ଘର ଘର ବୁଲି ଭୋଟରଙ୍କୁ ଧନ୍ୟବାଦ ଦେବ ବିଜେଡି

1 min read
CM Naveen Patnaik

ଭୁବନେଶ୍ୱର: କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପନିର୍ବାଚନ ପରେ ବିଜେଡି କରୁଛି ଧନ୍ୟବାଦ କାର୍ଯ୍ୟକ୍ରମ । ଘରକୁ ଘର ବୁଲି ଲୋକଙ୍କୁ ଧନ୍ୟବାଦ ଦେବେ ଦଳୀୟ ନେତା ଓ ପର୍ଯ୍ୟବେକ୍ଷକ । ଉପ-ନିର୍ବାଚନରେ ବାଲେଶ୍ୱର ବିକାଶର ଦାୟିତ୍ୱ ନେଇଥିବା କଥା କହି ବିଜେଡିକୁ ସମର୍ଥନ ଦେବାକୁ ନବୀନ ନିବେଦନ କରିଥିଲେ ।

ଏଥିସହିତ ବାଲେଶ୍ୱରରେ ବିଜେଡ଼ିର ବିପୁଳ ବିଜୟ ପରେ ଭର୍ଚୁଆଲ୍‌ ମିଟିଂରେ ଉପ-ନିର୍ବାଚନରେ ସାମିଲ ହୋଇଥିବା ପର୍ଯ୍ୟବେକ୍ଷକମାନେ ପୁଣି ସେହି ପଞ୍ଚାୟତ ଓ ମ୍ୟୁନିସିପାଲିଟିର ଓ୍ୱାର୍ଡ଼କୁ ଯାଇ ଲୋକଙ୍କୁ ଧନ୍ୟବାଦ ଜଣାଇବା ସହିତ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜିଠାରୁ ବାଲେଶ୍ୱରରେ ଆରମ୍ଭ ହେଉଛି ଧନ୍ୟବାଦ କାର୍ଯ୍ୟକ୍ରମ । ଏନେଇ ରବିବାର ବାଲେଶ୍ୱରରେ ବିଜେଡିର ଧନ୍ୟବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟମରେ ବାଲେଶ୍ୱରବାସୀଙ୍କୁ ବିଜେଡିର ବିଜୟ ପାଇଁ ଧନ୍ୟବାଦ ଦେଇଥିଲେ ।

Leave a Reply