୨୧ ବର୍ଷ ବୟସରେ ଆତ୍ମହତ୍ୟା କଲେ ବାଂଲାଦେଶର ଯୁବ କ୍ରିକେଟର

1 min read

ବାଂଲାଦେଶ: ବାଂଲାଦେଶର ଅଣ୍ଡର ୧୯ କ୍ରିକେଟର ମୋହମ୍ମଦ ଶୋଜିବଙ୍କର ୨୧ ବର୍ଷ ବୟସରେ ଦୁର୍ଗାପୁରରେ ମୃତ୍ୟୁ ହୋଇଛି । ସ୍ଥାନୀୟ ପୋଲିସର ସୂଚନା ମୁତାବକ ଏହି ଯୁବ ଖେଳାଳୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ବାଂଲାଦେଶ କ୍ରିକେଟ ବୋର୍ଡ (BCB)ର ନିର୍ଦ୍ଦେଶକ ଖାଲିଦ ମହମୁଦ ମଧ୍ୟ ମୋହମ୍ମଦ ଶୋଜିବଙ୍କ ଆତ୍ମହତ୍ୟାରେ ଶୋକ ପ୍ରକାଶ କରିଛନ୍ତି ।

ମହୋମ୍ମଦ ଶୋଜିବ ଶେଷ ଥର ପାଇଁ ୨୦୧୭-୧୮ ରେ ଢାକା ପ୍ରିମିୟର ଲିଗରେ ଶିନାପୁଖୁର କ୍ରିକେଟ କ୍ଲବ ପାଇଁ ଖେଳିଥିଲେ । ଶୋଜିବ ୨୦୧୮ର ଅଣ୍ଡର ୧୯ ୱର୍ଲଡ କପର ଷ୍ଟାଣ୍ଡ ବାଇ ଖେଳାଳୀରେ ମଧ୍ୟ ସାମିଲ ଥିଲେ । ଏହା ବ୍ୟତୀତ ଶୋଜିବ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ବିରୁଦ୍ଧରେ ୨୦୧୭ ମସିହାରେ ତିନି ତିନୋଟି ୟୁଥ ୱାନ ଡେ ମ୍ୟାଚ ମଧ୍ୟ ଖେଳିଥିଲେ ।

ବାଂଲାଦେଶ କ୍ରିକେଟ ବୋର୍ଡ (BCB)ର ନିର୍ଦ୍ଦେଶକ ଖାଲିଦ ମହମୁଦ ସ୍ଥାନୀୟ ଖବର କାଗଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି  ଯେ, ‘ଏହା ଅତ୍ୟନ୍ତ ଦୁଃଖଦ ଏବଂ ଅବିଶ୍ୱସନୀୟ ଖବର । ସେ ଜଣେ ଓପନିଂ ବୋଲର ଏବଂ ମିଡିୟମ ପେସର ଥିଲେ । ସେ ଶିନାପୁଖୁରା କ୍ରିକେଟ କ୍ଲବ ପକ୍ଷରୁ ଖେଳିଥିଲେ ।’ ମୋହମ୍ମଦ ଶୋଜିବ ରାଜଶାହୀରେ ଯେଉଁ ଏକାଡେମୀରେ ଟ୍ରେନିଂ ଆରମ୍ଭ କରିଥିଲେ, ସେଠିକାର ମୁଖ୍ୟ କୋଚ ଥିଲେ ଖାଲିଦ ମହମୁଦ ।

ବାଂଲାଦେଶର ଆଗଧାଡ଼ିର କ୍ରିକେଟର ତନ୍ମୟ ଘୋଷ ମଧ୍ୟ ମୋହମ୍ମଦଙ୍କ ମୃତ୍ୟୁ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଉଠିଥିଲେ । ତନ୍ମୟ ଘୋଷ କହିଥିଲେ ଯେ, ମୋର ସବୁବେଳେ ବିଶ୍ୱାସ ଥିଲା ଯେ ମୋହମ୍ମଦ ଶୋଜିବ ଦୀର୍ଘ ସମୟ ଧରି ବାଂଲାଦେଶ ପାଇଁ କ୍ରିକେଟ ଖେଳିବେ । ସେ ଖୁବ ପରିଶ୍ରମୀ ଥିଲେ । ଶାଜିବଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ।

Leave a Reply