦ ଦିନରେ, ଏହି ଲୋକମାନେ ଅନଲାଇନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ । ଏହି ସର୍ବେକ୍ଷଣରୁ ଏହା ମଧ୍ୟ ଜଣାପଡ଼ିଛି ଯେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ଡେମୋକ୍ରାଟ୍ ପାର୍ଟିର ମୂଳ ଭୋଟ୍ ବ୍ୟାଙ୍କ ବୋଲି । ୫୬ ପ୍ରତିଶତ ଲୋକ ବିଶ୍ୱାସ କରୁଥିଲେ ଯେ ସେ ଜଣେ ଡେମୋକ୍ରାଟିକ୍ ସମର୍ଥକ ଭାବେ ପରିଚିତ । ଏଥିସହ କେବଳ ୧୫ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ରିପବ୍ଲିକାନ୍ ସମର୍ଥକ ଭାବରେ ପରିଚିତ ।

ସର୍ଭେରେ କୁହାଯାଇଛି ଯେ ଡେମୋକ୍ରାଟିକ୍ ପାର୍ଟିର ଉପ-ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ପ୍ରବାସୀ ଭାରତୀୟଙ୍କ ଦଳକୁ ପ୍ରବୃତ୍ତିରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଅଗଷ୍ଟ ମାସରେ, ସେ ତାଙ୍କ ମାଆ ଶ୍ୟାମଲା ଗୋପାଲନଙ୍କୁ ଦର୍ଶାଇ ଅନେକ କିଛି କହିଥିଲେ । ସେ ଭାରତୀୟ ଖାଦ୍ୟ ଇଡଲି ଏବଂ ମସାଲା ଡୋସା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ଭିଜିଲାନ୍ସ କବଜାରେ କୋଟିପତି ସାର୍, ହାଇସ୍କୁଲରେ ପଢ଼ାଇ ୫ କୋଟିର ମାଲିକ

ଗଞ୍ଜାମ: ଭିଜିଲାନ୍ସ ଜାଲରେ କୋଟିପତି ସାର୍ । ଜଣେ ହିନ୍ଦୀ ଶିକ୍ଷକଙ୍କ ଠାରୁ ୫ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଝାଣ୍ଡନକୁଲି ଯଶୋଦା ହାଇସ୍କୁଲର ଶିକ୍ଷକ ଦୀନବନ୍ଧୁ ସାହୁଙ୍କ ଘରେ ଭିଜିଲାନ୍ସର ଚଢାଉ କରିଥିଲା । ଏହି ସମୟରେ ମୋଟ ୪ କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।

Vigilance Trapped Hindi Teacher Dinabandhu Sahu

ଭିଜିଲାନ୍ସ ଟିମ୍ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରି ଏହି ସମ୍ପତ୍ତି ଠାବ କରିଛି । ସବୁଠୁ ବଡ଼ କଥା ହେଉଛି ଦୀନବନ୍ଧୁ ଜଣେ ହାଇସ୍କୁଲ ଶିକ୍ଷକ ହୋଇଥିବା ବେଳେ ତାଙ୍କ ପାଖରେ କୋଟି କୋଟି ଟଙ୍କା ଆସିଲା କେଉଁଠୁ ? ଏସବୁର ତନାଘନା ଆରମ୍ଭ କରିଛି ଭିଜିଲାନ୍ସ । ମିଳିଥିବା ସୂଚନା ଅନୁସାରେ ଗଞ୍ଜାମର ଚିକିଟି ସମେତ ଭୁବନେଶ୍ୱରରେ ଦୀନବନ୍ଧୁଙ୍କ ଶିକ୍ଷାନୁଷ୍ଠାନ ରହିଛି ।

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସୈନିକ ମାନଙ୍କୁ କହିଲେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ

ନୂଆଦିଲ୍ଲୀ: ଏଲଏସିରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ବୈଠକ ପରେ ବୈଠକ ହେଉଛି ହେଲେ ସୁଧୁରୁନାହିଁ ପରିସ୍ଥିତି । ଏଇ ଭିତରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ସୈନିକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଜିନପିଙ୍ଗ ତାଙ୍କ ସୈନିକ ମାନଙ୍କୁ ଏକ ସାମରିକ ବେସ୍ ଗସ୍ତରେ କହିଥିଲେ – ‘ଯୁଦ୍ଧ ପାଇଁ ପ୍ରସ୍ତୁତି ଉପରେ ତୁମର ମନ ଏବଂ ଯୁଦ୍ଧ ପ୍ରସ୍ତୁତି ଉପରେ ଧ୍ୟାନ ଦିଅ।

ଚୀନ୍‌ର ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଜିନପିଙ୍ଗ ମଙ୍ଗଳବାର ଚୀନ୍‌ର ଗୁଆଙ୍ଗଡୋଙ୍ଗରେ ଥିବା ଏକ ସାମରିକ ବେସ ଗସ୍ତରେ ଯାଇ ସୈନିକ ମାନଙ୍କୁ ଯୁଦ୍ଧ ପ୍ରସ୍ତୁତି ଉପରେ ଧ୍ୟାନ ଦେବାକୁ କହିଥିଲେ । ଜିନପିଙ୍ଗ ମଧ୍ୟ ତାଙ୍କ ସୈନିକ ମେନଙ୍କୁ ହାଇ ଆର୍ଲଟ ରହିବାକୁ କହିଛନ୍ତି । ଜିନପିଙ୍ଗ ପିପୁଲ୍ସ ଲିବରେସନ୍ ଆର୍ମି ମେରାଇନ୍ କର୍ପସକୁ ନରିକ୍ଷଣ ପାଇଁ ପହଞ୍ଚି ଥିଲେ । ଚୀନ୍ ରାଷ୍ଟ୍ରପତି ମଧ୍ୟ ସୈନିକମାନଙ୍କୁ ବିଶ୍ୱସ୍ତ, ସମ୍ପୂର୍ଣ୍ଣ ‘ନିର୍ମଳ’ ଏବଂ ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ହେବାକୁ ନିବେଦନ କରିଛନ୍ତି ।

ସୋମବାର ଆମେରିକା ତାଇୱାନକୁ ତିନୋଟି ଉନ୍ନତ ଅସ୍ତ୍ର ପ୍ରଣାଳୀ ଯୋଗାଇବାକୁ ଘୋଷଣା କରିଛି । ଏହି ନିଷ୍ପତ୍ତି ଦ୍ୱାରା ଚୀନ୍ ଅଧିକ ଉତକ୍ଷିପ୍ତ ହୋଇଥିଲା । ​​କାରଣ ଚୀନ ତାଇୱାନକୁ ଏହାର ଏକ ଅଂଶ ବୋଲି ବିବେଚନା କରେ । ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ତାଇୱାନକୁ କୌଣସି ଅସ୍ତ୍ର ବିକ୍ରୟ ପାଇଁ ଆମେରିକା ତୁରନ୍ତ ଏହି ଚୁକ୍ତି ବାତିଲ କରିବା ଉଚିତ ।

କୋଭିଡ୍ ନିୟମ ପାଳନ ନକରି ରେଳ ଯାତ୍ରା କଲେ ଯାଇପାରନ୍ତି ଜେଲ୍

ନୂଆଦିଲ୍ଲୀ: ସଂକ୍ରମଣ ସହ ସବୁକିଛି ହୋଇଛି ସ୍ୱାଭାବିକ । ରାସ୍ତାରେ ଯାତ୍ରୀବାହୀ ଗାଡ଼ି ଗଡ଼ୁଛି, ଆକାଶରେ ଉଡ଼ୁଛି ବିମାନ । ଟ୍ରାକରେ ପୂର୍ବଭଳି ଟ୍ରେନ୍ ଚାଲୁଛି କିନ୍ତୁ ସୀମିତ ସଂଖ୍ୟାରେ । ସବୁକିଛି ପୂର୍ବଭଳି ସ୍ୱାଭାବିକ ହୋଇଥିବା ବେଳେ ସଂକ୍ରମଣ ରୋକିବାକୁ ନିର୍ଦ୍ଧାରିତ ହୋଇଛି କିଛି ନିୟମ । ଯେମିତି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା । କୋଭିଡ୍-୧୯ ସହ ଜଡ଼ିତ ନିୟମ ନମାନି ଟ୍ରେନରେ ଯାତ୍ରା କଲେ ଏହା ଆପଣଙ୍କୁ ମହଙ୍ଗା ପଡ଼ିପାରେ । ରେଳ ଆଇନର ବିଭିନ୍ନ ଧାରାରେ ରୁଜୁ ହୋଇପାରେ ମାମଲା ।

 Even If He Is Not Following The Rules Of Covid19

ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ଦେବା ସହିତ ଜେଲ୍ ବି ହୋଇପାରେ । ରେଳ ସୁରକ୍ଷା ବଳ (ଆରପିଏଫ୍) ବୁଧବାର ଏହି ସୂଚନା ଦେଇଛି । ଆଗକୁ ପାର୍ବଣ ଥିବାରୁ ଏଥିପାଇଁ ଆରପିଏଫ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ରେଲୱେ ପ୍ଲାଟଫର୍ମରୁ ଟ୍ରେନ ମଧ୍ୟରେ କଣ କରିବେ କଣ ନାହିଁ । ଯେମିତି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, କରୋନା ସଂକ୍ରମିତ ହୋଇଥିବା ସତ୍ତ୍ୱେ ଷ୍ଟେସନ ଆସିବା କିମ୍ବା ରେଳରେ ଚଢ଼ୁଥିଲେ ସାବଧାନ ରୁହନ୍ତୁ । ଯଦି ସର୍ବସାଧାରଣ ସ୍ଥାନରେ ଆପଣ ଛେପ ପକାଉଛନ୍ତି ତେବେ ସତର୍କ ରୁହନ୍ତୁ ।

 Even If He Is Not Following The Rules Of Covid19

ରେଳ ଷ୍ଟେସନ କିମ୍ବା ଟ୍ରେନରେ ଆବର୍ଜନ କରି ସଂକ୍ରମଣ ସୃଷ୍ଟି କରୁଥିଲେ ସାବଧାନ ରୁହନ୍ତୁ । ଏସବୁ କାର୍ଯ୍ୟକଳାପ ଉପରେ ନଜର ରଖିଛି ଆରପିଏଫ । ଏଭଳି କରୁଥିଲେ ରେଳ ଆଇନ୍ ଧାରା ୧୪୫, ୧୫୩ ଓ ୧୫୪ ଅନୁଯାୟୀ ଦଣ୍ଡିତ କରାଯିବ । ରେଳ ଆଇନ୍ ୧୪୫ (ନିଶାରେ ଥାଇ ଅଶାନ୍ତି ସୃଷ୍ଟି) ପ୍ରକାରେ ଏକ ମାସ ଜେଲ, ଧାରା ୧୫୩ (ଜାଣିଶୁଣ ଅନ୍ୟ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା) ଜରିମାନା ସହିତ ୫ ବର୍ଷ ଜେଲ୍ ଓ ଧାରା ୧୫୪ (ବେପରୁଆ ଭାବେ ଅନ୍ୟ ଯାତ୍ରୀଙ୍କୁ ହାନି ପହଞ୍ଚାଇବା) ବର୍ଷେ ଜେଲ ଅଥବା ଜରିମାନା କିମ୍ବା ଉଭୟ ସଜ୍ଜା ଦିଆଯାଇପାରେ ।

ହାଥରସ୍ ଗଣଦୁଷ୍କର୍ମର ପ୍ରମାଣ ଖୋଜୁଛି ସିବିଆଇ, ବୁଲଗଡିରେ ଡେରା ପକାଇ ବିଭିନ୍ନ ସ୍ଥାନରେ କରୁଛି ଯାଞ୍ଚ

ନୂଆଦିଲ୍ଲୀ: ହାଥରସର ହଟସ୍ପଟରେ ଛାନଭିନ କରୁଛି ସିବିଆଇ । ଦ୍ୱିତୀୟ ଦିନରେ ପୀଡିତାଙ୍କ ପରିବାରକୁ ହୋଇଛି ପଚରାଉଚରା । ବୁଲଗଡିରେ କିଛି ଗ୍ରାମାବାସୀଙ୍କୁ ଡାକି ସେମାନଙ୍କ ବୟାନ ରେକର୍ଡ କରାଯାଇଛି । ସେପଟେ ମାମଲାରେ ସାମ୍ପ୍ରଦାୟିକ ଦଙ୍ଗା ନେଇ ତଦନ୍ତ ଜାରି ରଖିଛି ଇଡି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ମଥୁରା ଜେଲରେ ଥିବା ୪ ପିଏଫଆଇ ସଦସ୍ୟଙ୍କୁ ପଚରାଉଚରା କରିଛନ୍ତି । ସେପଟେ ମାମଲାରେ ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିଛନ୍ତି ରାଜ୍ୟ ସରକାର ।

୧୪ ସେପ୍ଟେମ୍ବର ଦିନ କଣ ହୋଇଥିଲା ? ଅଭିଯୁକ୍ତଙ୍କ ସହ ପୀଡିତାଙ୍କ ସମ୍ପର୍କ କଣ ? କେବଳ ବଳାତ୍କାର, ନା ଆଉ କିଛି ରହିଛି ରହସ୍ୟ ? ଉତ୍ତରପ୍ରଦେଶ ହାଥରସର ବୁଲଗଡିରେ ଦୁଇଦିନ ଧରି ଡେରା ପକାଇ ଏହାର ଗୁମର ଖୋଜୁଛି ସିବିଆଇ । କ୍ରାଇମ୍‌ ସିନ୍ ରିକ୍ରିଏଟ୍ କରି ପ୍ରମାଣ ଏକାଠି କରିବାକୁ ଆରମ୍ଭ ହୋଇଛି ଉଦ୍ୟମ । ଦ୍ୱିତୀୟ ଦିନରେ ପୀଡିତାଙ୍କ ଦୁଇ ଭାଇ ଓ ବାପାଙ୍କୁ ଜେରା କରିବା ସହ ଗ୍ରାମର କିଛି ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଏଥିପାଇଁ ଆହୁରି କିଛିଦିନ ବୁଲଗଡିରେ ସିବିଆଇର ଏହି ୧୫ ଜଣିଆ ଟିମ୍ ରହିବେ ବୋଲି କହିଛନ୍ତି ।

ହାଥରସ ଗଣ ଦୁଷ୍କର୍ମ ପଛରେ ସାମ୍ପ୍ରଦାୟୀକ ଦଙ୍ଗା ପ୍ରସଙ୍ଗ ନେଇ ବି ଚାଲିଛି ଖୋଳତାଡ । ମଥୁରା ଜେଲରେ ଗିରଫ ପିଏଫଆଇର ଗିରଫ ୪ ସଦସ୍ୟଙ୍କୁ ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେଉଁ ଉଦ୍ଦେଶ୍ୟରେ ତିଆରି ହୋଇଥିଲା ଓ୍ୱେବସାଇଟ୍ ? କେଉଁ କେଉଁ ସୂତ୍ରରୁ ଫଣ୍ଡ ସଂଗ୍ରହ କରାଯାଇଥିଲା ? ମାମଲାରେ ଦିଲ୍ଲୀ ପିଏଫଆଇ ସେକ୍ରେଟାରୀ ମହମ୍ମଦ ଇଲିଆସ ସହ ତାଙ୍କର କଣ ସଂପର୍କ ? ସେମାନେ ଇଲିଆସ୍ ସହ କିପରି ସମ୍ପର୍କ ରଖିଥିଲେ ? ଏନେଇ ପଚରାଉଚରା କରିଛି ଇଡି ।

ସେପଟେ ସୁପ୍ରିମକୋର୍ଟରେ ମାମଲା ନେଇ ନିଜର ପକ୍ଷ ରଖିଛନ୍ତି ଉତ୍ତରପ୍ରଦେଶ ସରକାର । ପୀଡିତାଙ୍କ ପରିବାରର ସୁରକ୍ଷା ଓ ତଦନ୍ତ ନେଇ ସରକାର କି ପଦକ୍ଷେପ ନେଇଛନ୍ତି ସେସମ୍ପର୍କରେ ତଥ୍ୟ ଦେବାକୁ ସୁପ୍ରିକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ପ୍ରଶାସନ ପକ୍ଷରୁ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟକ୍ତିଗତ ସୁରକ୍ଷା ଦିଆଯାଇଛି । କିନ୍ତୁ ଘଟଣାର ତଦନ୍ତ ସିବିଆଇ ହାତରେ ଥିବାରୁ ତଦନ୍ତ ପ୍ରକ୍ରିୟା ଓ ସମୟ ନେଇ ସିବିଆଇ ହିଁ କହିପାରିବ ବୋଲି କହିଛନ୍ତି ରାଜ୍ୟ ସରକାର ।

୧୪ ମାସର ନଜର ବନ୍ଦୀରୁ ମୁକ୍ତ ହେବା ପରେ ମେହେବୁବାଙ୍କୁ ଭେଟିଲେ ଫାରୁକ ଓ ଓମାର

ନୂଆଦିଲ୍ଲୀ: କଂଗ୍ରେସ ନେତା ଫାରୁକ୍ ଅବଦୁଲ୍ଲା ଏବଂ ତାଙ୍କ ପୁଅ ଓମାର ଅବଦୁଲ୍ଲା । ପିଡିପି ନେତା ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଭେଟିଛନ୍ତି । ୧୪ ମାସ ନଜର ବନ୍ଦୀରେ ରହିବା ପରେ ଗତ ମଙ୍ଗଳବାର ମେହବୁବା ମୁଫତିଙ୍କୁ ମୁକ୍ତ କରାଯାଇଛି । ଗତ ବର୍ଷ ଅଗଷ୍ଟ ୨ ରେ ଜାମ୍ମୁ କାଶ୍ମୀରକୁ ୟୁନିଅନ୍ ଟେରିଟୋରୀ ଘୋଷିତ କରାଯିବା ପରଠାରୁ ମେହବୁବା ମୁଫତି ଜେଲରେ ଥିଲେ । ମେହେବୁବା ମୁକ୍ତ ହେବା ପରେ କଂଗ୍ରେସ ଏବଂ ପିଡିପି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ତେବେ କଂଗ୍ରେସ ଏବଂ ପିଡିପିର ବରିଷ୍ଠ ନେତାଙ୍କ ମଧ୍ୟରେ ହୋଇଥିବା ଏହି ବୈଠକ ପରେ ବିଭିନ୍ନ କଳ୍ପନା ଜଳ୍ପନାର ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ଭବିଷ୍ୟତରେ ଦୁଇ ଦଳ ଏକାଠି ହୋଇପାରିବେ କି ନାହିଁ  ସେନେଇ ପ୍ରଶ୍ନ ମଧ୍ୟ ଉଠିଛି । ତେବେ ବର୍ତ୍ତମାନ ସମୟରେ ଉଭୟ ଦଳ ଏହି ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି ।

ସେପଟେ ଅବଦୁଲ୍ଲା ଏହି ବୈଠକକୁ ଅଣ ରାଜନୈତିକ ବୋଲି କହିଛନ୍ତି । ବୈଠକ ପରେ ଓମାର ଅବଦୁଲ୍ଲା କହିଛନ୍ତି ଯେ ଏହା ଏକ ସୌଜନ୍ୟମୂଳକ ବୈଠକ । ଏବଂ ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ।

ଜାମ୍ମୁ କାଶ୍ମୀରକୁ ୟୁନିଅନ୍ ଟେରିଟୋରୀ ଘୋଷିତ ହେବାର ଏକ ବର୍ଷରୁ ଅଧିକ ସମୟ ଅତିବାହିତ ହୋଇଛି । ଉଭୟ କଂଗ୍ରେସ ଏବଂ ପିଡିପି ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ ମଧ୍ୟ କରିଛନ୍ତି । ନିକଟରେ ଚୀନ୍ ବିଷୟରେ ଫାରୁକ୍ ଅବଦୁଲ୍ଲାଙ୍କ ବକ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅବଦୁଲ୍ଲା କହିଛନ୍ତି ମୁଁ ଚୀନର ରାଷ୍ଟପତିଙ୍କୁ ଭାରତ ଡାକି ନଥିଲେ । ଆମର ୱାଜିର-ଏ-ଆଜମ ମାନେ ପ୍ରଧାନମନ୍ତ୍ରୀ ତାଙ୍କୁ ଗୁଜରାଟରେ ଡାକିଲେ । ସେତେବେଳେ ଚୀନର ରାଷ୍ଟ୍ରପତି ଧାରା ୩୭୦ ବିଷୟରେ କହିଥିଲେ । ଏବଂ ସେହି ଧାରାକୁ ଗ୍ରହଣ କରୁନାହୁଁ ବୋଲି ମଧ୍ୟ କହିଥିଲେ ।  ଯେପର୍ଯ୍ୟନ୍ତ ଆପଣ ଆର୍ଟିକିଲ୍ ୩୭୦ ପୁନଃ ସ୍ଥାପନ ନକରନ୍ତି, ସେପର୍ଯ୍ୟନ୍ତ ଆମେ ଆମର ଆଚରଣକୁ ବନ୍ଦ କରିବୁ ନାହିଁ ବୋଲି ମଧ୍ୟ କହିଥିଲେ ।

ସେପଟେ ଐନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର  ଉତ୍ତର ଦେଇଛନ୍ତି । ‘ଫାରୁକ୍ ଅବଦୁଲ୍ଲା ତାଙ୍କ ସାକ୍ଷାତକାରରେ ଚୀନ୍‌ର ବିସ୍ତାରବାଦୀ ମାନସିକତାକୁ ଯଥାର୍ଥ ବୋଲି କହିଥିବାବେଳେ ଅନ୍ୟପକ୍ଷରେ ଜଣେ ଦେଶଦ୍ରୋହୀ ମନ୍ତବ୍ୟ ଦେଇଛନ୍ତି । ଯଦି ଭବିଷ୍ୟତରେ ସୁଯୋଗ ମିଳେ ତେବେ ଆମେ ଚୀନ୍‌ ସହ ଯୋଗଦେବୁ । ୩୭୦ ”ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ ଦର୍ଶାଇ ସେ ଅଭିଯୋଗ କରିଛନ୍ତି,“ ରାହୁଲ ଗାନ୍ଧୀ ଏବଂ ଫାରୁକ୍ ଅବଦୁଲ୍ଲାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ବୋଲଇ ସମ୍ବିତ ପାତ୍ର କହିଛନ୍ତି ।

ବଞ୍ଚି ଥାଉ ଥାଉ ମାରିଦେଲେ, ୭୪ ବର୍ଷ ବୟସ୍କ ବୃଦ୍ଧଙ୍କୁ ରାତି ସାରା ଫ୍ରିଜରରେ ରଖିଲେ ପରିବାର ଲୋକ

ନୂଆଦିଲ୍ଲୀ: ଜୀବନର ଅପରାହ୍ନରେ ମାରିବା ପାଇଁ ଷଡ଼ଯନ୍ତ୍ର । ରାତି ତମାମ କରିଥିଲେ ମୃତ୍ୟୁକୁ ଅପକ୍ଷା । କେତେବେଳେ ଜୀବନ ଯିବ ଏବଂ ଶବ ଦାହର ଚାଲିବ ଶେଷ କର୍ମ । ଆଉ ପରିବାର ଲୋକଙ୍କ ଏଭଳି ଷଡ଼ଯନ୍ତ୍ରର ଶୀକାର ହୋଇଥିଲେ ଜଣେ ବୃଦ୍ଧା । କିନ୍ତୁ କଥାରେ ଅଛି ରଖେ ହରି ତ ମାରେ କିଏ । ଯଦି ଉପରବାଲା ତୁମ ମୃତ୍ୟୁକୁ ଗ୍ରହଣ କରିନାହିଁ  ତେବେ ତୁମର ମୃତ୍ୟୁ ଅସମ୍ଭବ । ସେହିଭଳି ଏକ ଜ୍ୱଳନ୍ତ ଉଦାହରଣ ତାମିଲନାଡ଼ୁର ସାମେଲ ଜିଲ୍ଲାରେ ଦେଖିବାକୁ ମିଳିଛି ।

ତାମିଲନାଡୁର ସାଲେମ ଜିଲ୍ଲାରେ ଜଣେ ୭୪ ବର୍ଷୀୟ ବୃଦ୍ଧଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର   ରଚିଥିଲେ ପରିବାର ଲୋକ । ଏକ ଫ୍ରିଜର ବାକ୍ସରେ ବୃଦ୍ଧଙ୍କୁ ରଖି ମାରିବା ପାଇଁ କରିଥିଲେ ପ୍ରୟାସ । କିନ୍ତୁ ପରିବାର ଲୋକଙ୍କର ଏଭଳି ପ୍ରୟାସ ବିଫଳ ହୋଇଛି । ବୃଦ୍ଧଙ୍କୁ ଉଦ୍ଧାର କରିଛି ପୋଲିସ । ବୃଦ୍ଧଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବା ପରେ ତାଙ୍କ ପରିବାର ତାଙ୍କ ମୃତ୍ୟୁକୁ ଅପେକ୍ଷା କରି ରାତିସାରା ଫ୍ରିଜ୍ ବାକ୍ସରେ ରଖିଥିଲେ । ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ବାଲ ସୁବ୍ରମଣ୍ୟମ କୁମାର । ଫ୍ରିଜକୁ ଭଡ଼ା ଦେଇଥିବା କର୍ମଚାରୀ ଯେତେବେଳେ ଫ୍ରିଜର ବାକ୍ସ ନେବା ପାଇଁ ଆସିଲେ ସେତେବେଳେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଥିଲା । ଉକ୍ତ ବ୍ୟକ୍ତି ଜଣକ ବୃଦ୍ଧ ଜୀବିତ ଥିବା ଜଣାଇଥିଲେ ।

ସୂଚନା ଅନୁଯାୟୀ, ବାଲ ସୁବ୍ରମଣ୍ୟମ କୁମାରଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ ହସ୍ପିଟାଲରୁ ଆଣିଥିଲେ । ହସ୍ପିଟାଲରୁ ଆଣିବା ପରେ ଏକ ଦୋକାନରୁ ଡେଡ ବଡି ରଖାଯାଉଥିବା ଫ୍ରିଜକୁ ଭଡ଼ାରେ ଆଣିଥିଲେ । ଏହାପରେ ସୁବ୍ରମଣ୍ୟମଙ୍କୁ ସେହି ଫ୍ରିଜରେ ମରିବା ପାଇଁ ରଖିଥିଲେ । ତେବେ ଭଡ଼ା ଦେଇଥିବା ବ୍ୟକ୍ତି ଫ୍ରିଜ ଆଣିବାକୁ ଗଲା ସମୟରେ ବୃଦ୍ଧ ଜଣକ ଫ୍ରିଜ ମଧ୍ୟରେ ବଞ୍ଚିଥିବା ଦେଖିଥିଲେ । ସେହି ବୃଦ୍ଧ ବ୍ୟକ୍ତି ଜଣକ ବାକ୍ସ ଭିତରେ ନିଶ୍ୱାସ ପ୍ରଶ୍ୱାସ ନେଉଥିବାର ଜଣାପଡ଼ିଥିଲା । ପୋଲିସର ହସ୍ତକ୍ଷେପ ପରେ ତାଙ୍କୁ ସେହି ଫ୍ରିଜର ବାକ୍ସରୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସର ସୂଚନାନୁସାରେ, ବୃଦ୍ଧ ଏକ ଘରୋଇ କମ୍ପାନୀରୁ ଷ୍ଟୋର କିପର ଭାବରେ ଅବସର ନେଇଥିଲେ। ସେ ତାଙ୍କ ଭାଇ ଏବଂ ଭଣଜା ସହିତ ରୁହନ୍ତି | ପୋଲିସ  ପରିବାର ବିରୋଧରେ ମାମଲା ରୁଜୁ କରିଛି।