ଆରମ୍ଭ ହେଲା ମହାକାଶ ଟାକ୍ସି ସେବା, ୪ ଜଣଙ୍କୁ ନେଇ ଅନ୍ତର୍ଜାତୀୟ ଗବେଷଣା କେନ୍ଦ୍ରକୁ ଗଲା ସ୍ପେସଏକ୍ସର ରକେଟ୍

1 min read

ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ମାଇଲଖୁଣ୍ଟ । ଆରମ୍ଭ ହେଲା ମହାକାଶ ଟାକ୍ସି ସେବା । ୪ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରକୁ ଗଲା ସ୍ପେସଏକ୍‌ସର ରକେଟ୍ । ଗତକାଲି ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ସଫଳତା ସହ ରକେଟ୍ ଉଡ଼ାଣ ଭରିଛି । ୨୭ ଘଣ୍ଟାର ଯାତ୍ରା ପରେ ଆସନ୍ତାକାଲି ସକାଳ ପ୍ରାୟ ସାଢେ ୯ଟାରେ ଆଇଏସଏସ୍‌ରେ ପହଞ୍ଚିବ ଫାଲକନ୍ -ଏହି ରକେଟ୍ ।

ସ୍ପେଶ-ଏକ୍ସର ଏହା ହେଉଛି ଦ୍ୱିତୀୟ ମାନବଯୁକ୍ତ ଉଡ଼ାଣ । ସୂଚନା ଅନୁସାରେ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ରକେଟରୁ କ୍ୟାପସୁଲ ସଫଳତାର ସହ ଅଲଗା ହୋଇ ଅରବିଟ ଆଡ଼କୁ ଦ୍ରୁତ ଗତିରେ ମାଡିଚାଲିଛି । ମିଶନର ଖାସ୍ କଥା ହେଉଛି, ରକେଟ୍‌କୁ ଲଞ୍ଚ କରିଛି ଏଲୋନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ । ଏହା ପୂର୍ବରୁ ନାସାକୁ ମହାକାଶଚାରୀଙ୍କୁ ଆଇଏସଏସ୍‌କୁ ପଠାଇବା ପାଇଁ ଋଷର ସୋୟୁଜ ରକେଟ୍ ଉପରେ ନିର୍ଭର କରିବାକୁ ପଡୁଥିଲା । ଏହି ମିଶନ୍‌କୁ ନାସା କ୍ରୁ- ୱାନ୍ ମିଶନ୍ ନାଁରେ ନାମିତ କରିଛି ।

ଏଲନ୍ ମସ୍କଙ୍କ କମ୍ପାନୀ ସହାୟତାରେ ନାସା ମହାକାଶଚାରୀଙ୍କୁ ସ୍ପେସ୍‌କୁ ପଠାଏ । ସ୍ପେସଏକ୍‌ସ ରକେଟ୍‌ରେ ୩ଜଣ ଆମେରିକୀୟ ଓ ଜଣେ ଜାପାନର ମହାକାଶଚାରୀ ଯାଇଛନ୍ତି । ଏସଂପର୍କରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ମିଶନ୍ ସଫଳ ହେଲେ ଏହାପରେ ଆହୁରି ରୁଟିନ୍ ଯାତ୍ରା କରାଯାଇପାରିବ ବୋଲି ଆମେରିକା ଆଶା କରିଛି ।

Leave a Reply