ଦିଲ୍ଲୀରେ ବଢ଼ୁଛି ସଂକ୍ରମଣ: ୭୫୦ ଆଇସିୟୁ ବେଡ୍ ଯୋଗାଇବାକୁ କେନ୍ଦ୍ରର ପ୍ରତିଶ୍ରୁତି

1 min read

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି କଡ଼ ଲେଉଟାଇଲଣି ମହାମାରୀ କରୋନା ଭୂତାଣୁ । ଏହାର ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।  ଆଗାମୀ ଦିନରେ ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ରବିବାର ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଅମିତ ଶାହାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଉପରାଜ୍ୟପାଳ ଅନିଲ ବୈଜଲ,କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଓ ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।  କରୋନାର ମୁକାବିଲା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସଂଗଠନ କାମ କରିବା ଉଚିତ ବୋଲି କହିଛନ୍ତି କେଜ୍ରିଓ୍ୱାଲ । ସଂକ୍ରମଣ ବଢୁଥିବା ଅଞ୍ଚଳରେ ଅଧିକରୁ ଅଧିକ ଟେଷ୍ଟିଂ କରିବା ଉପରେ ଫୋକସ୍ ଦିଆଯାଇଛି ।

ମାଂସରେ କରୋନା ଭୂତାଣୁ… କିଛି ଦିନ ବ୍ୟାନ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ICU ବେଡକୁ ନେଇ ଅଧିକ ଚିନ୍ତା ରହିଛି । ଏଭଳି ସ୍ଥତିରେ ମୋଟ ୭୫୦ ଆଇସିୟୁ ବେଡ୍ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି କେନ୍ଦ୍ର । ୨ ଦିନ ମଧ୍ୟରେ ୫୦୦ ICU ବେଡ ଯୋଗାଇ ଦିଆଯିବ ଏବଂ ଅନ୍ୟ ୨୫୦ ବେଡ୍ ପରେ ଯୋଗାଇଦିଆଯିବ ବୋଲି କୁହାଯାଇଛି । ଦିଲ୍ଲୀରେ ପ୍ରଦୂଷଣ ଯୋଗୁଁ ସଂକ୍ରମଣ ବଢୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି  । ଏବେ ଦିଲ୍ଲୀରେ ୪ ଲକ୍ଷ ୮୦ ହଜାରରୁ ଅଧିକ ସଂକ୍ରମିତ ଅଛନ୍ତି । ପ୍ରଦୂଷଣ ଓ କରୋନା ସଂକ୍ରମଣ କମାଇବା ପାଇଁ ଆଲୋଚନା ହୋଇଛି । । ଶୀତ ବଢ଼ିଲେ ଦୈନିକ ୧୫ ହଜାର ପର୍ଯ୍ୟନ୍ତ କରୋନା ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

Leave a Reply