ଉପ-ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସୁଶୀଲ ମୋଦି: ବିଜେପି ବିଧାୟକ ଦଳ ବୈଠକରେ ବି ଯୋଗଦେଲେନି

1 min read

ପାଟଣା: ନୀତୀଶ ହେବେ ବିହାର ମୁଖ୍ୟମନ୍ତ୍ରୀ । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ବୈଠକରେ ନୀତୀଶଙ୍କ ନାଁରେ ବାଜିଛି ମୋହର । ଏହା ପରେ ନୀତୀଶ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ପଷ୍ଟ ହୋଇଛି । କିନ୍ତୁ ସୁଶୀଲ ମୋଦି ଆଉ ଥରେ ଉପ-ମୁଖ୍ୟମନ୍ତ୍ରୀ ହେବେ ନାହିଁ । ଏ ନେଇ ସେ ନିଜେ ସ୍ପଷ୍ଟ କରିଛନ୍ତି । ଏକ ଟ୍ୱିଟ୍ କରି ଗାଦିଚ୍ୟୁତ ହୋଇଥିବାରୁ ନିଜ ଦୁଃଖ ବଖାଣିଛନ୍ତି ।

          ସୁଶୀଲ ନିଜ ଟ୍ୱିଟର BIOରୁ ବିହାର ଉପ-ମୁଖ୍ୟମନ୍ତ୍ରୀ ପଦକୁ ହଟାଇଦେଇଛନ୍ତି । ଏଥରୁ ସ୍ପଷ୍ଟ ହୋଇଛି ଯେ, ସେ ଆଉ ବିହାର ଉପ-ମୁଖ୍ୟମନ୍ତ୍ରୀ ହେବେନାହିଁ । ବିହାର ରାଜ୍ୟପାଳଙ୍କ ନିକଟକୁ ନୀତୀଶ କୁମାରଙ୍କ ସହ ମିଶି ଇସ୍ତଫା ପତ୍ର ଦେବାକୁ ଯିବା ପୂର୍ବରୁ ହିଁ ଏହାର ଆଭାସ ମିଳିସାରିଥିଲା । ପାଟଣାରେ ରହି ମଧ୍ୟ ବିଜେପି ବିଧାୟକ ଦଳ ବୈଠକରେ ସାମିଲ ହୋଇନଥିଲେ ସୁଶୀଲ ମୋଦି ।

          ପାର୍ଟି ପକ୍ଷରୁ ଏ ନେଇ ସୂଚନା ମିଳିବା ପରେ ସୁଶୀଲ ମୋଦି ଟ୍ୱିଟ୍ କରିଛନ୍ତି କହିଛନ୍ତି ଯେ, ବିଜେପି ଏବଂ ସଂଘ ପରିବାର ତାଙ୍କୁ ୪୦ ବର୍ଷର ରାଜେନୖତିକ ଜୀବନ ମଧ୍ୟରେ ବହୁତ କିଛି ଦେଇଛନ୍ତି । ଯାହା ବୋଧେ ହିଁ କାହାକୁ ମିଳିଥିବ । ଏବେ ମଧ୍ୟ ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯିବ ତାକୁ ସେ ପୂର୍ଣ୍ଣ ନିଷ୍ଠାର ସହ ପ୍ରତିପାଦନ କରିବେ । ତାଙ୍କ ଠାରୁ କର୍ମୀ ପଦବୀ କେହିଁ ଛଡ଼ାଇପାରିବେ ନାହିଁ । ତାଙ୍କର ଏହି ଟ୍ୱିଟରୁ ସ୍ପଷ୍ଟ ଯେ, ସେ ଆଉ ଉପ-ମୁଖ୍ୟମନ୍ତ୍ରୀ ହେବେନାହିଁ । ଏଥିସହିତ ଦଳର ଏଭଳି ନିଷ୍ପତ୍ତି ସେ କେଉଁଠି କେଉଁଠି ଅସହମତ ।

Leave a Reply