ସାରୁଆ ଜମି କେଳେଙ୍କାରୀ, ହାଇକୋର୍ଟରେ ପକ୍ଷ ରଖିବେ ଜଗି-ଜୟ

ଖୋର୍ଦ୍ଧା: ସାରୁଆ ଜମି କେଳେଙ୍କାରୀ ମାମଲା । ହାଇକୋର୍ଟରେ ସୋମବାର ବିବୃତି ରଖିବେ ସମସ୍ତ ପକ୍ଷ । ୧୩ ତାରିଖରେ ଶୁଣାଣି କରି ହାଇକୋର୍ଟ ଉଭୟ ପକ୍ଷଙ୍କୁ ଲିଖିତ ଭାବେ ବିବୃତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ଗତ ୫ ତାରିଖରେ ଖୋର୍ଦ୍ଧା ସାରୁଅରେ ଦଳିତଙ୍କ ଜମି ହଡ଼ପ ହୋଇଛି ବୋଲି ତଦନ୍ତ କରି ପ୍ରମାଣ ପାଇବା ପରେ ପ୍ରେସମିଟ କରି ପଣ୍ଡା ଦମ୍ପତ୍ତିଙ୍କ ଗୁମର ଖୋଲିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା ।

Sarua Land Scam Issue Will Raise In Odisha Assembly Winter Session

ସେହିଦିନ ହିଁ ଗିରଫ ହେବା ଭୟରେ ଜଗି ଓ ଜୟ ପଣ୍ଡା ହାଇକୋର୍ଟରୁ ଆଣ୍ଟିସିପେଟୋରି ବେଲ ଆଣିବାରେ ସକ୍ଷମ ହୋଇଥିଲେ । ହାଇକୋର୍ଟ  ଉଭୟଙ୍କୁ ୧୨ ତାରିଖ ପର୍ଯ୍ୟନ୍ତ ଗିରଫ ନକରିବାକୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ନିଜ ଦଳିତ ଡ୍ରାଇଭରଙ୍କୁ ମୋହରା କରି ଶାଗମାଛ ଦରରେ ଜମି ହାତେଇଛନ୍ତି ବୋଲି ଇଓଡବଲ୍ୟୁ ସୂଚନା ଦେଇଥିଲା ।

Illegal Boundary Constructed By OTV In Sarua Demolished By Khordha Dist Administration

୨୦୧୦ ରୁ ୨୦୧୩ ମଧ୍ୟରେ ରବି ସେଠୀ ୨୦ ଲକ୍ଷ ଟଙ୍କାରେ ଅନ୍ୟ ଦଲିତଙ୍କଠାରୁ ୭. ୨୯ ଏକର ଜମି କିଣିଥିଲେ । ୨୦୧୬ ରୁ ୨୦୧୯ ମଧ୍ୟରେ ସେ ଏହାକୁ ଜଗି ଓ ଜୟଙ୍କୁ ୬୫ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । କିନ୍ତୁ ଏ ବାବଦରେ ଦଳିତ ଡ୍ରାଇଭର ରବି ସେଠୀଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଆସିନି । ଏପରି ଭାବେ ଜମି ଜାଲିଆତି ଓ ହଡପ ଜରିଆରେ ବେଆଇନ କାରବାର ହୋଇଛି ବୋଲି କହିଥିଲା ଇଓଡବଲ୍ୟୁ । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଇଓଡବଲ୍ୟୁ ।

Illegal Boundary Constructed By OTV In Sarua Demolished By Khordha Dist Administration

ଅନ୍ୟପଟେ ବେଆଇନ ଅର୍ଥ କାରବାରର ତଦନ୍ତ ପୋଲିସ ପରିସରଭୁକ୍ତ ନୁହେଁ ବୋଲି କହି ଅଧିକ ତଦନ୍ତ ଲାଗି ଆୟକର ବିଭାଗକୁ ତଦନ୍ତ ଦାଇତ୍ୱ ହସ୍ତାନ୍ତର କରିବାକୁ ଚିଠି ଲେଖିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ଏହି ମାମଲାରେ ନଭେମ୍ବର ପହିଲାରେ ‘ଓଡ଼ିଶା ଇନ୍‌ଫ୍ରାଟେକ୍‌’ର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଏବଂ ତା’ପର ଦିନ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା । ଏହାପରେ ମନୋରଂଜନ ଓଟିଭି ଗ୍ରୁପ ସହ ସମସ୍ତ ସଂପର୍କ ଛିନ୍ନ କରି ଇସ୍ତଫା ଦେଇଥିଲେ ।

ଏହାକୁ ନେଇ ତାଙ୍କ ଶାଳକ ହରିହର ମିଶ୍ର ଉଭୟ ଜଗି ଓ ଜୟଙ୍କ ଉପରେ ଖୁବ ବର୍ଷିଥିଲେ । କହିଥିଲେ, ଜଣେ ସଚ୍ଚୋଟ କର୍ମଚାରୀଙ୍କୁ ଉଭୟ ବକ୍‌ରା ବନେଇ ବିଶାଳ ସାମ୍ରାଜ୍ୟ ଗଢିଛନ୍ତି । ୨୦୦୮ରେ ୧୨ ବର୍ଷ ତଳର ଏହି କେଳେଙ୍କାରୀରେ ପ୍ରଥମେ ଓଡ଼ିଶା ଇନଫ୍ରାଟେକ ପ୍ରା. ଲିମିଟେଡ୍‌ ଗଢ଼ାଯାଇଥିଲା । କମ୍ପାନୀରେ ପ୍ରଥମେ ଜଗି ମଙ୍ଗତ ପଣ୍ଡା ଓ ବିଭୁ ପ୍ରସାଦ ରଥଙ୍କୁ ନେଇ ସାରୁଅରେ ଜମି ହଡ଼ପ ଆରମ୍ଭ ହୋଇଥିଲା । ୨୦୧୦ରେ ଜଗି ଏଥିରୁ ବାହାରି ଗଲା ପରେ ମନୋରଂଜନ ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶକ କରାଯାଇଥିଲା । କିନ୍ତୁ ମନୋରଂଜନ ନିର୍ଦ୍ଦେଶକ ହେବା ପରେ ତାଙ୍କ ଅମଳରେ ମାତ୍ର ଦୁଇଟି ଜମି କିଣାଯାଇଥିଲା ଯାହା ସାଧାରଣ ବର୍ଗର ବୋଲି ଶାଳକ କହିଥିଲେ । ତେଣୁ ସେ ଏହି ମାମଲାରେ ନିର୍ଦ୍ଦୋଷ ବୋଲି କହିବା ସହ ଓଟିଭି ଗ୍ରୁପ ସହ ସମସ୍ତ ସଂପର୍କ ଛିନ୍ନ କରି ଇସ୍ତଫା ଦେଇଥିଲେ । ତେବେ ରବିବାର ମନୋରଂଜନଙ୍କୁ ବେଲ୍‌ ମିଳିସାରିଛି ।

Leave a Reply