spot_img
Home Blog Page 6576

ରାତିରେ ଶୋଇଥିବା ବେଳେ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ଶିଶୁଡ଼ିହି ଗ୍ରାମରେ ଅଘଟଣ । ଶୋଇଥିବା ବେଳେ ମୁଣ୍ଡରେ ପଥର ଛେଚି ହତ୍ୟା କରାଯାଇଛି ।  ଗତରାତି ଘର ବାରଣ୍ଡା ରେ ଶୋଇଥିବା ଅବସ୍ଥାରେ ଘଟିଛି ଏଭଳି ଘଟଣା । ଗ୍ରାମର ସୁଦର୍ଶନ ମୁଣ୍ଡା ଙ୍କୁ କେହି ଦୁର୍ବୃତ୍ତ ପଥର ରେ ଛେଚି ହତ୍ୟା କରିଛନ୍ତି I ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ସମୟରେ ସୁଦର୍ଶନ ଙ୍କ ପାଖରେ ଶୋଇଥିବା ତାଙ୍କ ସ୍ତ୍ରୀ ସରସ୍ଵତୀ ଅଳ୍ପକେ ବର୍ତ୍ତୀ ଯାଇଥିବା ପ୍ରକାଶ କରିଛନ୍ତି l ସରସ୍ଵତୀଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଆସିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁଦର୍ଶନ ପଡ଼ିଥିବାର ଦେଖିଥିଲେ । ତେବେ ଗୁରୁତର ଅବସ୍ଥାରେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ ।

କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଆଜି ସକାଳେ ସରସ୍ଵତୀ ମୁଣ୍ଡା ତାଙ୍କ ସ୍ଵାମୀକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଏବଂ ଏକାଧିକ ବ୍ୟକ୍ତିଙ୍କ ନାମରେ ବଣାଇଁ ଥାନାରେ ଏତଲା ଦେଇଛନ୍ତି । ଏତଲା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତର ତଦନ୍ତ ଆରମ୍ଭ କରିଛି ।  ଅପରପକ୍ଷରେ ସନ୍ଦେହ ରେ ଜଣେ ସମ୍ପର୍କୀୟ ନାବାଳକକୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ l ପ୍ରାଥମିକ ପର୍ଯ୍ୟାୟରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

କରୋନା ଶୀର୍ଷ ଛୁଇଁଲା ପରେ ରାଜ୍ୟରେ ତଳମୁହାଁ ହେଉଛି ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ତଳ ମୁହାଁ ହେଉଛି । ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ତେବେ ଆଜି ୨୪୭୦ ନୂଆ କରୋନା ସଂମକ୍ରମିତ ଚିହ୍ନଟ ହୋଇଛନ୍ତି । ୧୪୬୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୬୨ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରଜ୍ୟରେ ମୋଟ ୨ ଲକ୍ଷ ୬୨ ହଜାର ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ୩୯ ଲକ୍ଷ ୨୧ ହଜାର ୧୪୦ କମୁଲେଟିଭ ଟେଷ୍ଟ ହୋଇଛି । ୨ ଲକ୍ଷ ୩୫ ହଜାର ୭୬୩  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  ।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୬୮ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୭୦, ବାଲେଶ୍ୱରରୁ ୧୦୬, ବରଗଡ଼ରୁ ୬୯, ଭଦ୍ରକରୁ ୬୭, ବଲାଙ୍ଗିରରୁ ୯୧, ବୌଦ୍ଧରୁ ୭୦, କଟକରୁ ୧୮୬, ଦେଓଗଡ଼ରୁ ୧୨, ଢ଼େଙ୍କାନାଳରୁ ୫୦, ଗଜପତିରୁ ୯, ଗଞ୍ଜାମରୁ ୩୬, ଜଗତସିଂହପୁରରୁ ୬୪, ଯାଜପୁରରୁ ୭୨, ଝାରସୁଗୁଡ଼ାରୁ ୫୪, କଳାହାଣ୍ଡିରୁ ୫୫, କନ୍ଧମାଳରୁ ୪୨, କେନ୍ଦ୍ରାପଡ଼ାରୁ ୮୭, କେନ୍ଦୁଝରରୁ ୪୨, କୋରାପୁଟରୁ ୩୨, କାଲକାନାଗିରିରୁ ୩୦, ମୟୂରଭଞ୍ଜରୁ ୧୩୪, ନବରଙ୍ଗପୁରରୁ ୫୮, ନୟାଗଡ଼ରୁ ୨୩, ନୂଆପଡ଼ାରୁ ୮୫, ପୁରୀରୁ ୮୭, ରାୟଗଡ଼ାରୁ ୩୧, ସମ୍ବଲପୁରରୁ ୫୪, ସୋନପୁରରୁ ୫୩, ସୁନ୍ଦରଗଡ଼ରୁ ୧୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୧୫ ଅକ୍ଟୋବର ୧୯୩୧ରୁ ୨୦୧୫, କେମିତି ଥିଲା ଏପିଜେ ଅବଦୁଲ୍‌ କଲାମ୍‌ ଜୀବନ ଯାତ୍ରା ?

ନୂଆଦିଲ୍ଲୀ: କୋଟି ଭାରତୀୟଙ୍କର ପ୍ରିୟ ରାଷ୍ଟ୍ରପତି ଥିଲେ ଡ.ଏପିଜେ ଅବଦୁଲ୍‌ କଲାମ୍‌। କେବଳ ଏତିକି ତାଙ୍କର ପରିଚୟ ନୁହେଁ, ମିସାଇଲ୍‌ ମ୍ୟାନ୍‌ ଭାବରେ ସେ ମଧ୍ୟ ପରିଚିତ ଥିଲେ। ଭାରତୀୟ ଗଣତନ୍ତ୍ରରେ ଏକାଦଶତମ ରାଷ୍ଟ୍ରପତି ଭାବେ ଆସନ ଗ୍ରହଣ କରିଥିଲେ ଏହି ବିଶିଷ୍ଟ ବୈଜ୍ଞାନିକ ଡ.ଏ.ପି.ଜେ ଅବଦୁଲ କଲାମ୍‌ । ସେ ନିଜ କର୍ମମୟ ଜୀବନରେ ଗୋଟିଏ କଥା ଶିଖାଇଥିଲେ, ଯେ କୈାଣସି ପରିସ୍ଥିତିରେ ଥିଲେ ବି ଯଦି ସ୍ୱପ୍ନକୁ ପୂରା କରିବାକୁ ଚାହୁଁଛନ୍ତି, ତାହେଲେ ସ୍ୱପ୍ନ ପୂରା କରିବା ଯାଏଁ ସଂଘର୍ଷ ଜାରି ରଖିବାକୁ ପଡିବ।

ଏହି ମହାନ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କର ଜନ୍ମ ହୁଏ ୧୫ ଅକ୍ଟୋବର ୧୯୩୧ ମସିହାରେ ତାମିଲନାଡୁର ରାମେଶ୍ୱରମ୍‌ ରେ। ତାଙ୍କ ପିତାଙ୍କ ନାମ ଥିଲା ଜୈନୁଲାବିଦ୍ଦିନ୍‌ ,ଯିଏ ବୋଟର ମାଲିକ ଥିଲେ। ତାଙ୍କ ମାତାଙ୍କ ନାମ ଥିଲା ଆସିଆମା ଯିଏ ଥିଲେ ଜଣେ ସୁଗୃହିଣୀ । ପିଲାଦିନେ ଗଣିତ କରିବାକୁ ସେ ଖୁବ୍‌ ଭଲପାଉଥିଲେ। ହାଇସ୍କୁଲ ଶିକ୍ଷା ପରେ ସେ ଉଚ୍ଚଶିକ୍ଷା ପାଇଁ ୧୯୫୫ରେ ମାଡ୍ରାସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ନାମ ଲେଖାଇଥିଲେ ।

୧୯୬୦ରେ ମାଡ୍ରାସର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକନୋଲୋଜିରୁ ଶିକ୍ଷା ଗ୍ରହଣ ପରେ ସେ ଏରୋନେଟିକାଲ ଡେଭଲପ୍‌ମେଣ୍ଟ୍ ଏଷ୍ଟାବ୍ଲିସ୍‌ମେଣ୍ଟରେ ଯୋଗ ଦିଅନ୍ତି। ୧୯୮୦ ମସିହାରେ ଭାରତର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଭିକେ କୃଷ୍ଣ ମେନନ୍‌ କଲାମଙ୍କ ନିର୍ମିତ ଲାଞ୍ଜବିହୀନ ହୋଭର କ୍ରାଫ୍ଟ ‘ନନ୍ଦି’ ରେ ବସି ଆକାଶରେ ଉଡିଥିଲେ ଏବଂ କଲାମ୍‌ଙ୍କୁ ଏଥିପାଇଁ ବହୁ ପ୍ରଶଂସା ମଧ୍ୟ କରିଥିଲେ । କଲାମ ବମ୍ବେରେ ପ୍ରତିଦିନ ମହାକାଶ ଗବେଶଣା କେନ୍ଦ୍ରରେ ରକେଟ୍‌ ଇଂଜିନିୟର୍‌ ଭାବେ କାର୍ଯ୍ୟ କରୁଥିଲେ।

ଏହାପରେ କଲାମ ଡ଼କ୍ଟରର ବିକ୍ରମ ସରାଭା, ପ୍ରଫେସର ଏମ୍‌ ଜି କେ ମେନନ୍‌ଙ୍କ ପାଖରେ ପରୀକ୍ଷା ଦେଇ ବମ୍ବେରେ ମହାକାଶ ଗବେଷଣା କେନ୍ଦ୍ରରେ ରକେଟ୍‌ ଇଞ୍ଜିନିୟର୍‌ ଭାବେ କାର୍ଯ୍ୟ କରିଥିଲେ। ୧୯୬୯ରେ ସେ ଇସ୍ରୋକୁ ବଦଳି ହେଇଯାଇଥିଲେ । ଭାରତର ପ୍ରଥମ ସାଟେଲାଇଟ୍ ଏସ୍‌ ଏଲ୍‌ ଭି-IIIର ପ୍ରୋଜେକ୍ଟ ଡ଼ାଇରେକ୍ଟର ଭାବେ କାର୍ଯ୍ୟ କରି ସଫଳତା ପାଇଥିଲେ ଡ.କଲାମ ।

ଏହାପରେ ଡ. କଲାମ୍ ଇସ୍ରୋ ତ୍ୟାଗ କରି କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମର ଦାୟିତ୍ତ୍ୱ ନେଇଥିଲେ । ତାଙ୍କର ପ୍ରଚେଷ୍ଟା, ନେତୃତ୍ୱ ଓ ଗବେଷଣା ଫଳରେ ଡ଼େଭିଲ, ପୃଥ୍ୱୀ, ତ୍ରିଶୂଳ ଓ ଅଗ୍ନି ପ୍ରଭୃତି କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ କରାଯାଇଥିଲା । ଏହାଦ୍ୱାରା ଭାରତର ଗୌରବ ବୃଦ୍ଧି ପାଇଥିଲା । ଅଗ୍ନିର ସଫଳତା ପାଇଁ କଲାମ୍‌ଙ୍କୁ କ୍ଷେପଣାସ୍ତ୍ର ମାନବ କୁହାଗଲା । ୧୯୯୮ ମେ”୧୧ ଓ ୧୩ ତାରିଖରେ ରାଜସ୍ଥାନର ପୋଖରାନ୍ ଠାରେ ଆଣବିକ ପରୀକ୍ଷା କରି ସେ ବେଶ୍ ଚର୍ଚ୍ଚିତ ହୋଇପାରିଥିଲେ । ଦେଶପ୍ରେମୀ କଲାମ୍‌ଙ୍କ ଅବଦାନ ଫଳରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହୋଇପାରିଛି । ଡ.କଲାମ୍‌ଙ୍କ ନିଷ୍ଠାପର ସାଧନା ଓ ଅବଦାନ ପାଇଁ ତାଙ୍କୁ ମିଳିଥିଲା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବହୁ ସମ୍ମାନ ଓ ପୁରସ୍କାର । ଭାରତ ସରକାରଙ୍କ ତରଫରୁ ୧୯୮୧ରେ ପଦ୍ମଭୂଷଣ, ୧୯୯୦ରେ ପଦ୍ମବିଭୂଷଣ,୧୯୯୭ରେ ଭାରତରତ୍ନ ଆଦି ସମ୍ମାନଜନକ ଉପାଧି ପ୍ରଦାନ କରାଯାଇଥିଲା । ପିଲାମାନଙ୍କୁ ଖୁବ୍‌ ଭଲ ପାଉଥିଲେ ସେ ।

ରାଷ୍ଟ୍ରପତି କେ.ଆର୍‌.ନାରାୟଣନଙ୍କ ପରେ ସେ ହୋଇଥିଲେ ଭାରତର ଏକାଦଶତମ ରାଷ୍ଟ୍ରପତି । ତାଙ୍କର ଉଚ୍ଚ ଦୀକ୍ଷାନ୍ତ ଅଭିଭାଷଣ , ସରଳ ଜୀବନଯାପନ ଅନ୍ୟମାନଙ୍କ ପାଇଁ ଆଦର୍ଶ ଓ ପ୍ରେରଣାର ଉତ୍ସ ହୋଇ ରହିଛି । ୨୭ଜୁଲାଇ ୨୦୧୫ରେ ତାଙ୍କର ମହାପ୍ରୟାଣ ହୋଇଥିଲା ।

 

ଟ୍ରପ୍‌ଲାଇନ୍ ପ୍ରଭାବରେ ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା, ନିହାତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ

ଭୁବନେଶ୍ୱର: ଅବପାତର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ସେପଟେ ଆଜି  ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ରାଜ୍ୟର ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ତେଣୁ ସକାଳ ୮ଟା ୩୦ ଯାଏଁ  ସତର୍କ ରହିବାକୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ଟ୍ୱିନ୍ ସିଟିରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି ।

ଦିନ ସାଢେ ୧୨ଟା  ଯାଏଁ ଭୁବନେଶ୍ୱର ଓ କଟକରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଗୋଟିଏ ଦୁଇଟି ସ୍ଥାନରେ ୨ରୁ ୩ ସେଣ୍ଟି ମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ତେବେ ବର୍ଷା ଯୋଗୁଁ ରାସ୍ତା ଘାଟ ଅନ୍ଧାରୁଆ ଦେଖାଉଛି । ତେଣୁ ଧିରେ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି । ଟ୍ରାଫିକ୍ ଜାମ୍ ଆଶଙ୍କା ଥିବାରୁ ନିହାତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ୱାସଙ୍କ କହିବାନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ସମେତ ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ସାମାନ୍ୟ କମ୍‌ ରହିଛି। ଉପକୂଳ ଓଡ଼ିଶାରେ ବର୍ଷା ହୋଇଛି। ତେଲେଙ୍ଗାନା ଉପରେ ଥିବା ଅବପାତର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ତେବେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରଠାରୁ ପୂର୍ବକେନ୍ଦ୍ରୀୟ ଆରବ ସାଗର ପର୍ଯ୍ୟନ୍ତ ଏକ ଟ୍ରପ୍‌ଲାଇନ୍‌ ଯାଇଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କ ଲାଗି କୌଣସି ସତର୍କ ସୂଚନା ନାହିଁ।

ଗଜପତିରେ ଲଗାଣ ବର୍ଷାର ପ୍ରଭାବ, ପାହାଡ଼ ଧସି ରାସ୍ତା ଅବରୋଧ

ଗଜପତି: ଅବପାତର ପ୍ରଭାବରେ ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି  । ଲଗାଣ ବର୍ଷା ଫଳରେ ପାହାଡ଼ ଧସି ରାସ୍ତା ଅବରୋଧ । ଗଜପତି ଜିଲ୍ଲା ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ଧସିଛି ପାହାଡ଼ । ପାରଳାଖେମୁଣ୍ଡି ଠାରୁ ଅଜୟଗଡ଼ର ମୂଖ୍ୟ ରାସ୍ତାରେ ପାହାଡ଼ ଧସି ପଡ଼ିଛି । ଫଳରେ ତିନୋଟି ପଞ୍ଚାୟତକୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ସମୟ ସମୟ ମଧ୍ୟରେ ଏବେବି ଅଞ୍ଚଳରେ ଲାଗିରହିଛି ବର୍ଷା। ପ୍ରଶାସନ ପାଖରେ ଖବର ନଥିବାରୁ ଆରମ୍ଭ ହୋଇପାରିନି ଉଦ୍ଧାର କାର୍ଯ୍ୟ । ଜରୁରୀ ପରିସ୍ଥିତିରେ ବାଇକ ଯୋଗେ କଷ୍ଟକର ରାସ୍ତା ଅତିକ୍ରମ କରୁଛନ୍ତି ଲୋକେ ।

ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାହାଡ଼ ଧସି ଜନଜୀବନ ପ୍ରଭାବିତ ହୋଇଛି। ଘାଟ ରାସ୍ତାରେ ଠାଏ ଠାଏ ପଡ଼ି ରହିଛି ଅତଡା । ତେବେ ଯଥା ଶୀଘ୍ର ରାସ୍ତାରେ ପଡ଼ିଥିବା ବଡ଼ ବଡ଼ ପଥର ମାଟି ଅତଡା ସଫା କରିବା ପାଇଁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ। ଅଞ୍ଚଳର ଅଜୟଗଡ, ଭୁବନୀ ଓ ପଞ୍ଚାୟତର ଶତାଧିକ ଗ୍ରାମକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାରେ ଯାତାୟତ ବନ୍ଦ ରହିଛି।

ହାଇଦ୍ରାବାଦ ପରେ ମୁମ୍ବାଇ ଓ ପୁନେରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଅବସ୍ଥା ହେଲାଣି ଏମିତି

ମୁମ୍ବାଇ: ବୁଧବାର ହାଇଦ୍ରାବାଦ ସହରର ରାସ୍ତାରେ ଡଙ୍ଗା ଚାଲୁଥିବାର ଦେଖିବାକୁ ମିଳିଥିଲା । ଏବେ ମୁମ୍ବାଇ ଏବଂ ପୁନେରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ମୁମ୍ବାଇ ଏବଂ ପୁନେରେ ରାତିସାରା ହୋଇଥିବା ପ୍ରବଳ ବର୍ଷାରେ ବେହାଲ ହୋଇଛି ଜନଜୀବନ । ମୁମ୍ବାଇର ସିୟୋନ ପୋଲିସ ଷ୍ଟେସନ ନିକଟରେ ପାଣି ଭର୍ତ୍ତି ହୋଇଯାଇଛି । ଏତେ ବର୍ଷା ହୋଇଛି ଯେ, ପୁନେ ରାସ୍ତା ଏବେ ନଈରେ ପରିଣତ ହୋଇଯାଇଛି ।

ମୁମ୍ବାଇ ଓ ପୁନେରେ ବିଳମ୍ବିତ ରାତିରେ ପ୍ରବଳ ବର୍ଷା

ଆଜି ମୁମ୍ବାଇରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ । ଏହାସହ ମୁମ୍ବାଇର କେତକ ଅଞ୍ଚଳକୁ ମଧ୍ୟ ରେଡ ଆଲର୍ଟ ଜାରି କରାଯାଇଛି । ରାତିର ବର୍ଷା ପରେ ମୁମ୍ବାଇର ବାୟକୁଲ୍ଲା, ହିନ୍ଦମାତା, କୁର୍ଲା, କିଙ୍ଗ ସର୍କଲ ସମେତ ଅନେକ ଅଞ୍ଚଳରେ ବର୍ଷା ହୋଇଛି। ପୁନେରେ ମଧ୍ୟ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ପାଣିରେ ବାଇକ୍ ଭାସୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ଆଲର୍ଟ କରିଛି

ପାଣିପାଗ ବିଭାଗ ପୁନେ ସହ ମହାରାଷ୍ଟ୍ରର ମୁମ୍ବାଇ, ସିନ୍ଧୁଦର୍ଗ ଅଞ୍ଚଳରେ ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରିଛି । ଗତକାଲିଠାରୁ ମୁମ୍ବାଇରେ ବର୍ଷା ହୋଇଛି। ପୁନେରେ ପ୍ରବଳ ବର୍ଷା ହେତୁ ପୁନେ-ସୋଲାପୁର ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏଠାରେ ରାସ୍ତାରେ ଜଳ ପୁନେର ଅନେକ ସ୍ଥାନରେ ଲୋକଙ୍କ ଘର ପାଣିରେ ବୁଡି ରହିଛି।

ଅନୟପଟେ, ଲଗାଣ ବର୍ଷାରେ ବେହାଲ୍ ହାଇଦ୍ରାବାଦ୍ । ସବୁଠି କେବଳ ପାଣି ଆଉ ପାଣି । ହାଇଦ୍ରାବାଦରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି । ଲୋକେ ଘରୁ ବାହାରି ପାରୁନଥିବା ବେଳେ ବର୍ଷାର ଏଭଳି ରୂପ କେବେ ବି କେହି ଦେଖିନଥିବା କହିଛନ୍ତି । ଏବେ ସୁଦ୍ଧା 10ରୁ ଅଧିକ ଲୋକଙ୍କ ଜୀବନ ନେଇଛି ବର୍ଷା, ନିଖୋଜ ହୋଇଥିବା ଲୋକଙ୍କ ପତ୍ତା ମିଳୁନି । ଅନେକ ଗାଡି ମଟର ମଧ୍ୟ ଫସି ରହିଛି । ଅଟାପୁର ମୁଖ୍ୟ ରାସ୍ତା, ମୁଶିରାବାଦ, ଟୋଲ ଚୌକି, ଦମିଗୁଡ଼ା ଅଞ୍ଚଳରେ ପାଣି ଭରିରହିଛି । ତଳି ଅଞ୍ଚଳ ଲୋକେ ଅନେକ ସମସ୍ୟାରେ ଥିବାବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

କଟକ ନାବାଳିକା ଦୁଷ୍କର୍ମ ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ

କଟକ: କଟକ ଚାଉଳିଆଗଞ୍ଜ ଥାନା ଗତିରାଉତପାଟଣାରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଆଉଜଣେ ଅଭିଯୁକ୍ତ ଗିରଫ । ଗତକାଲି ଜଣଙ୍କୁ କାବୁ କରିଥିଲା ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ । ଏତଲାର ୨୪ ଘଣ୍ଟା ଭିତରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । କମ ସମୟରେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିବାରୁ କଟକ ଡିସିପିଓ ଇନସ୍ପେକ୍ଟର ତାପସ ପ୍ରଧାନଙ୍କୁ ସାଧୁବାଦ ଜଣାଇଛନ୍ତି ।

ଶୀଘ୍ର ତଦନ୍ତ ସାରି ଅଭିଯୋଗ ପତ୍ର ଦାଖଲ ଓ ପୀଡିତାଙ୍କୁ ନ୍ୟାୟ ପାଇଁ ସବୁ ଉଦ୍ୟମ କରାଯିବ ବୋଲି ଟ୍ୱିଟ କରି କହିଛନ୍ତି ପୋଲିସ କମିଶନର । ଗତକାଲି ଚାଉଳିଆଗଞ୍ଜ ଥାନାରେ ମାମଲା ଦାୟର ହୋଇଥିଲା । ଟିମ୍ ଗଠନ କରି ତଦନ୍ତ କରାଯାଇଥିଲା । ସୂଚନା ଅନୁସାରେ ଜଣେ ନାବାଳିକାଙ୍କୁ ଘରେ ଛାଡ଼ିଦେବା କହି ଅପହରଣ କରିଥିଲେ । ଏବଂ ୨୨ଦିନ ଧରି ପରିତ୍ୟକ୍ତ କୁକୁଡା ଫାର୍ମରେ ଯୌନଶୋଷଣ କରିଥିଲେ ଦୁର୍ବୃତ୍ତ ।

ଦୀର୍ଘ ୬ମାସ ବନ୍ଦ ରହିବାପରେ କଟକଣା ମଧ୍ୟରେ ଖୋଲୁଛି ସିନେମାହଲ୍

ନୂଆଦିଲ୍ଲୀ: ଆଜିଠୁ ଦେଶରେ କଟକଣାରେ ଖୋଲୁଛି ସିନେମା ହଲ୍ ।  କରୋନା ଭାଇରସ୍ ମହାମାରୀ ମଧ୍ୟରେ ଅନଲକ୍-୫ ଅଧୀନରେ ଦିଆଯାଇଥିବା କୋହଳତା ଆଜିଠାରୁ ବଳବତ୍ତର ହେଉଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଥିଲା ଯେ ଅକ୍ଟୋବର ୧୫ ପରେ ସିନେମା ହଲ୍, ମନୋରଞ୍ଜନ ପାର୍କ, ସୁଇମିଂ ପୁଲ୍ ଖୋଲିବାକୁ ଅନୁମତି ଦିଆଯିବ । ଆଜିଠାରୁ ଦେଶର ୧୦ଟି ରାଜ୍ୟ ଏବଂ ୪ଟି ୟୁନିଅନର ମଲ୍ଟିପ୍ଲେକ୍ସ ଖୋଲୁଛି । ଗୁରୁବାର ଠାରୁ ଏହାର ୪୮୭ଟି ପରଦାରେ ଫିଲ୍ମ ଦେଖିପାରିବେ  ଦର୍ଶକ ।

କରୋନା ପାଇଁ ଦୀର୍ଘ ୬ମାସ ବନ୍ଦ ରହିବାପରେ  କଟକଣାରେ ସିନେମାହଲ୍ ଖୋଲିବା ପାଇଁ ସରକାର ଅନୁମତି ଦିଆଯାଇଛି  । ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ହଲଗୁଡ଼ିକ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ୫୦ ପ୍ରତିଶତ କ୍ଷମତା ସହ  ସିନେମାହଲ୍, ଥିଏଟର ଓ ମଲ୍ଟି ପ୍ଲେକ୍ସ ଖୋଲାଯିବ । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି  । ହଲକୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସାନିଟାଇଜ୍ ସହିତ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ  । ହଲ୍ ମଧ୍ୟକୁ ପ୍ୟାକେଟ୍ ଖାଦ୍ୟ ନେବାକୁ ଅନୁମତି ଦିଆଯାଇଛି  । ତେବେ ଓଡ଼ିଶାରେ ସିନେମା ହଲ୍ ଖୋଲିବାକୁ ସରକାର ଅନୁମତି ଦେଇନାହାନ୍ତି  ।

ଏହି ରାଶିର ବ୍ୟକ୍ତିମାନେ ଅତୀତରେ କରିଥିବା ଯୋଜନାରେ ସଫଳ ହେବ

ଆଜିର ପଞ୍ଚାଙ୍ଗ:
୧୫/୧୦/୨୦୨୦ କନ୍ୟା ୩୦ଦିନ, ଗୁରୁବାର,
୧୪୨୮ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,
ଆଶ୍ୱିନ ମଳମାସ କୃଷ୍ଣପକ୍ଷ ୧୩ଶୀ ଦିବା ୦୮:୩୩ ଗତେ ୧୪ଶୀ
– କନ୍ୟା ଚନ୍ଦ୍ର ଅହୋରାତ୍ର
– ଉତ୍ତରାଫାଲଗୁନି ସନ୍ଧ୍ୟା ୦୫:୫୮ ଗତେ ହସ୍ତା ନକ୍ଷତ୍ର
– ଘାତ ଚନ୍ଦ୍ର – ବୃଷ ରାଶିର
– ଘାତ ବାର – ତୁଳା ଓ କୁମ୍ଭ ରାଶିର
– ଯୋଗିନି – ଦକ୍ଷିଣେ ଦିବା ୦୮:୩୩ ଗତେ ପଶ୍ଚିମେ
– ପୁଷ୍କର ଦୋଷ – ସଂଧ୍ୟା ୦୫:୫୮ ପର୍ଯ୍ୟନ୍ତ ୧ପାଦ – ତିଳକାଞ୍ଚନ ଦାନ
– ନିଷିଦ୍ଧ ଖାଦ୍ୟ – ବାଇଗଣ ଓ ବିରି

– ଶୁଭ ସମୟ –
ପ୍ରାତଃ ୦୫:୪୫ ରୁ ୦୭:୧୭
ସନ୍ଧ୍ୟା ୦୬:୦୯ ରୁ ୦୯:୨୮
– ଅଶୁଭ ସମୟ –
ଦିବା ୧୨:୫୯ ରୁ ସଂଧ୍ୟା ୦୫:୨୯
ରାତ୍ର ୧୧:୩୨ ରୁ ରାତ୍ର ୦୧:୦୬

ମେଷ ରାଶି –
ଅଶ୍ୱିନୀ ନକ୍ଷତ୍ର – ଆଜି ଭବିଷ୍ୟତର ଚିନ୍ତା ମନକୁ ଦୁବଳ କରିଦେବ, ଲୁଣ ଖାଇବେ ନାହିଁ ଏବଂ ସୁନ୍ଦରାକାଣ୍ଡ ପଢନ୍ତୁ କିମ୍ବା ଶୁଣନ୍ତୁ ।
ଦ୍ୱିଜା ନକ୍ଷତ୍ର – ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ହନୁମାନଙ୍କ ନିମନ୍ତେ ଗୃହରେ ଦ୍ୱୀପ ଦିଅନ୍ତୁ ଶୁଭଫଳ ପ୍ରାପ୍ତ ହେବ ।
କୃତ୍ତିକା ନକ୍ଷତ୍ର – ଯଥାସାଧ୍ୟ ଅର୍ଥ ପ୍ରାପ୍ତି ହେବ ଏବଂ ଆଶାଜନକ ପରିବେଷ ପରିସ୍ଥିତି ରହିବ, ନିଜ ଖାଇବା ଖାଦ୍ୟରୁ କିଛିଖାଦ୍ୟ କାଉଙ୍କୁ ଦିଅନ୍ତୁ ଶୁଭତ୍ୱ ବୃଦ୍ଧି ହେବ ।
– ଶୁଭ ରଙ୍ଗ – ନିଳ ଏବଂ ହଳଦିଆ
– ଆଜି ସ୍ନାନସାରି – ଓଁ ହଂ ହନୁମତେ ନମଃ -, ୨୧ ଜପ କରନ୍ତୁ ରିଷ୍ଟ କଟିବ ।
ବୃଷ ରାଶି –
କୃତ୍ତିକା ନକ୍ଷତ୍ର – ଚାକିରି ହେଉ କିମ୍ବା ବ୍ୟବସାୟ କିଛି କିଛି ବାଧାବିଘ୍ନ ରହିବ, ପରିବାରରେ ଭୁଲବୁଝାବଣା ରହିବ ।
ରୋହିଣି ନକ୍ଷତ୍ର – ଆଜି ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଆନ୍ତୁ ଶୁଭରେ ଶୁଭରେ ଦିନ କଟିବ ।
ମୃଗଶିରା ନକ୍ଷତ୍ର – ଅଶାଜନକ ପରିବେଷ ପରିସ୍ଥିତି ରହିବ, ସୁଖଶାନ୍ତିରେ ସମୟ କଟିବ ମାତ୍ର ଅଯଥା ଖର୍ଚ୍ଚ ବଢିବ ତେଣୁ ମନ ବିଚଳିତ ରହିବ ।
– ଶୁଭ ରଙ୍ଗ – ଲାଲ
– ଆଜି ଯଦି ସୁଯୋଗ ମିଳିବ ନିଜର ରକ୍ତଦାନ କରନ୍ତୁ ଏବଂ ଦେବୀ ମଙ୍ଗଳାଙ୍କର ସ୍ତୁତି ପଢନ୍ତୁ ଶୁଣନ୍ତୁ ।
ମିଥୁନ ରାଶି –
ମୃଗଶିରା ନକ୍ଷତ୍ର – ଶୁଭଦିନ ରହିବ ତେଣୁ ଟଙ୍କାପଇସାକୁ ନେଇ ଚିନ୍ତା କମିବ, ଲୋକସମ୍ପରର୍କ ବଢିବ ଏବଂ କର୍ମକ୍ଷେତ୍ରରେ ଆଶାଜନକ ସ୍ଥିତି ରହିବ ।
ଆର୍ଦ୍ରା ନକ୍ଷତ୍ର – ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ଏବଂ ମନେ ମନେ ଓଁ ନମଃ ଶିବାୟ ଜପକରୁଥିବେ ।
ପୂନର୍ବସୁ ନକ୍ଷତ୍ର – ଆଜି ପରିଶ୍ରମ ମୁତାବକ ଫଳ ପାଇବେ ଓ ମନ ଆନନ୍ଦରେ ସମୟ କଟିବ ।
– ଶୁଭ ରଙ୍ଗ – ଲାଲ
– ହଳଦି ଚନ୍ଦନ ମିଶାଇ ମଥାରେ ଟିକା ଲାଗାନ୍ତୁ ମନ ଶାନ୍ତ ରହିବ॥
କର୍କଟ ରାଶି –
ପୂନର୍ବସୁ ନକ୍ଷତ୍ର – ମାନ ସମ୍ମାନ, ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ପ୍ରକାର କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ ।
ପୂଷ୍ୟା ନକ୍ଷତ୍ର – ଆୟ ମନମୁତାବକ ହେବ, କିଛି ମନର ଯୋଜନାରେ ସଫଳ ହେବେ ଚେଷ୍ଟା କାରି ରଖନ୍ତୁ ଓ ବିବାହଯୋଗ୍ୟ ପିଲାଙ୍କର ସମ୍ଭାବନା ଷୃଷ୍ଟି ହେବ ।
ଅଶ୍ଲେଷା ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ହନୁମାନଙ୍କର ଚାଳିଷା ପାଠକରି ଦିନ ଆରମ୍ଭ କରିବେ ।
– ଶୁଭ ରଙ୍ଗ – ଧଳା
– ଆଜି ମନର ଇଷ୍ଟଦେବଙ୍କୁ ସ୍ମରଣ କରି ଗୋଟେ ଲବଙ୍ଗ ଖାଇ ଦିନ ଆରମ୍ଭ କରିବେ ।
ସିଂହ ରାଶି –
ମଘା ନକ୍ଷତ୍ର – ଏତେ ଶୁଭଦିନ ନୁହେଁ ତେଣୁ ମଥାରେ ଚନ୍ଦନ ଲଗାଇ ଲଗାଇବେ ମନ ଶାନ୍ତ ରହିବ ।
ପୂର୍ବାଫାଲଗୁନି ନକ୍ଷତ୍ର – ଆଜି ପରିଶ୍ରମ ଅଧିକ କରିବେ କିନ୍ତୁ ଫଳ କମ ମିଳିବ, ମନ ବିଚଳିତ ରହିବ ତେଣୁ ଜଳରେ ହଳଦି ମିଶାଇ ସ୍ନାନ କରିବେ ।
ଉତ୍ତରାଫାଲଗୁନୀ ନକ୍ଷତ୍ର – କୌଣସି ପ୍ରକାରର ଆଶା ପୁରଣ ହେବ ଏବଂ ସମସ୍ୟାରୁ ମୁକ୍ତି ମିଳିବା ସହିତ ଆତ୍ମବଳ ଅଧିକ ରହିବ।
– ଶୁଭରଙ୍ଗ – ଖଇରିଆ ଗୋଲାପି
– ନିଜର ଇଷ୍ଟଦେବ ସୂର୍ଯ୍ୟ ଭଗବାନଙ୍କୁ ତମ୍ବାପାପ୍ତରେ ଜଳ ଏବଂ ଗୁଡ ମିଶାଇ ଅର୍ଘ୍ୟ ଦିଅନ୍ତୁ ।
କନ୍ୟା ରାଶି-
ଉତ୍ତରାଫାଲଗୁନୀ ନକ୍ଷତ୍ର – କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ସ୍ନାନପରେ ମହୁଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କମିବ ।
ହସ୍ତା ନକ୍ଷତ୍ର – କର୍ମସ୍ଥଳରେ ଆଶାଜନକ ପରିସ୍ଥିତି ରହିବ, ଜାଗାବାଡି ଏବଂ ନୁତନ ଯାନବାହାନ କ୍ରୟ ନିମନ୍ତେ ସୁଯୋଗ ଷୃଷ୍ଟି ହେବ।
ଚିତ୍ରା ନକ୍ଷତ୍ର – ମନ ଏବଂ ସ୍ବାସ୍ଥ୍ୟ ଦୁର୍ବଳ ରହିବ ଓ ଛାତ୍ରଛାତ୍ରୀଙ୍କର ପାଠପ୍ରତି ଆଗ୍ରହ କମ ରହିବ ।
– ଶୁଭ ରଙ୍ଗ – ସବୁଜ
– ସବୁଜ ପରିବା ଏବଂ ଶାଗ ଗାଇକୁ ନିଜ ହାତରେ ଖୁଆନ୍ତୁ ଆଶିବାଦ ମିଳିବ ।
ତୁଳା ରାଶି –
ଚିତ୍ରା ନକ୍ଷତ୍ର – କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ ।
ସ୍ୱାତୀ ନକ୍ଷତ୍ର – କୌଣସି ଅତିତର ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଷ ଭଲ ରହିବ ।
ବିଶାଖା ନକ୍ଷତ୍ର – ମହିଳା ମାନଙ୍କର ମନର ଆଶା ପୁରଣ ହେବ, ପିଲାମାନଙ୍କର ଭବିଷ୍ୟତ ନିମନ୍ତେ ଶୁଭ ଖବର ମିଳିବ ।

– ଶୁଭ ରଙ୍ଗ – ଆକାଶିଆ
– ଲୁଣପାଣି ଘରର ମୁଖ୍ୟଦ୍ବାରରେ ଛିଞ୍ଚନ୍ତୁ ଏବଂ କାଉକୁ ଖାଇବାକୁ ଦିଅନ୍ତୁ ।
ବିଛା ରାଶି –
ବିଶାଖା ନକ୍ଷତ୍ର – ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ ।
ଅନୁରାଧା ନକ୍ଷତ୍ର – ଚାକିରିରେ ଶୁଭତ୍ୱ ଏବଂ ବ୍ୟବସାୟରେ ଲାଭ ବଢିବ, ପୁରୁଣା ରୋଗରୁ ଉପସମ ମିଳିବ ।
ଜ୍ୟେଷ୍ଠା ନକ୍ଷତ୍ର – ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ଆତ୍ମବଳ ଅଧିକ ରହିବ ।
– ଶୁଭ ରଙ୍ଗ – ଧଳା
– ସ୍ନାନସାରି ହନୁମାନଙ୍କୁ ପ୍ରଣାମ କରି ଦିନ ଆରମ୍ଭ କରିବେ ।
ଧନୁ ରାଶି –
ମୂଳା ନକ୍ଷତ୍ର – ଆଜି ପରିବାର ସହିତ ସମୟ କାଟନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଆତ୍ମଶାନ୍ତି ମିଳିବ ।
ପୂର୍ବଷାଢା ନକ୍ଷତ୍ର – ଆଜି ଶୁଭ ଦିନ ରହିଛି ତଥାପି କୌଣସି ପ୍ରକାର କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ ।
ଉତ୍ତରାଷାଢା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ ।
– ଶୁଭ ରଙ୍ଗ – ଧଳା
– ସ୍ନାନପରେ ଠାକୁର ଗୃହରେ ଘିଅଦ୍ବିପ ଲଗାଇ ଗଣେଷଙ୍କର ଵାଳିଷା ପାଠ କରନ୍ତୁ ।
ମକର ରାଶି –
ଉତ୍ତରାଷାଢା ନକ୍ଷତ୍ର – କୌଣସି ପ୍ରକାରର ଧୋକା ମିଳିବ, ଚେଷ୍ଟା କରୁଥିବା କାର୍ଯ୍ୟ ବିଗିଡି ଯିବ ।
ଶ୍ରବଣା ନକ୍ଷତ୍ର – ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ ।
ଧନିଷ୍ଠା ନକ୍ଷତ୍ର – ଅନୁକୁଳ ସମୟ ରହିବ ଏବଂ ବାସନା ଅତର (ପର୍ଫ୍ୟୁମ୍) ବ୍ୟବହାର କରନ୍ତୁ ଶୁଭଫଳ ମିଳିବ ।
– ଶୁଭ ରଙ୍ଗ – ସବୁଜ
– ହଳଦି ଅକ୍ଷତ ଓ ଚନ୍ଦନ ମଥାରେ ଟିକା ଲଗାନ୍ତୁ, ଗୁରୁଜନଙ୍କର ଆଶିବାଦ ନିଅନ୍ତୁ ।
କୁମ୍ଭ ରାଶି –
ଧନିଷ୍ଠା ନକ୍ଷତ୍ର – ମନର ଆଶା ପୁରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ ।
ଶତଭିଷା ନକ୍ଷତ୍ର – ଆଜି ବାଧାବିଘ୍ନ ରହିବ ତେଣୁ କିଛି ଚାଉଳ ଏବଂ ଗହମ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ ।
ପୂର୍ବଭାଦ୍ର ନକ୍ଷତ୍ର – ପିଲାମନଙ୍କର ଭବିଷ୍ୟତର ପାଠପଢା ଏବଂ କର୍ମନିଯିକ୍ତିକୁ ନେଈ ଚିନ୍ତିତ ରହିବେ, ଯାନ୍ତ୍ରିକ ଜିନିଷ ଖରାପ ହୋଇ ଅଯଥା ଖର୍ଚ୍ଚାନ୍ତ ହେବେ ।
– ଶୁଭ ରଙ୍ଗ – ହଳଦିଆ
– କାଉ ଓ କୁକୁରଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ ।
ମୀନ ରାଶି –
ପୂର୍ବଭାଦ୍ର ନକ୍ଷତ୍ର – ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ ।

ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ପୁରା ସପିଂ ମଲ୍‌

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ମୁଖ୍ୟ ବଜାରରେ ଅଗ୍ନିକାଣ୍ଡ । ଶର୍ମା ହୋଟେଲ ଛକ ନିକଟରେ ଥିବା ବିଭିନ୍ନ ଦୋକାନ ଘରେ ନିଆଁ ଲାଗିଛି । ପ୍ରାୟ ୧୦ରୁ ୧୨ଟି ଦୋକାନ ଘରେ ନିଆଁ ଲାଗିଛି । ବାମନଘାଟି ସବଡିଭିଜନର ବିଭିନ୍ନ ସ୍ଥାନରେ ଥିବା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନି । ତେବେ ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୩ଟାରେ କୌଣସି କାରଣରୁ ମଲ୍‌ରେ ନିଆଁ ଲାଗି ଯାଇଥିଲା। ଖବର ପାଇ  ୩ଟି ଅଗ୍ନିଶମ ବାହିନୀ କର୍ମଚାରୀ ପକ୍ଷରୁ  ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସକାଳ ୭ଟା ସୁଦ୍ଧା ନିଆଁ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ନ ଥିବା ଜଣାଯାଇଛି। ମୟୂରଭଞ୍ଜ ଜିଲ୍ଲା ଏସ୍‌ପି ସକାଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି ।