ଶୀତ ଅଧିବେଶନର ଉଠିବ ସାରୁଅ ପ୍ରସଙ୍ଗ, ବିରୋଧୀ-ସରକାର ସଜବାଜ

Sarua Land Scam Issue Will Raise In Odisha Assembly Winter Session

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନରେ ଉଠିବ ସାରୁଅ ଜମି କେଳେଙ୍କାରୀ ପ୍ରସଙ୍ଗ । ଦଳିତଙ୍କ ଜମିକୁ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଶାଗମାଛ ଦରରେ ହାତେଇଥିବା ଅଭିଯୋଗ ହୋଇଛି । ଗୃହରେ ଏନେଇ ଆଲୋଚନା ପାଇଁ ଉଭୟ ଶାସକ ଓ ବିରୋଧୀ ରାଜି ହୋଇଛନ୍ତି । ସେପଟେ ୧୫ ଦିନ ହେଲା ଶୀତ କାକରରେ ସାରୁଅ ଷ୍ଟୁଡିଓ ଆଗରେ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ । ୩ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେଣି, କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିଘା ନାହିଁ ।

 Sarua Land Scam Issue Will Raise In Odisha Assembly Winter Session

ସାରୁଅ ତାତିରେ ସରଗରମ ହେବ ବିଧାନସଭାର ଆଗାମୀ ଅଧିବେଶନ । ଉଠିବ ଜମି କେଳେଙ୍କାରୀ ପ୍ରସଙ୍ଗ । ଚଞ୍ଚକତା କରି କେମିତି ହୋଇଛି ଦଳିତଙ୍କ ଜମି ଜବରଦଖଲ । ଆଲୋଚନା ପାଇଁ ବିରୋଧୀ, ଶାସକ ଏକସ୍ୱର । ଦଳିତଙ୍କୁ ଭଣ୍ଡେଇ କିଏ ନେଇଛି ଜମି ? ଯଦି ଲୋକ ଅସନ୍ତୁଷ୍ଟ, ତେବେ ଗୃହରେ ଉଠୁ ପ୍ରସଙ୍ଗ । ସେ ଯେଉଁ ଦଳର ବି ହୁଅନ୍ତୁ, ଚଞ୍ଚକତା ହୋଇଥିଲେ ଜମି ଫେରାଇବା ଉଚିତ୍ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।

 Sarua Land Scam Issue Will Raise In Odisha Assembly Winter Session

ସେପଟେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଦଳିତଙ୍କ ଜମି ଫେରାଇ ଆଣିବୁ । ଶାସକ ହୁଅନ୍ତୁ କି ବିରୋଧୀ, ଭୁଲ କରିଥିବା ଲୋକଙ୍କୁ କେବେ ନବୀନ ସରକାର ଛାଡ଼ିନାହାନ୍ତି । ପ୍ରସଙ୍ଗ ଉଷ୍ଣ ଅଛି, ତେଣୁ ଗୃହରେ ଉଠିବ । ତଦନ୍ତ ପରେ ପଦକ୍ଷେପ ନିଆଯାଉଥିବା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ।

 Sarua Land Scam Issue Will Raise In Odisha Assembly Winter Session

ସେପଟେ ଜମି ଦେଇ ପ୍ରତିଶ୍ରୁତି ଅନୁସାରେ ସ୍ଥାୟୀ ଚାକରି ପାଇନଥିବା ଠିକା କର୍ମଚାରୀ ୧୫ ଦିନ ହେଲା ସାରୁଅ ଷ୍ଟୁଡିଓ ଆଗରେ ଧାରଣାରେ ବସିଛନ୍ତି । ସାରୁଅରୁ ରାଜଭବନ ପହଞ୍ଚିଥିଲା ଆନ୍ଦୋଳନ, ହେଲେ ସମାଧାନ ହୋଇପାରିନି । ଏହା ଭିତରେ ଧାରଣାରେ ବସିଥିବା ୩ କର୍ମଚାରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଲେଣି । ହେଲେ ଜାଣିଶୁଣି ସମୟ ଗଡ଼ାଉଛନ୍ତି ଜଗି ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଓଡ଼ିଶା ଇନ୍‌ଫ୍ରାଟେକ୍ କମ୍ପାନୀ । ନା ଧାରଣାସ୍ଥଳକୁ ଆସୁଛନ୍ତି ନା ଶ୍ରମ ବିଭାଗ ସହ ଆଲୋଚନା କରୁଛନ୍ତି ।

 Sarua Land Scam Issue Will Raise In Odisha Assembly Winter Session

୫ ଦଫା ଦାବି ନେଇ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ । ଶୀତ କାକରରେ ଅସୁସ୍ଥ ହେଲେଣି, ହେଲେ କମ୍ପାନୀ କର୍ତ୍ତୃପକ୍ଷଙ୍କର ନିଘା ନାହିଁ । ଆସନ୍ତା ୧୮ତାରିଖରେ ଆଲୋଚନା ପାଇଁ ନୋଟିସ୍ କରିଛି ଶ୍ରମ ବିଭାଗ ।

Leave a Reply