spot_img
Home Blog Page 6575

ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ମିଛ ଖବର ପ୍ରସାରଣ କରିଛି ଓଟିଭି: AAI

ଭୁବନେଶ୍ୱର: ପ୍ରଥମେ କୋଭିଡ୍ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ମିଛ ଖବର ପ୍ରସାରଣ । ଆଉ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମ ପାଇଁ ଷଡ଼ଯନ୍ତ୍ର । ଗତକାଲି ଓଟିଭି ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ଉପରେ ପ୍ରଶ୍ନ ଉଠାଇ ଖବର ପ୍ରସାରଣ କରିଥିଲା । ଯେଉଁ ଖବରରେ କୁହାଯାଇଥିଲା ୨୦୨୦ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ୧୯ ମିନିଟରେ କେଉଁ ବନ୍ୟାଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କଲେ । ଓଟିଭିର ଏହି ମିଛ ଖବରର ପୋଲ୍ ଖୋଲିଛନ୍ତି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ।

VVIP ଶ୍ରେଣୀରେ ଆସନ୍ତି ନାହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ 

OTV’s Fake News Once Again Exposed Falsely Trying To Defame Odisha CMଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି- କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ VVIP ଶ୍ରେଣୀରେ ଆସନ୍ତି ନାହିଁ । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ାଣକୁ VVIP ମୁଭମେଣ୍ଟରେ ଉଲ୍ଲେଖ କରାଯାଇନାହିଁ ।

୧୯ ନୁହେଁ ୩୦ ମିନିଟ୍ ଉଡ଼ାଣ

OTV’s Fake News Once Again Exposed Falsely Trying To Defame Odisha CMହେଲିକପ୍ଟରଟି ଟେକ୍ ଅଫ୍ ଓ ଲ୍ୟାଣ୍ଡିଂକୁ ମିଶାଇ ୧୯ ମିନିଟ୍ ଉଡ଼ିଥିବା ଓଟିଭି ଖବର ପ୍ରସାରଣ କରିଥିଲା । ଏହାକୁ ବି ମିଛ ବୋଲି କହିଛି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ । ମୁଖ୍ୟମନ୍ତ୍ରୀ ବ୍ୟବହାର କରିଥିବା ହେଲିକପ୍ଟରଟି ଟେକ୍ ଅଫ-ଲ୍ୟାଣ୍ଡିଂକୁ ମିଶାଇ ୧୯ ମିନିଟରୁ ଅଧିକ ସମୟ ଉଡ଼ିଥିଲା । ମୁଖ୍ୟମନ୍ତ୍ରୀଙ୍କ ଯାତ୍ରା ସମୟ ୩୦ ମିନିଟରୁ ଅଧିକ ଥିବାବେଳେ ୧୯ ମିନିଟ୍ ଉଡ଼ାଣ କରିଥିବା ଖବର ପ୍ରସାରଣ କରିଥିଲା ଓଟିଭି ।

ଭୁବନେଶ୍ୱରରୁ ବନ୍ୟାଞ୍ଚଳ ଲାଗେ ୬ ମିନିଟ୍

OTV’s Fake News Once Again Exposed Falsely Trying To Defame Odisha CMମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ମାତ୍ର ୧୯ ମିନିଟରେ ବନ୍ୟାଞ୍ଚଳ ବୁଲି ଫେରିବା ସମ୍ଭବ ନୁହେଁ ଓଟିଭି ପ୍ରସାରଣ କରିଥିଲା । ସତ ହେଉଛି- ମୁଖ୍ୟମନ୍ତ୍ରୀ ବ୍ୟବହାର କରୁଥିବା ହେଲିକପ୍ଟର ଉଚ୍ଚକ୍ଷମତା ସମ୍ପନ୍ନ । ଏହି ହେଲିକପ୍ଟର ୨ଟି ଇଞ୍ଜିନ୍ ବିଶିଷ୍ଟ । ଏହି ଅତ୍ୟାଧୁନିକ ହେଲିକପ୍ଟର ଭୁବନେଶ୍ୱରରୁ ମାତ୍ର ୫ରୁ ୬ ମିନିଟ୍ ମଧ୍ୟରେ ବନ୍ୟାଞ୍ଚଳ ପହଞ୍ଚିବାରେ ସକ୍ଷମ । ମୁଖ୍ୟମନ୍ତ୍ରୀ ସେହିଦିନ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ ସାରିବା ପରେ ଗଣମାଧ୍ୟମକୁ ସେ ସମ୍ପର୍କିତ ଫଟୋ ଓ ଭିଡିଓ ମଧ୍ୟ ଜାରି କରାଯାଇଥିଲା ।

ସକାଳେ ନୁହେଁ ଅପରାହ୍ଣରେ ଯାଇଥିଲେ ମୁଖ୍ୟମନ୍ତ୍ରୀ

OTV’s Fake News Once Again Exposed Falsely Trying To Defame Odisha CMପ୍ରସାରିତ ଖବରରେ ଓଟିଭି ଦର୍ଶାଇଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସକାଳ ୧୦ଟା ୧୨ରେ ବିମାନବନ୍ଦର ଛାଡ଼ିଥିବା ବେଳେ ୧୦ଟା ୩୧ରେ ଫେରି ଆସିଥିଲା । ଏହା ବି ଡାହା ମିଛ । ଓଟିଭି ବିନା ଅନୁସନ୍ଧାନରେ ଭୁଲ୍ ସମୟ ଦର୍ଶାଇଛି । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣଙ୍କ ଅନୁସାରେ ଭାରତୀୟ ସମୟ (+5.30 IST) ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅପରାହ୍ଣ ୩ଟା ୪୨ରେ ଉଡ଼ାଣ ଭରି ୪ଟା ୧ରେ ଫେରିଥିଲା । ତେବେ ଏହା କେବଳ ଉଡାଣ ସମୟ ଅଟେ । ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ସମୁଦାୟ ଯାତ୍ରା ୩୦ ମିନିଟର ଅଟେ । ହେଲିକପ୍ଟର ଲ୍ୟାଣ୍ଡିଂ ଓ ଟେକ ଓଭର ସମୟକୁ ଉଡାଣ ସମୟ ସହ ମିଶାଇ ମୋଟ୍ ୩୦ ମିନିଟର ଯାତ୍ରା ହୋଇଛି । ଏଣୁ ମୋଟ ଯାତ୍ରା ସମୟ ୩୦ ମିନିଟ୍ ହୋଇଥିବା ବେଳେ ଓଟିଭି ୧୯ ମିନିଟ୍ ଦର୍ଶାଇ ମିଛ ଓ ଭୁଲ୍ ଖବର ପ୍ରସାରଣ କରିଥିଲା ।

ଓଟିଭିକୁ ସବୁ ମହଲରୁ ନିନ୍ଦା

OTV’s Fake News Once Again Exposed Falsely Trying To Defame Odisha CM

ପୂର୍ବରୁ କୋଭିଡ୍ ପରିଚାଳନାରେ ଅବ୍ୟବସ୍ଥା ଦର୍ଶାଇ ଓଟିଭି ଏକ ଅଡିଓ ଭାଇରାଲ୍ କରିଥିଲା । ଆଉ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିବାକୁ ମିଛ ଓ ଭୁଲ୍ ଖବର ପ୍ରସାରଣ କରିଛି । ଯାହାକୁ ସବୁ ମହଲରେ ନିନ୍ଦା କରାଯାଉଛି ।

୧୯ରୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଅବପାତ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଅନ୍ୟପଟେ ଡରାଇଲାଣି ଆଉ ଏକ ଲଘୁଚାପ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ୧୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏବେ ଓଡ଼ିଶା ଉପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିଛି । ପ୍ରଭାବରେ ଦକ୍ଷିଣ ଓଡ଼ିଶା ସହ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।

A Fresh Low Pressure Area Likely To Form Over Central Bay Of Bengal Around 19th October

୧୭ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି । ୧୬ ତାରିଖରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି ୧୬ ତାରିଖରେ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବଜ୍ରପାତ ସମ୍ଭାବନା ରହିଛି ।

A Fresh Low Pressure Area Likely To Form Over Central Bay Of Bengal Around 19th October

୧୭ ତାରିଖରେ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇପାରେ । ତାପରେ ୧୯ ତାରିଖରେ ପ୍ରବଳ ବର୍ଷା ନେଇ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ମତ୍ସ୍ୟଜୀବୀଙ୍କୁ ୨୦ ତାରିଖ ଯାଏଁ ସତର୍କ ସୂଚନା ଦିଆଯାଇଛି ।

କାଶ୍ମୀର ପ୍ରସଙ୍ଗରେ ମେହେବୁବା ମୁଫତିଙ୍କ ବିବାଦୀୟ ମନ୍ତବ୍ୟ ଦେଇ ଟ୍ୱିଟ୍

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ମୁକ୍ତି ମିଳିବା ପରେ ଜମ୍ମୁ କାଶ୍ମୀରରେ ପୁଣି ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି । ମେହେବୁବା ମୁଫତି କାଲି ମୁକ୍ତ ହେବା ପରେ କାଶ୍ମୀର ପ୍ରସଙ୍ଗରେ ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଟ୍ୱିଟ୍ କରିଥିଲେ । ଏହାସହ କାଶ୍ମୀର ଜନସାଧାରଣଙ୍କୁ ନ୍ୟାୟ ଦେବା ପର୍ଯ୍ୟନ୍ତ ତାଙ୍କ ଲଢେଇ ଜାରି ରହିବ ବୋଲି ସେ କହିଥିଲେ ।

ଏହାପରେ ତାଙ୍କ ଘରେ ପିଡିପି ନ୍ୟାସନାଲ କନଫରେନ୍ସ ନେତାଙ୍କୁ ନେଇ ଏକ ବୈଠକ କରିଥିଲେ । ଆଜି ପୁଣି ବୈଠକ ଡାକିଛନ୍ତି ମୁଫତି । ଏଥିରେ ପିଡିପି ସମେତ ଅନ୍ୟ ପାର୍ଟିର ନେତା ମଧ୍ୟ ସାମିଲ ହେବେ ବୋଲି କୁହାଯାଉଛି । ଏହି ବୈଠକରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଉମର ଅବଦୁଲା ମଧ୍ୟ ସାମିଲ ହେବେ । ତେବେ ଯେତେ ଯୋଜନା କଲେ ସୁଦ୍ଧା କାଶ୍ମୀରକୁ ପୁଣି ଅନ୍ଧାର ଭିତରକୁ ଠେଲି ଦେବାକୁ ଦିଆଯିବ ନାହିଁ ବୋଲି କହିଛି ବିଜେପି ।

କରୋନା କାଳରେ ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ, ନବୀନ ନିବାସ ନଆସି ରକ୍ତ ଦାନ କରିବା ଏବଂ ପ୍ଲାଜ୍‌ମା ଦାନ କରିବାକୁ ନିବେଦନ

ଭୁବନେଶ୍ୱର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କିନ୍ତୁ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । କୋଭିଡ‌ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଜନ୍ମ ଦିନ ପାଳନ କରିବେନି । ପ୍ରତି ବର୍ଷ ବିଭିନ୍ନ ସ୍ଥାନରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସକୁ ଲୋକଙ୍କର ସୁଅ ଛୁଟିଥାଏ । କିନ୍ତୁ ଗତ ବର୍ଷ ଓଡ଼ିଶାବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳନକୁ ବାରଣ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ  । ଗତ ଆଠ ମାସ ହେଲା କୋଭିଡ୍‌ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ତେଣୁ ଆସନ୍ତାକାଲି  ନବୀନ ନିବାସ ନଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା , ରକ୍ତ ଦାନ କରିବା ଏବଂ ପ୍ଲାଜ୍‌ମା ଦାନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ବିହାର ନିର୍ବାଚନ: ୩୧୯ ଜଣଙ୍କ ପ୍ରାର୍ଥୀଙ୍କ ନାଁରେ ଅନେକ ଅପରାଧିକ ମାମଲା

ପାଟଣା: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଇବାରେ ଲାଗିଛି । ପ୍ରଚାର ମୈଦାନଙ୍କୁ ଓହ୍ଲାଇଛନ୍ତି ବିଭିନ୍ନ ଦଳର ନେତା । କେମିତି ଭୋଟରମାନଙ୍କ ବିଶ୍ୱାସକୁ ସହଜରେ ଜିତିପାରିବେ ସେନେଇ କରୁଛନ୍ତି ପ୍ରୟାସ । ଆଉ ଏହି ପ୍ରୟାସର ପ୍ରଥମ ଚରଣ ହେଉଛି ଦଳ ବିରୋଧୀ ଭାଷଣ । ଯିଏ ଯେତେ ଅନ୍ୟ ଦଳ ଉପରେ ଦୋଷ ଲଦିବ ସେତେ ଭୋଟ ପାଇଲା ଭଳି ପ୍ରଚାର ମୈଦାନରେ ଚାଲିଛି ଆରୋପ ପ୍ରତ୍ୟାରୋପର ତୀର ।

୨୮ ଅକ୍ଟୋବରରେ ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ଆସନ ପାଇଁ ଭୋଟିଂ ହେବ । ଏହି ୭୧ ଆସନରେ ୧ ହଜାର ୬୬ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ପ୍ରାର୍ଥିଙ୍କ ଭିତରେ ୩୧୯ ଜଣଙ୍କ ପ୍ରାର୍ଥୀଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା । ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ  ସଞ୍ଜୟ କୁମାର ସିଂହ ।

ଦ୍ୱିତୀୟ ପର୍ଯ୍ୟାୟ ୩ ନଭେମ୍ବରରେ ହେବାକୁ ଥିବାବେଳେ ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୩୪୦ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରି ସାରିଛନ୍ତି । ସେହିପରି ୭୮ ବିଧାନସଭା କ୍ଷେତ୍ର ପାଇଁ ୭ ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ପାଇଁ ବର୍ତ୍ତମାନ ସୁଦ୍ଧା ୧୯ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା କହିଛନ୍ତି ନିର୍ବାଚନ ଅଧିକାରୀ । ତେବେ ପ୍ରଶାସନ ପକ୍ଷରୁ ନିର୍ବାଚନ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ସେ ସୂଚନା ଦେଇଛନ୍ତି ।

ବିଷାକ୍ତ ଖାଦ୍ୟ ଖାଇ ଏକାଥରକେ ଚାଲିଗଲେ ୩ ଭାଇ ଭଉଣୀ

ମାଲକାନାଗିରି: ମାଲକାନାଗିରି ଜିଲ୍ଲା କଚେଲି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ ୩ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଓ ଅନ୍ୟ ଜଣେ ଝିଅ ଗୁରୁତର ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ମୃତକ ମାନେ ହେଲେ ସୁକାନ୍ତି ମାଡ଼ି ,ସୀତାରାମ ମାଡ଼ି , ଅଞ୍ଜଳି ମାଡ଼ି । ଗୁରୁତର ଅବସ୍ଥାରେ ମା ଭିମେ ମାଡି ଓ ୩ ବର୍ଷର ଝିଅ ମାଳତୀ ମାଡି ଚିକିତ୍ସିତ ହେଉଛନ୍ତି । ଏହି ଖବର ପାଇ କଚେଲି ଗାଁରେ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା ଅରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗତ ରାତିରେ ସମସ୍ତ ଖାଦ୍ୟ ଖାଇ ଶୋଇଥିଲେ । ରାତିରେ ସମସ୍ତଙ୍କ ଦେହ ଖରାପ ହେବାରୁ ତାଙ୍କୁ ମେଡିକାଲକୁ ନିଯାଇଥିଲା । ବିଷାକ୍ତ ଖାଦ୍ୟ ଖାଇବା ଯୋଗୁ ଏଭଳି ଝଡାବାନ୍ତି ହେବା ସହ ମୃତ୍ୟୁ ହୋଇଥିବା ଅନୁମାନ କରୁଛି ଡାକ୍ତରୀ ଟିମ । ଏହି ଘଟଣା ପରେ ଗାଁରେ ଶୋକକୁଳ ପରିବେଶ ଖେଳିଯାଇଛି  ।

ତଳମୁହାଁ କରୋନା ଗ୍ରାଫ: ଦେଶରେ ଦିନକରେ ୬୭ହଜାର ୭୦୮ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ ତଳମୁହାଁ ହେଉଛି କରୋନା । ଦିନକରେ ୬୭ହଜାର ୭୦୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୮୦ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଆଜି ୬୭,୭୦୮ ଟି ନୂଆ କରୋନା ଆକ୍ରାନ୍ତ ହୋଇଥିବାବେଳେ ଗତକାଲି ୬୩,୫୦୯ ଟି ନୂଆ ସଂକ୍ରମିତ ହୋଇଥିବା ରିପୋର୍ଟ ହୋଇଛି। କିନ୍ତୁ ଆଶ୍ୱସ୍ତିକର କଥା ହେଉଛି କରୋନାରୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ଯାହା ବର୍ତ୍ତମାନ ୬୩ ଲକ୍ଷରୁ ଅଧିକ ହୋଇଛି।

ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ୧୫ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୪୦ହଜାର ୮୫୯କୁ ବୃଦ୍ଧି ହୋଇଛି । ସେହିପରି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ପଜିଟିଭ୍ ସଂଖ୍ୟା ୭ଲକ୍ଷରୁ ଅଧିକ ଲେଖାଏଁ ଥିବା ବେଲେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୬ହଜାର ୩୧୮ ଓ ୧୦ହଜାର ୧୯୮ରେ ପହଞ୍ଚିଛି । ତାମିଲନାଡୁରେ ୬ଲକ୍ଷ ସଂକ୍ରମିତ ଥିବା ବେଳେ ମୃତ୍ୟୁସଂଖ୍ୟା ୧୦ହଜାର ଟପିଛି ।

ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ଲକ୍ଷ ୭ହଜାର ୯୮ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ୮ଲକ୍ଷ ୧୨ହଜାର ୩୯୦, ସୁସ୍ଥ ହେଲେଣି ୬୩ଲକ୍ଷ ୮୩ହଜାର ୪୪୨ଜଣ କରୋନା ଆକ୍ରାନ୍ତ । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୧୧ହଜାର ୨୬୬କୁ ବୃଦ୍ଧି ହୋଇଛି ।

ଉପନିର୍ବାଚନ ପାଇଁ ସରଗରମ ରାଜନୀତି, ବାଲେଶ୍ୱର ଏବଂ ତିର୍ତ୍ତୋଲରେ ନାମାଙ୍କନପତ୍ର ଦାଖଲ

ବାଲେଶ୍ୱର/ତିର୍ତ୍ତୋଲ: ଉପନିର୍ବାଚନ ପାଇଁ ସରଗରମ ବାଲେଶ୍ୱର ସଦର ରାଜନୀତି । ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ । ବିଜେଡି ଜିଲ୍ଲା କାର୍ଯ୍ୟାଳୟରୁ କୋଭିଡ ନିୟମ ଅନୁସାରେ ବାହାରି ଫକୀର ମୋହନ ସେନାପତି, ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ସ୍ୱରୂପ ଦାସ । ନିଜ ସମର୍ଥକଙ୍କ ସହ ଫାଣ୍ଡି ଛକରୁ ଏକ ରାଲିରେ ବାହାରି ଉପଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ମନ୍ତ୍ରୀ ପ୍ରତାପ ଜେନା, ନବ ଦାସ, ସମୀର ଦାଶ, ସୁଦାମ ମାରାଣ୍ଡି, ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କଂଗ୍ରେସର ବିଧାୟକ ପ୍ରାର୍ଥୀ ମମତା କୁଣ୍ଡୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଙ୍କ ସହିତ ଦଳୀୟ ନେତା ଓ ସହକର୍ମୀମାନେ ଥିଲେ ।

ସେପଟେ ତାଲିଲାଣି ତିର୍ତ୍ତୋଲର ରାଜନୈତିକ ମାହୋଲ୍ । କଂଗ୍ରେସ ଓ ବିଜେପି ପ୍ରଚାର ଆରମ୍ଭ କରିଥିବା ବେଳେ ବରିଷ୍ଠ ନେତାଙ୍କ ସହ ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ । ବିଜୟ ଦାସଙ୍କୁ ଭୋଟ ଦେଇ ବିଷ୍ଣୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ଏକ ସୁଯୋଗ ବୋଲି ବିଜେଡି ନେତାମାନେ କହିଛନ୍ତି ।

ସେପଟେ ସ୍ଥାନୀୟ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଆଜି କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ ମା’ ସାରଳାଙ୍କ ଆଶୀର୍ବାଦ ନେଇଥିଲେ ହିମାଂଶୁ। କୋଭିଡ କଟକଣା ଯୋଗୁଁ ମନ୍ଦିର ବନ୍ଦ ଥିବାରୁ ମନ୍ଦିର ମୁଖ୍ୟ ଦ୍ୱାର ପାଖରେ ପୂଜାର୍ଚ୍ଚନା କରିଥିଲେ  ।

ଏପର୍ଯ୍ୟନ୍ତର ସବୁଠୁ ବଡ଼ ଅଫର, ୨୫ହଜାରରୁ କମରେ କିଣନ୍ତୁ iPhone

ନୂଆଦିଲ୍ଲୀ: ଏବେ ପର୍ବପର୍ବାଣୀ ଋତୁ ଆରମ୍ଭ ବହୋଇଯାଇଛି । ଏବଂ ଏସମୟରେ କିଏ କଣ କିଣିବେ ହୁଏତ ତାର ମଧ୍ୟ ଲିଷ୍ଟ କରି ସାରିବେଣି । ଆଉ ଏ ଋତୁରେ ନୂଆ ଫୋନ୍ କିଣିବାକୁ ସମସ୍ତେ ଆଗ୍ରହୀ ହୋଇଯାନ୍ତି । ଯଦି ଏଭଳି ପରିସ୍ଥିତିରେ ଆପଲ୍ ଆଇଫୋନ୍ ମିଳିଯାଏ ତ ସେତେବେଳେ ଖୁସି ହୋଇଯିବ ଦୁଇଗୁଣ । ତେବେ ଯଦି ଆପଣ ଆପଲ ଆଇଫୋନ୍ କିଣିବାକୁ ଯୋଜନା କରୁଛନ୍ତି ତେବେ ଏହା ହେଉଛି ଆପଣଙ୍କ ପାଇଁ ସର୍ବୋତ୍ତମ ସୁଯୋଗ । ଚଳିତ ବର୍ଷ ଲଞ୍ଚ ହୋଇଥିବା ଆଇଫୋନ୍ SE 2020 ଠାରୁ ଆରମ୍ଭ କରି ଗତ ବର୍ଷ ଆସିଥିବା ଆଇଫୋନ୍ SE ପ୍ରୋ ପର୍ଯ୍ୟନ୍ତ ଏସବୁକୁ ସର୍ବନିମ୍ନ ମୂଲ୍ୟରେ କିଣିବାର ସୁଯୋଗ ପାଇବେ ଗ୍ରାହକ । ଲୋକପ୍ରିୟ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟ ଏହି ଫୋନଗୁଡ଼ିକର ଅଫର ମୂଲ୍ୟ ପ୍ରକାଶ କରିଛି ଏବଂ କିଣିବା ସମୟରେ ଆପଣ ଏହି ଆଇଫୋନକୁ କମ୍ପାନୀ ଅଫର ସହିତ ବ୍ୟାଙ୍କ ଅଫରକୁ ମିଶାଇ ଆହୁରି କମ୍ ମୂଲ୍ୟରେ କିଣି ପାରିବେ ।

iPhone SE 2020

ଆପଲ୍ କମ୍ପାନୀ ତରଫରୁ ଚଳିତ ବର୍ଷ ସୁଲଭ ମୂଲ୍ୟରେ ଆପଲ୍ A13 ବାୟୋନିକ୍ ଚିପସେଟ ସହ ଆଇଫୋନ୍ SE ଲଞ୍ଚ କରାଯାଇଥିଲା । ଏହି ଡିଭାଇସର ହାର୍ଡୱେର୍ iPhone 8 ସହ ସମାନ କିନ୍ତୁ କାର୍ଯ୍ୟକାରୀତା ଦୃଷ୍ଟିରୁ ଏହା ଅନେକ ଗୁଣରେ ଭଲ । ଗ୍ରାହକମାନେ ଏହି ଉପକରଣକୁ ଫ୍ଲିପକାର୍ଟରେ ୪୨,୫୦୦ ଟଙ୍କାର ପ୍ରକୃତ ମୂଲ୍ୟ ଥିବା ଫୋନକୁ  ସେଲରେ ୨୫,୯୯୯ ଟଙ୍କା କିଣିପାରିବେ । ଏସବିଆଇ ଡେବିଟ୍ କାର୍ଡ, ଏସବିଆଇ କ୍ରେଡିଟ୍ କାର୍ଡ ଏବଂ ୟୋନୋ ଏସବିଆଇରେ ଟଙ୍କା ଦେବା ଦ୍ୱାରା ଗ୍ରାହକଙ୍କୁ ୧୦ ପ୍ରତିଶତ ତତକ୍ଷଣାତ୍ ରିହାତି ମିଳିବ ଏବଂ ଆପଣ ଏହି ଫୋନକୁ ୨୩,୪୦୦ ଟଙ୍କାରେ କିଣି ପାରିବେ ।

Iphone XR

ଫ୍ଲିପକାର୍ଟ ବିଗ୍ ବିଲିୟନ ଦିନରେ ଆପଲର ଅନ୍ୟତମ ଲୋକପ୍ରିୟ ଆଇଫୋନ୍ ଆଇଫୋନ୍ XRକୁ ମଧ୍ୟ ବହୁତ ରିହାତି ମିଳିଛି । ଏହି ଫୋନ୍ ଏକ ବଡ଼ LCD ଡିସପ୍ଲେ ଏବଂ A12 Bionic ଚିପସେଟ ସହ ଆସିଥାଏ । ଏହି ଫୋନକୁ ୧୪,୫୦୦ ଟଙ୍କା ଫ୍ଲାଟ ରିହାତି ମିଳୁଛି । ଗ୍ରାହକମାନେ ୫୨,୫୦୦ ଟଙ୍କାର ପ୍ରକୃତ ମୂଲ୍ୟ ଥିବା ଏହି ଆଇଫୋନଟିକୁ ୩୭,୯୯୯ ଟଙ୍କାରେ କିଣି ପାରିବେ । ଯଦି ଆପଣଙ୍କର ଏସବିଆଇ ଡେବିଟ୍ କାର୍ଡ, ଏସବିଆଇ କ୍ରେଡିଟ୍ କାର୍ଡ ଏବଂ ୟୋନୋ ଏସବିଆଇରେ ମାଧ୍ୟମରେ ଟଙ୍କା ଦିଅନ୍ତି, ତେବେ ଆଇଫୋନ୍ XR କୁ ୧୦% ରିହାତି ସହ ମାତ୍ର ୩୪,୨୦୦ ଟଙ୍କା କିଣି ପାରିବେ ।

iPhone 11 Pro

ଗତ ବର୍ଷ ଲଞ୍ଚ ହୋଇଥିବା ଆପଲର ଆଇଫୋନ୍ ୧୧ ଲାଇନ୍ଅପ୍ ର ପ୍ରୋ ଡିଭାଇସକୁ ମଧ୍ୟ ଏକ ବଡ଼ ରିହାତି ମିଳିଛି । ବିଗ୍ ବିଲିୟନ ଦିନ ସେଲରେ ଗ୍ରାହକମାନେ ମାତ୍ର ୭୯,୯୯୯ ଟଙ୍କାରେ କିଣି ପାରିବେ। ଟ୍ରିପଲ୍ କ୍ୟାମେରା ସେଟଅପ୍ ସହିତ ଆସୁଥିବା ଏହି ଆଇଫୋନର ପ୍ରକୃତ ମୂଲ୍ୟ ହେଉଛି ୧,୦୬,୬୦୦ ଟଙ୍କା । ଅନ୍ୟ ଆପଲ୍ ଡିଭାଇସ୍  ଭଳି ଏହାକୁ ମଧ୍ୟ iOS 14ର ଅପଡେଟ ଦିଆଯାଇଛି । ଏସବିଆଇ ଡେବିଟ୍ କାର୍ଡ, ଏସବିଆଇ କ୍ରେଡିଟ୍ କାର୍ଡ ଏବଂ ୟୋନୋ ଏସବିଆଇରେ ୧୦ ପ୍ରତିଶତ ରିହାତି ପରେ ଏହି ଫୋନକୁ ୭୨,୦୦୦ ଟଙ୍କାରେ କିଣାଯାଇପାରିବ, ଯାହା ଆଜି ପର୍ଯ୍ୟନ୍ତ ଏହାର ସର୍ବନିମ୍ନ ମୂଲ୍ୟ ଅଟେ ।

ଖୋର୍ଦ୍ଧା ସାରୁଅରେ ଜମି କେଳେଙ୍କାରୀ ମାମଲା: ଜଗିଙ୍କ ବାପାଙ୍କୁ ଓଟିଭି ଷ୍ଟୁଡିଓରେ ଜେରା

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ମାମଲାରେ ଜଗିଙ୍କ ବାପାଙ୍କୁ ଚାଲିଛି ପଚରାଉଚରା। ଜଗି ମଙ୍ଗତ ପଣ୍ଡାଙ୍କ ବାପା ରଣଧୀର ସିଂଙ୍କୁ ସାରୁଅ ଓଟିଭି ଷ୍ଟୁଡିଓରେ ପଚାରଉଚରା କରୁଛନ୍ତି ବାଘମାରୀ ଏସଡିପିଓ ସୁଶୀଲ ମିଶ୍ର। କାହିଁକି ଓ କେଉଁ ପରିସ୍ଥିତିରେ ଅନୁସୂଚିତଙ୍କ ଜମି କିଣା ଯାଇଥିଲା ସେନେଇ ତଥ୍ୟ ହାସଲ ପାଇଁ ଚାଲିଛି ଜେରା । ଜମି ଜମା ବିବାଦକୁ ନେଇ ଜଗି ମଙ୍ଗତ ପଣ୍ଡାଙ୍କ ବାପାଙ୍କୁ ବିଭିନ୍ନ ପ୍ରଶ୍ନ କରାଯାଇଛି । ସେପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଆକ୍ସନ୍ ମୋଡ୍‌ରେ ଜିଲ୍ଲା ପ୍ରଶାସନ ।

ସାରୁଅ ମହିଳା ବିକାଶ ସମିତି ନାଁରେ ବୁଲା ଯାଇଥିବା ପାଚେରୀକୁ ଭାଙ୍ଗିଛି ପ୍ରଶାସନ । ପାଚେରି ବୁଲାଇ ଚାଷ ଜମି ଓ ପୋଖରୀକୁ ଅବରୋଧ କରାଯାଇଥିଲା । ପାଚେରି ଭାଙ୍ଗି ଜଳ ଅବରୋଧ ହଟାଇବା ତଥା ଚାଷ ଜମିକୁ ରାସ୍ତା ଖୋଲିବାକୁ ଉଦ୍ୟମ କରାଯାଇଛି । ଚାଷ ଜମି ଓ ପୋଖରୀକୁ ବାଟ ନଛାଡିବାରୁ ସ୍ଥାନୀୟ ଲୋକେ ନାହିଁନଥିବା ସମସ୍ୟା ଭୋଗୁଥିଲେ । ଜମିକୁ ପାଣି ଯାଇପାରୁନଥିବାରୁ ଚାଷ ବାସ କରିପାରୁନଥିଲେ । ଫଳରେ ଜମି ପଡିଆ ପଡିଥିଲା । ଏନେଇ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି ।