ନୀତୀଶଙ୍କ ସହ ଶପଥ ନେବେ ୨ ଉପ-ମୁଖ୍ୟମନ୍ତ୍ରୀ

1 min read

ପାଟଣା: ଲଗାତାର ୪ର୍ଥ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର । ତେବେ ସୁଶୀଲ ମୋଦି ଉପ-ମୁଖ୍ୟମନ୍ତ୍ରୀ ପଦରୁ ଓହରିଥିବା ବେଳେ ନୂଆ ୨ ବିଜେପି ନେତା ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିବେ । ରବିବାର ପାଟଣାରେ ବସିଥିବା ଜାତୀୟ ଗଣତାନ୍ତ୍ରତିକ ମେଣ୍ଟ(ଏନଡିଏ)ର ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ବରିଷ୍ଠ ବିଜେପି ବିଧାୟକ ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କାରିବେ । ତେବେ ପୂର୍ବ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ବରିଷ୍ଠ ବିଜେପି ନେତା ସୁଶୀଲ ମୋଦୀଙ୍କୁ ଏଥର ଉପମୁଖ୍ୟମନ୍ତ୍ରୀ ବଦଳରେ ଅନ୍ୟ କୌଣସି କ୍ୟାବିନେଟ୍ ମନ୍ତ୍ରୀଭାବେ ସୁଯୋଗ ଦିଆଯିବାର ସମ୍ଭାବନା ରହିଛି ।

ଆଜି ବସିଥିବା ଏନଡିଏ ବୈଠକରେ ନୀତିଶଙ୍କୁ ବିହାରରେ ଏନଡିଏର ମୁଖ୍ୟ ଓ ଏନଡିଏ ବିଧାୟକ ଦଳର ମୁଖ୍ୟ ଭାବେ ଚୟନ କରାଯାଇଛି । ଏହାପରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି । ଆସନ୍ତା କାଲି ଅପରାହ୍ଣ ସାଢେ ୪ଟା ସମୟରେ ଶପଥ ଗ୍ରହଣ ସମାରୋହ ହେବାର ସମ୍ଭାବନା ରହିଛି । ନିକଟରେ ହୋଇଥିବା ନିର୍ବାଚନରେ ବିଜେପି ୭୪ଟି, ଜେଡିୟୁ ୪୩ ଓ ଏନଡିଏର ଅନ୍ୟ ସହଯୋଗୀ ଦଳମାନେ ୮ଟି ଆସନରେ ବିଜୟ ଲାଭ କରିଥିଲେ ।

Leave a Reply